“ଇତିହାସର ଏପରି ଅନେକ କାହାଣୀ ଅଛି ଯାହା ଆମେ ଭୁଲି ଯାଇଛୁ!
“ଐତିହ୍ୟ ପ୍ରତି ଉଦାସୀନତା ଦେଶକୁ ପ୍ରଭୃତ କ୍ଷତି ପହଞ୍ଚାଇଛି”
“ଲୋଥାଲ ସିନ୍ଧୁ ଉପତ୍ୟକା ସଭ୍ୟତାର କେବଳ ଏକ ବାଣିଜ୍ୟ କେନ୍ଦ୍ର ନ ଥିଲା, ଏହା ଥିଲା ଭାରତୀୟ ସାମୁଦ୍ରିକ ଶକ୍ତି ଓ ସମୃଦ୍ଧିର ପ୍ରତୀକ”
“ଏହାର ଇତିହାସ ଯୋଗୁଁ ଆମକୁ ଗର୍ବିତ କରୁଥିବା ଲୋଥାଲ ଏବେ ଭାବି ବଂଶଧର ମାନଙ୍କ ଭବିଷ୍ୟତ ମାର୍ଜିତ କରିବ”
“ଆମେ ଯେତେବେଳେ ଆମ ଐତିହ୍ୟର ଯତ୍ନ ନେଉ ଆମେ ତାହା ସହିତ ଜଡିତ ଭାବନାକୁ ମଧ୍ୟ ସାଇତି ରଖୁ”
“ଗତ ଆଠବର୍ଷ ମଧ୍ୟରେ ଦେଶରେ ବିକଶିତ ଐତିହ୍ୟ ଆମକୁ ଭାରତୀୟ ମହାନତାର ଝଲକ ଦର୍ଶାଇଥାଏ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଲୋଥାଲଠାରେ ଆଜି ଭାରତୀୟ ସାମୁଦ୍ରିକ ଐତିହ୍ୟ ପରିସରର କାର୍ଯ୍ୟର ସମୀକ୍ଷା ଆଭାସୀ ମାଧ୍ୟମରେ ଏକ ଡ୍ରୋନ ସାହାଯ୍ୟରେ କରିଛନ୍ତି ।

 ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ପ୍ରକଳ୍ପର ଦ୍ରୁତ ଅଗ୍ରଗତି ନେଇ ସନ୍ତୋଷବ୍ୟକ୍ତ କରିଥିଲେ । ସେ ଲାଲକିଲ୍ଲା ପ୍ରାଚୀର ଉପରୁ ଦେଇଥିବା ଅଭିଭାଷଣର ସ୍ମୃତିଚାରଣ କରି ଯେଉଁଥିରେ ସେ ପଞ୍ଚପ୍ରାଣ କଥା କହିଥିଲେ, ତାହାକୁ ସେ ଆମ ଐତିହ୍ୟ ଗର୍ବ ଓ ତାହା ଆମ ପୂର୍ଜଜମାନେ ଦେଇଯାଇଛନ୍ତି ବୋଲି କହିଥିଲେ । ସେ କହିଥିଲେ ଯେ “ଆମ ଇତିହାସର ଅନେକ କାହାଣୀ ବିସ୍ମତି ଆଡକୁ ଚାଲିଯାଇଛି ଓ ସେଗୁଡିକୁ ସାଇତି  ଆମ ଭାବି ପିଢିକୁ ଦେବା ପାଇଁ ପ୍ରଚେଷ୍ଟା ମଧ୍ୟ ହୋଇନାହିଁ । ଇତିହାସର ଏହି ଘଟଣାବଳୀଗୁଡିକରୁ ଆମେ କେତେ ଶିଖିଛୁ? ଭାରତୀୟ ସାମୁଦ୍ରିକ ଐତହ୍ୟି ସେହିପରି ବିଷୟ ଯାହା ନେଇ ପର୍ଯ୍ୟାପ୍ତ କୁହାଯାଇନାହିଁ” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଭାରତୀୟ ବେପାର ବଣିଜ ପ୍ରାଚୀନ କାଳରେ କେତେ ପରିବ୍ୟାପ୍ତ ଥିଲା ଓ ବିଶ୍ୱର ପ୍ରତ୍ୟେକ ସଭ୍ୟତା ସହ ଏହା କିପରି ସମ୍ପର୍କ ରହିଛି ତାହା ଉପରେ ଆଲୋକପାତ କରିଥିଲେ । ତଥାପି ହଜାର ବର୍ଷର ଦାସତ୍ୱ ଏହି ପରମ୍ପରାକୁ କେବଳ ଭାଙ୍ଗି ନ ଥିଲା । ଆମେ ମଧ୍ୟ ଆମର ଐତିହ୍ୟ ସାମର୍ଥ୍ୟ ପ୍ରତି ଉଦାସୀନ ହୋଇପଡିଲୁ ।

ହଜାର ହଜାର ବର୍ଷ ଧରି ଆମର ସମୃଦ୍ଧ ଓ ବିବିଧ ସାମୁଦ୍ରିକ ଐତିହ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସାମୁଦ୍ରିକ ସମ୍ପଦର ଶକ୍ତିକୁ ଭଲଭାବେ ଚିହ୍ନି ତାହାକୁ ଅଭୂତପୂର୍ବ ଶିଖରରେ ପହଞ୍ଚାଇଥିବା ଦକ୍ଷିଣ ଭାରତର ଚୋଳ ସାମ୍ରାଜ୍ୟ, ଚେର ଓ ପାଣ୍ଡ୍ୟ ବଂଶ ଅବତାରଣା କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏହା ଦେଶର ନୌଶକ୍ତିକୁ ମଜବୁତ କରିବା ସହ ଭାରତରୁ ବାଣିଜ୍ୟ ବିଶ୍ୱର ଅନ୍ୟ ଭାଗକୁ ସମ୍ପ୍ରସାରିତ କରିଥିଲା । ଛତ୍ରପତି ଶିବାଜୀ ମଧ୍ୟ ଏକ ଶକ୍ତିଶାଳୀ  ନୌସେନା ଗଠନ କରି ବିଦେଶୀ ଆକ୍ରମଣକାରୀଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଥିଲେ । “ଭାରତର ଇତିହାସରେ ଏ ସମସ୍ତ ଗୌରବମୟ ଅଧ୍ୟାୟା ଆଜି ଅଣଦେଖା ହୋଇଛି” ବୋଲି  ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଅତୀତର ସ୍ମୃତିଚାରଣ କରି କହିଥିଲେ ଯେ କଚ୍ଛ ମଧ୍ୟ ଦିନେ ବିଶାଳକାୟ ଜାହାଜ ନିର୍ମାଣର କେନ୍ଦ୍ର ଥିଲା ଓ ସରକାର ଏହି ଐତିହାସିକ ଗୁରୁତ୍ୱ ବହନକାରୀ ସ୍ଥାନର ଟେକ ରଖିବାକୁ ଅଙ୍ଗୀକାରବଦ୍ଧ । ଭାରତରେ ତିଆରି ହେଉଥିବା ବୃହତ ଜାହାଜଗୁଡିକୁ ବିଶ୍ୱର ବିଭିନ୍ନ ସ୍ଥାନରେ ବିକ୍ରୟ କରାଯାଉଥିଲା । ଐତିହ୍ୟ ପ୍ରତି ଏତାଦୃଶ୍ୟ ଉଦାସୀନତା ଦେଶକୁ ଘୋର କ୍ଷତି ପହଂଚାଇଛି । ଏ ପରିସ୍ଥିତି ବଦଳିବା ଆବଶ୍ୟକ ।

ପ୍ରତ୍ନତାତ୍ତିକ ପୁନରୁଦ୍ଧାର ଯୋଗୁଁ ଐତିହାସିକ ଗୁରୁତ୍ୱବହନକାରୀ ଅନେକ ସ୍ଥାନ ଆବିଷ୍କୃତ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଆମେ ସ୍ଥିର କଲୁ ଭାରତୀୟ ଅସ୍ମିତାର ଏହି କେନ୍ଦ୍ର ଦୋଳବୀର ଓ ଲୋଥାଲକୁ ସେମାନଙ୍କ ପୂର୍ବ ସ୍ଥିତିକୁ ଫେରାଇ ଆଣିବୁ । ଆଜି ଆମେ ଏହି ଅଭିଯାନ ଖୁବ୍ ପ୍ରଗତି କରିଥିବା ଲକ୍ଷ୍ୟ କରୁଛୁ ବୋଲି ସେ କହିଥିଲେ । ଲେଥାଲ ଭାରତୀୟ ସାମୁଦ୍ରିକ ସାମର୍ଥ୍ୟର ଏକ ସମୃଦ୍ଧିଶାଳୀ କେନ୍ଦ୍ର ଥିଲା । ନିକଟରେ ବଡନଗରଠାରୁ ହୋଇଥିବା ଖନନ କାଳରେ ସିଙ୍କୋଡାର ମାତାଙ୍କ ମନ୍ଦିର ଠାବ ହୋଇଛି । ସେହିପରି ଏହି ସ୍ଥାନରେ ପ୍ରାଚୀନ କାଳରେ ସାମୁଦ୍ରିକ ବାଣିଜ୍ୟର ତଥ୍ୟ ମଧ୍ୟ ହସ୍ତଗତ ହୋଇଛି । ସେହିପରି ସୁରେନ୍ଦ୍ର ନଗରର ଝିଞ୍ଜୁୱାଡାରେ ମଧ୍ୟ ଏକ ବତୀଘର ଥିବାର ପ୍ରମାଣ ମିଳିଛି ।

ଲୋଥାଲର ଖନନରୁ ସହରାଞ୍ଚଳ ଯୋଜନା, ବନ୍ଦର ଓ ବଜାର ସମ୍ପର୍କରେ ଆଜି ମଧ୍ୟ ଅନେକ ଜ୍ଞାତବ୍ୟ ତଥ୍ୟ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଲୋଥାଲ ସିନ୍ଧୁ  ସଭ୍ୟତାର କେବଳ ଏକ ବାଣିଜ୍ୟକେନ୍ଦ୍ର ନ ଥିଲା, ଏହା ଭାରତୀୟ ସାମୁଦ୍ରିକ ଶକ୍ତି ଓ ସମୃଦ୍ଧିର ପ୍ରତୀକ ମଧ୍ୟ ଥିଲା ବୋଲି ସେ କହିଥିଲେ । ଉଭୟ ଲକ୍ଷ୍ମୀ ଓ ସରସ୍ୱତୀଙ୍କ କୃପା ସେ ଅଞ୍ଚଳ ଉପରେ ପଡିଥିଲା ଓ ସମୟ ଥିଲା, ଯେତେବେଳେ ୮୪ଟି ଦେଶର ପତାକା ଲୋଥାଲ ବନ୍ଦରରେ ଉଡୁଥିଲା ଓ ବଲ୍ଲଭୀରେ ୮୦ଟି ଦେଶର ଛାତ୍ରଛାତ୍ରୀ ପାଠପଢୁଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲୋଥାଲର ଜାତୀୟ ସାମୁଦ୍ରିକ ଐତିହ୍ୟ ପରିସର ଭାରତୀୟ ବିବିଧ ସାମୁଦ୍ରିକ ଏବଂ ଐତିହ୍ୟର କେନ୍ଦ୍ରଭାବେ କାର୍ଯ୍ୟ କରିବ । ଲୋଥାଲର ଐତିହ୍ୟସ୍ଥଳୀ ଏପରି ବିକଶିତ ହେଉଛି ଯାହାର ଇତିହାସ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ବୁଝିପାରିବେ । ଆଧୁନିକ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି ସେ ସମୟକୁ ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଇଛି । ଲୋଥାଲର ଗୌରବମୟ ଐତିହ୍ୟ ଫେରାଇ ଆଣିବା ମଧ୍ୟରେ ଉଦ୍ୟମ କେବଳ ସୀମାବଦ୍ଧ ନୁହେଁ, ଗୁଜରାଟର ଉପକୂଳବର୍ତ୍ତୀ ଇଲାକାରେ ଅନେକ ଆଧୁନିକ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟ ବିକଶିତ ହେବାରେ ଲାଗିଛି । ସେ ପ୍ରତିଷ୍ଠା ହେବାକୁ ଯାଉଥିବା ସେମି କଣ୍ଡକ୍ଟର ପ୍ଲାଣ୍ଟ ଉପରେ ମଧ୍ୟ କହିଥିଲେ ।

“ଆମ ସରକାର ଏହି ଅଞ୍ଚଳକୁ ଯେପରି ବିକଶିତ କରିବାକୁ କାର୍ଯ୍ୟ କରୁଛନ୍ତି, ଯାହା ହଜାର ହଜାର ବର୍ଷ ପୂର୍ବରୁ ଥିଲା, ଲୋଥାଲ ଏହା ଐତିହାସିକ ପୃଷ୍ଠଭୂମି ଲାଗି ଆମକୁ ସେପରି ଗର୍ବିତ କରେ । ସେହିପରି ଏହା ଭବିଷ୍ୟତ ପିଢିର ଭବିଷ୍ୟତ ମଧ୍ୟ ଗଠନ କରିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

କେବଳ ସଂଗ୍ରହାଳୟରେ ସାମଗ୍ରୀ ବା ଦସ୍ତାବିଜ ରଖି ଆମେ ଯେତେବେଳେ ଆମର ଐତିହ୍ୟକୁ ନେଇ ଗର୍ବ କରୁ, ଆମେ ଏଥି ସହ ସଂଶ୍ଳିଷ୍ଟ ଭାବନାକୁ ମଧ୍ୟ ସାଇତି ରଖୁ । ଭାରତର ଆଦିବାସୀ ଐତିହ୍ୟ ଉପରେ ଆଲୋକପାତ କରି ଶ୍ରୀମୋଦୀ ଦେଶର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ। ପ୍ରଧାନମନ୍ତ୍ରୀ ଯୁଦ୍ଧ ବୀରମାନଙ୍କ ତ୍ୟାଗର ଅବତାରଣା କରି ଜାତୀୟ ଯୁଦ୍ଧ ସ୍ମାରକୀ ଓ ଜାତୀୟ ପୁଲିସ ସ୍ମାରକୀର ଉଦାହରଣ ଦେଇ ଦେଶର ସାହାସୀ ପୁଅଝିଅମାନେ ଦେଶକୁ ରକ୍ଷା କରିବା ପାଇଁ କିପରି ଜୀବନକୁ ବଳି ଦେଇଥିଲେ ତାହା ବର୍ଣ୍ଣନା କରିଥିଲେ । ଦେଶର ଗଣତାନ୍ତ୍ରିକ ଶକ୍ତି ଉପରେ କହି ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟରେ ଆମ ଦେଶର ୭୫ବର୍ଷର ଜୟଯାତ୍ରାର ଝଲକ ଥିବା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ କେଭାଡିଆ, ଏକତାନଗର ଏକତାର ପ୍ରତି ମୂର୍ତ୍ତି ଆମକୁ ଭାରତର ଐକ୍ୟ ଓ ସଂହତି ପାଇଁ ହୋଇଥିବା ଉଦ୍ୟମ ବଖାଣିଥାଏ ବୋଲି କହିଥିଲେ । “ଗତ ଆଠବର୍ଷ ମଧ୍ୟରେ ଦେଶରେ ବିକଶିତ ଐତିହ୍ୟ ଆମକୁ ଭାରତୀୟ ଇଚ୍ଛାପତ୍ରର ବିଶାଳତାକୁ ସୂଚାଇ ଥାଏ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଦେଶରେ ସାମୁଦ୍ରିକ ଐତିହ୍ୟ ନେଇ ପ୍ରଶ୍ନ ଉଠିଲେ ଲୋଥାଲ ଜାତୀୟ ସାମୁଦ୍ରିକ ସଂଗ୍ରହାଳୟ ପ୍ରତ୍ୟେକ ଭାରତୀୟର ଗର୍ବର ପ୍ରତୀକ ବୋଲି  କହି “ମୁଁ ନିଶ୍ଚିତ ଯେ ଲୋଥାଲ ନିଶ୍ଚିତଭାବେ ନିଜର ପୂର୍ବ ଗୌରବ ପୃଥିବୀକୁ ଫେରାଇ ଆଣିବ ବୋଲି କହିଥିଲେ ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ଏଥିରେ ଉପସ୍ଥିତ ଥିବାବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ଓ ସର୍ବାନନ୍ଦ ସୋନୱାଲ ଆଭାସୀ ମାଧ୍ୟମରେ ଏଥିରେ ଯୋଗଦେଇଥିଲେ ।

ପୃଷ୍ଟଭୂମି: ଲୋଥାଲ ହରପ୍ପା ସଭ୍ୟତାରଏକ ପ୍ରମୁଖ ନଗରୀ ଥିବାବେଳେ ଏଠାରେ ମଣିଷ ଦ୍ୱାରା ନିର୍ମିତ ବନ୍ଦର ଥିଲା ବୋଲି ଖନନରୁ ଜଣାପଡେ । ନଗରୀର ଐତିହାସିକ ସ୍ଥିତି ଓ ଐତିହ୍ୟ ଦୃଷ୍ଟିରୁ ସେଠାରେ ସାମୁଦ୍ରିକ ଐତିହ୍ୟ ପରିସର ନିର୍ମିତ ହେବା ଯଥାର୍ଥ ।

ଲୋଥାଲର ଜାତୀୟ ସାମୁଦ୍ରିକ ଐତିହ୍ୟ ପରିସର (ଏନଏମ୍‌ଏଚସି) ଏପରି ଏକ ପ୍ରକଳ୍ପ ଯାହା କେବଳ ଭାରତର ସମୃଦ୍ଧ ଓ ବିବିଧ ସାମୁଦ୍ରିକ ଐତିହ୍ୟକୁ କେବଳ ପ୍ରଦର୍ଶିତ କରେ ନାହିଁ, ବରଂ ଲୋଥାଲକୁ ଏକ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିଛି । ଏହି ପ୍ରକଳ୍ପ ଦ୍ୱାରା ପର୍ଯ୍ୟଟନ ସାମର୍ଥ୍ୟ ବୃଦ୍ଧି ପାଇଲେ ଏହି ଅଞ୍ଚଳର ଆର୍ôଥକ ବିକାଶ ମଧ୍ୟ ହୋଇପାରିବ ।

ମାର୍ଚ୍ଚ ୨୦୨୨ରେ ଆରମ୍ଭ ହୋଇଥିବା ପରିସର କାର୍ଯ୍ୟ ୩୫୦୦ କୋଟିଟଙ୍କା ଖର୍ଚ୍ଚରେ ବିକଶିତ ହେଉଛି । ଏଥିରେ ଅନେକ ଅନନ୍ୟ ଓ ନବୋନ୍ମେଷ କାର୍ଯ୍ୟ କରାଯାଉଛି । ଏଠାରେ ସ୍ମାରକ କଥାବସ୍ତୁ ଉଦ୍ୟାନ, ନୌସେନା କଥାବସ୍ତୁ ଉଦ୍ୟାନ, ଜଳବାୟୁ କଥାବସ୍ତୁ ଉଦ୍ୟାନ ଓ ସାହସିକତା ଓ କୌତୁକ କଥାବସ୍ତୁ ଭଳି ଚାରିଟି ଉଦ୍ୟାନ ବିକଶିତ ହେଉଛି । ବିଶ୍ୱର ସବୁଠାରୁ ଦୀର୍ଘ ବତୀଘର ସଂଗ୍ରହାଳୟ, ଭାରତୀୟ ସାମୁଦ୍ରିକ ଐତହ୍ୟି ଉପରେ ପର୍ଯ୍ୟବେସିତ ୧୪ଟି ଗ୍ୟାଲେରୀରେ ହରପ୍ପା ସଭ୍ୟତାଠାରୁ ଆରମ୍ଭ କରି ବର୍ତ୍ତମାନର ସାମୁଦ୍ରିକ ଐତିହ୍ୟ ଗତ ବିଷୟବସ୍ତୁ ମଧ୍ୟ ରହିଛି । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Media Coverage

"Overwhelmed By The Warmth": PM Modi Receives Grand Welcome In Uzbekistan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi