ପଶ୍ଚିମ ଏସିଆର ସ୍ଥିତି ଉପରେ ଦୁଇ ନେତାଙ୍କ ମତ ବିନିମୟ
ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନହାନି ଉପରେ ଚିନ୍ତା ବ୍ୟକ୍ତ କଲେ
ସୁରକ୍ଷା ଓ ମାନବୀୟ ପରିସ୍ଥିତିର ତୁରନ୍ତ ସମାଧାନ ପାଇଁ ଦୁଇ ନେତାଙ୍କ ଆହ୍ୱାନ
ରଣନୀତିକ ସହଭାଗିତାକୁ ଆହୁରି ମଜଭୁତ କରିବାର ଉପାୟ ଦିଗରେ ଉଭୟ ନେତା ଆଲୋଚନା କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନହୟାନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ।

 

ପଶ୍ଚିମ ଏସିଆର ସ୍ଥିତି ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି ।

 

ଆତଙ୍କବାଦ, ସୁରକ୍ଷା ବ୍ୟବସ୍ଥା ବିଗିଡ଼ିବା, ସାଧାରଣ ନାଗରିକଙ୍କ ଜୀବନ ହାନି ହେବା ନେଇ ଉଭୟେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

 

ସୁରକ୍ଷା ଏବଂ ମାନବୀୟ ସମସ୍ୟାର ତୁରନ୍ତ ସମାଧାନ ଲାଗି ଦୁଇ ନେତା ଆହ୍ୱାନ ଦେଇଛନ୍ତି । ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା ଉପରେ ଉଭୟେ ଗୁରୁତ୍ୱାରୋପ କରିଥିଲେ ।

 

ଭାରତ-ୟୁଏଇ ମଧ୍ୟରେ ବ୍ୟାପକ ରଣନୀତିକ ଭାଗିଦାରୀ ଭିତରେ ଆସୁଥିବା ବିଭନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ମଜଭୁତ କରିବା ଉଦ୍ୟମ ଜାରି ରଖିବା ଲାଗି ଦୁଇ ନେତା ନିଜ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 01, 2026
August 01, 2026

Aatmanirbhar Bharat Delivers: Indigenous Power, Farmer Prosperity & Blue Economy