ଉଭୟ ନେତା ପଶ୍ଚିମ ଏସିଆର କଠିନ ପରିସ୍ଥିତି ଏବଂ ଇସ୍ରାଏଲ-ହମାସ ସଂଘର୍ଷ ଉପରେ ମତ ବିନିମୟ କରିଛନ୍ତି
ଉତ୍ତେଜନା ହ୍ରାସ, ନିରନ୍ତର ମାନବିକ ସହାୟତା, ଶାନ୍ତି ଓ ନିରାପତ୍ତାର ଶୀଘ୍ର ପୁନରୁଦ୍ଧାର ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି
ଚାବାହାର ବନ୍ଦର ସମେତ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତିକୁ ନେତାମାନେ ସ୍ୱାଗତ କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ଲାମିକ ରିପବ୍ଲିକ୍ ଅଫ୍ ଇରାନ୍ ର ରାଷ୍ଟ୍ରପତି ମହାମହିମ ଡକ୍ଟର ସୟଦ ଇବ୍ରାହିମ ରାଇସିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି ।

 

ଉଭୟ ନେତା ପଶ୍ଚିମ ଏସିଆ ଅଞ୍ଚଳର କଠିନ ପରିସ୍ଥିତି ଏବଂ ଇସ୍ରାଏଲ-ହାମାସ ସଂଘର୍ଷ ଉପରେ ମତ ବିନିମୟ କରିଥିଲେ।

 

ଆତଙ୍କବାଦୀ ଘଟଣା, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନିକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଉଦବେଗ ପ୍ରକାଶ କରିଥିଲେ । ସେ ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ନିରନ୍ତର ଆଭିମୁଖ୍ୟକୁ ଦୋହରାଇଥିଲେ।

 

ରାଷ୍ଟ୍ରପତି ରାଇସି ପରିସ୍ଥିତିର ସମୀକ୍ଷା କରିଥିଲେ।

 

ଉତ୍ତେଜନାକୁ ରୋକିବା, ନିରନ୍ତର ମାନବିକ ସହାୟତା ସୁନିଶ୍ଚିତ କରିବା ଏବଂ ଶାନ୍ତି ଓ ସ୍ଥିରତାର ଶୀଘ୍ର ପୁନରୁଦ୍ଧାର ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ ।  

 

ବହୁମୁଖୀ ଦ୍ୱିପାକ୍ଷିକ ସହଯୋଗରେ ଅଗ୍ରଗତିର ସମୀକ୍ଷା ଓ ସକାରାତ୍ମକ ଆକଳନ ମଧ୍ୟ ନେତାମାନେ କରିଥିଲେ। ଆଞ୍ଚଳିକ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ଇରାନର ଚାବାହାର ବନ୍ଦରଉପରେ ଦିଆଯାଇଥିବା ଗୁରୁତ୍ୱ ଏବଂ ପ୍ରାଥମିକତାକୁ ସେମାନେ ସ୍ୱାଗତ କରିଥିଲେ ।

 

ଆଞ୍ଚଳିକ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା ପାଇଁ ମିଳିତ ଆଗ୍ରହକୁ ଦୃଷ୍ଟିରେ ରଖି ଉଭୟ ପକ୍ଷ ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s power sector set for strong FY27 growth on rising demand, capacity additions: Report

Media Coverage

India’s power sector set for strong FY27 growth on rising demand, capacity additions: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 20, 2026
July 20, 2026

Yuva to Global Stage: How PM Modi’s Policies Are Turning India’s Youth, Farms & Factories into Growth Engines