ରାଷ୍ଟ୍ରପତି ପୁଟିନ ଆଲାସ୍କାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ତାଙ୍କର ସାକ୍ଷାତ ସମ୍ପର୍କରେ ନିଜର ଆକଳନ ବ୍ୟକ୍ତ କଲେ
ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତର ଦୃଢ଼ ଆଭିମୁଖ୍ୟକୁ ରେଖାଙ୍କିତ କରିବା ସହିତ ଏ ଦିଗରେ ସବୁ ପ୍ରୟାସ ଲାଗି ଭାରତର ସମର୍ଥନକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ
ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗ ଉପରେ କଲେ ଆଲୋଚନା
ଉଭୟ ନେତା ପରସ୍ପର ସହ ନିବିଡ଼ ସମ୍ପର୍କ ବଜାୟ ରଖିବାକୁ ହେଲେ ସହମତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଠାରୁ ଟେଲିଫୋନ୍‌ କଲ୍‌ ପାଇ ତାଙ୍କ ସହିତ କଥା ହୋଇଛନ୍ତି ।

ରାଷ୍ଟ୍ରପତି ପୁଟିନ୍‌ ଗତ ସପ୍ତାହରେ ଆଲାସ୍କାଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ତାଙ୍କର ସାକ୍ଷାତ ସମ୍ପର୍କରେ ନିଜର ଆକଳନ ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇବା ସହିତ କୂଟନୀତି ଏବଂ ଆଲୋଚନା ଜରିଆରେ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ସ୍ଥିର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏ ଦିଗରେ ସବୁପ୍ରକାର ପ୍ରୟାସକୁ ଭାରତ ସମର୍ଥନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।

ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଦ୍ୱିପାକ୍ଷିକ ସହଯୋଗ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଦୁଇ ନେତା ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଦୁଇ ନେତା ପରସ୍ପର ସହ ନିବିଡ଼ ସମ୍ପର୍କ ବଜାୟ ରଖିବାକୁ ସହମତ ହୋଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026