ଭାରତ ଏବଂ ଦକ୍ଷିଣ ଆଫ୍ରିକା କୂଟନୈତିକ ସମ୍ପର୍କର ୩୦ ତମ ବାର୍ଷିକୀ ପାଳନ କରୁଥିବା ବେଳେ ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ଉପରେ ଧ୍ୟାନ ଦେଇଛନ୍ତି
ବ୍ରିକ୍ସ ସମ୍ମିଳନୀ ପାଇଁ ଚାଲିଥିବା ପ୍ରସ୍ତୁତି ସମ୍ପର୍କରେ ରାଷ୍ଟ୍ରପତି ରାମାଫୋସା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି
ବ୍ରିକ୍ସ ସମ୍ମିଳନୀରେ ଭାଗ ନେବାକୁ ଜୋହାନ୍ସବର୍ଗ ଗସ୍ତକୁ ଅପେକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ରାମାଫୋସା ଭାରତର ଜି -୨୦ ଅଧ୍ୟକ୍ଷତାକୁ ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକାର ମାନ୍ୟବର ରାଷ୍ଟ୍ରପତି ଶ୍ରୀ ମାଟେମେଲା ସାଇରିଲ ରାମାଫୋସାଙ୍କ ସହ ଟେଲିଫୋନେ ଯୋଗେ କଥା ହୋଇଛନ୍ତି ।

ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗ ଅଗ୍ରଗତିର ସକାରାତ୍ମକ ମୂଲ୍ୟାଙ୍କନ କରିଛନ୍ତି, ଯେଉଁଥିରେ ୨୦୨୩ ମସିହାରେ ପାଳନ କରାଯାଉଥିବା ଦ୍ୱିପାକ୍ଷିକ କୂଟନୈତିକ ସମ୍ପର୍କର ତିରିଶ ବର୍ଷ ପୂର୍ତ୍ତି ପ୍ରସଙ୍ଗ ବି ରହିଛି ।

ଅଗଷ୍ଟ ୨୨-୨୪, ୨୦୨୩ ରେ ଦକ୍ଷିଣ ଆଫ୍ରିକା ଦ୍ୱାରା ଆୟୋଜିତ ବ୍ରିକ୍ସ ସମ୍ମିଳନୀ ପାଇଁ ରାଷ୍ଟ୍ରପତି ରାମାଫୋସା ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିଲେ ଏବଂ ଏହାର ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ଏବଂ ସମ୍ମିଳନୀରେ ଭାଗ ନେବାକୁ ସେ ଜୋହାନ୍ସବର୍ଗ ଗସ୍ତକୁ ଅପେକ୍ଷା କରିଥିବା କହିଛନ୍ତି ।

ସେମାନେ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଅନେକ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି ।

ଚାଲିଥିବା ଜି -୨୦ ର ଅଧ୍ୟକ୍ଷ ଭାବରେ ଭାରତର ପଦକ୍ଷେପକୁ ରାଷ୍ଟ୍ରପତି ରାମାଫୋସା ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଏବଂ ଜି -୨୦ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଭାରତ ଗସ୍ତକୁ ଅପେକ୍ଷା କରିଥିବା କହିଛନ୍ତି ।

ଉଭୟ ନେତା ସମ୍ପର୍କରେ ରହିବାକୁ ରାଜି ହୋଇଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi