ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓମାନର ସୁଲତାନ ହାଇଥାମ ବିନ୍ ତାରିକଙ୍କ ସହ କଥା ହେବା ସହ ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାବଳୀ ଉପରେ ମତ ବିନିମୟ କରିଥିଲେ ।

ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀ ଓମାନର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଂଘନକୁ ନିନ୍ଦା କରିଥିଲେ । ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ ପାଇଁ ନିରନ୍ତର କୂଟନୈତିକ ସମ୍ପର୍କ ଜରୁରୀ ବୋଲି ଦୁଇ ନେତା ସହମତ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ଓମାନ ଦ୍ୱାରା ଭାରତୀୟ ସମ୍ପ୍ରଦାୟକୁ ଦିଆଯାଉଥିବା ନିରନ୍ତର ସମର୍ଥନକୁ ଗଭୀର ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“ଓମାନର ସୁଲତାନ ହାଇଥାମ ବିନ୍ ତାରିକଙ୍କ ସହ କଥା ହେଲି ଏବଂ ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାବଳୀ ଉପରେ ମତ ବିନିମୟ କଲି । ଓମାନର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଂଘନର ନିନ୍ଦା କଲି । ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ ପାଇଁ ନିରନ୍ତର କୂଟନୈତିକ ସମ୍ପର୍କ ଜରୁରୀ ବୋଲି ଆମେ ସହମତ ହୋଇଥିଲୁ । ଭାରତୀୟ ସମ୍ପ୍ରଦାୟକୁ ଓମାନ ଦ୍ୱାରା ନିରନ୍ତର ଦିଆଯାଉଥିବା ସହଯୋଗ ତଥା ସମର୍ଥନକୁ ଗଭୀର ପ୍ରଶଂସା କରିଥିଲି ।

 

@SultanHaithamb1”

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s GDP growth likely to stay strong at 7-7.2% in FY27 despite global risks: Report

Media Coverage

India’s GDP growth likely to stay strong at 7-7.2% in FY27 despite global risks: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour