ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପିଏମ ଆବାସ ଯୋଜନା ଅନ୍ତର୍ଗତ ଘର ପାଇଥିବାରୁ ଖୁସି ବ୍ୟକ୍ତ କରି ଏନ. ସୁବ୍ବୁଲକ୍ଷ୍ମୀ ଲେଖିଥିବା ଏକ ହୃଦୟସ୍ପର୍ଶୀ ଚିଠି ଶେୟାର କରିଛନ୍ତି । ଶ୍ରୀ ମୋଦୀ ସୂଚନା ଦେଇଛନ୍ତି, ସେ ପ୍ରସାର ଭାରତୀର ପୂର୍ବତନ ବୋର୍ଡ ସଦସ୍ୟ ସି.ଆର କେଶବନଙ୍କୁ ତାଙ୍କ ନୂଆଦିଲ୍ଲୀ ବାସଭବନରେ ଭେଟିଥିଲେ । ଶ୍ରୀ କେଶବନ ପ୍ରଧାନମନ୍ତ୍ରୀଙ୍କୁ ଏନ. ସୁବ୍ବୁଲକ୍ଷ୍ମୀଙ୍କ ଚିଠି ଦେଇଥିଲେ । ମଦୁରାଇର ଏନ. ସୁବ୍ବୁଲକ୍ଷ୍ମୀ ସି.ଆର. କେଶବନଙ୍କ ଘରେ ରୋଷେୟା ଭାବେ କାମ କରୁଥିଲେ । ସେ ନିଜ ଘରର ଫଟୋ ଶେୟାର କରିବା ସହ ନିଜ କୃତଜ୍ଞତା ଜଣାଇଛନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଛନ୍ତି ।  

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆଜି @crkesavanଙ୍କୁ ଭେଟିଲି । ସେ ତାଙ୍କ ଘରେ ରୋଷେୟା କାମ କରୁଥିବା ଏନ. ସୁବ୍ବୁଲକ୍ଷ୍ମୀ ଜୀଙ୍କ ଏକ ହୃଦୟସ୍ପର୍ଶୀ ଚିଠି ପ୍ରଦାନ କଲେ । ମଦୁରାଇର ଏନ. ସୁବ୍ବୁଲକ୍ଷ୍ମୀ ଜୀ ଆର୍ଥିକ ସମସ୍ୟା ସହ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ସେ ପିଏମ ଆବାସ ଯୋଜନା ଅନ୍ତର୍ଗତ ଘର ପାଇଁ ସଫଳତାର ସହ ଆବେଦନ କରିଥିଲେ ।”

“କିପରି ତାଙ୍କର ଏହି ପ୍ରଥମ ଘର ତାଙ୍କ ଜୀବନରେ ସମ୍ମାନ ସହ ମର୍ଯ୍ୟାଦା ବୃଦ୍ଧି କରିଛି ତାହା ଏନ. ସୁବ୍ବୁଲକ୍ଷ୍ମୀ ଜୀ ନିଜ ଚିଠିରେ ଜଣାଇଛନ୍ତି । ସେ ନିଜ ଘରର ଫଟୋ ଶେୟାର କରିଛନ୍ତି ଓ ନିଜ କୃତଜ୍ଞତା ଏବଂ ଆଶୀର୍ବାଦ ଜଣାଇଛନ୍ତି । ଏହି ଆଶୀର୍ବାଦ ଅପାର ଶକ୍ତିର ସ୍ରୋତ ।”   

“ଏନ. ସୁବ୍ବୁଲକ୍ଷ୍ମୀ ଜୀଙ୍କ ଭଳି ଏଭଳି ଅଗଣିତ ଲୋକଙ୍କ ଜୀବନ ପିଏମ ଆବାସ ଯୋଜନା ଯୋଗୁଁ ବଦଳି ଯାଇଛି । ଘର ସେମାନଙ୍କ ଜୀବନରେ ଗୁଣାତ୍ମକ ପାର୍ଥକ୍ୟ ଆଣିଛି । ମହିଳା ସଶକ୍ତିକରଣକୁ ଆଗେଇ ନେବାରେ ମଧ୍ୟ ଏହି ଯୋଜନା ଆଗରେ ରହିଛି ।”  

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi