ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଗତ ୮ ବର୍ଷ ମଧ୍ୟରେ ଦେଶ ଶାସନରେ ହୋଇଥିବା ବିଭିନ୍ନ ଉପକ୍ରମ ଓ ସଂସ୍କାର ସମ୍ପର୍କରେ ନିଜ ଓ୍ୱେବସାଇଟ (narendramodi.in) ଓ ମାଇଁଗଭରୁ ବିଭିନ୍ନ ନିବନ୍ଧ ଏବଂ ଟ୍ୱିଟ ଶୃଙ୍ଖଳ ଶେୟାର କରିଛନ୍ତି । ଏସବୁ ନିବନ୍ଧ ଓ ଟ୍ୱିଟ ଶୃଙ୍ଖଳ ଆତ୍ମନିର୍ଭର ଭାରତର ବିଭିନ୍ନ ଦିଗ, ଶାସନର ଜନକୈନ୍ଦ୍ରିକ ଓ ମାନବୀୟ ଦୃଷ୍ଟିକୋଣ, ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ଓ ଦରିଦ୍ର ହିତୈଶୀ ଶାସନକୁ ପ୍ରୋତ୍ସାହନ ଦେବା ଉଦ୍ୟମ ସହ ସମ୍ବନ୍ଧିତ । 

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଶୃଙ୍ଖଳରେ କହିଛନ୍ତି;

“୧୩୦ କୋଟି ଭାରତୀୟ ଭାରତକୁ ଆତ୍ମନିର୍ଭର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆତ୍ମନିର୍ଭରତା ସମ୍ପର୍କରେ ଆମର ପ୍ରୟାସ ବୈଶିକ ସମୃଦ୍ଧିରେ ଯୋଗଦାନ ଲକ୍ଷ୍ୟରେ ପ୍ରେରିତ । #8YearsOfSushasan” 

“ଆମ ସରକାର ପ୍ରତ୍ୟେକ ଭାରତୀୟଙ୍କ ଯତ୍ନ ନେବା ସହ ସେମାନଙ୍କ ପାଇଁ ଚିନ୍ତିତ ଥାଏ । ଆମେ ଜନକୈନ୍ଦ୍ରିକ ଓ ମାନବୀୟ ଦୃଷ୍ଟିକୋଣ ଦ୍ୱାରା ପ୍ରେରିତ । #8YearsOfSushasan”   

“ନମୋ ଆପରେ ଥିବା ଏହି ନିବନ୍ଧରେ ସ୍ୱଦେଶୀକରଣକୁ ଗୁରୁତ୍ୱ ଦେବା, ପ୍ରତିରକ୍ଷା କରିଡର ନିର୍ମାଣ, ପ୍ରତିରକ୍ଷା ରପ୍ତାନୀ ବୃଦ୍ଧି ଦେବା ସହ ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ଅନେକଗୁଡିଏ ସଂସ୍କାର ସମ୍ପର୍କରେ ବର୍ଣ୍ଣିତ ହୋଇଛି । #8YearsOfSushasan”  

“ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ମନ୍ତ୍ର ଦ୍ୱାରା ପ୍ରେରିତ ହୋଇ ଆମ ସରକାର ଜନ-ସମର୍ଥକ ଶାସନକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପ୍ରୟାସ କରିଛି, ଯାହା ଗରିବ, ଯୁବ ପିଢି, କୃଷକ, ମହିଳା ଓ ବଞ୍ଚିତ ସମୁଦାୟଙ୍କ ସହାୟତା କରୁଛି ।#8YearsOfSushasan”      

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains among best-performing major economies: S&P Global

Media Coverage

India remains among best-performing major economies: S&P Global
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 19, 2026
April 19, 2026

Building a Stronger Bharat: Infrastructure Revolution, Economic Resilience & Inclusive Welfare Under PM Modi