ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଦ୍ୱାରା ଦିଆଯାଇଥିବା ଉଲ୍ଲେଖନୀୟ ଭାଷଣକୁ ସେୟାର କରି କହିଛନ୍ତି ଯେ ଏହା ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଐତିହାସିକ ସନ୍ଦର୍ଭ ଏବଂ ଗତ ଦଶନ୍ଧି ମଧ୍ୟରେ ସରକାରଙ୍କ ପ୍ରୟାସର ବିସ୍ତୃତ ବିବରଣୀରେ ପରିପୂର୍ଣ୍ଣ ଥିଲା। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଦଶନ୍ଧି ଧରି ମାଓବାଦୀ ବିଚାରଧାରା ଅନେକ ଅଞ୍ଚଳର ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା, ଯେଉଁଥିରେ ବାମପନ୍ଥୀ ଉଗ୍ରବାଦ ଅସଂଖ୍ୟ ଯୁବପିଢ଼ିଙ୍କ ଭବିଷ୍ୟତ ଗୁରୁତର ପ୍ରଭାବିତ କରିଥିଲା ।

ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ବିଗତ ଦଶ ବର୍ଷ ଧରି ସରକାର ଏହି ବିପଦକୁ ମୂଳପୋଛ କରିବା ଦିଗରେ କାର୍ଯ୍ୟ କରିଛନ୍ତି, ଏବଂ ଏହା ସହିତ ବିକାଶର ଲାଭ ଯେପରି ନକ୍ସଲବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚିପାରିବ ତାହା ମଧ୍ୟ ସୁନିଶ୍ଚିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ସରକାର ସୁଶାସନକୁ ସୁଦୃଢ଼ କରିବା ଏବଂ ସମସ୍ତଙ୍କ ପାଇଁ ଶାନ୍ତି ଓ ସମୃଦ୍ଧି ସୁନିଶ୍ଚିତ କରିବା ଉପରେ ଧ୍ୟାନ ଜାରି ରଖିବେ।

ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

"ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଐତିହାସିକ ସନ୍ଦର୍ଭ ଏବଂ ଗତ ଦଶନ୍ଧିରେ ଆମ ସରକାରଙ୍କ ପ୍ରୟାସରେ ପରିପୂର୍ଣ୍ଣ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ଜୀଙ୍କ ଏହା ଏକ ଉଲ୍ଲେଖନୀୟ ଭାଷଣ।

ଦଶନ୍ଧି ଧରି, ପ୍ରତିଗାମୀ ମାଓବାଦୀ ବିଚାରଧାରା ଅନେକ ଅଞ୍ଚଳର ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା। ବାମପନ୍ଥୀ ଉଗ୍ରବାଦ ଅସଂଖ୍ୟ ଯୁବକମାନଙ୍କ ଭବିଷ୍ୟତକୁ ନଷ୍ଟ କରିଦେଇଛି।

ବିଗତ ଦଶନ୍ଧିରେ, ଆମ ସରକାର ଏହି ବିପଦକୁ ମୂଳପୋଛ କରିବା ଦିଗରେ କାର୍ଯ୍ୟ କରିଛନ୍ତି ଏବଂ ଏହା ସହିତ ବିକାଶର ଫଳ ନକ୍ସଲବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ପହଞ୍ଚିବା ସୁନିଶ୍ଚିତ କରିଛନ୍ତି। ଆମେ ସୁଶାସନକୁ ଆଗକୁ ବଢ଼ାଇବା ଏବଂ ସମସ୍ତଙ୍କ ପାଇଁ ଶାନ୍ତି ଓ ସମୃଦ୍ଧି ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେବୁ ।‘‘

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Not an iota of truth’: PM Modi dismisses report of restriction on foreign travels via tax

Media Coverage

‘Not an iota of truth’: PM Modi dismisses report of restriction on foreign travels via tax
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 15, 2026
May 15, 2026

Viksit Bharat Unleashed: PM Modi's Blueprint Delivers Energy Independence, Tech Boom, and Diplomatic Dominance