ମୋର ବନ୍ଧୁ ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଇମାନୁଏଲ ମାକ୍ରୋନ୍‌ଙ୍କ ନିମନ୍ତ୍ରଣ କ୍ରମେ ମୁଁ ଏକ ସରକାରୀ ଗସ୍ତରେ ଜୁଲାଇ ୧୩ ରୁ ୧୪ ଫ୍ରାନ୍ସ ଯାଉଛି ।

ଏହି ଗସ୍ତ ବିଶେଷ ସ୍ୱତନ୍ତ୍ର କାରଣ ମୁଁ ଫ୍ରାନ୍ସର ଜାତୀୟ ଦିବସ ଅଥବା ପ୍ୟାରିସରେ ଅନୁଷ୍ଠିତ ବଷ୍ଟିଲ୍ ଡେ ଉତ୍ସବରେ ଅତିଥି ଅତିଥି ଭାବରେ ଯୋଗଦେବି । ବଷ୍ଟିଲ ଡେ ପ୍ୟାରେଡର ଭାରତୀୟ ସେନାର ତିନିଟି ଦଳ ଅଂଶବିଶେଷ ଥିବାବେଳେ ଭାରତୀୟ ବାୟୁସେନାର ବିମାନ ଏହି ଅବସରରେ ଏକ ଉଡାଣ କୌଶଳ ପ୍ରଦର୍ଶନ କରିବ ।

ଏହି ବର୍ଷ ଆମର ରଣନୀତିକ ଭାଗିଦାରୀର ୨୫ ତମ ବାର୍ଷିକୀ ପାଳନ କରାଯାଉଛି ।  ଗଭୀର ବିଶ୍ୱାସ ଏବଂ ପ୍ରତିବଦ୍ଧତାର ଅନୁରୂପ ଆମର ଦୁଇ ଦେଶ ପ୍ରତିରକ୍ଷା, ମହାକାଶ, ବେସାମରିକ, ଆଣବିକ, ଅର୍ଥନୀତି, ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଶିକ୍ଷା, ସଂସ୍କୃତି ଏବଂ ଲୋକ ସମ୍ପର୍କ କ୍ଷେତ୍ରରେ ଘନିଷ୍ଠ ଭାବରେ ସହଯୋଗ କରନ୍ତି । ଆମେ ମଧ୍ୟ ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ଏକତ୍ର କାର୍ଯ୍ୟ କରୁ ।

ମୁଁ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କୁ ଭେଟିବାକୁ ଏବଂ ଆଗାମୀ ୨୫ ବର୍ଷ ମଧ୍ୟରେ ଏହି ଦୀର୍ଘସ୍ଥାୟୀ ଏବଂ ସମୟ ପରୀକ୍ଷିତ ଭାଗିଦାରୀକୁ ଆଗକୁ ନେବା ପାଇଁ ବ୍ୟାପକ ଆଲୋଚନା କରିବାକୁ ଅପେକ୍ଷା କରିଛି । ୨୦୨୨ ମସିହାରେ ମୋର ଶେଷ ସରକାରୀ ଗସ୍ତ ପରଠାରୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଅନେକ ଥର ସାକ୍ଷାତ କରିବାର ସୁଯୋଗ ପାଇଛି । ନିକଟରେ ଜି -୭ ସମ୍ମିଳନୀ ସମୟରେ ଜାପାନର ହିରୋସିମାଠାରେ ସାକ୍ଷାତ କରିଥିଲି ।

ମୁଁ ମଧ୍ୟ ଫ୍ରାନ୍ସର ନେତୃମଣ୍ଡଳୀ, ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀମତୀ ଏଲିଜାବେଥ ବୋର୍ନ, ସିନେଟର ସଭାପତି ମାନ୍ୟବର ଶ୍ରୀ ଜେରାର୍ଡ ଲାରଚର ଏବଂ ନେସନାଲ ଆସେମ୍କିର ସଭାପତି ମାନ୍ୟବର ଶ୍ରୀମତୀ ୟେଲ ବ୍ରାଉନ୍‌-ପିଭେଟ୍‌ଙ୍କ ସହିତ ମୋର ପାରସ୍ପରିକ ଆଲୋଚନାକୁ ଅପେକ୍ଷା କରିଛି ।

ମୋର ଏହି ଗସ୍ତ ସମୟରେ, ମୁଁ ଭାରତୀୟ ସମ୍ପ୍ରଦାୟ, ଉଭୟ ଦେଶର ଅଗ୍ରଣୀ ସିଇଓ ତଥା ଫ୍ରାନ୍ସର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଭେଟିବାର ସୁଯୋଗ ପାଇବି । ମୁଁ ନିଶ୍ଚିତ ଯେ ମୋର ଗସ୍ତ ଆମର ରଣନୀତିକ ଭାଗିଦାରୀ ପାଇଁ ଏକ ନୂତନ ପ୍ରେରଣା ଯୋଗାଇବ ।

ପ୍ୟାରିସରୁ ମୁଁ ଜୁଲାଇ ୧୫ ରେ ଏକ ସରକାରୀ ଗସ୍ତ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବି ଯାତ୍ରା କରିବି । ମୁଁ ମୋର ବନ୍ଧୁ  ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମାନ୍ୟବର ଶ୍ରୀ ଶେଖ ମହମ୍ମଦ ବିନ୍‍ ଜାଏଦ ଅଲ୍‍ ନାହ୍ୟାନଙ୍କୁ ଭେଟିବାକୁ ଅପେକ୍ଷା କରିଛି ।

ଆମର ଦୁଇ ଦେଶ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଶକ୍ତି, ଖାଦ୍ୟ ନିରାପତ୍ତା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଫିନଟେକ୍‌, ପ୍ରତିରକ୍ଷା, ନିରାପତ୍ତା ଏବଂ ଦୃଢ ଲୋକ-ସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ର ମଧ୍ୟରେ ଜଡିତ । ଗତ ବର୍ଷ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଏବଂ ମୁଁ ଆମର ଭାଗିଦାରୀର ଭବିଷ୍ୟତ ବିଷୟରେ ଏକ ରୋଡମ୍ୟାପରେ ସହମତ ହୋଇଥିଲୁ ଏବଂ ତାଙ୍କ ସହ କିପରି ଆମର ସମ୍ପର୍କକୁ ଆହୁରି ଗଭୀର କରିହେବ ସେ ବିଷୟରେ ଆଲୋଚନା କରିବାକୁ ମୁଁ ଅପେକ୍ଷା କରିଛି ।

ୟୁଏଇ ଚଳିତ ବର୍ଷ ଶେଷରେ ୟୁଏନଏଫ୍‍ସିସିସି (ସିଓପି-୨୮) ର ୨୮ ତମ ସମ୍ମିଳନୀ ଆୟୋଜନ କରିବ ।  ଶକ୍ତି ପରିବର୍ତ୍ତନ ଏବଂ ପ୍ୟାରିସ୍ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ଜଳବାୟୁ କ୍ଷେତ୍ରରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ବିଶ୍ୱ ସହଯୋଗକୁ ମଜବୁତ କରିବା ଉପରେ ମଧ୍ୟ ମତ ବିନିମୟ କରିବାକୁ ମୁଁ ଉତ୍ସକୁ ଅଛି ।

ମୁଁ  ନିଶ୍ଚିତ  ଯେ ମୋର ୟୁଏଇ ଗସ୍ତ ଆମର ବିସ୍ତୃତ ରଣନୀତିକ ଭାଗିଦାରୀରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's mid-income and luxury housing segments drive real estate growth in Q4 FY26

Media Coverage

India's mid-income and luxury housing segments drive real estate growth in Q4 FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari