‘ଟିକା ଉତ୍ସବ’ କରୋନା ମହାମାରୀ ବିରୋଧରେ ଦ୍ୱିତୀୟ ପ୍ରମୁଖ ଯୁଦ୍ଧ: ପ୍ରଧାନମନ୍ତ୍ରୀ
ଆମେ ଶୂନ ଟିକା ନଷ୍ଟ ଦିଗରେ ଆଗେଇବା ଉଚିତ: ପ୍ରଧାନମନ୍ତ୍ରୀ
‘ଟିକା ଉତ୍ସବ’ ପାଇଁ ବ୍ୟକ୍ତିଗତ, ସାମାଜିକ ଓ ପ୍ରଶାସନିକ ସ୍ତରରେ ଲକ୍ଷ୍ୟ ନିର୍ଦ୍ଧାରଣ ଓ ତାହା ହାସଲ କରିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ

କରୋନାର ଦ୍ୱିତୀୟ ଲହର ବିରୋଧରେ ‘ଟିକା ଉତ୍ସବ’ ସୁଦୃଢ଼ ସଂଗ୍ରାମ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏଥି ସହ ବ୍ୟକ୍ତିଗତ ପରିମଳ ସହ ସାମାଜିକ ପରିମଳ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଜିଠାରୁ ମହାତ୍ମା ଜୋତିବା ଫୁଲେଙ୍କ ଜୟନ୍ତୀ ଅବସରରେ ଏହି ଉତ୍ସବ ଆରମ୍ଭ କରାଯାଇଛି ଏବଂ ଏପ୍ରିଲ ୧୪ ତାରିଖ ଦିନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଏହା ସାମପ୍ତ ହେବ ।

 ଏହି ଅବସରରେ ଏକ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ଏହି ଅଭିଯାନ ନିମନ୍ତେ ଚାରିଟି ପ୍ରସଙ୍ଗ ଉପରେ ଜୋର ଦେଇଛନ୍ତି । ସେଥିରୁ ପ୍ରଥମଟି ହେଉଛି- ଟିକାକରଣ । ଏହାର ଅର୍ଥ ହେଲା ଯେଉଁମାନେ ନିଜେ ସ୍ୱାସ୍ଥ୍ୟମାନେ ସାକେନ୍ଦ୍ରକୁ ଯାଇ ଟିକା ଗ୍ରହଣ କରିପାରିବେନାହିଁ, ସେଭଳି ନିରକ୍ଷର ଏବଂ ବୟସ୍କ ଲୋକମାନଙ୍କୁ ଟିକା ଗ୍ରହଣରେ ଅନ୍ୟହାଯ୍ୟ କରିବା ଉଚିତ । ଦ୍ୱିତୀୟତଃ, ପ୍ରତ୍ୟେକ ବ୍ୟକ୍ତି ଜଣଙ୍କୁ ଚିକିତ୍ସିତ କରିବ । ଏହାର ଉଦ୍ଦେଶ୍ୟ ହେଲା ଲୋକମାନଙ୍କୁ, ଯେଉଁମାନଙ୍କର ନିଜସ୍ୱ ସମ୍ବଳର କିମ୍ବା ଜ୍ଞାନ ଅଭାବ, ସେମାନଙ୍କୁ କରୋନା ଚିକିତ୍ସାରେ ସହାୟତାର ହାତ ବଢ଼ାଇବା । 

 ତୃତୀୟତଃ, ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା । ଏହାର ତାତ୍ପର୍ଯ୍ୟ ହେଲା, ମୁଁ ନିଜେ ମାସ୍କ ପିନ୍ଧିବି ଓ ନିଜକୁ ରକ୍ଷା କରିବି ଏବଂ ଅନ୍ୟମାନଙ୍କ ଜୀବନ ରକ୍ଷାରେ ମଧ୍ୟ ସହାୟକ ହେବି । ଏହା ଉପରେ ସଭିଏଁ ଗୁରୁତ୍ୱ ଆରୋପ କରିବା ଉଚିତ ।

 ପରିଶେଷରେ, ସମାଜ ଓ ବ୍ୟକ୍ତି ଉଭୟ ମିଶି ‘ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍‌’ ଗଠନ କରି ଏହାର ନେତୃତ୍ୱ ନେବ । ଯଦି କେଉଁଠାରେ ଜଣେ ପଜିଟିଭ୍ କେସ ବାହାରନ୍ତି ସେଠାରେ ପରିବାରର ସଦସ୍ୟ ଓ ଗୋଷ୍ଠୀର ସଦସ୍ୟ ମିଶି ‘ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌’ ସୃଷ୍ଟି କରିବେ । ଭାରତ ଭଳି ଏକ ଜନଗହଳ ରାଷ୍ଟ୍ରରେ ‘ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌’ ହେଲା କରୋନା ବିରୁଦ୍ଧରେ ଲଢ଼େଇ କରିବାର ଉପଯୁକ୍ତ ସାଧନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 ପ୍ରଧାନମନ୍ତ୍ରୀ କହିଲେ ଯେ ନମୁନା ପରୀକ୍ଷା ଏବଂ ସଚେତନତା ବୃଦ୍ଧି ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରାଯିବା ଆବଶ୍ୟକ । ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଟିକା ନେବା ଉଚିତ । ଏହା ଉଭୟ ସମାଜ ଓ ପ୍ରଶାସନର ପ୍ରାଥମିକ ପ୍ରୟାସ ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

 ପ୍ରଧାନମନ୍ତ୍ରୀ ଆହୁରି କହିଲେ ଯେ ଆମେ ଏବେ କରୋନା ପ୍ରତିଷେଧକ ଟିକା ନଷ୍ଟ ମାତ୍ରାକୁ ଶୂନରେ ପହଞ୍ଚାଇବା ଦିଗରେ ଆଗେଇବା ଉଚିତ । ଏହି ଟିକାର ସର୍ବାଧିକ କ୍ଷମତା ଉପଯୋଗ କରାଯିବା ହେଉଛି ଦକ୍ଷତା ବୃଦ୍ଧିର ଅନ୍ୟତମ ମାର୍ଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 ପ୍ରଧାନମନ୍ତ୍ରୀ କହିଲେ ଯେ ‘ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍‌’ ଗଠନ ଦିଗରେ ଆମର ସଚେତନତା ଯେତିକି ବୃଦ୍ଧି ପାଇବ ସେଥିରୁ ଆମର ସଫଳତାକୁ ଆକଳନ କରାଯାଇପାରିବ । ତେଣୁ ବିନା କାରଣରେ ଘରୁ ପଦାକୁ ବାରମ୍ବାର ନ ବାହାରିବା ସକାଶେ ସେ ପରାମର୍ଶ ଦେଇଛନ୍ତି । ସେହିଭଳି ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଟିକା ନେବା ଉଚିତ ଏବଂ ଆମେ କୋଭିଡ଼ ସତର୍କତା ପ୍ରତି କିଭଳି ଉପଯୁକ୍ତ ଭାବେ ଆଚରଣ ପ୍ରଦର୍ଶନ କରୁଛି, ଯଥା ମାସ୍କ ପିନ୍ଧା ଓ ସାମାଜିକ ଦୂରତା ରକ୍ଷା ଓ ଅନ୍ୟାନ୍ୟ ପ୍ରୋଟୋକଲକୁ ମାନିବା, ତାହା ଉପରେ ଏହା ନିର୍ଭରଶୀଳ। 

 ତେଣୁ ବ୍ୟକ୍ତିଗତ, ସାମାଜିକ ଓ ପ୍ରଶାସନିକସ୍ତରରେ ‘ଟିକା ଉତ୍ସବ’ ଚାରିଦିନ ଲକ୍ଷ୍ୟ ହାସଲ କରିବା ଓ ଏହାର ନିୟମାବଳୀକୁ ପାଳନ କରିବା ଦିଗରେ ସମସ୍ତେ ପ୍ରୟାସୀ ହେବା ଆବଶ୍ୟକ । ସେ ଆଶା ପ୍ରକଟ କରିଛନ୍ତି ଯେ ଜନ ସହଯୋଗ ଦ୍ୱାରା ଏହା ନିଶ୍ଚୟ ସମ୍ଭବ ହୋଇପାରିବ । ସଚେତନତା ଏବଂ ଦାୟିତ୍ୱବାନ ଆଚରଣ ଦ୍ୱାର ଆମେ ପୁଣି ଥରେ କରୋନ ଉପରେ ବିଜୟ ହାସଲ କରିପାରିବୁ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ଆଶା ପୋଷଣ କରିଛନ୍ତି ।

 ପରିଶେଷରେ ପ୍ରଧାନମନ୍ତ୍ରୀ ‘ଦବାଇ ଭୀ, କଡାଇ ଭୀ’ ଆହ୍ୱାନ ସହିତ ତାଙ୍କର ଏହି ଚେତାବନୀ ପରାମର୍ଶକୁ ଶେଷ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi