୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପୂରଣ କରିବ ବିକଶିତ ଭାରତ ବଜେଟ୍ ୨୦୨୫-୨୬: ପ୍ରଧାନମନ୍ତ୍ରୀ
ବିକଶିତ ଭାରତ ବଜେଟ୍ ୨୦୨୫-୨୬ ହେଉଛି ଏକ ବୃହତ ଶକ୍ତି : ପ୍ରଧାନମନ୍ତ୍ରୀ
ବିକଶିତ ଭାରତ ବଜେଟ୍ ୨୦୨୫-୨୬ ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବ: ପ୍ରଧାନମନ୍ତ୍ରୀ
ବିକଶିତ ଭାରତ ବଜେଟ୍ ୨୦୨୫-୨୬ କୃଷି କ୍ଷେତ୍ରକୁ ସଶକ୍ତ କରିବ ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ
ବିକଶିତ ଭାରତ ବଜେଟ୍ ୨୦୨୫-୨୬ ଆମ ଦେଶର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ବହୁତ ଲାଭ ଦେବ: ପ୍ରଧାନମନ୍ତ୍ରୀ
ବିକଶିତ ଭାରତ ବଜେଟ୍ ୨୦୨୫-୨୬ ରେ ଉଦ୍ୟୋଗୀ, ଏମ୍ଏସ୍ଏମ୍ଇ ଏବଂ କ୍ଷୁଦ୍ର ବ୍ୟବସାୟକୁ ସଶକ୍ତ କରିବା ପାଇଁ ଉତ୍ପାଦନ ଉପରେ ୩୬୦-ଡ଼ିଗ୍ରୀ ଧ୍ୟାନ ଦିଆଯାଇଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଆଜି ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବଜେଟରେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପ୍ରତିଫଳିତ ହୋଇଛି ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣ ହୋଇଛି। ସେ ଦର୍ଶାଇଛନ୍ତି ଯେ ଯୁବକମାନଙ୍କ ପାଇଁ ବଜେଟରେ ଅନେକ କ୍ଷେତ୍ର ଓ ସୁଯୋଗ ଖୋଲାଯାଇଛି ଏବଂ ସାଧାରଣ ନାଗରିକଙ୍କୁ ଏହା ବିକଶିତ ଭାରତ ଯାତ୍ରାରେ ସାମିଲ କରିବ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ବଜେଟ୍ ହେଉଛି ଏକ ବୃହତ ଶକ୍ତି, ଯାହା ସଞ୍ଚୟବିନିଯୋଗବ୍ୟବହାର ଏବଂ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ସେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମ୍‍କୁ ଏହି ଲୋକଙ୍କ ବଜେଟ୍’ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସାଧାରଣତଃ ସରକାରଙ୍କ ଟ୍ରେଜେରୀକୁ କିପରି ପୂରଣ କରାଯିବ ତାହା ଉପରେ ବଜେଟରେ ଧ୍ୟାନ ଦିଆଯାଇଥାଏ । କିନ୍ତୁ ଏହି ବଜେଟରେ ନାଗରିକଙ୍କ ପକେଟ କିପରି ପୂରଣ କରାଯିବସଞ୍ଚୟ ବୃଦ୍ଧି ପାଇବ ଏବଂ ଦେଶର ବିକାଶରେ ସେମାନଙ୍କୁ ଅଂଶୀଦାର କରାଯିବ ସେଥି ନିମନ୍ତେ ଧ୍ୟାନ ଦିଆଯାଇଛି ।

ଏହି ବଜେଟରେ ସଂସ୍କାର ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ଏବଂ ଆଣବିକ ଶକ୍ତିରେ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଇଥିବା ତିହାସିକ ନିଷ୍ପତ୍ତି ଉପରେ ଆଲୋକପାତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବେସାମରିକ ପରମାଣୁ ଶକ୍ତି ଭବିଷ୍ୟତରେ ଦେଶର ବିକାଶରେ ଏକ ମହତ୍ବପୂର୍ଣ୍ଣ ଅବଦାନକୁ ନିଶ୍ଚିତ କରିବ। ବଜେଟରେ ସମସ୍ତ ନିଯୁକ୍ତି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଦୁଇଟି ପ୍ରମୁଖ ସଂସ୍କାର ଯାହା ଆଗାମୀ ସମୟରେ ଗୁରୁତ୍ବପୂର୍ଣ ପରିବର୍ତ୍ତନ ଆଣିବ ବୋଲି ସୂଚାଇ ଶ୍ରୀ ମୋଦୀ କହିଛନ୍ତି ଯେ ଜାହାଜ ନିର୍ମାଣକୁ ଭିତ୍ତିଭୂମି ମାନ୍ୟତା ପ୍ରଦାନ କରିବା ଦ୍ବାରା ଭାରତରେ ବୃହତ ଜାହାଜ ନିର୍ମାଣ ବୃଦ୍ଧି ପାଇବଆତ୍ମନିର୍ଭର ଭାରତ ଅଭିଯାନ ତ୍ୱରାନ୍ୱିତ ହେବ ଏବଂ ଭିତ୍ତିଭୂମି ବର୍ଗ ଅନ୍ତର୍ଗତ ୫୦ ଟି ପର୍ଯ୍ୟଟନ ସ୍ଥଳରେ ହୋଟେଲ ସ୍ଥାପନା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ସମୃଦ୍ଧ ହେବ । ଏହାଦ୍ବାରା ପର୍ଯ୍ୟଟନ କ୍ଷେତ୍ର ଯଥେଷ୍ଟ ବୃଦ୍ଧି ପାଇବଆତିଥ୍ୟ କ୍ଷେତ୍ରକୁ ନୂତନ ଶକ୍ତି ମିଳିବଯାହାକି ସବୁଠାରୁ ବଡ଼ ରୋଜଗାର କ୍ଷେତ୍ର । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକାଶ ଭୀବୀରାସତ ଭୀ” (ବିକାଶ ଏବଂ ତିହ୍ୟ) ମନ୍ତ୍ର ସହିତ ଦେଶ ଅଗ୍ରଗତି କରୁଛି। ଜ୍ଞାନ ଭାରତମ୍ ମିଶନର ଶୁଭାରମ୍ଭ ମାଧ୍ୟମରେ ଏକ କୋଟି ପାଣ୍ଡୁଲିପି ସଂରକ୍ଷଣ ପାଇଁ ଏହି ବଜେଟରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି। ଏହା ସହିତଭାରତୀୟ ଜ୍ଞାନ ପରମ୍ପରା ଦ୍ୱାରା ଅନୁପ୍ରାଣିତ ଏକ ଜାତୀୟ ଡିଜିଟାଲ୍ ସଂଗ୍ରହାଳୟ ସୃଷ୍ଟି ହେବ 

କୃଷକମାନଙ୍କ ପାଇଁ ବଜେଟରେ ଦିଆଯାଇଥିବା ଘୋଷଣା କୃଷି କ୍ଷେତ୍ର ତଥା ସମଗ୍ର ଗ୍ରାମୀଣ ଅର୍ଥନୀତିରେ ଏକ ନୂତନ ବିପ୍ଳବର ମୂଳଦୁଆ ପକାଇବ ବୋଲି ସ୍ମରଣ କରି ଶ୍ରୀ ମୋଦୀ ଦର୍ଶାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଅଧୀନରେ ୧୦୦ଟି ଜିଲ୍ଲାରେ ଜଳସେଚନ ଏବଂ ଭିତ୍ତିଭୂମି ବିକାଶ ହେବ। ସେ ଗୁରୁତ୍ୱାରୋପ କରିଛନ୍ତି ଯେ କିଷାନ କ୍ରେଡିଟ କାର୍ଡର ସୀମା ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା ଦ୍ୱାରା କୃଷକମାନଙ୍କୁ ଅଧିକ ସହାୟତା ମିଳିବ।

ବଜେଟରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସରୁ ମୁକ୍ତ କରାଯାଇଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ତ ଆୟ ଗୋଷ୍ଠୀ ପାଇଁ ଟିକସ ହ୍ରାସ କରାଯାଇଛିଯାହା ମଧ୍ୟବିତ୍ତ ତଥା ନୂତନ ଭାବରେ ନିଯୁକ୍ତି ପାଇଥିବା ଲୋକଙ୍କୁ ବହୁତ ଲାଭଦାୟକ ହେବ।

ଉଦ୍ୟୋଗୀଏମଏସଏମଇ ଏବଂ କ୍ଷୁଦ୍ର ବ୍ୟବସାୟକୁ ମଜବୁତ କରିବାନୂତନ ନିଯୁକ୍ତି ସୃଷ୍ଟି କରିବା ପାଇଁ ବଜେଟରେ ୩୬୦ ଡିଗ୍ରୀ ଧ୍ୟାନ ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ସ୍ୱଚ୍ଛ ବୈଷୟିକ ଜ୍ଞାନଚମଡାଜୋତା ଏବଂ ଖେଳନା ଶିଳ୍ପ ପରି କ୍ଷେତ୍ରଗୁଡିକ ଜାତୀୟ ଉତ୍ପାଦନ ମିଶନ ଅଧୀନରେ ବିଶେଷ ସହାୟତା ପାଇଛି। ସେ କହିଛନ୍ତି ଯେ ବିଶ୍ବ ବଜାରରେ ଭାରତୀୟ ଉତ୍ପାଦଗୁଡିକର ଚାହିଦା ବୃଦ୍ଧି ନିଶ୍ଚିତ କରିବା ଲକ୍ଷ୍ୟ ସ୍ପଷ୍ଟ ହୋଇଛି।

ରାଜ୍ୟଗୁଡ଼ିକରେ ଏକ ଉତ୍ସାହଜନକ ଏବଂ ପ୍ରତିଯୋଗିତାମୂଳକ ପୁଞ୍ଜି ବିନିଯୋଗ ପରିବେଶ ସୃଷ୍ଟି କରିବା ଉପରେ ବଜେଟରେ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି ଦର୍ଶାଇ ଶ୍ରୀ ମୋଦୀ ଏମଏସଏମଇ ଏବଂ ଷ୍ଟାର୍ଟଅପ୍ ପାଇଁ ଋଣ ଗ୍ୟାରେଣ୍ଟି ଦ୍ୱିଗୁଣିତ କରିବାକୁ ଘୋଷଣା ଉପରେ ଆଲୋକପାତ କରିଥିଲେ। ଏସସିଏସଟି ଏବଂ ନୂଆ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଗ୍ୟାରେଣ୍ଟି ବିନା  କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇବା ପାଇଁ ସେ ଏକ ଯୋଜନା ପ୍ରଣୟନ ବିଷୟରେ ଉଲ୍ଲେଖ କରିଛନ୍ତି। ପ୍ରଥମ ଥର ପାଇଁ ଇ-ଶ୍ରମ ପୋର୍ଟାଲରେ ସେମାନଙ୍କର ପଞ୍ଜୀକରଣ ସହିତ ସେମାନଙ୍କୁ ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ପ୍ରବେଶ କରିବା ପାଇଁ ଗିଗ୍ ଶ୍ରମିକମାନଙ୍କ ପାଇଁ ଉଲ୍ଲେଖନୀୟ ଘୋଷଣା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଶ୍ରମର ସମ୍ମାନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ଜନ ବିଶ୍ବାସ ୨.୦ ପରି ନିୟାମକ ଏବଂ ଆର୍ଥିକ ସଂସ୍କାର ସର୍ବନିମ୍ନ ସରକାର ତଥା ବିଶ୍ୱାସ ଭିତ୍ତିକ ଶାସନ ପ୍ରତି ପ୍ରତିବଦ୍ଧତାକୁ ମଜବୁତ କରିବ ବୋଲି ସେ ଦର୍ଶାଇଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନକୁ ସମାପ୍ତ କରି କହିଛନ୍ତି ଯେ ଏହି ବଜେଟ୍ କେବଳ ଦେଶର ସାମ୍ପ୍ରତିକ ଆବଶ୍ୟକତାକୁ ନୁହେଁ ବରଂ ଦେଶକୁ ଭବିଷ୍ୟତ ପାଇଁ ପ୍ରସ୍ତୁତି କରିବାରେ ମଧ୍ୟ ସହାୟକ ହେବ । ସେ ଡିପ୍ ଟେକ୍ ପାଣ୍ଠିଜିଓସ୍ପ୍ୟାଟିଆଲ୍ ମିଶନ୍ ଏବଂ ଆଣବିକ ଶକ୍ତି ମିଶନ୍ ସହିତ ଷ୍ଟାର୍ଟଅପ୍ ପାଇଁ ପଦକ୍ଷେପଗୁଡିକ ଉପରେ ଆଲୋକପାତ କରିଥିଲେ । ଏହି ତିହାସିକ ବଜେଟ୍ ପାଇଁ ସେ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi