ମହାମହିମ,

 

ଆଫଗାନିସ୍ତାନ ପରିସ୍ଥିତି ଉପରେ ଏସସିଓ ଏବଂ ସିଏସଟିଓ ମଧ୍ୟରେ ସ୍ୱତନ୍ତ୍ର ବୈଠକ ଆୟୋଜନ ନିମନ୍ତେ ରାଷ୍ଟ୍ରପତି ରହମୋନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।

 

ଆଫଗାନିସ୍ତାନରେ ସଦ୍ୟ ସଂଘଟିତ ଘଟଣାଗୁଡ଼ିକ ଆମ ଭଳି ପଡ଼ୋଶୀ ଦେଶଗୁଡ଼ିକ ଉପରେ ବ୍ୟାପକ ପ୍ରଭାବ ପକାଇବ ।

 

ଏବଂ, ଏହି ପ୍ରସଙ୍ଗ ଉପରେ ଆଞ୍ଚଳିକ ଗୁରୁତ୍ୱ ଓ ସହଯୋଗ ସୃଷ୍ଟି କରାଯିବା ଦରକାର ।

 

ଏହି ପରିପ୍ରେକ୍ଷୀରେ, ଆମକୁ ଚାରୋଟି ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ ।

 

ପ୍ରଥମ ପ୍ରସଙ୍ଗ ହେଉଛି ଯେ ଆଫଗାନିସ୍ତାନରେ କ୍ଷମତା ହସ୍ତାନ୍ତରଣ ସାମଗ୍ରିକ ଦୃଷ୍ଟିକୋଣରୁ ହୋଇନାହିଁ, ଏବଂ କୌଣସି ବୁଝାମଣା ବିନା ଏହା ଘଟିଛି ।

 

ନୂଆ ବ୍ୟବସ୍ଥାର ଗ୍ରହଣୀୟତା ପ୍ରସଙ୍ଗରେ ଏହା ଅନେକ ପ୍ରଶ୍ନ ଉଠାଉଛି ।

 

ମହିଳା ଓ ସଂଖ୍ୟାଲଘୁଙ୍କ ସମେତ ଆଫଗାନ ସମାଜର ସମସ୍ତ ବର୍ଗଙ୍କ ପ୍ରତିନିଧିତ୍ୱ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

 

ଏବଂ ତେଣୁ, ବିଶ୍ୱ ସମୁଦାୟ ମିଳିତ ଭାବେ ଭଲ କରି ଚିନ୍ତା କରିବା ପରେ ଏଭଳି ନୂଆ ବ୍ୟବସ୍ଥାକୁ ମାନ୍ୟତା ଦେବା ପ୍ରସଙ୍ଗରେ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ।

 

ଏହି ପ୍ରସଙ୍ଗରେ ଜାତିସଂଘର କେନ୍ଦ୍ରୀୟ ଭୂମିକାକୁ ଭାରତ ସମର୍ଥନ ଜଣାଉଛି ।

 

ଦ୍ୱିତୀୟତଃ, ଆଫଗାନିସ୍ତାନରେ ଯଦି ଅସ୍ଥିରତା ଏବଂ କଟ୍ଟରବାଦ ଜାରି ରୁହେ, ସାରା ବିଶ୍ୱରେ ଏହା ଆତଙ୍କବାଦ ଓ କଠୋରପନ୍ଥୀ ବିଚାରଧାରାକୁ ଉତ୍ସାହିତ କରିବ ।

 

ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟ ହିଂସାକୁ ମାଧ୍ୟମ କରି କ୍ଷମତାସୀନ ହେବା ପାଇଁ ଉତ୍ସାହିତ ହେବେ ।

 

ଅତୀତରେ ଆମର ସମସ୍ତ ରାଷ୍ଟ୍ର ଆତଙ୍କବାଦର ଶିକାର ହୋଇସାରିଛି ।

 

ଏବଂ ତେଣୁ, ଅନ୍ୟ ଦେଶକୁ ଆତଙ୍କବାଦ ପ୍ରସାର ଲାଗି ଆଫଗାନିସ୍ତାନ ଅଞ୍ଚଳକୁ ଯେମିତି ବ୍ୟବହାର କରା ନଯାଏ, ତାହାକୁ ଆମ ସମସ୍ତଙ୍କୁ ମିଳିତ ଭାବେ ସୁନିଶ୍ଚିତ କରାଇବାକୁ ପଡ଼ିବ । ଏହି ପ୍ରସଙ୍ଗରେ ଏସସିଓ ସଦସ୍ୟମାନେ କଠୋର ଓ ସହମତ ମାନଦଣ୍ଡ ବିକାଶ କରିବା ଆବଶ୍ୟକ ।

 

ଭବିଷ୍ୟତରେ, ଏହିସବୁ ମାନଦଣ୍ଡ ଅନ୍ତର୍ଜାତୀୟ ଆତଙ୍କବାଦ ନିରୋଧ ସହଯୋଗ ପାଇଁ ଏକ ସାଧନ ସାଜିପାରିବ ।

 

ଆତଙ୍କବାଦ ଅଭିମୁଖେ ଶୂନ-ସହନଶୀଳତାର ସିଦ୍ଧାନ୍ତ ଉପରେ ଏହି ମାନଦଣ୍ଡ ପ୍ରସ୍ତୁତ ହେବା ଆବଶ୍ୟକ ।

 

ଏହିସବୁ ଏଭଳି ଏକ ଆଚାର ସଂହିତା ହେବା ଆବଶ୍ୟକ, ଯାହା ସୀମାପାର ଆତଙ୍କବାଦ ଓ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଭଳି କାର୍ଯ୍ୟକଳାପକୁ ରୋକିପାରିବ ଏବଂ ସେଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ବ୍ୟବସ୍ଥା ମଧ୍ୟ ହୋଇପାରିବ ।

ମହାମହିମ,

 

ଆଫଗାନିସ୍ତାନରେ ଘଟୁଥିବା ଘଟଣା ସହ ଜଡ଼ିତ ତୃତୀୟ ପ୍ରସଙ୍ଗ ହେଉଛି ଅନିୟନ୍ତ୍ରିତ ନିଶାଦ୍ରବ୍ୟ, ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ ଏବଂ ମାନବ ଚାଲାଣ ।

 

ଆଫଗାନିସ୍ତାନରେ ବିପୁଳ ସଂଖ୍ୟକ ବିକଶିତ ଅସ୍ତ୍ରଶସ୍ତ୍ର ରହିଛି । ଏଗୁଡ଼ିକ ଯୋଗୁ ସମଗ୍ର ଅଞ୍ଚଳରେ ଅସ୍ଥିରତା ବଢ଼ିବା ନେଇ ଆଶଙ୍କା ଉପୁଜିପାରେ ।

 

ଏହିସବୁ ଘଟଣାର ତଦାରଖ ଏବଂ ସୂଚନା-ବିନିମୟ ବୃଦ୍ଧି କ୍ଷେତ୍ରରେ ଏସସିଓର ଆରଏଟିଏସ ବ୍ୟବସ୍ଥା ଏକ ଗଠନମୂଳକ ଭୂମିକା ନିର୍ବାହ କରିପାରେ ।

 

ଚଳିତମାସରୁ, ଏସସିଓ-ଆରଏଟିଏସ କାଉନସିଲର ଭାରତ ଅଧ୍ୟକ୍ଷତା କରୁଛି । ଉକ୍ତ ପ୍ରସଙ୍ଗରେ ପ୍ରୟୋଗାତ୍ମକ ସହଯୋଗ ନିମନ୍ତେ ଆମେ ପ୍ରସ୍ତାବଗୁଡ଼ିକୁ ବିକଶିତ କରିଛୁ ।

 

ଚତୁର୍ଥ ପ୍ରସଙ୍ଗ ହେଉଛି ଆଫଗାନିସ୍ତାନରେ ସାଙ୍ଘାତିକ ମାନବ ସଂକଟ ଦେଖାଦେଇଛି ।

 

ଆର୍ଥିକ ଓ ବାଣିଜ୍ୟ ପ୍ରବାହରେ ବ୍ୟାଘାତ ଯୋଗୁ ଆଫଗାନ ଲୋକଙ୍କର ଅର୍ଥନୈତିକ କ୍ଷୟକ୍ଷତି ବୃଦ୍ଧି ପାଇବାରେ ଲାଗିଛି ।

 

ସମାନ ସମୟରେ, ସେମାନଙ୍କ ପାଇଁ କୋଭିଡ ଚ୍ୟାଲେଞ୍ଜ ମଧ୍ୟ ଏକ ଅବସାଦର କାରଣ ସାଜିଛି ।

 

ବିକାଶ ଓ ମାନବୀୟ ସହାୟତା କ୍ଷେତ୍ରରେ ବର୍ଷ ବର୍ଷ ଧରି ଆଫଗାନିସ୍ତାନର ଏକ ବିଶ୍ୱସ୍ତ ସହଯୋଗୀ ରହିଆସିଛି ଭାରତ । ଭିତ୍ତିଭୂମିଠାରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଦକ୍ଷତା ବିକାଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ, ଆମେ ଆଫଗାନିସ୍ତାନର ପ୍ରତିଟି ଅଂଶରେ ଆମର ଯୋଗଦାନ ଦେଇଛୁ ।

 

ଏମିତି କି ଆଜି, ଆମେ ଆମର ଆଫଗାନ ବନ୍ଧୁମାନଙ୍କୁ ଖାଦ୍ୟ ସାମଗ୍ରୀ, ଔଷଧ ଆଦି ଯୋଗାଇବାକୁ ଆଗ୍ରହ ରଖିଛୁ ।

 

ଆଫଗାନିସ୍ତାନରେ ଯେମିତି ମାନବୀୟ ସହାୟତା ଅବାଧରେ ପହଞ୍ଚେ, ତାହାକୁ ସୁନିଶ୍ଚିତ କରିବା ସକାଶେ ଆମକୁ ମିଳିମିଶି କାମ କରିବାକୁ ହେବ ।

 

ମହାମହିମ,

ଶତାବ୍ଦୀ ଶତାବ୍ଦୀ ଧରି ଆଫଗାନ ଓ ଭାରତୀୟ ଲୋକମାନେ ଏକ ସ୍ୱତନ୍ତ୍ର ସମ୍ପର୍କ ବିନିମୟ କରୁଛନ୍ତି ।

 

ଆଫଗାନ ସମାଜକୁ ସହାୟତା ପାଇଁ ପ୍ରତ୍ୟେକ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପଦକ୍ଷେପ କ୍ଷେତ୍ରରେ ଭାରତ ପୂର୍ଣ୍ଣ ସହଯୋଗ ଯୋଗାଇଦେବ ।

 

ଧନ୍ୟବାଦ ।

 

ଦ୍ରଷ୍ଟବ୍ୟ: ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ସମ୍ଭାଷଣର ଅନୁମାନିତ ଅନୁବାଦ । ମୂଳ ଭାଷଣ ହିନ୍ଦୀରେ ପ୍ରଦାନ କରାଯାଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indias wind turbine exports jumped 50% in FY26, further growth expected: IWTMA CEO

Media Coverage

Indias wind turbine exports jumped 50% in FY26, further growth expected: IWTMA CEO
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 9, 2026
September 09, 2026

Viksit Bharat Express: How PM Modi’s Reforms Are Supercharging India’s Economy and Infrastructure