ଚଳିତ ବର୍ଷର ବିଶ୍ୱ ସ୍ୱାସ୍ଥ୍ୟ ସମାବେଶର ବିଷୟବସ୍ତୁ 'ସ୍ୱାସ୍ଥ୍ୟ ପାଇଁ ଏକ ବିଶ୍ୱ' ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ଭାରତର ଦୃଷ୍ଟିକୋଣ ଅନୁରୂପ : ପ୍ରଧାନମନ୍ତ୍ରୀ
ଏକ ସୁସ୍ଥ ବିଶ୍ୱର ଭବିଷ୍ୟତ ସମାବେଶୀ , ସମନ୍ୱିତ ଦୃଷ୍ଟିକୋଣ ଏବଂ ସହଯୋଗ ଉପରେ ନିର୍ଭର କରେ : ପ୍ରଧାନମନ୍ତ୍ରୀ
ଆମେ ସବୁଠାରୁ ଦୁର୍ବଳ ଲୋକଙ୍କର କେତେ ଯତ୍ନ ନେଉଛୁ ବିଶ୍ୱର ସ୍ୱାସ୍ଥ୍ୟ ତାହା ଉପରେ ନିର୍ଭର କରେ : ପ୍ରଧାନମନ୍ତ୍ରୀ
ବିଶ୍ୱ ଦକ୍ଷିଣ ସ୍ୱାସ୍ଥ୍ୟ ସମ୍ଵନ୍ଧୀୟ ଆହ୍ଵାନଗୁଡିକ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିବାରୁ, ଭାରତର ଆଭିମୁଖ୍ୟ ଅନୁକରଣୀୟ, ମାପଯୋଗ୍ୟ ଏବଂ ସ୍ଥାୟୀ ମଡେଲ ପ୍ରଦାନ କରେ : ପ୍ରଧାନମନ୍ତ୍ରୀ
ଜୁନ୍ ମାସରେ, ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେବାକୁ ଯାରଛି, ଚଳିତ ବର୍ଷ ଏହାର ବିଷୟବସ୍ତୁ ହେଉଛି 'ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ' : ପ୍ରଧାନମନ୍ତ୍ରୀ
ଏକ ସୁସ୍ଥ ଗ୍ରହ ନିର୍ମାଣ କରିବା ସମୟରେ, ଆସନ୍ତୁ ଆମେ ନିଶ୍ଚିତ କରିବା ଯେ ଯେପରି କେହି ପଛରେ ନ ପଡ଼ନ୍ତି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜେନେଭାରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସମାବେଶର ୭୮ତମ ଅଧିବେଶନକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି, ସେ ସମସ୍ତ ଉପସ୍ଥିତ ଲୋକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ, ଏହି ବର୍ଷର ବିଷୟବସ୍ତୁ 'ସ୍ୱାସ୍ଥ୍ୟ ପାଇଁ ଗୋଟିଏ ବିଶ୍ୱ' ଉପରେ ଆଲୋକପାତ କରିଥିଲେ ଏବଂ ଏହା ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ଭାରତର ଦୃଷ୍ଟିକୋଣ ସହିତ ସମନ୍ୱିତ ବୋଲି ଗୁରୁତ୍ୱାରୋପ କରିଥିଲେ। ସେ ୨୦୨୩ ବିଶ୍ୱ ସ୍ୱାସ୍ଥ୍ୟ ସମାବେଶରେ ତାଙ୍କର ଅଭିଭାଷଣକୁ ମନେ ପକାଇଥିଲେ, ଯେଉଁଠାରେ ସେ 'ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ' ବିଷୟରେ ଉଲ୍ଲେଖ କରିଥିଲେ। ସେ ମତ ଦେଇଥିଲେ ଯେ , ଏକ ସୁସ୍ଥ ବିଶ୍ୱର ଭବିଷ୍ୟତ ଅନ୍ତର୍ଭୁକ୍ତିକରଣ, ଏକ ସମନ୍ୱିତ ଦୃଷ୍ଟିକୋଣ ଏବଂ ସହଯୋଗ ଉପରେ ନିର୍ଭର କରେ।

ଭାରତର ସ୍ୱାସ୍ଥ୍ୟ ସଂସ୍କାରର ମୂଳରେ ରହିଥିବା ଅନ୍ତର୍ଭୁକ୍ତିକରଣ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ, ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା, ଆୟୁଷ୍ମାନ ଭାରତ ଉପରେ ଆଲୋକପାତ କରିଥିଲେ, ଯାହା ୫୮୦ ନିୟୁତ ଲୋକଙ୍କୁ ପରିସରଭୁକ୍ତ କରେ ଏବଂ ମାଗଣା ଚିକିତ୍ସା ପ୍ରଦାନ କରେ। ଏହି କାର୍ଯ୍ୟକ୍ରମକୁ ସମ୍ପ୍ରତି ୭୦ ବର୍ଷରୁ ଅଧିକ ବୟସର ସମସ୍ତ ଭାରତୀୟଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବିସ୍ତାର କରାଯାଇଛି। ସେ ଭାରତରେ ହଜାର ହଜାର ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ରର ବ୍ୟାପକ ନେଟୱାର୍କ ସମ୍ପର୍କରେ ଉଲ୍ଲେଖ କରିଥିଲେ, ଯାହା କର୍କଟ, ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗର ପ୍ରାରମ୍ଭିକ ଯାଂଚ ଏବଂ ଚିହ୍ନଟକୁ ସହଜ କରିଥାଏ। ସେ ହଜାର ହଜାର ସରକାରୀ ଔଷଧ ଦୋକାନର ଭୂମିକା ସମ୍ପର୍କରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ, ଯାହା ବହୁତ କମ ମୂଲ୍ୟରେ ଉଚ୍ଚମାନର ଔଷଧ ଯୋଗାଇଥାଏ। ସ୍ୱାସ୍ଥ୍ୟ କ୍ଷେତ୍ରର ଫଳାଫଳରେ ଉନ୍ନତି ଆଣିବାରେ ପ୍ରଯୁକ୍ତିର ଭୂମିକା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଭାରତର ଡିଜିଟାଲ ପଦକ୍ଷେପ ଯେପରିକି ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ଟୀକାକରଣକୁ ଟ୍ରାକ୍ କରୁଥିବା ଡିଜିଟାଲ ପ୍ଲାଟଫର୍ମ ଏବଂ ସ୍ଵତନ୍ତ୍ର ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ, ଟେଲିମେଡିସିନ୍ ସୁବିଧା କାରଣରୁ ଆଉ କେହି ଡାକ୍ତରଙ୍କ ଠାରୁ ବହୁତ ଦୂରରେ ନାହାନ୍ତି। ସେ ଭାରତର ମାଗଣା ଟେଲିମେଡିସିନ୍ ସେବା ଉପରେ ଆଲୋକପାତ କରିଥିଲେ, ଯାହା ୩୪୦ ନିୟୁତରୁ ଅଧିକ ପରାମର୍ଶକୁ ସକ୍ଷମ କରିଛି। ଭାରତର ସ୍ୱାସ୍ଥ୍ୟ ପଦକ୍ଷେପର ସକାରାତ୍ମକ ପ୍ରଭାବ ଉପରେ ଆଲୋକପାତ କରି, ସେ ମୋଟ ସ୍ୱାସ୍ଥ୍ୟ ଖର୍ଚ୍ଚର କିଛି ପ୍ରତିଶତ ଖର୍ଚ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଲକ୍ଷ୍ୟ କରାଯାଇଥିବା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହା ସହିତ, ସେ ଗୁରୁତ୍ୱାରୋପ କରିଥିଲେ ଯେ ସରକାରୀ ସ୍ୱାସ୍ଥ୍ୟ ଖର୍ଚ୍ଚ ଯଥେଷ୍ଟ ବୃଦ୍ଧି ପାଇଛି।

" ଆମେ ସବୁଠାରୁ ଦୁର୍ବଳ ଲୋକଙ୍କ ପ୍ରତି କେତେ ଭଲ ଭାବରେ ଯତ୍ନ ନେଉଛୁ ତାହା ଉପରେ ବିଶ୍ୱର ସ୍ୱାସ୍ଥ୍ୟ ନିର୍ଭର କରେ" ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ, ଦକ୍ଷିଣ ବିଶ୍ଵ ସ୍ୱାସ୍ଥ୍ୟ ଆହ୍ଵାନଗୁଡିକ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହେଉଛି ଏବଂ ଭାରତର ଆଭିମୁଖ୍ୟ ଅନୁକରଣୀୟ, ମାପଯୋଗ୍ୟ ଏବଂ ସ୍ଥାୟୀ ମଡେଲ ପ୍ରଦାନ କରେ ବୋଲି ଗୁରୁତ୍ୱାରୋପ କରିଥିଲେ। ସେ ଭାରତର ଶିକ୍ଷା ଏବଂ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ବିଶ୍ୱ ସହିତ, ବିଶେଷ କରି ଦକ୍ଷିଣ ବିଶ୍ଵ ସହିତ ବାଣ୍ଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଜୁନ୍‌ରେ ଅନୁଷ୍ଠିତ ହେବାକୁ ଥିବା ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବିଶ୍ୱ ଅଂଶଗ୍ରହଣକୁ ଉତ୍ସାହିତ କରିଥିଲେ। ସେ ଏହି ବର୍ଷର ବିଷୟବସ୍ତୁ 'ଏକ ପୃଥିବୀ ପାଇଁ ଯୋଗ, ଏକ ସ୍ୱାସ୍ଥ୍ୟ' ଉପରେ ଆଲୋକପାତ କରିଥିଲେ ଏବଂ ଯୋଗର ଜନ୍ମସ୍ଥାନ ଭାବରେ ଭାରତର ଭୂମିକା ଉପରେ ଗୁରୁତ୍ୱାରୋପ କରି ସମସ୍ତ ଦେଶକୁ ନିମନ୍ତ୍ରଣ କରିଥିଲେ।

ଶ୍ରୀ ମୋଦୀ ଆଇଏନବି ଚୁକ୍ତିନାମାର ସଫଳ ଆଲୋଚନା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ସମସ୍ତ ସଦସ୍ୟ ରାଷ୍ଟ୍ରକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହାକୁ ବୃହତ ବିଶ୍ୱ ସହଯୋଗ ମାଧ୍ୟମରେ ଭବିଷ୍ୟତର ମହାମାରୀ ବିରୋଧରେ ଲଢ଼ିବା ପାଇଁ ଏକ ମିଳିତ ପ୍ରତିବଦ୍ଧତା ଭାବରେ ବର୍ଣ୍ଣନା କରିଥିଲେ। ସେ ଏକ ସୁସ୍ଥ ଗ୍ରହ ନିର୍ମାଣର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହା ସୁନିଶ୍ଚିତ କରିଥିଲେ ଯେ କେହି ପଛରେ ନ ରହନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ସମାପ୍ତ କରିବା ସମୟରେ ବେଦରୁ ଏକ ଚିର ଶାଶ୍ଵତ ପ୍ରାର୍ଥନାକୁ ଉଲ୍ଳେଖ କରିଥିଲେ, ଯାହା ମାଧ୍ୟମରେ ହଜାର ହଜାର ବର୍ଷ ପୂର୍ବେ ଭାରତର ଋଷିମୁନିମାନେ ଏପରି ଏକ ବିଶ୍ୱ ପାଇଁ ପ୍ରାର୍ଥନା କରିଥିଲେ ଯେଉଁଠାରେ ସମସ୍ତେ ସୁସ୍ଥ, ସୁଖୀ ଏବଂ ରୋଗମୁକ୍ତ ରହିବେ ବୋଲି ସେ ଉଲ୍ଲେଖ କରିଥିଲେ। ଏହି ଦୃଷ୍ଟିକୋଣ ବିଶ୍ୱକୁ ଏକତ୍ର କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
I planned to set up semiconductor factory in India 2 decades ago, but government was shackled then: PM Modi

Media Coverage

I planned to set up semiconductor factory in India 2 decades ago, but government was shackled then: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets President of the United States on the 250th anniversary of the United States' independence
July 04, 2026

The Prime Minister, Shri Narendra Modi, extended greetings to the President of the United States, Mr. Donald J. Trump, and the people of the United States on the historic occasion of the 250th anniversary of the country's independence. Shri Modi underscored the enduring strength of the India–United States partnership. He noted that the relationship between the two democracies extends beyond a strategic partnership and is anchored in shared values of democracy, the rule of law and faith in the limitless potential of their people.

The Prime Minister posted on X:

On behalf of 1.4 billion Indians, I extend my warmest congratulations to President Trump and the people of the United States on the historic 250th anniversary of your Independence.

India and the United States share more than a strategic partnership. Our shared belief in democracy, rule of law and the limitless potential of our people make our friendship a force for global good.

May the next 250 years bring even greater prosperity, peace and progress for America and take the India-US partnership to new heights.

@POTUS
@realDonaldTrump