PM Modi expresses solidarity with the people of Sweden in the wake of the violent attack on 3rd March, prays for early recovery of the injured
Longstanding close relations between India and Sweden based on shared values of democracy, rule of law, pluralism, equality, freedom of speech and respect for human rights: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱିଡେନ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ମହାମହିମ ଷ୍ଟିଫନ ଲୋଫଭେନଙ୍କ ଆଜି ଏକ ଭର୍ଚୁଆଲ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେମାନେ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ପାରସ୍ପରିକ ସ୍ୱାର୍ଥ ଜଡ଼ିତ ଅନ୍ୟାନ୍ୟ ଆଞ୍ଚଳିକ ଏବଂ ବହୁପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

ମାର୍ଚ୍ଚ 3ରେ ହୋଇଥିବା ହିଂସାତ୍ମକ ଆକ୍ରମଣ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ଵିଡେନବାସୀଙ୍କ ସହାନୁଭୂତି ପ୍ରକଟ କରିଥିଲେ ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ ।

ପ୍ରଥମ ଭାରତ-ନର୍ଡିକ୍ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ 2018ରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ଵିଡେନ ଗସ୍ତ ଏବଂ ଡିସେମ୍ବର, 2019ରେ ସ୍ୱିଡେନ ରାଜା ଏବଂ ରାଣୀଙ୍କ ଭାରତ ଗସ୍ତକୁ ସ୍ନେହପୂର୍ବକ ସ୍ମରଣ କରିଥିଲେ ।

ଭାରତ ଏବଂ ସ୍ୱିଡେନ ମଧ୍ୟରେ ଦୀର୍ଘ ଦିନର ଘନିଷ୍ଠ ସମ୍ପର୍କ ଗଣତନ୍ତ୍ରର ସହଭାଗୀ ମୂଲ୍ୟବୋଧ, ଆଇନର ଶାସନ, ବହୁଳତାବାଦ, ସମାନତା, ବାକ୍ ସ୍ୱାଧୀନତା ଏବଂ ମାନବିକ ଅଧିକାରର ସମ୍ମାନ ଉପରେ ଆଧାରିତ ବୋଲି ଉଭୟ ନେତା ରେଖାପାତ କରିଥିଲେ । ବହୁପକ୍ଷୀୟତା, ନିୟମ-ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା, ଆତଙ୍କବାଦ, ଶାନ୍ତି ଏବଂ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ଉଭୟେ ସେମାନଙ୍କ ଦୃଢ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ୟୁରୋପୀୟ ସଂଗଠନ ଏବଂ ୟୁରୋପୀୟ ଦେଶମାନଙ୍କ ସହ ବୃଦ୍ଧି ପାଉଥିବା ଭାରତର ସହଭାଗୀତାକୁ ସେମାନେ ମଧ୍ୟ ସ୍ୱୀକାର କରିଥିଲେ ।

ଦୁଇ ନେତା ଭାରତ ଏବଂ ସ୍ୱିଡେନ ମଧ୍ୟରେ ଚାଲିଥିବା ବ୍ୟାପକ ସମ୍ପର୍କ ସମୀକ୍ଷା କରିଥିଲେ ଏବଂ 2018ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱିଡେନ ଗସ୍ତ ସମୟରେ ମିଳିତ କାର୍ଯ୍ୟ ଯୋଜନା ଏବଂ ମିଳିତ ନବୋନ୍ମେଷ ଭାଗିଦାରୀ କାର୍ଯ୍ୟକାରୀ ହେବା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ।

ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ)ରେ ଯୋଗଦେବା ପାଇଁ ସ୍ୱିଡେନର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଥିଲେ । ଭାରତ-ସ୍ୱିଡେନ ମିଳିତ ପଦକ୍ଷେପରେ ବୃଦ୍ଧି ପାଉଥିବା ସଦସ୍ୟତା - ନ୍ୟୁୟର୍କରେ ସେପ୍ଟେମ୍ବର 2019ରେ ମିଳିତ ଜାତିସଂଘର ଜଳବାୟୁ କାର୍ଯ୍ୟାନୁଷ୍ଠାନ ଶିଖର ସମ୍ମିଳନୀରେ ଆରମ୍ଭ ହୋଇଥିବା ଲିଡରସିପ ଗ୍ରୁପ ଅନ ଇଣ୍ଡଷ୍ଟ୍ରୀ ଟ୍ରାଞ୍ଜିସନ (ଲିଡଆଇଟି) ବିଷୟରେ ଦୁଇ ନେତା ଉଲ୍ଲେଖ କରିଥିଲେ ।

କୋଭିଡ-19 ପରିସ୍ଥିତି ସହିତ ଟିକାକରଣ କାର୍ଯ୍ୟକ୍ରମ ଉପରେ ଦୁଇ ନେତା ଆଲୋଚନା କରିଥିଲେ ଏବଂ ସମସ୍ତ ଦେଶରେ ଟିକାର ତତ୍କାଳ ତଥା ଏହାର ସୁଲଭ ଉପଲବ୍ଧତା ଲାଗି ଭ୍ୟାକ୍ସିନ ଇକ୍ୟୁଟି ଉପରେ ଦୁହେଁ ଗୁରୁତ୍ୱାରୋପ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph