ନମସ୍କାର ବନ୍ଧୁଗଣ,

ଏହି ଅଧିବେଶନ ପାଣିପାଗ ସହ ଯୋଡ଼ି ହୋଇଛି । ଏବେ ଦିଲ୍ଲୀରେ ମଧ୍ୟ ବର୍ଷା ଆରମ୍ଭ ହୋଇଯାଇଛି । ତଥାପି ବାହାରର ଗରମ ନା କମିଛି ଏବଂ ଜଣା ନାହିଁ ଭିତରେ ଗରମ କମିବ କି ନାହିଁ । ଏହି ଅବଧି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଏହା ସ୍ୱାଧୀନତାର ଅମୃତ ମହୋତ୍ସବର ଅବଧି । ଅଗଷ୍ଟ ୧୫ର ବିଶେଷ ମହତ୍ତ୍ୱ ରହିଛି ଏବଂ ଆଗାମୀ ୨୫ ବର୍ଷ ନିମନ୍ତେ ଦେଶ ଯେତେବେଳେ ସ୍ୱାଧୀନତାର ଶତାବ୍ଦୀ ମହୋତ୍ସବ ପାଳନ କରିବ, ଆମର ୨୫ ବର୍ଷର ଯାତ୍ରା କିଭଳି ରହିଲା, ଆମେ କେତେ ଗତିରେ ଚାଲିଛୁ, କେତେ ନୂଆ ଉଚ୍ଚତାକୁ ପାର୍ କରିଛୁ, ତାହା ସାମ୍ନାକୁ ଆସିବ । ଏହି ସଂକଳ୍ପ ନେବାର ଏକ ଅବଧି ରହିଛି ଏବଂ ସେହି ସଂକଳ୍ପଗୁଡ଼ିକ ପ୍ରତି ସମର୍ପିତ ହୋଇ ଦେଶକୁ ଏକ ଦିଗ ଦେବା, ଗୃହ ଦେଶର ନେତୃତ୍ୱ ନେବା, ଗୃହର ସମସ୍ତ ମାନ୍ୟ ସଦସ୍ୟ ରାଷ୍ଟ୍ରରେ ନୂଆ ଶକ୍ତି ଭରିବା ଲାଗି ନିମିତ୍ତ ବନିବା । ସେହି ଦୃଷ୍ଟିରୁ ଏହି ଅଧିବେଶନ ମଧ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ ।

ଏହି ଅଧିବେଶନ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ, ଏହି ସମୟରେ ରାଷ୍ଟ୍ରପତି ପଦ ଓ ଉପରାଷ୍ଟ୍ରପତି ପଦ ନିମନ୍ତେ ନିର୍ବାଚନ ହେଉଛି । ଆଜି ମତଦାନ ବି ହେଉଛି । ଏବଂ ଏହି ଅବଧିରେ ଦେଶକୁ ନୂଆ ରାଷ୍ଟ୍ରପତି, ନୂଆ ଉପରାଷ୍ଟ୍ରପତି ମିଳିବେ, ସେମାନଙ୍କର ମାର୍ଗଦର୍ଶନ ଆରମ୍ଭ ହେବ ।

ଆମେ ସର୍ବଦା ଗୃହକୁ ଉଦବୋଧନ ଦେବାର ଏକ ସକ୍ଷମ ମାଧ୍ୟମ ମାନିଥାଉ । ଏହାକୁ ତୀର୍ଥକ୍ଷେତ୍ର ମାନିଥାଉ । ଯେଉଁଠି ଖୋଲା ମନରେ ଆଲୋଚନା ହେବ, ଆବଶ୍ୟକ ପଡ଼ିଲେ ବାଦବିବାଦ ହେବ, ବିତର୍କ ବି ହେବ, ଭଲ ଭାବେ ବିଶ୍ଳେଷଣ କରିହେବ । ଏହାଦ୍ୱାରା ନୀତି ଓ ନିର୍ଣ୍ଣୟରେ ବହୁତ ସକାରାତ୍ମକ ଯୋଗଦାନ ହୋଇପାରିବ । ମୁଁ ସମସ୍ତ ଆଦରଣୀୟ ସାଂସଦଙ୍କଠାରୁ ଏହି ଆଗ୍ରହ କରୁଛି ଯେ ଗଭୀର ଚିନ୍ତନ, ବ୍ୟାପକ ଚର୍ଚ୍ଚା, ଉତ୍ତମ ଆଲୋଚନା ଏବଂ ଗୃହକୁ ଆମେ କେତେ ଅଧିକ ନିର୍ଣ୍ଣାୟକ ବନାଇବା ଏବଂ ଗୃହକୁ ଅଧିକ ଫଳପ୍ରଦ ବନାଇବା । ଏଥିପାଇଁ ସମସ୍ତଙ୍କ ସହଯୋଗ ହେଉ ଏବଂ ସମସ୍ତଙ୍କ ପ୍ରୟାସ ଦ୍ୱାରା ହିଁ ଗଣତନ୍ତ୍ର ଚାଲିଥାଏ । ସମସ୍ତଙ୍କ ପ୍ରୟାସ ଦ୍ୱାରା ହିଁ ଗୃହ ଚାଲିଥାଏ । ସମସ୍ତଙ୍କ ପ୍ରୟାସ ଯୋଗୁ ହିଁ ଗୃହକୁ ଉତ୍ତମ ନିର୍ଯାସ ପ୍ରାପ୍ତ ହୋଇଥାଏ । ଏବଂ ଏଥିପାଇଁ ଗୃହର ଗରିମା ବଢ଼ାଇବା ଲାଗି ମଧ୍ୟ ଆମେ ସମସ୍ତେ ନିଜ କର୍ତ୍ତବ୍ୟଗୁଡ଼ିକର ନିର୍ବାହ କରି ଏହି ଅଧିବେଶନର ରାଷ୍ଟ୍ରହିତରେ ସର୍ବାଧିକ ଉପଯୋଗ କରିବା ଏବଂ ପ୍ରତ୍ୟେକ ମୁହୂର୍ତ୍ତ ମନେରଖିବା ଯେ ସ୍ୱାଧୀନତା ପାଇଁ ଯେଉଁମାନେ ନିଜ ଯୌବନ, ନିଜ ଜୀବନ ସମର୍ପଣ କରିଥିଲେ, ନିଜ ତମାମ ଜୀବନ ଜେଲରେ ବିତାଇଥିଲେ, କେତେଜଣ ସହିଦ ହୋଇଥିଲେ, ସେମାନଙ୍କ ସ୍ୱପ୍ନଗୁଡ଼ିକୁ ଧ୍ୟାନରେ ରଖି, ଏବଂ ଯେତେବେଳେ ୧୫ ଅଗଷ୍ଟ ସାମ୍ନାରେ ରହିଛି, ଗୃହର ସର୍ବାଧିକ ସକାରାତ୍ମକ ଉପଯୋଗ ହେବା ଆବଶ୍ୟକ । ଏଥିପାଇଁ ସମସ୍ତଙ୍କୁ ମୋର ଅନୁରୋଧ ।

ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Housing for all' by 2029: Centre approves Rs 10,021 crore fund for PMAY-G in 12 states

Media Coverage

'Housing for all' by 2029: Centre approves Rs 10,021 crore fund for PMAY-G in 12 states
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 3, 2026
June 03, 2026

One Vision, Many Fronts: How PM Modi is Building Viksit Bharat Across Tech, Defense, Green Energy & Welfare