ଜେନୋମଇଣ୍ଡିଆ ପ୍ରକଳ୍ପ ଦେଶର ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ, ଏହି ପ୍ରକଳ୍ପ ସହ ଜଡିତ ଲୋକଙ୍କୁ ମୋର ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ
ଏକବିଂଶ ଶତାବ୍ଦୀରେ ଜୈବ ଅର୍ଥନୀତି ଭାବରେ ଜୈବ ପ୍ରଯୁକ୍ତି ବିଦ୍ୟା ଏବଂ ବାୟୋମାସ୍ ର ମିଶ୍ରଣ ବିକଶିତ ଭାରତ ପ୍ରତିଷ୍ଠାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ: ପ୍ରଧାନମନ୍ତ୍ରୀ
ଜୈବ ଅର୍ଥନୀତି ନିରନ୍ତର ବିକାଶ ଓ ଉଦ୍ଭାବନକୁ ତ୍ୱରାନ୍ୱିତ କରୁଛି: ପ୍ରଧାନମନ୍ତ୍ରୀ
ଭାରତ ବିଶ୍ୱର ଏକ ପ୍ରମୁଖ ଫାର୍ମା ହବ୍ ଭାବରେ ଯେଉଁ ପରିଚୟ ସୃଷ୍ଟି କରିଛି ତାହାକୁ ଆଜି ଦେଶ ଏକ ନୂତନ ଦିଗ ଦେଉଛି: ପ୍ରଧାନମନ୍ତ୍ରୀ
ବୈଶ୍ୱିକ ସମସ୍ୟାର ସମାଧାନ ପାଇଁ ବିଶ୍ୱ ଆମ ଆଡକୁ ଚାହୁଁଛି, ଏହା ଆମର ଆଗାମୀ ପିଢ଼ି ପାଇଁ ଏକ ଦାୟିତ୍ୱ ଏବଂ ସୁଯୋଗ: ପ୍ରଧାନମନ୍ତ୍ରୀ
ଆମର ଲୋକାଭିମୁଖୀ ଶାସନ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଯେପରି ବିଶ୍ୱକୁ ଏକ ନୂତନ ମଡେଲ ଦେଇଛି, ସେହିଭଳି ଜେନୋମଇଣ୍ଡିଆ ପ୍ରକଳ୍ପ ଜେନେଟିକ୍ ଗବେଷଣା କ୍ଷେତ୍ରରେ ଭାରତର ଭାବମୂର୍ତ୍ତିକୁ ଆହୁରି ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଜେନୋମଇଣ୍ଡିଆ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ନିଜର ମତାମତ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଆଜି ଭାରତ ଗବେଷଣା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ନେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜେନୋମଇଣ୍ଡିଆ ପ୍ରକଳ୍ପକୁ ୫ ବର୍ଷ ପୂର୍ବେ ମଞ୍ଜୁରୀ ମିଳିଥିଲା ଏବଂ ଆମର ବୈଜ୍ଞାନିକମାନେ କୋଭିଡ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ ସତ୍ତ୍ୱେ କଠିନ ପରିଶ୍ରମ କରି ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିଛନ୍ତି। ଆଇଆଇଏସସି, ଆଇଆଇଟି, ସିଏସଆଇଆର ଏବଂ ଡିବିଟି-ବ୍ରିକ୍ ଭଳି ୨୦ରୁ ଅଧିକ ପ୍ରତିଷ୍ଠିତ ଗବେଷଣା ଅନୁଷ୍ଠାନ ଏହି ଗବେଷଣାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୦,୦୦୦ ଭାରତୀୟଙ୍କ ଜେନୋମ ସିକ୍ୱେନ୍ସକୁ ନେଇ ତଥ୍ୟ ଏବେ ଇଣ୍ଡିଆନ ବାୟୋଲୋଜିକାଲ ଡାଟା ସେଣ୍ଟରରେ ଉପଲବ୍ଧ ଅଛି । ଏହି ପ୍ରକଳ୍ପ ବାୟୋଟେକ୍ନୋଲୋଜି ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିବା ସହ ପ୍ରକଳ୍ପ ସହିତ ଜଡ଼ିତ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।

"ଜିନୋମ ଇଣ୍ଡିଆ ପ୍ରକଳ୍ପ ବାୟୋଟେକ୍ନୋଲୋଜି ବିପ୍ଳବରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ", ଶ୍ରୀ ମୋଦୀ କହିଥିଲେ । ଏହି ପ୍ରକଳ୍ପ ବିଭିନ୍ନ ଜନସଂଖ୍ୟାର ୧୦,୦୦୦ ବ୍ୟକ୍ତିଙ୍କ ଜିନୋମ୍ ସିକ୍ୱେନ୍ସିଂ କରି ଏକ ବିବିଧ ଜେନେଟିକ୍ ସମ୍ବଳ ସୃଷ୍ଟି କରିବାରେ ସଫଳ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ। ଏହି ତଥ୍ୟ ଏବେ ବୈଜ୍ଞାନିକ ଏବଂ ଗବେଷକମାନଙ୍କ ପାଇଁ ଉପଲବ୍ଧ ହେବ ଏବଂ ଭାରତର ଜେନେଟିକ୍ ଲ୍ୟାଣ୍ଡସ୍କେପ୍ ବୁଝିବାରେ ବିଜ୍ଞମାନଙ୍କୁ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି ସୂଚନା ଦେଶର ନୀତି ନିର୍ଦ୍ଧାରଣ ଏବଂ ଯୋଜନାରେ ବହୁତ ସହାୟକ ହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

ବିଶେଷଜ୍ଞ ଏବଂ ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରି ଏବଂ କେବଳ ଖାଦ୍ୟ, ଭାଷା ଏବଂ ଭୂଗୋଳରେ ନୁହେଁ ବରଂ ସେଠାକାର ଲୋକଙ୍କ ଜେନେଟିକ ଗଠନରେ ମଧ୍ୟ ଭାରତର ବିଶାଳତା ଏବଂ ବିବିଧତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରୋଗର ପ୍ରକୃତି ବହୁତ ଭିନ୍ନ ହୋଇଥାଏ, ଯାହା ଦ୍ୱାରା ପ୍ରଭାବଶାଳୀ ଚିକିତ୍ସା ନିର୍ଦ୍ଧାରଣ କରିବା ପାଇଁ ଜନସଂଖ୍ୟାର ଜେନେଟିକ୍ ପରିଚୟକୁ ବୁଝିବା ଜରୁରୀ ଅଟେ । ଆଦିବାସୀ ସମ୍ପ୍ରଦାୟରେ ସିକଲ୍ ସେଲ୍ ରକ୍ତହୀନତାର ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଏବଂ ଏହାର ମୁକାବିଲା ପାଇଁ ଜାତୀୟ ମିଶନ ଉପରେ ସେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ଏହି ସମସ୍ୟା ବିଭିନ୍ନ ଅଞ୍ଚଳରେ ଭିନ୍ନ ହୋଇପାରେ ଏବଂ ଭାରତୀୟ ଜନସଂଖ୍ୟାର ଅନନ୍ୟ ଜିନୋମିକ୍ ଢାଞ୍ଚାକୁ ବୁଝିବା ପାଇଁ ଏକ ସମ୍ପୂର୍ଣ୍ଣ ଜେନେଟିକ୍ ଅଧ୍ୟୟନ ଆବଶ୍ୟକ । ଏହି ଜ୍ଞାନ ନିର୍ଦ୍ଦିଷ୍ଟ ଗୋଷ୍ଠୀପାଇଁ ନିର୍ଦ୍ଦିଷ୍ଟ ସମାଧାନ ଏବଂ ପ୍ରଭାବଶାଳୀ ଔଷଧ ବିକଶିତ କରିବାରେ ସହାୟକ ହେବ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ସେ ପୁନଶ୍ଚ କହଥିଲେ ଯେ ଏହାର ପରିସର ବହୁତ ବ୍ୟାପକ ଏବଂ ସିକେଲ ସେଲ୍ ରକ୍ତହୀନତା କେବଳ ଏକ ଉଦାହରଣ । ଏକ ପିଢ଼ିରୁ ଅନ୍ୟ ପିଢ଼ିକୁ ବ୍ୟାପୁଥିବା ଅନେକ ଜେନେଟିକ୍ ରୋଗ ବିଷୟରେ ଭାରତରେ ସଚେତନତାର ଅଭାବ ରହିଛି ଏବଂ ଜେନୋମ୍ ଇଣ୍ଡିଆ ପ୍ରକଳ୍ପ ଭାରତରେ ଏଭଳି ସମସ୍ତ ରୋଗର ପ୍ରଭାବଶାଳୀ ଚିକିତ୍ସା ବିକଶିତ କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଏକବିଂଶ ଶତାବ୍ଦୀରେ ବାୟୋଟେକ୍ନୋଲୋଜି ଏବଂ ବାୟୋମାସ୍ ର ମିଶ୍ରଣ ଏକ ବିକଶିତ ଭାରତ ପାଇଁ ଜୈବ ଅର୍ଥନୀତି ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୃଷ୍ଟି କରିଛି ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରାକୃତିକ ସମ୍ପଦର ସର୍ବୋତ୍ତମ ବ୍ୟବହାର, ଜୈବ ଭିତ୍ତିକ ଉତ୍ପାଦ ଓ ସେବାକୁ ପ୍ରୋତ୍ସାହନ ଦେବା ଏବଂ ଏହି କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଜୈବ ଅର୍ଥନୀତିର ଲକ୍ଷ୍ୟ ବୋଲି ସେ ମନ୍ତବ୍ୟ ଦେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୈବ ଅର୍ଥନୀତି ନିରନ୍ତର ବିକାଶ ଏବଂ ଉଦ୍ଭାବନକୁ ତ୍ୱରାନ୍ୱିତ କରିଥାଏ। ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଜୈବ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଯାହା ୨୦୧୪ରେ ୧୦ ବିଲିୟନ ଡଲାରଥିବା ବେଳେ ଆଜି ୧୫୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ । ଭାରତ ନିଜର ବାୟୋ ଇକୋନୋମିକୁ ନୂଆ ଉଚ୍ଚତାରେ ପହଞ୍ଚାଇବା ପାଇଁ ପ୍ରୟାସ କରୁଛି ଏବଂ ନିକଟରେ ବାୟୋ ଇ୩ ନୀତି ର ଶୁଭାରମ୍ଭ କରିଛି ବୋଲି ସେ ଆଲୋକପାତ କରିଥିଲେ । ଏହି ନୀତିର ଦୃଷ୍ଟିକୋଣକୁ ସ୍ପର୍ଶ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଆଇଟି ବିପ୍ଳବ ପରି ବିଶ୍ୱ ବାୟୋଟେକ୍ କ୍ଷେତ୍ରରେ ଭାରତକୁ ଏକ ଅଗ୍ରଣୀ ଭାବରେ ଉଭା ହେବାରେ ସାହାଯ୍ୟ କରିବ । ଏହି ପ୍ରୟାସରେ ବୈଜ୍ଞାନିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସେ ସ୍ୱୀକାର କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏକ ପ୍ରମୁଖ ଫାର୍ମା ହବ୍ ଭାବରେ ଭାରତର ବିକଶିତ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଭାରତ ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରିଛି, ଲକ୍ଷ ଲକ୍ଷ ଭାରତୀୟଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିଛି, ଜନ ଔଷଧି କେନ୍ଦ୍ର ମାଧ୍ୟମରେ ୮୦% ରିହାତିରେ ଔଷଧ ପ୍ରଦାନ କରୁଛି ଏବଂ ଆଧୁନିକ ଚିକିତ୍ସା ଭିତ୍ତିଭୂମି ନିର୍ମାଣ କରିଛି । କୋଭିଡ-୧୯ ମହାମାରୀ ସମୟରେ ଭାରତର ଫାର୍ମା ଇକୋସିଷ୍ଟମ ଏହାର ଶକ୍ତି ସାବ୍ୟସ୍ତ କରିଥିଲା ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଭାରତରେ ଔଷଧ ଉତ୍ପାଦନ ପାଇଁ ଏକ ସୁଦୃଢ଼ ଯୋଗାଣ ଏବଂ ମୂଲ୍ୟ ଶୃଙ୍ଖଳା ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଜେନୋମଇଣ୍ଡିଆ ପ୍ରକଳ୍ପ ଏହି ପ୍ରୟାସକୁ ଆହୁରି ତ୍ୱରାନ୍ୱିତ ଓ ଶକ୍ତିଶାଳୀ କରିବ ବୋଲି ସେ କହିଥିଲେ।

ଭବିଷ୍ୟତ ପିଢ଼ି ପାଇଁ ଉଭୟ ଦାୟିତ୍ୱ ଓ ସୁଯୋଗ ଉପସ୍ଥାପନ କରି ବିଶ୍ୱ ସମସ୍ୟାର ସମାଧାନ ପାଇଁ ଭାରତ କୁ ଚାହୁଁଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ବିଗତ ଦଶନ୍ଧି ମଧ୍ୟରେ ଶିକ୍ଷାର ସମସ୍ତ ସ୍ତରରେ ଗବେଷଣା ଏବଂ ଉଦ୍ଭାବନ ଉପରେ ଦୃଢ଼ ଧ୍ୟାନ ଦେଇ ଭାରତ ଏକ ବିଶାଳ ଗବେଷଣା ଇକୋସିଷ୍ଟମ ନିର୍ମାଣ କରୁଛି ବୋଲି ସେ ମନ୍ତବ୍ୟ ଦେଇଥିଲେ।

୧୦,୦୦୦ ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ୍ ଛାତ୍ରଛାତ୍ରୀଙ୍କୁ ଦୈନିକ ନୂତନ ପରୀକ୍ଷଣ କରିବାକୁ ସକ୍ଷମ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଯୁବ ଉଦ୍ଭାବକମାନଙ୍କୁ ସହାୟତା କରିବା ପାଇଁ ସାରା ଦେଶରେ ଶହ ଶହ ଅଟଳ ଇନକ୍ୟୁବେସନ୍ ସେଣ୍ଟର ପ୍ରତିଷ୍ଠା କରାଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଏଚଡି ଅଧ୍ୟୟନ ସମୟରେ ଗବେଷଣାକୁ ସମର୍ଥନ କରିବା ପାଇଁ ପିଏମ ରିସର୍ଚ୍ଚ ଫେଲୋସିପ୍ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ବହୁବିଭାଗୀୟ ଏବଂ ଅନ୍ତର୍ଜାତୀୟ ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ଜାତୀୟ ଗବେଷଣା ପାଣ୍ଠି ଗଠନ କରାଯାଇଛି ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନ ବିଜ୍ଞାନ, ଇଞ୍ଜିନିୟରିଂ, ପରିବେଶ ଏବଂ ସ୍ୱାସ୍ଥ୍ୟ ଭଳି କ୍ଷେତ୍ରକୁ ସହାୟତା କରିବ । ବାୟୋଟେକ୍ନୋଲୋଜି କ୍ଷେତ୍ରର ବିକାଶ ରେ ସହାୟକ ହେବା ସହ ଯୁବ ବୈଜ୍ଞାନିକମାନଙ୍କୁ ସହାୟତା କରିବା ପାଇଁ ସରକାର ଏକ ଲକ୍ଷ କୋଟି ଟଙ୍କାର ପାଣ୍ଠି ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

ନିକଟରେ କେନ୍ଦ୍ର ସରକାରଙ୍କ 'ୱାନ୍ ନେସନ୍ ଓ୍ଵାନ୍ ସବସ୍କ୍ରିପସନ'ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସ୍ପର୍ଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପଦକ୍ଷେପ ଭାରତୀୟ ଛାତ୍ର ଏବଂ ଗବେଷକମାନଙ୍କୁ ପ୍ରତିଷ୍ଠିତ ବିଶ୍ୱସ୍ତରୀୟ ପତ୍ରିକାଗୁଡ଼ିକରେ ସହଜ ଏବଂ ଶସ୍ତାରେ ଉପଲବ୍ଧ କରାଇବା ସୁନିଶ୍ଚିତ କରିବ। ଏହି ପ୍ରୟାସ ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଏବଂ ଉଦ୍ଭାବନ କେନ୍ଦ୍ରରେ ପରିଣତ କରିବାରେ ବହୁତ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

"ଭାରତର ଲୋକାଭିମୁଖୀ ଶାସନ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ବିଶ୍ୱ ପାଇଁ ଏକ ନୂତନ ମଡେଲ ସ୍ଥାପନ କରିଛି", ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ନିଜ ଭାଷଣ ଶେଷରେ ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଜେନୋମଇଣ୍ଡିଆ ପ୍ରକଳ୍ପ ଜେନେଟିକ ଗବେଷଣା କ୍ଷେତ୍ରରେ ଭାରତର ଭାବମୂର୍ତ୍ତିକୁ ସୁଦୃଢ଼ କରିବ । ପ୍ରଧାନମନ୍ତ୍ରୀ ଜେନୋମଇଣ୍ଡିଆ ପ୍ରକଳ୍ପର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
RBI Revises FY27 GDP Growth Forecast Up To 6.7%; Sees Indian Economy Staying Resilient

Media Coverage

RBI Revises FY27 GDP Growth Forecast Up To 6.7%; Sees Indian Economy Staying Resilient
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi shares Sanskrit Subhashitam recognizing Earth as the nurturing mother of all life
August 06, 2026

The Prime Minister, Shri Narendra Modi today shared Sanskrit Subhashitam emphasising that humanity may live in harmony with the Earth, as earth is the nurturing mother of all life and the moral order that sustains her should be respected.

The Prime Minister shared a Sanskrit verse-

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥

The Prime Minister posted on X:

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥