“ଭାରତର ସ୍ୱାଧୀନତାର ଅମୃତ କାଳରେ ଆମେ ସୌରାଷ୍ଟ୍ର ତାମିଲ ସଙ୍ଗମମ ଭଳି ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମର ସାକ୍ଷୀ ରହିଛୁ”
“ତାମିଲ ସୌରାଷ୍ଟ୍ର ସଙ୍ଗମମ ହେଉଛି ସର୍ଦ୍ଦାର ପଟେଲ ଏବଂ ସୁବ୍ରମଣ୍ୟମ ଭାରତୀଙ୍କ ଦେଶପ୍ରେମର ସଂକଳ୍ପ”
“ଭାରତ ଏପରି ଏକ ଦେଶ ଯିଏ ଏହାର ବିବିଧତାକୁ ଏକ ବିଶେଷତା ଭାବରେ ଦେଖେ”
“ଆମର ଐତିହ୍ୟକୁ ନେଇ ଅଧିକ ଗର୍ବ କରିବା ଯେତେବେଳେ ଆମେ ଏହାକୁ ଜାଣିବା, ଦାସତ୍ୱର ମାନସିକତାରୁ ମୁକ୍ତ ହୋଇ ନିଜକୁ ଜାଣିବାକୁ ଚେଷ୍ଟା କରିବା”
“ସୌରାଷ୍ଟ୍ର ଏବଂ ତାମିଲନାଡୁ ପଶ୍ଚିମ ଏବଂ ଦକ୍ଷିଣର ଏହି ସାଂସ୍କୃତିକ ମିଶ୍ରଣ ହେଉଛି ଏକ ପ୍ରବାହ ଯାହା ହଜାରେ ବର୍ଷ ଧରି ଚାଲିଆସୁଛି”
“ଭାରତ କଠିନରୁ କଠନି ପରିସ୍ଥିତିରେ ମଧ୍ୟ ଅଭିନବ କରିବାର ଶକ୍ତି ରହିଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୌରାଷ୍ଟ୍ର ତାମିଲ ସଙ୍ଗମମର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଧ୍ୟାନ ଆକର୍ଷଣ କରିଥିଲେ ଯେ ଅତିଥି ସତ୍କାର କରିବା ଏକ ବିଶେଷ ଅଭିଜ୍ଞତା କିନ୍ତୁ ଦଶନ୍ଧି ପରେ ଘରକୁ ଫେରିବାର ଅଭିଜ୍ଞତା ଏବଂ ସୁଖ ଅତୁଳନୀୟ । ସେ ଦର୍ଶାଇଛନ୍ତି ଯେ ସମାନ ଉତ୍ସାହରେ ରାଜ୍ୟ ଗସ୍ତରେ ଆସୁଥିବା ତାମିଲନାଡୁର ବନ୍ଧୁମାନଙ୍କ ପାଇଁ ସୌରାଷ୍ଟ୍ରର ଲୋକମାନେ ରେଡ କାର୍ପେଟ ବିଛାଇଛନ୍ତି ।

ପ୍ରଧାନମନ୍ତ୍ରୀ ମନେ ପକାଇଲେ ଯେ ମୁଖ୍ୟମନ୍ତ୍ରୀ ଭାବରେ ସେ ୨୦୧୦ ରେ ସୌରାଷ୍ଟ୍ରର ୫୦,୦୦୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ମଦୁରାଇରେ ସମାନ ସୌରାଷ୍ଟ୍ର ତାମିଲ ସଙ୍ଗମମ ଆୟୋଜନ କରିଥିଲେ । ପ୍ରଧାନମନ୍ତ୍ରୀ ସୌରାଷ୍ଟ୍ରକୁ ଆସିଥିବା ତାମିଲନାଡୁର ଅତିଥିମାନଙ୍କ ମଧ୍ୟରେ ସମାନ ଭଲପାଇବା ଏବଂ ଉତ୍ସାହକୁ ଉଲ୍ଲେଖ କରିଛନ୍ତି । ଅତିଥିମାନେ ପର୍ଯ୍ୟଟନରେ ଲିପ୍ତ ରହି କେଭାଡିଆରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରିସାରିଛନ୍ତି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅତୀତର ବହୁମୂଲ୍ୟ ସ୍ମୃତି, ବର୍ତ୍ତମାନର ସମ୍ପର୍କ ଏବଂ ଅନୁଭୂତି, ଏବଂ ସୌରାଷ୍ଟ୍ର ତାମିଲ ସଙ୍ଗମମରେ ଭବିଷ୍ୟତ ପାଇଁ ସଂକଳ୍ପ ଏବଂ ପ୍ରେରଣା ଦେଖିପାରିବେ । ଆଜିର ଉତ୍ସବ ପାଇଁ ସେ ସୌରାଷ୍ଟ୍ର ଏବଂ ତାମିଲନାଡୁର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ସ୍ୱାଧୀନତାର ଅମୃତ କାଳରେ ଆମେ ସୌରାଷ୍ଟ୍ର ତାମିଲ ସଙ୍ଗମମ ଭଳି ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମର ସାକ୍ଷୀ ରହିଛୁ ଯାହା କେବଳ ତାମିଲନାଡୁ ଏବଂ ସୌରାଷ୍ଟ୍ରର ସଂଗୀତ ନୁହେଁ ବରଂ ଦେବୀ ମୀନାକ୍ଷୀ ଏବଂ ଦେବୀ ପାର୍ବତୀଙ୍କ ରୂପରେ ଶକ୍ତିଙ୍କ ପୂଜା ପର୍ବ ଅଟେ । ଅନୁରୂପ ଭାବେ ଏହା ଭଗବାନ ସୋମନାଥ ଏବଂ ଭଗବାନ୍ ରାମନାଥଙ୍କ ରୂପରେ ଶିବଙ୍କ ଆବେଗର ଏକ ପର୍ବ । ସେହିଭଳି ଏହା ସୁନ୍ଦରଶ୍ୱର ଏବଂ ନାଗେଶ୍ୱରର ଏକ ମିଳନସ୍ଥଳୀ, ଏହା ହେଉଛି ଶ୍ରୀକୃଷ୍ଣ ଏବଂ ଶ୍ରୀ ରଙ୍ଗନାଥ, ନର୍ମଦା ଏବଂ ଭାଗାଇ, ଦାଣ୍ଡିଆ ଏବଂ କୋଲାଥାମ ଏବଂ ଦ୍ୱାରକା ଏବଂ ପୁରୀ ପରି ପବିତ୍ର ପରମ୍ପରାର ଏକ ସଙ୍ଗମ ବୋଲି ସେ କହିଛନ୍ତି । ତାମିଲ ସୌରାଷ୍ଟ୍ର ସଙ୍ଗମମ ହେଉଛି ସର୍ଦ୍ଦାର ପଟେଲ ଏବଂ ସୁବ୍ରମଣ୍ୟମ ଭାରତୀଙ୍କ ଦେଶପ୍ରେମର ସଂକଳ୍ପ । ରାଷ୍ଟ୍ର ର୍ନିମାଣ ପଥରେ ଆମକୁ ଏହି ଐତିହ୍ୟ ସହିତ ଆଗକୁ ବଢିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଭାରତ ହେଉଛି ଏକ ଦେଶ ଯିଏ ଏହାର ବିବିଧତାକୁ ଏକ ବିଶେଷତା ଭାବରେ ଦେଖେ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ପାଳନ କରାଯାଉଥିବା ବିଭିନ୍ନ ଭାଷା ଏବଂ ଉପଭାଷା, କଳା ଏବଂ ଧାରା ବିଷୟରେ କହିଛନ୍ତି । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତ ଏହାର ବିଶ୍ୱାସ ଏବଂ ଆଧ୍ୟାତ୍ମିକତାରେ ବିବିଧତା ପାଇଛି ଏବଂ ଭଗବାନ ଶିବ ଏବଂ ଭଗବାନ ବ୍ରହ୍ମାଙ୍କୁ ପୂଜା କରିବା ଏବଂ ଆମର ବିଭିନ୍ନ ଉପାୟରେ ଦେଶର ପବିତ୍ର ନଦୀକୁ ମୁଣ୍ଡିଆ ମାରିବାର ଉଦାହରଣ ଦେଇଛି । ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଜାରି ରଖି କହିଛନ୍ତି ଯେ ଏହି ବିବିଧତା ଆମକୁ ଭାଗ ଭାଗ କରେ ନାହିଁ ବରଂ ଆମର ବନ୍ଧନ ଏବଂ ସମ୍ପର୍କକୁ ଦୃଢ କରେ । ବିଭିନ୍ନ ସ୍ରୋତ ଏକାଠି ହେଲେ ଏକ ସଙ୍ଗମ ସୃଷ୍ଟି ହୁଏ ବୋଲି ସେ ଦର୍ଶାଇଛନ୍ତି ଏବଂ କହିଛନ୍ତି ଯେ ଶତାବ୍ଦୀ ଧରି କୁମ୍ଭ ମେଳା ଭଳି ଘଟଣାଗୁଡ଼ିକରେ ନଦୀର ମିଳନ ଠାରୁ ଆରମ୍ଭ କରି ବିଚାରର ଧାରଣାକୁ ଭାରତ ଗ୍ରହଣ କରିଆସୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ସଙ୍ଗମର ଶକ୍ତି ଯାହା ସୌରାଷ୍ଟ୍ର ତାମିଲ ସଙ୍ଗମମ ଆଜି ଏକ ନୂତନ ରୂପରେ ଆଗକୁ ବଢୁଛି । ସର୍ଦ୍ଦାର ପଟେଲ ସାହେବଙ୍କ ଆଶୀର୍ବାଦ ସହିତ ଦେଶର ଏକତା ଏଭଳି ମହାନ ପର୍ବ ଆକାରରେ ରୂପ ନେଉଛି ବୋଲି ସେ ବର୍ଣ୍ଣନା କରିଛନ୍ତି । ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯେ ଏହା ମଧ୍ୟ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ପୂରଣ କରିବ, ଯେଉଁମାନେ ନିଜ ଜୀବନକୁ ବଳିଦାନ ଦେଇଛନ୍ତି ଏବଂ ‘ଏକ ଭାରତ ଶ୍ରେଷ୍ଠ ଭାରତ'ର ସ୍ୱପ୍ନ ଦେଖିଛନ୍ତି ।

ପ୍ରଧାନମନ୍ତ୍ରୀ ଐତିହ୍ୟର "ପଞ୍ଚ ପ୍ରାଣ” କୁ ନେଇ ଗର୍ବ କରିବାକୁ ମନେ ପକାଇ କହିଛନ୍ତି ଯେ ଯେତେବେଳେ ଆମେ ଏହା ଜାଣିବା, ଦାସତ୍ୱର ମାନସିକତାରୁ ମୁକ୍ତି ପାଇ ନିଜକୁ ଜାଣିବାକୁ ଚେଷ୍ଟା କରିବା । କାଶୀ ତାମିଲ ସଙ୍ଗମମ ଏବଂ ସୌରାଷ୍ଟ୍ର ତାମିଲ ସଙ୍ଗମମ ଭଳି ଘଟଣା ଏହି ଦିଗରେ ଏକ ପ୍ରଭାବଶାଳୀ ଆନ୍ଦୋଳନରେ ପରିଣତ ହେଉଛି ବୋଲି ସେ କହିଛନ୍ତି । ଗୁଜୁରାଟ ଏବଂ ତାମିଲନାଡୁ ମଧ୍ୟରେ ଥିବା ଗଭୀର ସଂଯୋଗର ଅଣଦେଖା ଉପରେ ସେ ମନ୍ତବ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ପୁରାଣ କାଳରୁ ଏହି ଦୁଇ ରାଜ୍ୟ ମଧ୍ୟରେ ଗଭୀର ସମ୍ପର୍କ ରହିଆସିଛି । ପଶ୍ଚିମ ଏବଂ ଦକ୍ଷିଣର ସୌରାଷ୍ଟ୍ର ଏବଂ ତାମିଲନାଡୁର ଏହି ସାଂସ୍କୃତିକ ମିଶ୍ରଣ ହେଉଛି ଏକ ପ୍ରବାହ ଯାହା ହଜାର ହଜାର ବର୍ଷ ଧରି ଚାଲିଆସୁଛି ।

୨୦୪୭ ର ଲକ୍ଷ୍ୟ, ଦାସତ୍ୱର ଆହ୍ୱାନ ଏବଂ ୭ ଦଶନ୍ଧି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବିବିଧ ତଥା ବିନାଶକାରୀ ଶକ୍ତି ବିରୁଦ୍ଧରେ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଭାରତର କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଅଭିନବ କରିବାର ଶକ୍ତି ରଖିଛି, ସୌରାଷ୍ଟ୍ର ଏବଂ ତାମିଲନାଡୁର ଅଂଶୀଦାର ଇତିହାସ ଆମକୁ ଏହା ନିଶ୍ଚିତ କରେ । ପ୍ରଧାନମନ୍ତ୍ରୀ ସୋମନାଥଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ ତାମିଲନାଡୁକୁ ଚାଲିଯିବା କଥା ମନେ ପକାଇଥିଲେ ଏବଂ କହିଥିଲେ ଯେ ଦେଶର ଗୋଟିଏ ଭାଗରୁ ଅନ୍ୟ ଅଞ୍ଚଳକୁ ଯାଉଥିବା ଲୋକମାନେ ନୂତନ ଭାଷା, ଲୋକ ଏବଂ ପରିବେଶ ବିଷୟରେ କେବେ ଚିନ୍ତା କରନ୍ତି ନାହିଁ । ସେ ପୁଣିଥରେ କହିଛନ୍ତି ଯେ ସେମାନଙ୍କର ବିଶ୍ୱାସ ଏବଂ ପରିଚୟ ରକ୍ଷା କରିବା ପାଇଁ ବହୁ ସଂଖ୍ୟକ ଲୋକ ସୌରାଷ୍ଟ୍ରରୁ ତାମିଲନାଡୁ ଯାଇଥିଲେ ଏବଂ ତାମିଲନାଡୁର ଲୋକମାନେ ସେମାନଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିଥିଲେ ଏବଂ ଏକ ନୂତନ ଜୀବନ ଯାପନ ପାଇଁ ସେମାନଙ୍କ ଲାଗି ସମସ୍ତ ସୁବିଧା କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, “ଏକ ଭାରତ, ଶ୍ରେଷ୍ଠ ଭାରତ” ର ଏକ ବଡ଼ ଏବଂ ଉଚ୍ଚତମ ଉଦାହରଣ କ'ଣ ହୋଇପାରେ?

ପ୍ରଧାନମନ୍ତ୍ରୀ ମହାନ ସାଧୁ ଥିରୁଭାଲାଭାରଙ୍କ ଉକ୍ତିକୁ ଉଦ୍ଧାର କରି କହିଛନ୍ତି ଯେ ଯେଉଁମାନେ ଅନ୍ୟମାନଙ୍କୁ ଘରେ ଖୁସିରେ ସ୍ୱାଗତ କରନ୍ତି ସେମାନଙ୍କ ପାଇଁ ସୁଖ, ସମୃଦ୍ଧତା ଏବଂ ସୌଭାଗ୍ୟ ଆସେ ଏବଂ ସୌହାର୍ଦ୍ଦ୍ୟ ତଥା ସାଂସ୍କୃତିକ ସଂଘର୍ଷ ଠାରୁ ଦୂରରେ ରହିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଆମକୁ ସଂଘର୍ଷକୁ ଆଗକୁ ନେବାକୁ ପଡ଼ିବ ନାହିଁ, ସଙ୍ଗମ ଏବଂ ସାମଗାମକୁ ଆଗକୁ ନେବାକୁ ପଡ଼ିବ । ଆମେ ପାର୍ଥକ୍ୟ ଖୋଜିବାକୁ ଚାହୁଁ ନାହୁଁ, ଆମେ ଭାବପ୍ରବଣ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛୁ ବୋଲି ପ୍ରଧାନମନ୍ତ୍ରୀ ତାମିଲନାଡୁର ଲୋକ ମାନଙ୍କୁ କହିଛନ୍ତି ଯେଉଁମାନେ ସୌରାଷ୍ଟ୍ରର ମୂଳ ବାସିନ୍ଦାଙ୍କୁ ତାମିଲନାଡୁରେ ବସବାସ କରିବାକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ ଭାରତର ଅମର ପରମ୍ପରା ଯାହା ସମସ୍ତଙ୍କୁ ଅନ୍ତର୍ଭୂକ୍ତ କରେ ଏବଂ ଆଗକୁ ବଢେ, ଯେଉଁମାନେ ତାମିଲ ସଂସ୍କୃତି ଗ୍ରହଣ କରିଥିଲେ କିନ୍ତୁ ସେହି ସମୟରେ ସୌରାଷ୍ଟ୍ରର ଭାଷା, ଖାଦ୍ୟ ଏବଂ ରୀତିନୀତି ମନେ ରଖିଥିଲେ । ଆମର ପୂର୍ବପୁରୁଷଙ୍କ ଅବଦାନକୁ କର୍ତ୍ତବ୍ୟବୋଧ ସହିତ ଆଗକୁ ନିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ଆନନ୍ଦ ବ୍ୟକ୍ତ କରିଛନ୍ତି । ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କୁ ସ୍ଥାନୀୟ ସ୍ତରରେ ସମାନ ଢଙ୍ଗରେ ନିମନ୍ତ୍ରଣ କରନ୍ତୁ ଏବଂ ସେମାନଙ୍କୁ ଭାରତରେ ବଞ୍ଚିବା ଏବଂ ନିଶ୍ୱାସ ନେବା ପାଇଁ ଏକ ସୁଯୋଗ ଦିଅନ୍ତୁ । ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ସୌରାଷ୍ଟ୍ର ତାମିଲ ସଙ୍ଗମମ ଏହି ଦିଗରେ ଏକ ସମ ଐତିହାସିକ ପଦକ୍ଷେପ ବୋଲି ପ୍ରମାଣିତ ହେବ ।

ପୃଷ୍ଠଭୂମି

ଏହି କାର୍ଯ୍ୟକ୍ରମର ମୂଳମନ୍ତ୍ର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀରେ ରହିଛି, ଯାହାକି ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଲୋକଙ୍କ ମଧ୍ୟରେ ଥିବା ପୁରୁଣା ସମ୍ପର୍କକୁ ପୁନଃ ଆବିଷ୍କାର କରିବାରେ ସାହାଯ୍ୟ କରିଥାଏ । ଏହାକୁ ଦୃଷ୍ଟିରେ ରଖି କାଶୀ ତାମିଲ ସଙ୍ଗମମ ପୂର୍ବରୁ ଆୟୋଜିତ ହୋଇଥିଲା ଏବଂ ଗୁଜରାଟ ଏବଂ ତାମିଲନାଡୁ ମଧ୍ୟରେ ଅଂଶୀଦାର ସଂସ୍କୃତି ଓ ଐତିହ୍ୟକୁ ପାଳନ କରି ସୌରାଷ୍ଟ୍ର ତାମିଲ ସାଙ୍ଗମମ ଏହି ଦର୍ଶନକୁ ଆଗକୁ ନେଉଛି ।

ଶତାବ୍ଦୀ ପୂର୍ବରୁ, ଅନେକ ଲୋକ ସୌରାଷ୍ଟ୍ର ଅଞ୍ଚଳରୁ ତାମିଲନାଡୁକୁ ଯାଇଥିଲେ । ସୌରାଷ୍ଟ୍ର ତମିଲ ସଙ୍ଗମମ ସୌରାଷ୍ଟ୍ରୀୟ ତାମିଲମାନଙ୍କୁ ସେମାନଙ୍କର ମୂଳ ସହିତ ପୁନଃ ସଂଯୋଗ କରିବାକୁ ଏକ ସୁଯୋଗ ପ୍ରଦାନ କରିଥିଲେ । ୧୦ ଦିନିଆ ସମ୍ମିଳନୀରେ ୩୦୦୦ ରୁ ଅଧିକ ସୌରାଷ୍ଟ୍ରୀୟ ତାମିଲ ଏକ ସ୍ୱତନ୍ତ୍ର ଟ୍ରେନରେ ସୋମନାଥକୁ ଆସିଥିବାର ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ୧୭ ଏପ୍ରିଲରେ ଆରମ୍ଭ ହୋଇଥିଲା, ଏହାର ଉଦଯାପନ ସମାରୋହ ୨୬ ଏପ୍ରିଲରେ ସୋମନାଥରେ ଅନୁଷ୍ଠିତ ହୋଇଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"