ବିଭିନ୍ନ କେନ୍ଦ୍ର ସରକାରୀ ବିଭାଗର ପ୍ରାୟ ୭୧ ହଜାର ନବନିଯୁକ୍ତଙ୍କୁ
ପ୍ରଧାନମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତିପତ୍ର
“ଆଜି ଭାରତ ବିଶ୍ୱର ଦ୍ରୁତତମ ଆର୍ଥିକ ଅଭିବୃଦ୍ଧି ହାସଲ କରୁଥିବା ଦେଶ”
“ଆଜି ନୂତନ ଭାରତ ଯେଉଁ ନୀତି ଓ ରଣନୀତି ଧରି ଆଗଉଛି ତାହା ନୂତନ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିଛି”
“ପୂର୍ବଭଳି ପ୍ରତିକ୍ରିୟାଶୀଳ ନ ହୋଇ ୨୦୧୪ ପରେ ଭାରତ ଏକ ସକ୍ରିୟ ମନୋଭାବ ନେଇ କାର୍ଯ୍ୟ କରୁଛି”
“ଏକବିଂଶ ଶତାବ୍ଦୀର ତୃତୀୟ ଦଶକ ଭାରତରେ କର୍ମନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟିର ସାକ୍ଷୀ ଯାହାକି ଆଗରୁ କଳ୍ପନା ବାହାରେ ଥିଲା”
“ଆତ୍ମନିର୍ଭର ଭାରତ ଅଭିଯାନର ଚିନ୍ତାଧାରା ଓ ପଦକ୍ଷେପ କେବଳ ସ୍ୱଦେଶୀ ଓ ଭୋକାଲ ଫର ଲୋକାଲ ମଧ୍ୟରେ ସୀମିତ ନୁହଁ । ଆତ୍ମନିର୍ଭର ଭାରତ ହେଉଛି ଏକ ଅଭିଯାନ ଯାହା ଗ୍ରାମରୁ ସହର ପର୍ଯ୍ୟନ୍ତ କୋଟି କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି”
“ଯେତେବେଳେ ଗ୍ରାମ ସଡ଼କ ଦ୍ୱାରା ସଂଯୁକ୍ତ ହୁଏ ଏହା ପୂରା ବାତାବରଣରେ ଦ୍ରୁତ ନିଯୁକ୍ତି ସୃଷ୍ଟିରେ ସହାୟକ ହୁଏ” “ଜଣେ ସରକାରୀ ସେବକ ଭାବେ ଆପଣ ସବୁବେଳେ ମନେ ରଖିବା ଉଚିତ ଯେ ଆପଣ ଜଣେ ସାଧାରଣ ନାଗରିକ ଭାବେ କେମିତି ଥିଲେ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୩-୦୪-୨୦୨୩) ଜାତୀୟ ରୋଜଗାର ମେଳାକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ସେ ବିଭନ୍ନ କେନ୍ଦ୍ର ସରକାରୀ ବିଭାଗର ପ୍ରାୟ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ନିଯୁକ୍ତି ପାଇଥିବା ଏହି ନବନିଯୁକ୍ତମାନେ ଭାରତ ସରକାରଙ୍କ ବିଭିନ୍ନ ପଦପଦବୀ ଯଥା ଟ୍ରେନ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ କମ ଟିକେଟ କ୍ଲର୍କ, ନିରୀକ୍ଷକ ଇନିସପେକ୍ଟର, ସବ ଇନିସପେକ୍ଟର, କନେଷ୍ଟବଳ, ଷ୍ଟେନୋ ଗ୍ରାଫର, କନିଷ୍ଠ ଲେଖାକାର, ଡାକ ସହାୟକ, ଆୟକର ନିରୀକ୍ଷକ, ଟିକସ ସହାୟକ, ସିନିୟର ଡ୍ରାଫ୍ଟସ ମ୍ୟାନ, ଜେଇ/ସୁପର ଭାଇଜର, ସହାୟକ ଅଧ୍ୟାପକ, ଶିକ୍ଷକ, ଗ୍ରନ୍ଥାଧ୍ୟକ୍ଷ, ସେବିକା, ପ୍ରୋବେସନାରୀ ଅଫିସର, ପିଏ, ଏଟିଏସ ଇତ୍ୟାଦି ପଦ ପଦବୀରେ ଯୋଗ ଦେବେ । ନବନିଯୁକ୍ତ ନିଯୁକ୍ତିଧାରୀମାନେ ମଧ୍ୟ ଅନଲାଇନ ପ୍ରାକ ଚାକିରି ପାଠ୍ୟକ୍ରମ କର୍ମଯୋଗୀ ପ୍ରାରମ୍ଭ ଜରିଆରେ ନିଜକୁ ତାଲିମପ୍ରାପ୍ତ କରିପାରିବେ । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ୪୫ଟି ମେଳା ସ୍ଥାନ ସହ ସଂଯୁକ୍ତ କରାଯାଇଥିଲା ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଦେଶକୁ ବୈଶାଖୀର ପବିତ୍ର ଅବସରରେ ଶୁଭେଚ୍ଛା ଜଣାଇଥିଲେ । ନବନିଯୁକ୍ତି ପାଇଥିବା ପାଇଥିବା ପ୍ରାର୍ଥୀ ଓ ସେମାନଙ୍କ ପରିବାରବର୍ଗକୁ ମଧ୍ୟ ସେ ଅଭିନନ୍ଦନ ଜଣାଇଥିଲେ ।

 

ଏକ ଉନ୍ନତ ଭାରତର ସଂକଳ୍ପକୁ ଫଳପ୍ରଦ କରିବା ଦିଗରେ ଦେଶରେ ଯୁବଶକ୍ତିକୁ ସେମାନଙ୍କ ଶକ୍ତି ଓ ମେଧାର ଉପଯୋଗ କରିବା ନିମନ୍ତେ ସୁଯୋଗ ଦେବାକୁ ସରକାର ଅଙ୍ଗୀକାରବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗୁଜରାଟରୁ ଆସାମ ଓ ଉତ୍ତର ପ୍ରଦେଶରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଏନଡିଏ ଶାସିତ ରାଜ୍ୟଗୁଡ଼ିକରେ ସରକାରୀ ନିଯୁକ୍ତି ପ୍ରକ୍ରିୟା ସୂଚାରୁ ରୂପେ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମଧ୍ୟ ପ୍ରଦେଶରେ ଗତକାଲି ୨୨ ହଜାର ଶିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । “ଏହି ରୋଜଗାର ମେଳା ଦେଶର ଯୁବଗୋଷ୍ଠୀ ନିମନ୍ତେ ଆମର ଅଙ୍ଗୀକାରବଦ୍ଧତା ପ୍ରମାଣ” ବୋଲି ସେ କହିଥିଲେ ।

ଭାରତ ବିଶ୍ୱର ଦ୍ରୁତତମ ଆର୍ଥିକ ଅଭିବୃଦ୍ଧି ଦେଶ ମଧ୍ୟରେ ଅନ୍ୟତମ ବୋଲି କହି ପ୍ରଧାନମନ୍ତ୍ରୀ ବିଶ୍ୱ ଭାରତକୁ ବୈଶ୍ୱିକ ଆର୍ଥିକ ମାନ୍ଦାବସ୍ଥା ଓ ମହାମାରୀ ସତ୍ତ୍ୱେ ଉଜ୍ୱଳ ସମ୍ଭାବନାର ଦେଶ ଭାବେ ଦେଖୁଛି ବୋଲି କହିଥିଲେ । “ଆଜି ଭାରତ ଯେଉଁ ନୂତନ ନୀତି ଓ ରଣନୀତି ଧରି ଅଗ୍ରସର ହେଉଛି ତାହା ଅନେକ ନୂତନ ସମ୍ଭାବନାର ଦିଗ ଉନ୍ମେଚାନ କରୁଛି” ବୋଲି ସେ କହିଥିଲେ । ୨୦୧୪ ମସିହା ପରେ ଭାରତ ଏକ ସକ୍ରିୟ ମନୋଭାବ ନେଇ କାର୍ଯ୍ୟ କଲା ଯାହା ଆଗରୁ ଦେଖା ନ ଥିଲା । “ସେଥିପାଇଁ ଏକବିଂଶ ଶତାବ୍ଦୀର ଏହି ତୃତୀୟ ଦଶକ ନିଯୁକ୍ତି ଓ କର୍ମନିଯୁକ୍ତି ସୁଯୋଗର ସାକ୍ଷୀ ରହିଛି ଯାହାକି ପୂର୍ବରୁ କଳ୍ପନାତୀତ ଥିଲା । ଯୁବାଗୋଷ୍ଠୀ ସେହି କ୍ଷେତ୍ରକୁ ଆଜି ପାଇଛନ୍ତି ଯାହା ଦଶବର୍ଷ ଆଗରୁ ତିଷ୍ଠି ନଥିଲା” ବୋଲି ସେ କହିଥିଲେ । ଷ୍ଟାର୍ଟଅପ ଓ ଭାରତୀୟ ଯୁବାଗୋଷ୍ଠୀର ଉତ୍ସାହ ଉପରେ ପ୍ରଧାନମନ୍ତ୍ରୀ ଏକ ରିପୋର୍ଟର ଅବତାରଣା କରି କହିଥିଲେ ଯେ ଷ୍ଟାର୍ଟଅପମାନେ ୪୦ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ବା ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ସେ ମଧ୍ୟ ନିଯୁକ୍ତିର ନୂତନ ମାଧ୍ୟମ ଡ୍ରୋନ ଓ କ୍ରୀଡ଼ା କ୍ଷେତ୍ର ବିଷୟରେ କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆତ୍ମନିର୍ଭର ଭାରତ ଅଭିଯାନର ଚିନ୍ତାଧାରା ଓ ପଦକ୍ଷେପ କେବଳ ସ୍ୱଦେଶୀ ଓ ଭୋକାଲ ଫର ଲୋକାଲ ମଧ୍ୟରେ ସୀମିତ ନୁହଁ । ଆତ୍ମନିର୍ଭର ଭାରତ ହେଉଛି ଏକ ଅଭିଯାନ ଯାହା ଗ୍ରାମରୁ ସହର ପର୍ଯ୍ୟନ୍ତ କୋଟି କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ।” ସେ ମଧ୍ୟ ସ୍ୱଦେଶୀ ଜ୍ଞାନକୌଶରେ ନିର୍ମିତ ଆଧୁନିକ ଉପଗ୍ରହ ଓ ମଧ୍ୟମ-ଉଚ୍ଚ ଗତିଯୁକ୍ତ ଟ୍ରେନର ଉଦାହରଣ ଦେଇଥିଲେ । ଗତ ୮ରୁ ୯ ବର୍ଷ ମଧ୍ୟରେ ଭାରତରେ ୩୦,୦୦୦ ଏଲଏଚବି କୋଚ ତିଆରି ହୋଇଛି । ଏସବୁ କୋଚଗୁଡ଼ିକ ନିମନ୍ତେ ଆବଶ୍ୟକ ବୈଷୟିକ ଜ୍ଞାନ ଓ କଞ୍ଚା ମାଲ ହଜାର ହଜାର କର୍ମନିଯୁକ୍ତି ଭାରତରେ ସୃଷ୍ଟି କରିଛି ।

ଭାରତୀୟ ଖେଳଣା ଶିଳ୍ପର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ଯୁଗ ଧରି ଭାରତରେ ପିଲାମାନେ ଆମଦାନୀ ହୋଇ ଆସୁଥିବା ଖେଳଣାରେ ଖେଳୁଥିଲେ । ସେ ଖେଳଣାଗୁଡ଼ିକ ଉତ୍ତମ ଗୁଣର ନ ଥିଲା କି ଭାରତର ପିଲାମାନଙ୍କ ମନକୁ ଆକୃଷ୍ଟ କରିବା ବିଷୟ ଚିନ୍ତା କରି ତିଆରି ମଧ୍ୟ ହୋଇ ନ ଥିଲା । ସରକାରୀ ଆମଦାନୀ ହୋଇ ଆସୁଥିବା ଖେଳଣାଗୁଡ଼ିକର ଗୁଣାତ୍ମକ ମାନର ନିର୍ଦ୍ଧାରିତ ବ୍ୟବସ୍ଥା ରଖିବା ସହ ଭାରତୀୟ ଖେଳଣା ଶିଳ୍ପକୁ ମଧ୍ୟ ପ୍ରୋତ୍ସାହନ ଦେଲେ । ଫଳରେ ଭାରତରେ ଖେଳଣା ଶିଳ୍ପର ଦୃଶ୍ୟପଟ ସମ୍ପୂର୍ଣ୍ଣ ପରବର୍ତ୍ତିତ ହେବା ସହ ଏହା ଅନେକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କଲା ବୋଲି ସେ କହିଥିଲେ ।

ଭାରତରେ ପ୍ରତିରକ୍ଷା ଉପକରଣ ଯେ କେବଳ ଆମଦାନୀ ଦ୍ୱାରା ସମ୍ଭବ ସେପରି ମାନସିକ ସିଦ୍ଧାନ୍ତକୁ ପରିବର୍ତ୍ତନ କରି ସରକାର ୩୦୦ରୁ ଅଧିକ ପ୍ରତିରକ୍ଷା ଉପକରଣ କେବଳ ଭାରତରେ ହିଁ ତିଆରି ହେବ ବୋଲି ଏକ ନୀତି ଗ୍ରହଣ କଲେ। ଏଥିସହ ୧୫ ହଜାର କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ ବିଦେଶକୁ ରପ୍ତାନୀ ମଧ୍ୟ ହେଉଛି ବୋଲି ଶ୍ରୀ ମୋଦୀ କହିଥିଲେ । ଶ୍ରୀ ମୋଦୀ ଦେଶରେ ମୋବାଇଲ ନିର୍ମାଣ କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ହୋଇଥିବା ବିରାଟ ପରିବର୍ତ୍ତନ ଉପରେ ମଧ୍ୟ ଆଲୋକପାତ କରିଥିଲେ । ସ୍ଥାନୀୟ ନିର୍ମାଣକାରୀ ସଂସ୍ଥାଙ୍କୁ ଦିଆଯାଇଥିବା ପ୍ରୋତ୍ସାନ ସ୍ୱରୂପ ଭାରତ ଅନେକ ବିଦେଶୀ ପୁଞ୍ଜି ବଞ୍ଚାଇବା ସହ ଆଜି ଭାରତ ନିଜର ଚାହିଦା ମେଣ୍ଟାଇବା ସହ ମୋବାଇଲ ହ୍ୟାଣ୍ଡସେଟ ବିଦେଶକୁ ମଧ୍ୟ ରପ୍ତାନୀ କରିବାରେ ସକ୍ଷମ ହୋଇଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଭିତ୍ତିଭୂମିରେ ନିବେଶର ଭୂମିକା ଉପରେ ଆଲୋକପାତ କରିଥିଲେ। ମୂଳଧନ ବାବଦ ବ୍ୟୟ ଉପରେ ଗୁରୁତ୍ୱ ଆରୋପ ଦ୍ୱାରା ସଡ଼କ, ରେଳବାଇ, ବନ୍ଦର ଓ ଭବନର ଭିତ୍ତିଭୂମି ସୃଷ୍ଟି ହେଉଛି । ଭିତ୍ତିଭୂମିରେ ଥିବା ନିଯୁକ୍ତି ସାମର୍ଥ୍ୟ ଉପରେ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ସରକାରଙ୍କ କାର୍ଯ୍ୟକାଳରେ ମୂଳଧନ ବ୍ୟୟ ଚାରିଗୁଣା ବୃଦ୍ଧି ପାଇଛି ବୋଲି କହିଥିଲେ ।

 

୨୦୧୪ ମସିହା ପୂର୍ବ ଓ ପରରର ବିକାଶର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହା ପୂର୍ବରୁ ଭାରତୀୟ ରେଳବାଇ ବିଗତ ୭୦ ବର୍ଷ ମଧ୍ୟରେ ମାତ୍ର ୨୦ ହଜାର କିଲୋମିଟର ରେଳପଥର ବିଦୁତକରଣ କରିଥିଲା। ମାତ୍ର ଗତ ୯ ବର୍ଷ ମଧ୍ୟରେ ୪୦ ହଜାର କିଲୋମିଟର ରେଳପଥ ବିଦୁତକରଣ କାର୍ଯ୍ୟ ହୋଇପାରିଛି । ୨୦୧୪ ମସିହା ଆଗରୁ ମେଟ୍ରୋ ରେଳପଥ ବିଚ୍ଛା କାର୍ଯ୍ୟ ମାସିକ ମାତ୍ର ଛଅଶହ ମିଟର ଥିବାବେଳେ, ଆଜି ଏହା ଛଅ କିଲୋମିଟରକୁ ବୃଦ୍ଧି ପାଇଛି । ୨୦୧୪ ମସିହା ପୂର୍ବରୁ ଦେଶର ଗ୍ୟାସ କ୍ଷେତ୍ର ମାତ୍ର ୭୦ଟି ଜିଲ୍ଲାରେ ସୀମିତ ଥିବାବେଳେ ଆଜି ଏହା ୬୩୦ଟି ଜିଲ୍ଲାକୁ ସମ୍ପ୍ରସାରିତ ହୋଇଛି । ଗ୍ରାମାଞ୍ଚଳରେ ସଡ଼କ ଅବସ୍ଥା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ୨୦୧୪ ମସିହା ପରଠାରୁ ୪ ଲକ୍ଷରୁ ୭ ଲକ୍ଷ କିଲୋମିଟରକୁ ବୃଦ୍ଧି ପାଇଛି । “ଯେତେବେଳେ ସଡ଼କ ଗ୍ରାମ ପର୍ଯ୍ୟନ୍ତ ଯାଏ ଏହା ସମଗ୍ର ବାତାବରଣରେ ନିଯୁକ୍ତି ସୁଯୋଗର ଦ୍ରୁତ ଅଭିବୃଦ୍ଧି ଘଟାଇଥାଏ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଉଡ଼ାଣ କ୍ଷେତ୍ରକୁ ନେଇ ଶ୍ରୀ ମୋଦୀ କହିଥିଲେ ଯେ ୨୦୧୪ ମସିହାରେ ୭୪ଟି ବିମାନବନ୍ଦର ଥିବାବେଳେ ତାହା ଏବେ ୧୪୮କୁ ବୃଦ୍ଧି ପାଇଛି । ସେ ବିମାନବନ୍ଦର କାର୍ଯ୍ୟରେ ନିଯୁକ୍ତି ସାମର୍ଥ୍ୟ ଉପରେ ମଧ୍ୟ କହିଥିଲେ । ସେ ଏୟାର ଇଣ୍ଡିଆ ଓ ଅନ୍ୟାନ୍ୟ କମ୍ପାନୀର ରେକର୍ଡ ସଂଖ୍ୟକ ବିମାନ ଆହରଣ ଉପରେ ମଧ୍ୟ ପ୍ରକାଶ କରିଥିଲେ । ବନ୍ଦର କ୍ଷେତ୍ରରେ ମଧ୍ୟ ଅନୁରୂପ ପ୍ରଗତି ଉପରେ ଆଲୋକପାତ କରି ଅତୀତ ତୁଳନାରେ ବନ୍ଦରର ପଣ୍ୟ ଦ୍ରବ୍ୟ କାରବାର ଦ୍ୱିଗୁଣିତ ହେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ସେ ପ୍ରକାଶ କରିଥିଲେ ।

ସ୍ୱାସ୍ଥ୍ୟ କ୍ଷେତ୍ର ନେଇ ଶ୍ରୀ ମୋଦୀ କହିଥିଲେ ଯେ ୨୦୧୪ ମସିହାରେ ଦେଶର ୪୦୦ରୁ ମଧ୍ୟ କମ ମେଡିକାଲ କଲେଜ ଥିବାବେଳେ ଆଜି ୬୬୦ ମେଡିକାଲ କଲେଜ ସ୍ଥାପିତ ହୋଇଛି । ସେହିପରି ଅଣ୍ଡରଗ୍ରାଜୁଏଟ ମେଡିକାଲ ସ୍ଥାନ ୨୦୧୪ରେ ୫୦ ହଜାର ଥିବାବେଳେ ତାହା ଏବେ ଏକ ଲକ୍ଷକୁ ବୃଦ୍ଧି ପାଇ ଡାକ୍ତରଙ୍କ ସଂଖ୍ୟା ମଧ୍ୟ ଦ୍ୱିଗୁଣିତ ହୋଇଛି।

 

ଗ୍ରାମାଞ୍ଚଳ ସଂକ୍ରାନ୍ତରେ ସେ କହିଥିଲେ ଯେ ଏଫପିଓ ଓ ଏସଏଚଜି ମାନେ ଲକ୍ଷ ଲକ୍ଷ କୋଟି ଟଙ୍କାର ସହାୟତା ପାଉଛନ୍ତି, ଭଣ୍ଡାରଣ କ୍ଷମତାରେ ମଧ୍ୟ ବୃଦ୍ଧି ଘଟିଛି, ୨୦୧୪ ମସିହାରେ ତିନି ଲକ୍ଷରୁ ଅଧିକ ସାଧାରଣ ସେବାକେନ୍ଦ୍ର ସୃଷ୍ଟି ହୋଇଛି । ଗ୍ରାମାଞ୍ଚଳରେ ୬ ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବର ବିଛାଯାଇଛି । ପିଏମଏୱାଇ ଅଧିନରେ ୩ କୋଟିରୁ ୨.୫ କୋଟି ଘର ଗ୍ରାମାଞ୍ଚଳରେ ନିର୍ମିତ ହୋଇଛି । ୧୦ କୋଟି ଶୌଚାଳୟ ଓ ୧.୫ ଲକ୍ଷ ସୁଧାର କେନ୍ଦ୍ର ନିର୍ମାଣ କରାଯାଇଥିବା ସହ କୃଷିର ଯାନ୍ତ୍ରିକୀକରଣ ହୋଇଛି । ଏସବୁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ ମଧ୍ୟ ବୃଦ୍ଧି ପାଇଥିବା ଔଦ୍ୟୋଗିକତା ଓ କ୍ଷୁଦ୍ର ଶିଳ୍ପ ବିକାଶ ଉପରେ କହିଥିଲେ । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ନିକଟରେ ଆଠ ବର୍ଷ ଅତିକ୍ରମ କରିଛି । ଏହି ଯୋଜନା ଅଧିନରେ ବିନା ଗ୍ୟାରେଣ୍ଟିରେ ୨୩ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବା ବେଳେ ଏହାର ଶତକଡ଼ା ୭୦ ଭାଗ ହିତାଧିକାରୀ ମହିଳା । “ଏହି ଯୋଜନା ଆଠ କୋଟି ନୂତନ ଉଦ୍ୟୋଗୀ ସୃଷ୍ଟି କରିଛି । ମୁଦ୍ରା ଯୋଜନା ଜରିଆରେ ସେମାନେ ନିଜର ପ୍ରଥମ ବ୍ୟବସାୟ ଆରମ୍ଭ କରିଛନ୍ତି” ବୋଲି ସେ କହିଥିଲେ । ତୃଣମୂଳ ସ୍ତରରେ ଅଣ ଆର୍ଥିକ ଶକ୍ତି ଅର୍ଥନୀତିକୁ ମଜବୁତ କରିଛି ।

ଆଜି ଯେଉଁମାନେ ନିଯୁକ୍ତିପତ୍ର ପାଇଛନ୍ତି ସେମାନଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ୨୦୪୭ ମସିହା ସୁଦ୍ଧା ବିକଶିତ ହେବା ଲକ୍ଷ୍ୟ ନେଇ ଆଗେଇଥିବା ବେଳେ ନବନିଯୁକ୍ତଗଣ ଦେଶର ବିକାଶ ପାଇଁ ଏକ ସୁଯୋଗ ପାଇଛନ୍ତି । “ଏହି ଯାତ୍ରାରେ ଆପଣ ସବୁବେଳେ ନିଜକୁ ଜଣେ ସାଧାରଣ ନାଗରିକ ଭାବି କାର୍ଯ୍ୟ କରୁଥିବେ ।” ସରକାରଙ୍କ ନିକଟରୁ ସେମାନଙ୍କ ଆଶା ସହ ସେମାନେ ବର୍ତ୍ତମାନ ଅନ୍ୟମାନଙ୍କ ଆଶା ଆକାଂକ୍ଷା ପୂରଣର ଦାୟିତ୍ୱ ନେବା ଦରକାର । “ଆପଣମାନେ ସମସ୍ତେ ଜଣେ ସାଧାରଣ ଲୋକର ଜୀବନରେ ନିଜ ଉଦ୍ୟମ ଯୋଗୁ ପରିବର୍ତ୍ତନ ଆଣିପାରିବେ ।” କାର୍ଯ୍ୟ କ୍ଷେତ୍ରରେ ସକାରାତ୍ମକତା ମନୋଭାବ ସହ ସାଧାରଣ ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇ ସେମାନଙ୍କ ଜୀବନମାନ ଉନ୍ନତ କରିବା ଉପରେ ଶ୍ରୀ ମୋଦୀ ପରାମର୍ଶ ଦେଇଥିଲେ । ଅଭିଭାଷଣ ଶେଷରେ ଶ୍ରୀ ମୋଦୀ ଜୀବନରେ ଶିଖିଥିବା ପ୍ରକ୍ରିୟାରେ ବିରାମ ନ ଦେବା ପାଇଁ ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇଥିଲେ । ଜିଓଟି କର୍ମଯୋଗୀ ପ୍ଲାଟଫର୍ମ ଜରିଆରେ ନିଜର କୌଶଳ ଉନ୍ନୀତ କରିବାକୁ ସେ ପରାମର୍ଶ ଦେଇଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India crosses 300 GW non-fossil capacity, on track for 500 GW by 2030: Pralhad Joshi

Media Coverage

India crosses 300 GW non-fossil capacity, on track for 500 GW by 2030: Pralhad Joshi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Mahatma Ayyankali on his birth anniversary
August 28, 2026

The Prime Minister, Shri Narendra Modi, has paid homage to Mahatma Ayyankali on his birth anniversary, today. Shri Modi remembered Mahatma Ayyankali as a great pioneer of social justice, who dedicated his life to the empowerment and welfare of the marginalised. The Prime Minister highlighted his efforts to secure educational opportunities for the marginalised, improve the lives of agricultural workers and serve the poor.

The Prime Minister posted on X:

Paying homage to Mahatma Ayyankali on his birth anniversary!

He is remembered as a great pioneer of social justice. His efforts to secure educational opportunities for the marginalised, improve the lives of agricultural workers and serve the poor remain very inspiring. His life gives strength to all those working for social empowerment.