400th Prakash Purab of Sri Guru Tegh Bahadur Ji is a spiritual privilege as well as a national duty: PM
The Sikh Guru tradition is a complete life philosophy in itself: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କର ୪୦୦ ତମ ଜନ୍ମ ବାର୍ଷିକୀ (ପ୍ରକାଶ ପର୍ବ) ପାଳନ ପାଇଁ ଉଚ୍ଚ ସ୍ତରୀୟ କମିଟି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଆୟୋଜନ କରାଯାଇଥିଲା ।

ଏହି ବୈଠକରେ ଅଂଶଗ୍ରହଣକାରୀ ମାନେ ଶ୍ରୀ ଗୁରୁ ତେଗ ବାହାଦୂରଜୀଙ୍କର ୪୦୦ ତମ ପ୍ରକାଶ ପର୍ବକୁ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେମାନେ ଧାର୍ମିକ ସ୍ୱାଧୀନତା ପାଇଁ ଶ୍ରୀ ଗୁରୁ ତେଗ ବାହାଦୂରଜୀଙ୍କ ଅବଦାନ ଏବଂ ବଳିଦାନକୁ ସ୍ମରଣ କରିଥିଲେ । ଅଂଶଗ୍ରହଣକାରୀମାନେ ଏହି ଉତ୍ସବ ପାଳନ ପାଇଁ ମତାମତ ଓ ପରାମର୍ଶମାନ ଦେଇଥିଲେ ଏବଂ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଶ୍ରୀ ଗୁରୁ ତେଗ ବାହାଦୂରଜୀଙ୍କର ବାର୍ତ୍ତା ଯେଭଳି ସମସ୍ତଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ସାମୂହିକ ଉଦ୍ୟମ କରାଯିବା ଉଚିତ । ସ୍ମୃତି ଚାରଣ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇଥିବା ପରାମର୍ଶଗୁଡ଼ିକ ଉପରେ ସଂସ୍କୃତି ସଚିବ ଏକ ଉପସ୍ଥାପନା କରିଥିଲେ ।

ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ପରାମର୍ଶ ପାଇଁ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଶ୍ରୀ ଗୁରୁ ତେଗ ବାହାଦୂରଜୀଙ୍କର ୪୦୦ତମ ପ୍ରକାଶ ଉତ୍ସବ ଏକ ଆଧ୍ୟାତ୍ମିକ ଅଧିକାର ତଥା ଜାତୀୟ କର୍ତ୍ତବ୍ୟ । ଶ୍ରୀ ଗୁରୁ ତେଗ ବାହାଦୂରଜୀଙ୍କ ଜୀବନରୁ ପାଇଥିବା ଶିକ୍ଷାକୁ ସେ ଅନ୍ୟମାନଙ୍କ ସହିତ ବାଣ୍ଟିଥିଲେ ଏବଂ କହିଥିଲେ ଯେ ଆମେ ସମସ୍ତେ ତାଙ୍କଠାରୁ ପ୍ରେରଣା ପାଇଛୁ । ଯୁବ ପୀଢିଙ୍କୁ ଏହି ଶିକ୍ଷାଗୁଡ଼ିକୁ ବୁଝି ଏହାର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିବା ସହିତ ଡିଜିଟାଲ୍ ମାଧ୍ୟମ ଜରିଆରେ ବିଶ୍ୱର କୋଣ ଅନୁକୋଣରେ ଥିବା ଯୁବପୀଢିଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ଉଚିତ ବୋଲି ସେ ଦର୍ଶାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିଖ ଗୁରୁ ପରମ୍ପରା ନିଜେ ଏକ ସମ୍ପୂର୍ଣ୍ଣ ଜୀବନ ଦର୍ଶନ ଅଟେ । ଏହା ହେଉଛି ସରକାରଙ୍କ ସୌଭାଗ୍ୟ ଯେ ଶ୍ରୀ ଗୁରୁ ନାନକ ଦେବଜୀଙ୍କର ୫୫୦ତମ ପ୍ରକାଶ ପୁରବ, ଶ୍ରୀ ଗୁରୁ ତେଗ ବାହାଦୂରଜୀଙ୍କର ୪୦୦ତମ ପ୍ରକାଶ ପୁରବ ଏବଂ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କର ୩୫୦ତମ ପ୍ରକାଶ ପୁରବ ଉତ୍ସବ ପାଳନ କରିବାର ସୁଯୋଗ ପାଇଛନ୍ତି ।

ଏହି ବୈଠକରେ ବିସ୍ତୃତ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶ୍ରୀ ଗୁରୁ ତେଗ ବାହାଦୂରଜୀଙ୍କର ୪୦୦ ତମ ପ୍ରକାଶ ପୁରବକୁ ସ୍ମରଣୀୟ କରିବା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଯୋଡିବା ପାଇଁ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । ସେ କହିଛନ୍ତି ଯେ କାର୍ଯ୍ୟକାରୀ ସଂଗଠନ ଏପରି ହେବା ଉଚିତ ଯେ କେବଳ ଶ୍ରୀ ଗୁରୁ ତେଗ ବାହାଦୂରଜୀଙ୍କର ଜୀବନ ଏବଂ ଶିକ୍ଷା ନୁହେଁ, ବରଂ ସମଗ୍ର ଗୁରୁ ପରମ୍ପରା ବିଶ୍ୱବ୍ୟାପି ପ୍ରସାରିତ ହେବ । ଶିଖ ସମ୍ପ୍ରଦାୟ ଏବଂ ଗୁରୁଦ୍ୱାର ଦ୍ୱାରା ସମଗ୍ର ବିଶ୍ୱରେ କରାଯାଇଥିବା ସାମାଜିକ ସେବାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିଖ ପରମ୍ପରାର ଏହି ଦିଗ ଉପରେ ଉପଯୁକ୍ତ ଅନୁସନ୍ଧାନ ଏବଂ ଡକ୍ୟୁମେଣ୍ଟେସନ୍ କରାଯିବା ଉଚିତ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ; କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ; ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା; ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ; ରାଜ୍ୟସଭାର ବିରୋଧୀ ଦଳର ନେତା, ଶ୍ରୀ ମଲ୍ଲିକାର୍ଜୁନ ଖାଡ୍‍ଗେ; ହରିୟାଣା ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ; ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ; ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲୋଟ୍‌; ଅମୃତସର ସ୍ଥିତ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ସଭାପତି ବିବି ଜାଗିର କୌର; ସାଂସଦ ଶ୍ରୀ ସୁଖବୀର ସିଂହ ବାଦଲ ଏବଂ ଶ୍ରୀ ସୁଖଦେବ ସିଂହ ଧିଣ୍ଡସା; ପୂର୍ବତନ ସାଂସଦ ଶ୍ରୀ ତାରଲୋଚନ ସିଂହ; ଅମୁଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆର ଏସ୍‍ ସୋଧି; ବିଶିଷ୍ଟ ବିଦ୍ୱାନ ଶ୍ରୀ ଅମରଜିତ ସିଂ ଗ୍ରିୱାଲ ପ୍ରମୁଖ ଯୋଗ ଦେଇଥିଲେ ।

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Housing ministry raises EWS housing target under PMAY 2.0 by 350%

Media Coverage

Housing ministry raises EWS housing target under PMAY 2.0 by 350%
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Invites everyone to Join #ParikshaPeCharcha26
February 05, 2026

Prime Minister Shri Narendra Modi invited everyone to join #ParikshaPeCharcha26 to be held tomorrow, 6th February at 10 AM. He highlighted that this year’s edition will feature very interesting topics relating to examinations, notably the importance of remaining stress free and focusing on learning. The Prime Minister emphasized that this platform has always been one he enjoys, as it provides him with the opportunity to interact with bright minds from across the country.

In a post on X, Shri Modi said:

"Do watch #ParikshaPeCharcha26 tomorrow, 6th February at 10 AM. This year’s PPC features very interesting topics relating to examinations, notably the need to remain stress free, focus on learning and more. This is a platform I’ve always enjoyed, as it gives me an opportunity to interact with bright minds from across the country. "