ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋସେଫ୍ ଆର. ୱାଇଡେନ ଆଜି ୱାଶିଂଟନ୍ ଡିସି ଠାରେ ଥିବା ହ୍ୱାଇଟ୍ ହାଉସରେ ଭାରତ - ଆମେରିକାର ହାଇ - ଟେକ୍ ହ୍ୟାଣ୍ଡସ୍ୟାକ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆମେରିକାର ବାଣିଜ୍ୟ ସଚିବ ମହାମହିମ ଶ୍ରୀମତୀ ଜିନା ରାଇମୋଣ୍ଡୋ ସଂଚାଳନ କରିଥିଲେ ଏବଂ ଏଥିରେ ଅଗ୍ରଣୀ ଟେକ୍ କମ୍ପାନୀ ଏବଂ ଷ୍ଟାର୍ଟଅପ୍ ଗୁଡିକର ଭାରତୀୟ ଏବଂ ଆମେରିକୀୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମାନେ ଅଂଶଗ୍ରହଣ କରିଥିଲେ । ଫୋରମର ବିଷୟବସ୍ତୁ ‘ସମସ୍ତଙ୍କ ପାଇଁ ଏଆଇ’ ଏବଂ ‘ମାନବଜାତି ପାଇଁ ଉତ୍ପାଦନ’ ଉପରେ କେନ୍ଦ୍ରୀଭୂତ ଥିଲା ।

ଏହି କାର୍ଯ୍ୟକ୍ରମ ଉଭୟ ନେତା ମାନଙ୍କ ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ଗଭୀର ପ୍ରଯୁକ୍ତି ବିଦ୍ୟା ସହଯୋଗର ସମୀକ୍ଷା କରିବାର ଏକ ସୁଯୋଗ ଥିଲା । ନିଜର ନାଗରିକ ମାନଙ୍କର ତଥା ବିଶ୍ୱର ଆବଶ୍ୟକତା ପୂରଣ କରିବା ପାଇଁ ଏକ ଏଆଇ ସକ୍ଷମ ସମାବେଶୀ ଅର୍ଥ ବ୍ୟବସ୍ଥାକୁ ଆପଣାଇବାରେ ଭାରତ - ଆମେରିକା ପ୍ରଯୁକ୍ତି ଭାଗିଦାରୀତାର ଭୂମିକା ଏବଂ ସମ୍ଭାବନା ଉପରେ ଆଲୋଚନା ଉପରେ ଧ୍ୟାନ ଦିଆଯାଇଥିଲା । ସିଇଓମାନେ ବୈଶ୍ୱିକ ସହଯୋଗ କରିବା ପାଇଁ ଦୁଇଟି ବୈଷୟିକ ପାରିବେଶିକ ବ୍ୟବସ୍ଥା, ଭାରତର ପ୍ରତିଭାଶାଳୀ କର୍ମଜୀବୀ ଏବଂ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ ଭାରତ ଦ୍ୱାରା କରାଯାଇଥିବା ଅଗ୍ରଗତି ମଧ୍ୟରେ ପୂର୍ବରୁ ରହିଥିବା ସଂଯୋଗକୁ ଉପଯୋଗ କରିବାର ଉପାୟ ଅନୁସନ୍ଧାନ କରିଥିଲେ । ସେମାନେ ରଣନୈତିକ ସହଯୋଗ ଆରମ୍ଭ କରିବା, ମାନକ ଉପରେ ସହଯୋଗ କରିବା ଏବଂ ନୂତନତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ସମ୍ପୃକ୍ତ ଶିଳ୍ପ ମଧ୍ୟରେ ନିୟମିତ ଯୋଗଦାନ ପାଇଁ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ, ସାମାଜିକ - ଅର୍ଥନୈତିକ ବିକାଶ ନିମନ୍ତେ ଭାରତ - ଆମେରିକାର ବୈଷୟିକ ସହଯୋଗକୁ ଉପଯୋଗ କରିବାର ଅପାର ସମ୍ଭାବନାକୁ ସୂଚିତ କରିଛନ୍ତି । ନବସୃଜନ ସଂସ୍କୃତିକୁ ପ୍ରତିପାଦନ କରିବାରେ ଭାରତର ପ୍ରତିଭାଶାଳୀ ଯୁବକ ମାନଙ୍କ ଅବଦାନକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ବାୟୋଟେକ୍ନୋଲୋଜି ଏବଂ କ୍ୱାଣ୍ଟମ୍ ସହିତ ନୂତନ କ୍ଷେତ୍ରରେ ଭାରତ - ଆମେରିକାର ବୈଷୟିକ ଭାଗିଦାରୀକୁ ବିସ୍ତାର କରିବାରେ ସାହାଯ୍ୟ କରିବାକୁ ରାଷ୍ଟ୍ରପତି ବାଇଡେନ ସିଇଓ ମାନଙ୍କୁ ଆହ୍ୱାନ କରିଛନ୍ତି । ଆମ ଲୋକମାନଙ୍କ ପାଇଁ ତଥା ବିଶ୍ୱ ପାଇଁ ଏକ ଉତ୍ତମ ଭବିଷ୍ୟତ ଗଠନ କରିବାରେ ଭାରତ - ଆମେରିକା ସହଭାଗିତା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଉଭୟ ନେତା ଦର୍ଶାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ନିମ୍ନଲିଖିତ ବ୍ୟବସାୟ ନେତୃତ୍ୱମାନେ ଅଂଶଗ୍ରହଣ କରିଥିଲେ :

ଯୁକ୍ତରାଷ୍ଟ୍ରରୁ :

୧. ରେବତୀ ଆଡଭାଇଥୀ, ସିଇଓ, ଫ୍ଲେକ୍ସ 

୨. ସାମ ଅଲ୍‌ଟମାନ, ସିଇଓ, ଓପନଏଆଇ

୩. ମାର୍କ ଡଗଲାସ୍‌, ଏଫ୍‌ଏମ୍‌ସି କର୍ପୋରେସନ୍ , ଅଧ୍ୟକ୍ଷ ତଥା ସିଇଓ 

୪. ଲିସା ସୁ, ସିଇଓ, ଏଏମ୍‌ଡି

୫. ୱିଲ୍ ମାର୍ଶଲ, ସିଇଓ, ପ୍ଲାନେଟ୍ ଲ୍ୟାବ୍ସ

୬. ସତ୍ୟ ନାଡେଲା, ସିଇଓ, ମାଇକ୍ରୋସଫ୍ଟ 

୭. ସୁନ୍ଦର ପିଚାଇ, ସିଇଓ, ଗୁଗୁଲ୍ 

୮. ହେମନ୍ତ ତନେଜା, ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ, ଜେନେରାଲ୍ କାଟାଲିଷ୍ଟ 

୯. ଥୋମାସ୍ ଟୁଲ୍‌, ପ୍ରତିଷ୍ଠାତା, ତୁଲ୍‌କୋ ଏଲ୍‌ଏଲ୍‌ସି

୧୦. ସୁନୀତା ୱିଲିୟମ୍ସ, ନାସା ମହାକାଶଚାରୀ 

ଭାରତରୁ :

୧. ଶ୍ରୀ ଆନନ୍ଦ ମହିନ୍ଦ୍ରା, ଅଧ୍ୟକ୍ଷ, ମହିନ୍ଦ୍ରା ଗ୍ରୁପ୍ 

୨. ଶ୍ରୀ ମୁକେଶ ଅମ୍ବାନୀ, ଅଧ୍ୟକ୍ଷ ତଥା ଏମଡି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ 

୩. ଶ୍ରୀ ନିଖିଳ କାମାଥ, ସହ- ପ୍ରତିଷ୍ଠାତା, ଜିରୋଧା ଏବଂ ଟ୍ରୁ ବିକନ୍ 

୪. ଶ୍ରୀମତୀ ବୃନ୍ଦା କପୁର, ସହ- ପ୍ରତିଷ୍ଠାତା, ୩ଆର୍‌ଡିଆଇଟେକ୍‌

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's coconut product exports explode in FY26, mark a spurt of 62% on year

Media Coverage

India's coconut product exports explode in FY26, mark a spurt of 62% on year
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the importance of benevolent actions and welfare of others
August 19, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that the true fulfilment of human life lies in constantly working for the welfare and well-being of other living beings.

The Prime Minister shared a Sanskrit Subhashitam-

“एतावज्जन्मसाफल्यं देहिनामिह देहिषु।
प्राणैरर्थैर्धिया वाचा श्रेय एवाचरेत्सदा॥”

The Subhashitam conveys that the ultimate fulfillment of human life in this world lies in constantly performing benevolent and welfare-oriented actions toward other living beings through one's physical capabilities, wealth, intellect, and speech.

The Prime Minister wrote on X;

“एतावज्जन्मसाफल्यं देहिनामिह देहिषु।

प्राणैरर्थैर्धिया वाचा श्रेय एवाचरेत्सदा॥”