ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ଅଗଷ୍ଟ ୨୦୨୩ ରେ ଜୋହାନ୍ସବର୍ଗ ଠାରେ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।

ଦୁଇ ନେତା ବିଶ୍ୱ ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର, ଆଫ୍ରିକା ଏବଂ  ଦକ୍ଷିଣ ବିଶ୍ୱ ସହ ଭାଗିଦାରୀ ସମ୍ପର୍କରେ ଫଳପ୍ରଦ ଆଲୋଚନା କରିଥିଲେ ଏବଂ ବ୍ରିକ୍ସ କାର୍ଯ୍ୟସୂଚୀରେ ଏପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା ମଧ୍ୟ କରିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଏକ ମଜଭୁତ ବ୍ରିକ୍ସ ପାଇଁ ଆହ୍ୱାନ ଦେଇଥିଲେ :

ବି  (B) - ପ୍ରତିବନ୍ଧକ ଦୂର କରିବା

ଆର୍  (R) - ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର କରିବା

ଆଇ  (I) - ପ୍ରେରଣାଦାୟକ ଉଦ୍ଭାବନ

ସି  (C) - ଅନେକ ସୁଯୋଗ ସୃଷ୍ଟି କରିବା

ଏସ୍  (S) - ଭବିଷ୍ୟତକୁ ରୂପ ଦେବା

ନିଜର ବିଭିନ୍ନ ହସ୍ତକ୍ଷେପରେ ପ୍ରଧାନମନ୍ତ୍ରୀ ନିମ୍ନଲିଖିତ ବିଷୟ ଉପରେ ଆଲୋକପାତ କରିଥିଲେ:

● ୟୁଏନଏସ୍‌ସି ସଂସ୍କାର ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାକୁ ଆହ୍ୱାନ

● ବହୁପକ୍ଷୀୟ ଆର୍ôଥକ ଅନୁଷ୍ଠାନ ଗୁଡିକର ସଂସ୍କାର ପାଇଁ ଆହ୍ୱାନ

● ଡବ୍ଲ୍ୟୁଟିଓର ସଂସ୍କାର ପାଇଁ ଆହ୍ୱାନ

● ଏହାର ସମ୍ପ୍ରସାରଣ ନେଇ ସହମତି ସୃଷ୍ଟି କରିବାକୁ ବ୍ରିକ୍ସକୁ ଆହ୍ୱାନ

● ଧ୍ରୁବୀକରଣ ନୁହେଁ, ଏକତାର ବିଶ୍ୱସ୍ତରୀୟ ବାର୍ତ୍ତା ଦେବାକୁ ବ୍ରିକ୍ସକୁ ଅନୁରୋଧ

● ବ୍ରିକ୍ସ ମହାକାଶ ଅନୁସନ୍ଧାନ ସଙ୍ଗଠନର ଗଠନ ପ୍ରସ୍ତାବ

● ବ୍ରିକ୍ସ ସହଯୋଗୀ ମାନଙ୍କୁ ଭାରତୀୟ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି - ଭାରତୀୟ ଷ୍ଟେକ୍ ପ୍ରଦାନ ପାଇଁ ପ୍ରସ୍ତାବ

● ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ଦକ୍ଷତା ମାନଚିତ୍ରଣ କରିବା, ଦକ୍ଷତା ଏବଂ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତାବିତ ଉପକ୍ରମ

● ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ (ବଡ ବିରାଡି ପ୍ରଜାତି ସଂରକ୍ଷଣର ମିଳିତ ମଂଚ) ଅଧୀନରେ ବଡ ବିଲେଇ ପ୍ରଚାତିଙ୍କ ସୁରକ୍ଷା ପାଇଁ ବ୍ରିକ୍ସ ରାଷ୍ଟ୍ର ଗୁଡ଼ିକର ପ୍ରସ୍ତାବିତ ମିଳିତ ପ୍ରୟାସ

● ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ପାରମ୍ପରିକ ଔଷଧର ଭଣ୍ଡାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ

● ଜି- ୨୦ରେ ଏୟୁର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିବାକୁ ବ୍ରିକ୍ସ ସହଯୋଗୀ ମାନଙ୍କୁ ଆହ୍ୱାନ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional