ମାନ୍ୟଗଣ୍ୟ,

ନମସ୍କାର !

ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀକୁ ମୁଁ ଆପଣ ମାନଙ୍କୁ ସ୍ୱାଗତ କରୁଛି ।

ଗତ ୨ ଦିନ ମଧ୍ୟରେ, ଏହି ସମ୍ମିଳନୀ, ଯାହା ବର୍ତ୍ତମାନ ସୁଦ୍ଧା ଗ୍ଲୋବାଲ ସାଉଥ୍‌ର ସର୍ବ ବୃହତ ଭର୍ଚୁଆଲ୍ ସମାବେଶରେ ୧୨୦ ରୁ ଅଧିକ ବିକାଶଶୀଳ ଦେଶ ଗୁଡିକୁ ଅଂଶଗ୍ରହଣ କରି ଥିବାର ଦେଖିବାକୁ ମିଳିଛି । 

ଏହି ଉଦ୍‌ଯାପନୀ ଅଧିବେଶନରେ ମୁଁ ଆପଣ ମାନଙ୍କ ସହିତ ନିଜକୁ ପାଇ ଭାଗ୍ୟବାନ୍ ମନେ କରୁଛି ।

ମାନ୍ୟଗଣ୍ୟ,

ବିଶେଷ କରି ଆମ ବିକାଶଶୀଳ ଦେଶ ମାନଙ୍କ ପାଇଁ ଗତ ୩ ବର୍ଷ ବହୁତ କଠିନ ରହିଛି ।

କୋଭିଡ୍ ମହାମାରୀର ଆହ୍ୱାନ, ଇନ୍ଧନ, ସାର ଏବଂ ଖାଦ୍ୟଶସ୍ୟର ବୃଦ୍ଧି ପାଉଥିବା ମୂଲ୍ୟ ଏବଂ ଭୂ – ରାଜନୈତିକ ତିକ୍ତତା ବୃଦ୍ଧି ଆମର ବିକାଶର ପ୍ରୟାସକୁ ପ୍ରଭାବିତ କରିଛି ।

ତଥାପି, ଏକ ନୂତନ ବର୍ଷର ଆରମ୍ଭ ହେଉଛି ନୂତନ ଆଶା ପାଇଁ ଏକ ସମୟ । ତେଣୁ ମୁଁ ପ୍ରଥମେ ଆପଣ ସମସ୍ତଙ୍କୁ ଏକ ଆନନ୍ଦମୟ, ସୁସ୍ଥ, ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସଫଳ ୨୦୨୩ ବର୍ଷ ପାଇଁ ମୋର ଶୁଭେଚ୍ଛା ଜଣାଉଛି ।

ମାନ୍ୟଗଣ୍ୟ,

ଆମେ ସମସ୍ତେ ଜଗତୀକରଣର ନୀତିକୁ ପ୍ରଶଂସା କରୁଛୁ । ଭାରତ ତା’ର ଦର୍ଶନ ଅନୁସାରେ ସର୍ବଦା ବିଶ୍ୱକୁ ଗୋଟିଏ ପରିବାର ଭାବରେ ଦେଖି ଆସିଛି ।

ତଥାପି, ବିକାଶଶୀଳ ଦେଶମାନେ ଏମିତି ଏକ ଜଗତୀକରଣ ଚାହୁଁଛନ୍ତି ଯାହା ଜଳବାୟୁ ସଙ୍କଟ କିମ୍ବା ଋଣ ସଙ୍କଟ ସୃଷ୍ଟି କରୁ ନଥିବ ।

ଆମେ ଏମିତି ଏକ ଜଗତୀକରଣ ଚାହୁଁଛୁ ଯାହା ଟିକା ବିତରଣରେ ଅସମାନତା କିମ୍ବା ଅତି – କେନ୍ଦ୍ରିକ ବିଶ୍ୱ ସ୍ତରୀୟ ଯୋଗାଣ ଶୃଙ୍ଖଳା ଆଡକୁ ନେଇ ନଯାଏ ।

ଆମେ ଏମିତି ଏକ ଜଗତୀକରଣ ଚାହୁଁଛୁ ଯାହା ସମଗ୍ର ମାନବତା ପାଇଁ ସମୃଦ୍ଧି ଏବଂ କଲ୍ୟାଣ ଆଣିଥାଏ । ସଂକ୍ଷେପରେ, କହିବାକୁ ଗଲେ ଆମେ ଏକ ‘ମାନବ - କେନ୍ଦ୍ରିକ ଜଗତୀକରଣ’ ଚାହୁଁ ।

ମାନ୍ୟଗଣ୍ୟ,

ଅନ୍ତର୍ଜାତୀୟ ବିକାଶର ବୃଦ୍ଧି ପାଉଥିବା ବିଭାଜନକୁ ନେଇ ଆମେ ବିକାଶଶୀଳ ଦେଶମାନେ ମଧ୍ୟ ଚିନ୍ତିତ ଅଛନ୍ତି ।

ଏହି ଭୂ – ରାଜନୈତିକ ତିକ୍ତତା ଆମ ବିକାଶର ପ୍ରାଥମିକତା ଉପରେ ରହିଥିବା ଧ୍ୟାନ ଠାରୁ ଆମକୁ ବିଭ୍ରାନ୍ତ କରେ ।

ଏହି ସମସ୍ୟା ଗୁଡିକ ଖାଦ୍ୟ, ଇନ୍ଧନ, ସାର ଏବଂ ଅନ୍ୟାନ୍ୟ ଦ୍ରବ୍ୟ ଗୁଡିକରର ଅନ୍ତର୍ଜାତୀୟ ମୂଲ୍ୟରେ ତୀବ୍ର ପରିବର୍ତ୍ତନ ଘଟାଇଥାନ୍ତି ।

ଏହି ଭୂ – ରାଜନୈତିକ ବିଭାଜନକୁ ସମାଧାନ କରିବା ପାଇଁ, ଆମେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏବଂ ବ୍ରେଟନ୍ ଉଡ୍ସ ଅନୁଷ୍ଠାନ ସମେତ ପ୍ରମୁଖ ଆନ୍ତର୍ଜାତିକ ଅନୁଷ୍ଠାନ ଗୁଡ଼ିକର ଏକ ଜରୁରୀକାଳୀନ ମୌଳିକ ସଂସ୍କାର ଆବଶ୍ୟକ କରୁ ।

ଏହି ସଂସ୍କାର ଗୁଡିକ ବିକାଶଶୀଳ ଦେଶର ଚିନ୍ତାଧାରାକୁ ସ୍ୱର ଦେବା ଉପରେ ଧ୍ୟାନ ଦେବା ଉଚିତ ଏବଂ ଏକବିଂଶ ଶତାବ୍ଦୀର ବାସ୍ତବତାକୁ ପ୍ରତିଫଳିତ କରିବା ଉଚିତ୍ ।

ଭାରତର ଜି - ୨୦ ଅଧ୍ୟକ୍ଷତା ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବୈଶ୍ୱିକ ଦକ୍ଷିଣ ଭାଗର ବିଚାର ଗୁଡିକୁ ସ୍ୱର ଦେବାକୁ ଚେଷ୍ଟା କରିବ ।

ମାନ୍ୟଗଣ୍ୟ,

ନିଜର ବିକାଶ ସହଭାଗୀତାରେ, ଭାରତର ଆଭିମୁଖ୍ୟ ପରାମର୍ଶ ଭିତ୍ତିକ, ଫଳାଫଳ ଭିତ୍ତିକ, ଚାହିଦା ଆଧାରିତ, ଜନ - କେନ୍ଦ୍ରିକ ଏବଂ ଏହା ସହଭାଗୀ ଦେଶର ସାର୍ବଭୌମତ୍ୱକୁ ସମ୍ମାନିତ କରିଥାଏ ।

ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ବୈଶ୍ୱି ଦକ୍ଷିଣ ଅଂଚଳରେ ଥିବା ଦେଶ ଗୁଡିକୁ ପରସ୍ପରର ବିକାଶ ଅନୁଭୂତିରୁ ଅନେକ କିଛି ଶିଖିବାକୁ ପଡିବ ।

ମୁଁ ଏହା ଘୋଷଣା କରି ଖୁସି ଯେ , ଭାରତ ଏକ "ଗ୍ଲୋବାଲ୍‌- ସାଉଥ୍ ସେଂଟର ଅଫ୍ ଏକ୍ସଲେନ୍ସ’/ ବୈଶ୍ୱିକ ଦକ୍ଷିଣ ଭାଗ ଉତ୍କର୍ଷତା କେନ୍ଦ୍ର ପ୍ରତିଷ୍ଠା କରିବ ।

ଏହି ଅନୁଷ୍ଠାନ ଆମର ଯେକୌଣସି ଦେଶର ବିକାଶ ସମାଧାନ କିମ୍ବା ସର୍ବୋତ୍ତମ - କାର୍ଯ୍ୟ ବ୍ୟବସ୍ଥା ଉପରେ ଗବେଷଣା କରିବ, ଯାହାକୁ ବୈଶ୍ୱିକ ଦକ୍ଷିଣ ଭାଗର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଲାଗୁ କରା ଯାଇପାରିବ ଏବଂ କାର୍ଯ୍ୟକାରୀ କରା ଯାଇପାରିବ ।

ଏକ ଉଦାହରଣ ସ୍ୱରୂପ, ଇଲେକ୍ଟ୍ରୋନିକ୍ ଦେୟ ପ୍ରଦାନ, ସ୍ୱାସ୍ଥ୍ୟ, ଶିକ୍ଷା କିମ୍ବା ଇ- ଶାସନ ଭଳି କ୍ଷେତ୍ର ଗୁଡିକରେ ଭାରତ ଦ୍ୱାରା ବିକଶିତ ହୋଇଥିବା ଡିଜିଟାଲ୍ ସାର୍ବଜନିନ ସାମଗ୍ରୀ ଅନ୍ୟାନ୍ୟ ବିକାଶଶୀଳ ଦେଶ ପାଇଁ ଉପଯୋଗୀ ହୋଇପାରେ ।

ମହାକାଶ ପ୍ରଯୁକ୍ତି ବିଦ୍ୟା ଏବଂ ଆଣବିକ ଶକ୍ତି ଭଳି କ୍ଷେତ୍ରରେ ମଧ୍ୟ ଭାରତ ବହୁତ ବଡ ସଫଳତା ହାସଲ କରିଛି । ଅନ୍ୟ ବିକାଶଶୀଳ ଦେଶ ମାନଙ୍କ ସହିତ ଆମର ପାରଦର୍ଶିତା ବଂଟନ କରିବା ପାଇଁ ଆମେ ଏକ ‘ଗ୍ଲୋବାଲ୍ - ସାଉଥ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପଦକ୍ଷେପ’ ଆରମ୍ଭ କରିବୁ ।

କୋଭିଡ୍ ମହାମାରୀ ସମୟରେ ଭାରତର ‘ଭ୍ୟାକ୍ସିନ୍ ମୈତ୍ରୀ’ ପଦକ୍ଷେପ ମାଧ୍ୟମରେ ୧୦୦ ରୁ ଅଧିକ ଦେଶ ମାନଙ୍କୁ ଭାରତରେ ପ୍ରସ୍ତୁତ ଟିକା ଯୋଗାଇ ଦିଆ ଯାଇଥିଲା ।

ମୁଁ ବର୍ତ୍ତମାନ ଏକ ନୂତନ ‘ଆରୋଗ୍ୟ ମୈତ୍ରୀ’ ପ୍ରକଳ୍ପ ଘୋଷଣା କରିବାକୁ ଚାହୁଁଛି । ଏହି ପ୍ରକଳ୍ପ ଅଧୀନରେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମାନବିକ ସଙ୍କଟ ଦ୍ୱାରା ପ୍ରଭାବିତ ଯେକୌଣସି ବିକାଶଶୀଳ ଦେଶକୁ ଭାରତ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ଯୋଗାଇବ ।

ମାନ୍ୟଗଣ୍ୟ,

ଆମର କୂଟନୈତିକ ସ୍ୱରର ସମନ୍ୱୟ ପାଇଁ, ମୁଁ ଆମର ବୈଦେଶିକ ମନ୍ତ୍ରଣାଳୟର ଯୁବ ଅଧିକାରୀ ମାନଙ୍କୁ ଏକାଠି ଯୋଡିବା ନିମନ୍ତେ ଏକ ‘ବୈଶ୍ୱିକ ଦକ୍ଷିଣ ଭାଗ ଯୁବ କୂଟନୀତିଜ୍ଞ ମଂଚ’ ନିମନ୍ତେ ପ୍ରସ୍ତାବ ଦେଉଛି ।

ବିକାଶଶୀଳ ଦେଶର ଛାତ୍ର ମାନଙ୍କ ପାଇଁ ଭାରତରେ ଉଚ୍ଚଶିକ୍ଷା ନିମନ୍ତେ ଭାରତ ‘ଗ୍ଲୋବାଲ୍‌-ସାଉଥ୍ ସ୍କଲାରସିପ୍ / ବୈଶ୍ୱିକ ଦକ୍ଷିଣ ଭାଗ ମେଧା ବୃତ୍ତି ମଧ୍ୟ ଆରମ୍ଭ କରିବ ।

ମାନ୍ୟଗଣ,

ଆଜିର ଅଧିବେଶନର ବିଷୟବସ୍ତୁ ଭାରତର ପ୍ରାଚୀନ ଜ୍ଞାନ ଦ୍ୱାରା ଅନୁପ୍ରାଣିତ ।

ଋକ୍ ବେଦର ଏକ ପ୍ରାର୍ଥନା ଏଡା କହିଥାଏ ଯେ , ମାନବତା ପାଇଁ ଜ୍ଞାନ ସର୍ବ ପୁରାତନ ପାଠ । 

ସଙ୍ଗଛଧ୍ୱଂ ସମ୍ବଦଧ୍ୱଂ ସଂ ୱ ଜାନତାମ୍ ।

ଯାହାର ଅର୍ଥ: ଆସନ୍ତୁ ଏକାଠି ହେବା, ଏକା ସହିତ କହିବା ଏବଂ ଆମର ମନ ସଦ୍ଭାବନାରେ ପୂର୍ଣ୍ଣ ରହୁ ।

କିମ୍ବା ଅନ୍ୟ ଅର୍ଥରେ, ‘ସ୍ୱରରେ ଏକତା, ଉଦ୍ଦେଶ୍ୟର ଏକତା’ ।

ଏହି ଭାବନାରେ, ମୁଁ ଆପଣ ମାନଙ୍କର ମତାମତ ଏବଂ ପରାମର୍ଶ ଶୁଣିବା ନିମନ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିଛି ।

ଧନ୍ୟବାଦ!

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch