“ୟୁଏଇ ଏବଂ ଦୁବାଇ ସହିତ ଆମର ଗଭୀର ଐତିହାସିକ ସମ୍ପର୍କକୁ ଗଢିବାରେ ଏକ୍ସପୋ ବହୁ ଦୂର ଯିବ “
“ଏହି ଏକ୍ସପୋ ମଧ୍ୟ ଶତାବ୍ଦୀରେ ଥରେ ଆସିଥିବା ମହାମାରୀ ପାଇଁ ମାନବଜାତିର ସହନଶୀଳତାର ସାକ୍ଷୀ ରହିବ ।“
“ଭାରତ ଆପଣଙ୍କୁ ସର୍ବାଧିକ ଅଭିବୃଦ୍ଧି ପ୍ରଦାନ କରେ । ବିକାଶର ଅଭିବୃଦ୍ଧି, ଉଚ୍ଚାଭିଳାଷର ଅଭିବୃଦ୍ଧି, ସଫଳତାର ଅଭିବୃଦ୍ଧି । ଭାରତକୁ ଆସନ୍ତୁ ଏବଂ ଆମର ଅଭିବୃଦ୍ଧିର ଏକ ଅଂଶ ହୁଅନ୍ତୁ ।“
“ଆମର ଅର୍ଥନୈତିକ ଅଭିବୃଦ୍ଧି ପୁରୁଣା ଶିଳ୍ପ ଏବଂ ଷ୍ଟାର୍ଟ ଅପ୍‌ର ମିଶ୍ରଣ ଦ୍ୱାରା ପରିଚାଳିତ”
“ଗତ ସାତ ବର୍ଷ ମଧ୍ୟରେ ଭାରତ ସରକାର ଆର୍ଥିକ ଅଭିବୃଦ୍ଧି ପାଇଁ ଅନେକ ସଂସ୍କାର ଆଣିଛନ୍ତି । ଏହି ଧାରା ଜାରି ରଖିବା ପାଇଁ ଆମେ ଅଧିକ କାର୍ଯ୍ୟ ଜାରି ରଖିବୁ ।”

ନମସ୍ତେ!

ଆପଣମାନଙ୍କୁ ସମସ୍ତଙ୍କୁ ଦୁବାଇ ଏକ୍ସପୋ ୨୦୨୦ର ଭାରତୀୟ ମଞ୍ଚକୁ ସ୍ୱାଗତ । ଏହା ଏକ ଐତିହାସିକ ପ୍ରଦର୍ଶନୀ ।  ମଧ୍ୟ ପ୍ରାଚ୍ୟ, ଆଫ୍ରିକା ଏବଂ ଦକ୍ଷିଣ ଏସିଆ କ୍ଷେତ୍ରରେ ଆୟୋଜିତ ହୋଇଥିବା ଏହା ପ୍ରଥମ ପ୍ରଦର୍ଶନୀ । ଏହି ପ୍ରଦର୍ଶନୀରେ ଭାରତ ସର୍ବବୃହତ୍‍ ମଞ୍ଚ ଉପସ୍ଥାପନ କରିବା ସହ ଏଥିରେ ଅଂଶଗ୍ରହଣ କରୁଛି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହି ପ୍ରଦର୍ଶନୀ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଦୁବାଇ ସହିତ ଆମର ଥିବା ନିବିଡ଼ ତଥା ଐତିହାସିକ ସମ୍ପର୍କକୁ ଆହୁରି ମଜଭୁତ କରିବାରେ ଏହି ପ୍ରଦର୍ଶନୀ ସହାୟକ ହେବ । ମୁଁ ୟୁଏଇର ଶାସକ ତଥା ରାଷ୍ଟ୍ରପତି ମହାନୁଭବ ଶେଖା ଖଲିଫା ବିନ୍‍ ଜାୟେଦ୍‍ ବିନ୍‍ ଅଲ ନାହ୍ୟାନଙ୍କୂ ଭାରତ ଓ ଭାରତର ନାଗରିକମାନଙ୍କ ତରଫରୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରି ମୋର ବକ୍ତବ୍ୟ ଆରମ୍ଭ କରିବାକୁ ଚାହୁଁଛି।

ୟୁଏଇର ପ୍ରଧାନମନ୍ତ୍ରୀ ମହାନୁଭବ ଶେଖ୍‍ ମହମ୍ମଦନ ବିନ୍‍ ରସିଦ୍‍ ଅଲ୍‍ ମଖତୁମ ତଥା ଉପ ରାଷ୍ଟ୍ରପତି ଏବଂ ଦୁବାଇର ଶାସକଙ୍କୁ ମଧ୍ୟ ମୁଁ ମୋର ହୃଦୟର ଅଭିନନ୍ଦନ ଜ୍ଞାପନ କରୁଛି । ଏଥି ସହିତ ମୁଁ ତାଙ୍କର ଭ୍ରାତା ତଥା ଆବୁଧାବିର ଯୁବରାଜ ମହାନୁଭବ ଶେଖ୍‍ ମହମ୍ମଦ ବିନ୍‍ ଜାୟେଦ୍‍ ଅଲ୍‍ ନାହ୍ୟାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ତାଙ୍କରି ଯୋଗୁ ଦୁଇ ଦେଶ ମଧ୍ୟରେ ରଣନୀତିକ ସହଭାଗୀତା କ୍ଷେତ୍ରରେ ପ୍ରଗତି କରିବା ସମ୍ଭବପର ହୋଇପାରିଛି । ଉଭୟ ରାଷ୍ଟ୍ରର ପ୍ରଗତି ତଥା ସମୃଦ୍ଧି ଦିଗରେ ଏହି ସହଯୋଗ ଜାରି ରହିବ ବୋଲି ମୁଁ ଏହି ଅବସରରେ ଆଶ ପୋଷଣ କରୁଛି ।

ବନ୍ଧୁଗଣ,

୨୦୨୦ର ଏହି ଏକ୍ସପୋର ମୁଖ୍ୟ ପ୍ରସଙ୍ଗ ହେଲା: ମନକୁ ସଂଯୋଗ କରିବା, ଭବିଷ୍ୟତ ଗଢ଼ିବା । ଏହି ପ୍ରସଙ୍ଗ ପଛରେ ରହିଥିôବା ଭାବନାଟିକୁ ଭାରତର ପ୍ରୟାସ ପରିପ୍ରେକ୍ଷୀରେ ଦେଖିଲେ ଜଣାଯିବ ଯେ ଆମେ ଏବେ ଏକ ନୂତନ ଭାରତ ଗଠନ ଦିଗରେ ଆଗକୁ ଅଗ୍ରସର ହେଉଛୁ । ତେଣୁ ଏଭଳି ଏକ ବିରାଟ ପ୍ରଦର୍ଶନୀକୁ ଏପରି ଭବ୍ୟ ଢଙ୍ଗରେ ଆୟୋଜନ କରିଥିବାରୁ ମୁଁ ୟୁଏଇ ସରକାରଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି । ବିଶ୍ୱ ଯେତେବେଳେ ଏକ ଶତାବ୍ଦୀୟ ମହାମାରୀ ବିରୁଦ୍ଧରେ ସହନଶୀଳତା ପ୍ରଦର୍ଶନ କରି ଲଢ଼ୁଛି ଏହି ପ୍ରଦର୍ଶନୀର ଆୟୋଜନ ସେହି ସଂଗ୍ରାମକୁ ମଧ୍ୟ ପ୍ରଦର୍ଶିତ କରୁଛି ।

ବନ୍ଧୁଗଣ,

ଭାରତୀୟ ପାଭିଲିୟନର ଶୀର୍ଷକ ରଖାଯାଇଛି: ମୁକ୍ତଭାବନା, ସୁଯୋଗ ଏବଂ ବିକାଶ । ଆଜିର ଭାରତ ବିଶ୍ୱର ସବୁଠାରୁ ମୁକ୍ତ ରାଷ୍ଟ୍ର ଭାବେ ନିଜର ପରିଚୟ ସୃଷ୍ଟି କରିଛି । ଶିକ୍ଷାରେ ମୁକ୍ତ ଭାବନା, ଦୃଷ୍ଟିଭଙ୍ଗୀରେ ମୁକ୍ତ ଭାବନା, ନବସୃଜନରେ ମୁକ୍ତ ଭାବନା ଏବଂ ପୁଂଜି ନିବେଶରେ ମୁକ୍ତ ଭାବନା । ସେଇଥିପାଇଁ ମୁଁ ଆପଣମାନଙ୍କୁ ଆମ ଦେଶକୁ ଆସିବା ସକାଶେ ଆମନ୍ତ୍ରଣ ଜଣାଉଛି । ଆଜି, ଭାରତ ଏକ ସୁଯୋଗର ଭୂମିରେ ପରିଣତ ହୋଇଛି । ତାହା କଳା କ୍ଷେତ୍ରରେ ହେଉ ଅବା ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ହୋଇଥାଉ ଅବା ଶିକ୍ଷାଗ୍ରହଣ । ଏଠାରେ: ଆବିଷ୍କାର କରିବାର ସୁଯେରାଗ, ସହଭାଗୀତାର ସୁଯୋଗ, ପ୍ରଗତିର ସୁଯୋଗ ଭରପୂର ରହିଛି । ତେଣୁ ଭାରତକୁ ଆସନ୍ତୁ ଏବଂ ଏହି ସୁଯୋଗକୁ ଆବିଷ୍କାର କରନ୍ତୁ । ଭାରତ ମଧ୍ୟ ସର୍ବାଧିକ ବିକାଶର ସୁଯୋଗ ପ୍ରଦାନ କରୁଛି । ବିକାଶର ମାତ୍ରା, ବିକାଶର ମହତ୍ତ୍ୱାକାକ୍ଷୀ ଏବଂ ବିକାଶର ଫଳାଫଳ । ଭାରତକୁ ଆପଣମାନେ ଆସନ୍ତୁ ଏବଂ ଆମର ପ୍ରଗତି ଗାଥାରେ ସାମିଲ ହୁଅନ୍ତୁ ।

ବନ୍ଧୁଗଣ,

ଭାରତ ତାର ସ୍ପନ୍ଦନଶୀଳତା ଏବଂ ବିବିଧତା ନିମନ୍ତେ ବେଶ୍‍ ପ୍ରସିଦ୍ଧ । ଆମର ବିବିଧ ସଂସ୍କୃତି, ଭାଷା, ଖାଦ୍ୟପେୟ, କଳା କର୍ମ, ସଂଗୀତ ଓ ନୃତ୍ୟ ରହିଛି । ଏହି ମଞ୍ଚରେ ସେଭଳି ବିବିଧତା ପ୍ରଦର୍ଶିତ ହୋଇଛି । ଅନୁରୂପ ଭାବେ, ଭାରତ ହେଉଛି ପ୍ରତିଭାର ଶକ୍ତି କେନ୍ଦ୍ର । ଆମ ଦେଶ ବିଶ୍ୱ ପ୍ରଯୁକ୍ତି, ଗବେଷଣା ଓ ନବସୃଜନ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ଆମର ଆର୍ଥିକ ପ୍ରଗତି ପଛରେ ଶିଳ୍ପସଂସ୍ଥା ଏବଂ ଷ୍ଟାର୍ଟ ଅପ୍‍ମାନଙ୍କର ମିଳିତ ଅବଦାନ ଭଳି ଶକ୍ତି କାର୍ଯ୍ୟ କରୁଛି । ଭାରତର ଏହି ମଞ୍ଚ ଭାରତ ବିବିଧ କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ପ୍ରଦର୍ଶିତ କରୁଛି ।  ସେହିଭଳି ସ୍ୱାସ୍ଥ୍ୟ ଠାରୁ ନେଇ ବୟନ, ଭିତ୍ତିଭୂମି, ସେବା ଓ ଆହୁରି ଅନେକ କ୍ଷେତ୍ରରେ ଯେଉଁ ପର୍ଯ୍ୟାପ୍ତ ନିବେଶ ସୁଯୋଗ ରହିଛି ତାହାକୁ ମଧ୍ୟ ଏହି ପ୍ରଦର୍ଶନୀରେ ସ୍ଥାନୀତ କରାଯାଇଛି । ଗତ ସାତ ବର୍ଷ ମଧ୍ୟରେ, ଭାରତ ସରକାର ଆର୍ଥିକ ବିକାଶ କାର୍ଯ୍ୟକ୍ରମକୁ ଆଗକୁ ଆଗେଇ ନେବା ଦିଗରେ ଅନେକ ସଂସ୍କାର ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ଏହି ଧାରାକୁ ଜାରି ରଖିବା ସକାଶେ ଆମେ ଆହୁରି ଅନେକ କିଛି ଆଗକୁ କରିଚାଲିବୁ ।

ବନ୍ଧୁଗଣ,

ଭାରତ ଯେତେବେଳେ ଅମୃତ ମହୋତ୍ସବ ଭାବେ ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ତମ ବର୍ଷ ପୂର୍ତ୍ତି ମନାଉଛି, ଆମେ ଆମନ୍ତ୍ରଣ କରୁଛୁ ଯେ ସମସ୍ତେ ଆସି ଭାରତ ପାଭିଲିୟନକୁ ପରିଦର୍ଶନ କରନ୍ତୁ ଏବଂ ପୁନରୁତ୍ଥିତ ନୂତନ ଭାରତରେ ଥିବା ସୁଯୋଗର ଫାଇଦା ନିଅନ୍ତୁ । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଭାବନାର ସହ ମାନବ ସମାଜ ନିମନ୍ତେ ବିଶ୍ୱକୁ ଅବସ୍ଥାନର ଆହୁରି ଏକ ସୁନ୍ଦର ସ୍ଥାନରେ ପରିଣତ କରନ୍ତୁ ।

ଆପଣମାନଙ୍କୁ ଧନ୍ୟବାଦ ।

ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi