ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ଫେବୃଆରୀ ୨୦୨୬ରେ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅବସରରେ ଜାତିସଂଘର ମହାସଚିବ (ୟୁଏନ୍ଏସ୍ଜି) ଶ୍ରୀ ଆଣ୍ଟୋନିଓ ଗୁଟେରେସଙ୍କୁ ଭେଟିଥିଲେ ।

ଏଆଇକୁ ଗଣତାନ୍ତ୍ରିକ କରିବା ଏବଂ ଏହାକୁ ମାନବ-କୈନ୍ଦ୍ରିକ କରିବା ଉଦ୍ଦେଶ୍ୟରେ ଏଆଇ ଇମ୍ପାକକ୍ଟ ଶିଖର ସମ୍ମିଳନୀର ଆୟୋଜନ କରିବା ପାଇଁ ୟୁଏନ୍ଏସ୍ଜି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କୃତ୍ରିମ ବୁଦ୍ଧିମତ୍ତା ଉପରେ ଏକ ସ୍ୱାଧୀନ ଅନ୍ତର୍ଜାତୀୟ ବୈଜ୍ଞାନିକ ପ୍ୟାନେଲ ସୃଷ୍ଟି କରିବା ଦିଗରେ ୟୁଏନ୍ଏସ୍ଜିର ପ୍ରୟାସ ଏବଂ ଏଆଇ ଉପରେ ବିକାଶଶୀଳ ଦେଶଗୁଡିକୁ ତାଙ୍କର ସମର୍ଥନ ପାଇଁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏଆଇ ପାଇଁ ‘ମାନବ’ ଦୃଷ୍ଟିକୋଣ ଏବଂ ବିକାଶ ପାଇଁ ଏକ ଉତ୍ପେରକ ଭାବରେ ପ୍ରଯୁକ୍ତିର ଭୂମିକାକୁ ପୁନର୍ବାର ଦୋହରାଇଥିଲେ ।

ଉଭୟ ନେତା ସାମୟିକ ବାସ୍ତବତାକୁ ପ୍ରତିଫଳିତ କରୁଥିବା ଏକ ବହୁଧ୍ରୁବୀୟ ବିଶ୍ୱ ଉପରେ ମତ ବିନିମୟ କରିଥିଲେ । ସେମାନେ ଜାତିସଂଘ, ବିଶେଷକରି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ର ଜରୁରୀ ସଂସ୍କାର ପାଇଁ ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ୟୁଏନ୍ଏସ୍ଜି ଗୁଟେରେସଙ୍କୁ ତାଙ୍କ କାର୍ଯ୍ୟକାଳର ବାକି ସମୟ ପାଇଁ ଶୁଭକାମନା ଜଣାଇଥିଲେ ।
During the meeting with Mr. António Guterres, Secretary General of the United Nations, we talked about making AI all inclusive and how the UN can play a constructive role in this regard. Reiterated India's support towards any effort aimed at harnessing AI for a better planet. We… pic.twitter.com/fkaL0riJ8v
— Narendra Modi (@narendramodi) February 20, 2026


