ସିନେଟ୍‌ର ଜନ କର୍ଣ୍ଣୟନଙ୍କ ନେତୃତ୍ୱରେ ଭାରତ ଆସିଥିବା ଯୁକ୍ତରାଷ୍ଟ୍ର କଂଗ୍ରେସ ପ୍ରତିନିଧି ଦଳ ଆଜି (ତା ୧୩. ୧୧.୨୧ ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିନେଟର ମାଇକେଲ କାର୍ପୋ, ସିନେଟର ଥମାସ ଟ୍ୟୁବରଭିଲେ, ସିନେଟର ମାଇକେଲ ଲୀ, କଂଗ୍ରେସମ୍ୟାନ ଟନ୍ ଗଞ୍ଜାଲେସ୍‌ ଏବଂ କଂଗ୍ରେସ ମ୍ୟାନ ଜନ କେଭିନ ଏଲିଜେ ସିନିୟର ମଧ୍ୟ ଅନ୍ତର୍ଭୁକ୍ତ  । ସିନେଟ୍‌ର ଜନ କର୍ଣ୍ଣୟନ ହେଉଛନ୍ତି ଭାରତ ଓ ଆମେରିକୀୟ ଭାରତୀୟ ସିନେଟ୍‌ର ବୃହତ ଗୋଷ୍ଠୀ ମଧ୍ୟରେ ଥିବା ଏକ କ୍ଷୁଦ୍ରଗୋଷ୍ଠୀର ପ୍ରତିଷ୍ଠାତା ।

ଭାରତରେ ଜନସଂଖ୍ୟା ଜନିତ ବିବିଧତା ସତ୍ୱେ କୋଭିଡ-୧୯ ପରିସ୍ଥିତିରେ ଚମତ୍କାର ପରିଚାଳନା ନେଇ କଂଗ୍ରେସ ପ୍ରତିନିଧି ଦଳ ସନ୍ତୋଷବ୍ୟକ୍ତ କରିଥିଲେ । ଶତାବ୍ଦୀର ସବୁଠାରୁ ଭୟଙ୍କର ମହାମାରୀକୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ଜନତାଙ୍କ ଭାଗିଦାରିତା ଓ ସହଯୋଗ ଯୋଗୁଁ ମୁକାବିଲା କରାଯାଇପାରିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଉଭୟ ଦେଶର ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ବିଷୟ ଉପରେ ମଧ୍ୟ ଅବାଧ ଆଲୋଚନା ହୋଇଥିଲା । ଏଥିରେ ଦକ୍ଷିଣ ଏସିଆ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସମସ୍ୟା ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀ ଓ ପରିଦର୍ଶନକାରୀ ପ୍ରତିନିଧି ଦଳ ବୈଶ୍ୱିକ ଶାନ୍ତି ଓ ସ୍ଥିରତା ଦୃଷ୍ଟିରୁ ରଣନୀତିକ ସହଯୋଗ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ସହ ନେବା ଉପରେ ସହମତ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ସାଂପ୍ରତିକ ବୈଶ୍ୱିକ ସମସ୍ୟା ଯଥା ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, ବୈଷୟିକ ଜ୍ଞାନ ଯୁକ୍ତ ଯନ୍ତ୍ରପାତି ଯୋଗାଣ ବ୍ୟବସ୍ଥା ଦିଗରେ ସହଯୋଗ  ନେଇ ମତବିନିମୟ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
7 hyper local foods that PM Modi made popular via speeches, social media and Mann ki Baat

Media Coverage

7 hyper local foods that PM Modi made popular via speeches, social media and Mann ki Baat
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 9, 2026
March 09, 2026

Transformative India: From Record Pharma & Auto Growth to Lakhpati Didis and Viksit Bharat Under the Leadership of PM Modi