ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦୋର ଠାରେ ୧୭ତମ ପ୍ରବାସୀ ଭାରତୀୟ ଦିବସ (ପିବିଡି) ଅବସରରେ କୋଅପରେଟିଭ ରିପବ୍ଲିକ ଅଫ ଗୁଏନାର ରାଷ୍ଟ୍ରପତି ମହାମହିମ ଡଃ ମହମ୍ମଦ ଇରଫାନ ଅଲ୍ଲୀଙ୍କୁ ଭେଟିଛନ୍ତି । ଜାନୁୟାରୀ ୮ରୁ ୧୪, ୨୦୨୩ ପର୍ଯ୍ୟନ୍ତ ଔପଚାରିକ ଭାରତ ଗସ୍ତରେ ଥିବା ରାଷ୍ଟ୍ରପତି ଇରଫାନ ଅଲ୍ଲୀ ୧୭ତମ ପିବିଡିର ମୁଖ୍ୟ ଅତିଥି ।

ଦୁଇ ନେତା ଶକ୍ତି, ଭିତ୍ତିଭୂମି ବିକାଶ, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟ  ସେବା, ପ୍ରଯୁକ୍ତି ଓ ନବାଚାର ଏବଂ ପ୍ରତିରକ୍ଷା ସହଯୋଗ ଆଦି ସମ୍ପର୍କରେ ବିସ୍ତୃତ ଆଳୋଚନା କରିଛନ୍ତି । ଦୁଇ ନେତା ଭାରତ ଓ ଗୁଏନାବାସୀଙ୍କ ମଧ୍ୟରେ ବନ୍ଧୁତ୍ୱର ୧୮୦ ବର୍ଷ ପୁରୁଣା ଐତିହାସିକ ସମ୍ବନ୍ଧକୁ ସ୍ମରଣ କରିବା ସହ ଏହାକୁ ମଜବୁତ କରିବାକୁ ସହମତି ବ୍ୟକ୍ତ କରିଛନ୍ତି ।

ରାଷ୍ଟ୍ରପତି ଇରଫାନ ଅଲ୍ଲୀ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଓ ଜାନୁୟାରୀ ୧୦, ୨୦୨୩ରେ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ଅଧିବେଶନ ଓ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ସମାରୋହରେ ଭାଗ ନେବେ । ସେ ଜାନୁୟାରୀ ୧୧ରେ ଇନ୍ଦୋରରେ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ ୨୦୨୩ରେ ମଧ୍ୟ ଭାଗ ନେବେ ।

ଇନ୍ଦୋର ବ୍ୟତୀତ ରାଷ୍ଟ୍ରପତି ଅଲ୍ଲୀ ଦିଲ୍ଲୀ, କାନପୁର, ବେଙ୍ଗଲୁରୁ ଓ ମୁମ୍ବାଇ ମଧ୍ୟ ଯିବେ ।   

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India