ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋପେନହେଗେନ ଠାରେ ନରୱେର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଜୋନାସ ଗହର ଷ୍ଟୋରଙ୍କୁ ଦ୍ୱିତୀୟ ଭାରତ ନର୍ଡିକ୍ ଶିଖର ସମ୍ମିଳନୀରେ ସାକ୍ଷାତ କରିଛନ୍ତି ।  ଅକ୍ଟୋବର ୨୦୨୧ ରେ ପ୍ରଧାନମନ୍ତ୍ରୀ ଷ୍ଟୋରଙ୍କ ଦ୍ୱାରା ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା ।

ଦ୍ୱିପାକ୍ଷିକ ସଂପର୍କରେ ଚାଲିଥିବା କାର୍ଯ୍ୟକଳାପକୁ ଉଭୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ଏବଂ ସହଯୋଗର ଭବିଷ୍ୟତ କ୍ଷେତ୍ର ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ନରୱେର କୌଶଳ ଏବଂ ଭାରତର ସୁଯୋଗ ପ୍ରାକୃତିକ ପରିପକ୍ୱତା ପ୍ରଦାନ କରୁଛି । ଉଭୟ ନେତା ସାମୁଦ୍ରିକ ଅର୍ଥନୀତି, ଅକ୍ଷୟ ଶକ୍ତି, ସବୁଜ ହାଇଡ୍ରୋଜେନ, ସୌର ଏବଂ ପବନ ପ୍ରକଳ୍ପ, ସବୁଜ ଜାହଜ ଚଳାଚଳ, ମତ୍ସ୍ୟଜୀବୀ, ଜଳ ପରିଚାଳନା, ବର୍ଷା ଜଳ ଅମଳ, ମହାକାଶ ସହଯୋଗ, ଦୀର୍ଘକାଳୀନ ଭିତ୍ତିଭୂମି ବିନିଯୋଗ, ସ୍ୱାସ୍ଥ୍ୟ ଏବଂ ସଂସ୍କୃତି ପରି ବିଭିନ୍ନ କ୍ଷେତ୍ରରେ ଜଡିତ ହେବାର ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ ।

ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ୟୁଏନଏସସିର ସଦସ୍ୟ ଭାବରେ ଭାରତ ଏବଂ ନରୱେ ମିଳିତ ଜାତିସଂଘରେ ଆର୍ନ୍ତଜାତୀୟ ପ୍ରସଙ୍ଗରେ ପାରସ୍ପରିକ ସ୍ୱାର୍ଥର ସୁରକ୍ଷା ପ୍ରସଙ୍ଗରେ ଜଡିତ ଅଛନ୍ତି ।

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rs 1,780 Cr & Counting: How PM Modi’s Constituency Varanasi is Scaling New Heights of Development

Media Coverage

Rs 1,780 Cr & Counting: How PM Modi’s Constituency Varanasi is Scaling New Heights of Development
...

Nm on the go

Always be the first to hear from the PM. Get the App Now!
...
PM congratulates boxer, Lovlina Borgohain for winning gold medal at Boxing World Championships
March 26, 2023
ସେୟାର
 
Comments

The Prime Minister, Shri Narendra Modi has congratulated boxer, Lovlina Borgohain for winning gold medal at Boxing World Championships.

In a tweet Prime Minister said;

“Congratulations @LovlinaBorgohai for her stupendous feat at the Boxing World Championships. She showed great skill. India is delighted by her winning the Gold medal.”