ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଇଣ୍ଡିଆ-ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅବସରରେ ମରିସସ୍ର ପ୍ରଧାନମନ୍ତ୍ରୀ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମଙ୍କୁ ଭେଟିଛନ୍ତି । ସେପ୍ଟେମ୍ବର ୨୦୨୫ରେ ତାଙ୍କର ଗସ୍ତ ପରେ ଏହା ପ୍ରଧାନମନ୍ତ୍ରୀ ରାମଗୁଲାମଙ୍କ ବର୍ତ୍ତମାନର କାର୍ଯ୍ୟକାଳ ମଧ୍ୟରେ ଦ୍ୱିତୀୟ ଭାରତ ଗସ୍ତ । ଏହି ବୈଠକ ୯ ଫେବୃଆରୀ ୨୦୨୬ରେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ୍ ବାର୍ତ୍ତାଳାପ ପରେ ହୋଇଛି ।
ଉଭୟ ନେତା ଉନ୍ନତ ରଣନୈତିକ ସହଭାଗୀତାର ପ୍ରଗତି ଏବଂ ବାଣିଜ୍ୟ ତଥା ନିବେଶ, ସାମୁଦ୍ରିକ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଡିଜିଟାଲ ସହଯୋଗ କ୍ଷେତ୍ରରେ ବହୁମୁଖୀ ସମ୍ପର୍କର ସମୀକ୍ଷା କରିଛନ୍ତି । ଉଦୀୟମାନ ପ୍ରଯୁକ୍ତିର ବର୍ଦ୍ଧିତ ପ୍ରାସଙ୍ଗିକତାକୁ ସ୍ୱୀକାର କରି, ସେମାନେ ସମାବେଶୀ ଏବଂ ସ୍ଥାୟୀ ବିକାଶକୁ ଆଗକୁ ବଢ଼ାଇବା ପାଇଁ କୃତ୍ରିମ ବୁଦ୍ଧିମତ୍ତା ଏବଂ ନବାଚାର ନେତୃତ୍ୱାଧୀନ କ୍ଷେତ୍ରରେ ସହଯୋଗ ଉପରେ ମତ ବିନିମୟ କରିଛନ୍ତି ।

ଉଭୟ ନେତା ମରିସସ୍ର ବିକାଶ ପ୍ରାଥମିକତାକୁ ସମର୍ଥନ କରି ଭାରତ ଦ୍ୱାରା ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜର କାର୍ଯ୍ୟାନ୍ୱୟନର ସମୀକ୍ଷା କରିଛନ୍ତି । ମରିସସ ଭାରତର ବିକାଶ ସହଭାଗୀତା ପାଇଁ ଏକ ରୋଲ୍ ମଡେଲ୍ ଭାବରେ ଠିଆ ହୋଇଛି, ଯାହା ପାରସ୍ପରିକ ବିଶ୍ୱାସ ଏବଂ ପ୍ରଗତି ପ୍ରତି ସମାନ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ।
ଦୁଇ ପ୍ରଧାନମନ୍ତ୍ରୀ ଭାରତର ଭିଜନ ମହାସାଗର ଏବଂ ପଡୋଶୀ ପ୍ରଥମ ନୀତି ଅଧୀନରେ ଭାରତ-ମରିସସ ସହଭାଗୀର ସ୍ଥାୟୀ ଗୁରୁତ୍ୱକୁ ପୁନଃ ଦୋହରାଇଛନ୍ତି । ପାରସ୍ପରିକ ସମୃଦ୍ଧିରେ ଏହାର ଅବଦାନ ଏବଂ ଗ୍ଲୋବାଲ ସାଉଥ ସହଭାଗୀ ପ୍ରାଥମିକତାକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ନେତାମାନେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ଏବଂ ଭାରତ ମହାସାଗର କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିରେ ଯୋଗଦାନ ଦେବା ପାଇଁ ଏକତ୍ର କାର୍ଯ୍ୟ ଜାରି ରଖିବାକୁ ସହମତ ହୋଇଛନ୍ତି ।
Delighted to meet Prime Minister of Mauritius, Dr. Navinchandra Ramgoolam. Reaffirmed our shared commitment to take our enhanced Strategic Partnership to new heights in AI, technology, culture and people-to-people ties.
— Narendra Modi (@narendramodi) February 20, 2026
Mauritius is a vital partner in India’s MAHASAGAR vision… pic.twitter.com/kfmFSWpt0t


