ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଅବସରରେ ଓସଲୋରେ ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ କ୍ରିଷ୍ଟର୍ଣ୍ଣ ଫ୍ରଷ୍ଟଡୋଟିରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ଫ୍ରଷ୍ଟଡୋଟିରଙ୍କ ଦାୟିତ୍ୱ ଗ୍ରହଣ ପରେ ଏହା ଦୁଇ ନେତାଙ୍କ ପ୍ରଥମ ସାକ୍ଷାତ ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଆଇସଲ୍ୟାଣ୍ଡର ଇତିହାସରେ ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ହେବା ପାଇଁ ପ୍ରଧାନମନ୍ତ୍ରୀ ଫ୍ରଷ୍ଟଡୋଟିରଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ଉପରେ ମତ ବିନିମୟ କରିଥିଲେ, ବିଶେଷକରି ଭାରତ-ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ (EFTA) ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗୀତା ଚୁକ୍ତିନାମା (TEPA) କାର୍ଯ୍ୟକାରୀ ହେବା ପରିପ୍ରେକ୍ଷୀରେ। ଉଭୟ ନେତା ସହମତ ହୋଇଥିଲେ ଯେ ବାଣିଜ୍ୟ, ନିବେଶ ଏବଂ ଉତ୍ପାଦନ ସହଯୋଗରେ ପ୍ରକୃତ ଦ୍ୱିପାକ୍ଷିକ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ TEPA ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରେ।

ଦୁଇ ନେତା ଭୂତାପଜ ଶକ୍ତି, ମତ୍ସ୍ୟଚାଷ, ନବସୃଜନଶୀଳ ପ୍ରଯୁକ୍ତିବିଦ୍ୟା, ସୃଜନଶୀଳ ଅର୍ଥନୀତି, ସଂସ୍କୃତି, ପର୍ଯ୍ୟଟନ, ଗତିଶୀଳତା ଏବଂ ଲୋକ-ଲୋକ ସମ୍ପର୍କ ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ପ୍ରଗତି ମଧ୍ୟ ସମୀକ୍ଷା କରିଥିଲେ। ସେମାନେ ଆର୍କଟିକ ଗବେଷଣାରେ ସହଯୋଗ ବୃଦ୍ଧି କରିବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ପାରସ୍ପରିକ ସୁବିଧାଜନକ ସମୟରେ ଭାରତ ଗସ୍ତ କରିବାକୁ ନିମନ୍ତ୍ରଣ କରିଥିଲେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s FTA push: Why India’s MSMEs now have a bigger export opportunity

Media Coverage

PM Modi’s FTA push: Why India’s MSMEs now have a bigger export opportunity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 17, 2026
August 17, 2026

India Ascendant: Citizens Hail PM Modi's Vision and India’s Multi-Sectoral Growth