ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଅବଦଲ ଫତେହ ଅଲ ସିସିଙ୍କ ମଧ୍ୟରେ ୨୫ ଜୁନ୍‌ ୨୦୨୩ରେ ଅଲ-ଇତିହାଦିୟା ପ୍ୟାଲେସ୍‌ ଠାରେ ସାକ୍ଷାତ ଆଲୋଚନା ହୋଇଛି ।

ଜାନୁଆରୀ ୨୦୨୩ରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ଅଲ୍‌ ସିସି ଅତିଥି ଭାବେ ଯୋଗ ଦେବାକୁ ଦୁଇ ନେତା ଖୁସିର ସହିତ ସ୍ମରଣ କରିଥିଲେ ଏବଂ ଏହାପରେ ଭାରତ-ଇଜିପ୍ଟ ଦ୍ୱିପାକ୍ଷିକ ସମ୍ପର୍କ ତ୍ୱରାନ୍ୱିତ ହେବାକୁ ଉଭୟ ସ୍ୱାଗତ କରିଥିଲେ । ଦ୍ୱିପାକ୍ଷିକ ସହଯୋଗକୁ ଗତିଶୀଳ କରିବା ଲାଗି ଇଜିପ୍ଟ କ୍ୟାବିନେଟ୍‌ରେ ପ୍ରତିଷ୍ଠା କରାଯାଇଥିବା ‘ଇଣ୍ଡିଆ ୟୁନିଟ୍‌’ ବିଶେଷ ଉପଯୋଗୀ ହୋଇଥିବା ନେଇ ସେମାନେ ସହମତ ହୋଇଥିଲେ ।

ଦୁଇ ଦେଶ ମଧ୍ୟରେ, ବିଶେଷ କରି ବାଣିଜ୍ୟ ଓ ନିବେଶ, ସୂଚନା ପ୍ରଯୁକ୍ତି, ପ୍ରତିରକ୍ଷା ଓ ସୁରକ୍ଷା, ଅକ୍ଷୟ ଶକ୍ତି, କୃଷି, ସ୍ୱାସ୍ଥ୍ୟ ସଂସ୍କୃତି ଓ ନାଗରିକ ସମ୍ପର୍କ ଭଳି କ୍ଷେତ୍ରରେ ସହଭାଗିତାକୁ ଆହୁରି ନିବିଡ଼ କରିବା ନେଇ ଦୁଇ ନେତା ଆଲୋଚନା କରିଥିଲେ । 

ଜି-୨୦ରେ ଅଧିକ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଅଲ୍‌ ସିସି ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ସେମାନେ ଖାଦ୍ୟ ଓ ଇନ୍ଧନ ଅସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଆଲୋକପାତ କରିଥିଲେ ଏବଂ ଗ୍ଲୋବାଲ୍‌ ସାଉଥ୍‌ ବା ଅବିକଶିତ ତୃତୀୟ ବିଶ୍ୱ ରାଷ୍ଟ୍ର ପାଇଁ ଦୃଢ଼ ସ୍ୱର ଉତ୍ତୋଳନ କରିବା ଉପରେ ଜୋର ଦେଇଥିଲେ । ସେପ୍ଟେମ୍ବର ୨୦୨୩ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ଅଲ ସିସିଙ୍କୁ ସ୍ୱାଗତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ନିଜର ଇଚ୍ଛା ପ୍ରକଟ କରିଥିଲେ ।

ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣି ଉଭୟ ରାଷ୍ଟ୍ର ମଧ୍ୟରେ ‘ରଣନୀତିକ ସହଭାଗିତା’ ପ୍ରତିଷ୍ଠା ନିମନ୍ତେ ଦୁଇ ନେତା ଏକ ରାଜିନାମାରେ ସ୍ୱାକ୍ଷର କରିଥିଲେ । କୃଷି, ପ୍ରତ୍ନତତ୍ତ୍ୱ ଓ ବିରଳ କିର୍ତ୍ତୀରାଜି ଏବଂ ପ୍ରତିଯୋଗିତା ମୂଳକ ଆଇନ କ୍ଷେତ୍ରରେ ତିନୋଟି ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା।

ଇଜିପ୍ଟ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମୋସ୍ତାଫା ମାଡବୌଲୀ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ । ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଏନଏସଏ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour