From Panchayat to Parliament, we can see the spirit of Amrit Mahotsav: PM Modi
Australia has a special relation with Jhansi. John Lang, Rani Lakshmibai's lawyer during legal battle against the East India Company, was originally from Australia: PM
PM Modi praises people's efforts to revive Noon River in Jalaun, says it is benefiting several farmers in irrigation
Mann Ki Baat: Thoothukudi gets PM Modi's praise for protecting islands from cyclone
PM Modi mentions about Meghalaya's 'flying boat' during Mann Ki Baat, says
Protecting natural resources around us is in the interest of the world: PM
India, in a way, is leading the world when it comes to start-ups: PM Modi
Today there are more than 70 Unicorns in India: PM Modi
This is the turning point of India's growth story, where now people are not only dreaming of becoming job seekers but also becoming job creators: PM

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଆମେ ପୁଣି ଥରେ ‘ମନ୍ କି ବାତ୍‌’ ପାଇଁ ଏକାଠି ହୋଇଛୁ । ଦୁଇ ଦିନ ପରେ ଡିସେମ୍ବର ମାସଟି ମଧ୍ୟ ଆରମ୍ଭ ହେବାକୁ ଯାଉଛି, ଆଉ ଡିସେମ୍ବର ମାସ ଆସିଲା ମାନେ ଆମକୁ ମନସ୍ତାତ୍ୱିକ ସ୍ତରରେ ଲାଗେ ଯେ, ଯାହାହେଉ, ବର୍ଷଟି ସରିଗଲା । ଇଏ ବର୍ଷର ଶେଷ ମାସ । ଆମେ ନୂଆବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଲାଗିପଡ଼ୁ । ଏହି ମାସରେ ଦେଶ ପାଳନ କରେ ‘ନୌବାହିନୀ ଦିବସ’ ଏବଂ ‘ସଶସ୍ତ୍ର ବାହିନୀ ପତାକା ଦିବସ’ । ଆମ ସମସ୍ତେ ଜାଣୁ, ଯେ, ଡିସେମ୍ବର ୧୬ ତାରିଖ ଦିନ ଦେଶ ୧୯୭୧ରେ ହୋଇଥିବା ଯୁଦ୍ଧର ସୁବର୍ଣ୍ଣ ଜୟନ୍ତୀ ମଧ୍ୟ ପାଳନ କରିବ । ଏହି ସମସ୍ତ ଅବସରରେ ମୁଁ ଦେଶର ପ୍ରତିରକ୍ଷା ବାହିନୀକୁ ସ୍ମରଣ କରୁଛି, ଆମର ବୀରମାନଙ୍କୁ ସ୍ମରଣ କରୁଛି ଏବଂ ବିଶେଷ ଭାବେ ଏଭଳି ବୀରମାନଙ୍କୁ ଜନ୍ମ ଦେଇଥିବା ମା’ମାନଙ୍କୁ ସ୍ମରଣ କରୁଛି । ପ୍ରତିଥର ପରି ଏଥର ମଧ୍ୟ ମୋତେ ନମୋ ଆପ୍‌, ମାଇ ଗଭ୍‌ରେ ଆପଣମାନଙ୍କର ଅନେକ ପ୍ରସ୍ତାବ ମିଳିଛି । ଆପଣମାନେ ମୋତେ ନିଜ ପରିବାରର ଏକ ଅଂଶ ଭାବି ନିଜ ଜୀବନର ସୁଖ-ଦୁଃଖ ମଧ୍ୟ ବାଣ୍ଟିଛନ୍ତି । ଏଥିରେ ଅନେକ ଯୁବବର୍ଗର ହୋଇଥିବାବେଳେ ଅନେକ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି । ମୋତେ ପ୍ରକୃତରେ ଭଲ ଲାଗୁଛି ଯେ, ଆମର ଏହି ‘ମନ୍ କି ବାତ୍‌’ର ପରିବାର ନିରନ୍ତର ବିସ୍ତୃତ ହୋଇଚାଲିଛି, ମନ ସହ ମନର ସମ୍ପର୍କ ଦୃଢ଼ ହୋଇଚାଲିଛି, ଉଦ୍ଦେଶ୍ୟ ମଧ୍ୟ ଏକ ହୋଇଚାଲିଛି । ନିବିଡ଼ ହେଉଥିବା ଆମ ସମ୍ପର୍କ ସହ ଆମ ଅନ୍ତରରେ ନିରନ୍ତର ସକାରାତ୍ମକତାର ଗୋଟିଏ ପ୍ରବାହ ପ୍ରବାହିତ ହେଉଛି ।

ମୋର ପ୍ରିୟ ଦେଶବାସୀଗଣ, ସୀତାପୁରର ଓଜସ୍ୱୀ ମୋତେ ଲେଖିଛନ୍ତି ଯେ, ଅମୃତ ମହୋତ୍ସବ ସହ ଜଡ଼ିତ ଆଲୋଚନାଗୁଡ଼ିକ ତାଙ୍କୁ ଖୁବ ଭଲ ଲାଗୁଛି । ସେ ନିଜ ସାଙ୍ଗମାନଙ୍କ ସହିତ ‘ମନ୍ କି ବାତ୍‌’ ଶୁଣୁଛନ୍ତି ଏବଂ ସ୍ୱାଧୀନତା ଆନ୍ଦୋଳନ ବିଷୟରେ ଅନେକ କିଛି ଜାଣିବା, ଶିଖିବାର କ୍ରମାଗତ ପ୍ରଚେଷ୍ଟା କରୁଛନ୍ତି । ବନ୍ଧୁଗଣ, ଅମୃତ ମହୋତ୍ସବ ଶିକ୍ଷା ଦେବା ସହ ଆମକୁ ଦେଶ ପାଇଁ କିଛି କରିବାର ପ୍ରେରଣା ମଧ୍ୟ ଯୋଗାଉଛି । ଆଉ ପୁଣି ଏବେ ତ ସାରା ଦେଶରେ ସାଧାରଣ ଲୋକେ ହୁଅନ୍ତୁ ବା ସରକାର ହୁଅନ୍ତୁ, ପଞ୍ଚାୟତ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଚାରିଆଡ଼େ ଅମୃତ ମହୋତ୍ସବର ଉତ୍ସାହ ପରିଲକ୍ଷିତ ହେଉଛି ଏବଂ ଏହି ମହୋତ୍ସବ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏଭଳି ଗୋଟିଏ ଚିତାକର୍ଷକ କାର୍ଯ୍ୟକ୍ରମ ବିଗତ ଦିନରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା । ପିଲାଙ୍କ ମୁହଁରେ ସ୍ୱାଧୀନତା ସଂଗ୍ରାମର କାହାଣୀ ଶୀର୍ଷକ କାର୍ଯ୍ୟକ୍ରମରେ ପିଲାମାନେ ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ କାହାଣୀକୁ ସମ୍ପୂର୍ଣ୍ଣ ମନଯୋଗ ସହ ପରିବେଷଣ କଲେ । ଏହାର ବିଶେଷତ୍ୱ ଏହା ଥିଲା ଯେ, ଏଥିରେ ଭାରତ ସହିତ ନେପାଳ, ମରିଶସ୍‌, ତାଞ୍ଜାନିଆ, ନ୍ୟୁଜିଲାଣ୍ଡ ଓ ଫିଜିର ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଆମ ଦେଶର ମହାରତ୍ନ କମ୍ପାନୀ ଓ.ଏନ.ଜି.ସି. ମଧ୍ୟ କିଛି ଭିନ୍ନ ଢଙ୍ଗରେ ଅମୃତ ମହୋତ୍ସବ ପାଳନ କରୁଛି । ଓ.ଏନ.ଜି.ସି. ଆଜିକାଲି ତୈଳ ଉତ୍ତୋଳନ କ୍ଷେତ୍ରରେ ନିଜର ଛାତ୍ରଛାତ୍ରୀମାନଙ୍କ ପାଇଁ ଷ୍ଟଡିଟୁର୍‌ର ଆୟୋଜନ କରୁଛି । ଏହି ଗସ୍ତ ଅବସରରେ ଯୁବଗୋଷ୍ଠୀଙ୍କୁ ଓ.ଏନ.ଜି.ସି.ର ତୈଳ କ୍ଷେତ୍ରରେ ଚାଲିଥିବା ବିଭିନ୍ନ ଗତିବିଧି ସମ୍ପର୍କରେ ସୂଚନା ଦିଆଯାଉଛି । ରାଷ୍ଟ୍ରନିର୍ମାଣରେ ଆମର ଉଦୀୟମାନ ଇଂଜିନିୟରମାନେ ଉତ୍ସାହର ସହ କିଭଳି ସହାୟକ ହୋଇପାରିବେ, ସେଥିପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ଏହାର ଉଦ୍ଦେଶ୍ୟ ।

ବନ୍ଧୁଗଣ, ସ୍ୱାଧୀନତା ପ୍ରାପ୍ତିରେ ଆମର ଜନଜାତି ସମୁଦାୟଙ୍କ ଅବଦାନକୁ ଦୃଷ୍ଟିରେ ରଖି ଜନଜାତୀୟ ଗୌରବ ସପ୍ତାହ ମଧ୍ୟ ଆମେ ପାଳନ କଲୁ । ଦେଶର ବିଭିନ୍ନ ଭାଗରେ ଏଥିସହ ଜଡ଼ିତ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜିତ ହେଲା । ଆଣ୍ଡାମାନ-ନିକୋବାର ଦ୍ୱୀପପୁଂଜରେ ଜାରୱା ଏବଂ ଓଂଗେ ଜନଜାତିର ଲୋକେ ନିଜ ସଂସ୍କୃତିର ଜୀବନ୍ତ ଚିତ୍ର ଉପସ୍ଥାପିତ କଲେ । ହିମାଚଳ ପ୍ରଦେଶସ୍ଥିତ ଉନା ର ମିନିଏଚର୍ ଲେଖକ ରାମ କୁମାର ଜୋଶୀ ମଧ୍ୟ ଗୋଟିଏ ଖୁବ ସୁନ୍ଦର କାମ କରିଛନ୍ତି । ସେ ଛୋଟ ଛୋଟ ଡାକଟିକେଟ ଉପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ନିଆରା ସ୍କେଚ୍ ତିଆରି କରିଛନ୍ତି । ହିନ୍ଦୀରେ ଲେଖାଯାଇଥିବା ରାମ ଶବ୍ଦକୁ ନେଇ ସେ ଏହି ସ୍କେଚ୍ ତିଆରି କରିଛନ୍ତି, ଯେଉଁଥିରେ ସଂକ୍ଷେପରେ ଏହି ଦୁଇ ମହାପୁରୁଷଙ୍କ ଜୀବନୀକୁ ମଧ୍ୟ ପ୍ରସ୍ତୁତ କରାଯାଇଛି । ମଧ୍ୟପ୍ରଦେଶର କଟ୍‌ନୀରୁ ମଧ୍ୟ କିଛି ବନ୍ଧୁ ଏକ ସ୍ମରଣୀୟ ଦାସ୍ତାନ୍‌ଗୋଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ସେଥିରେ ରାଣୀ ଦୁର୍ଗାବତୀଙ୍କ ଅଦମ୍ୟ ସାହସ ଏବଂ ବଳିଦାନର ସ୍ମୃତିଚାରଣ କରାଯାଇଛି । ଏହିଭଳି ଆଉ ଗୋଟିଏ କାର୍ଯ୍ୟକ୍ରମ କାଶୀରେ ଆୟୋଜିତ ହୋଇଥିଲା । ଗୋସ୍ୱାମୀ ତୁଳସୀଦାସ୍‌, ସନ୍ଥ କବୀର, ସନ୍ଥ ରବିଦାସ୍‌, ଭାରତେନ୍ଦୁ ହରିଶ୍ଚନ୍ଦ୍ର, ମୁନ୍‌ସୀ ପ୍ରେମଚନ୍ଦ ଏବଂ ଜୟଶଙ୍କର ପ୍ରସାଦଙ୍କ ଭଳି ମହାମନିଷୀଙ୍କ ସମ୍ମାନରେ ତିନିଦିନବ୍ୟାପୀ ମହୋତ୍ସବର ଆୟୋଜନ କରାଯାଇଥିଲା । ଭିନ୍ନ ଭିନ୍ନ ସମୟରେ ଦେଶରେ ଜନଜାଗରଣ ସୃଷ୍ଟି କରିବାରେ ଏମାନଙ୍କ ସମସ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଆପଣମାନଙ୍କର ମନେଥିବ, ‘ମନ୍ କି ବାତ୍‌’ର ବିଗତ ଅଧ୍ୟାୟମାନଙ୍କରେ ମୁଁ ତିନୋଟି ପ୍ରତିଯୋଗିତା ସମ୍ପର୍କରେ କହିଥିଲି - ପ୍ରଥମଟି, ଦେଶଭକ୍ତି ଗୀତ ରଚନା କରିବା, ଦେଶଭକ୍ତି ସହ ଜଡ଼ିତ କିମ୍ବା ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ ଘଟଣାକୁ ନେଇ ରଙ୍ଗୋଲି ବା ମୁରୁଜ ଆଙ୍କିବା ଏବଂ ଆମ କୁନି ପିଲାଙ୍କ ମନରେ ବିଶାଳ ଭାରତର ସ୍ୱପ୍ନ ସୃଷ୍ଟି କରିବା ଭଳି ଲୋରୀ ବା ନାନାବାୟା ଗୀତ ରଚନା କରିବା । ଏହି ପ୍ରତିଯୋଗିତା ପାଇଁ ମଧ୍ୟ ଆପଣମାନେ ନିଜର ଲେଖା ପଠାଇସାରିଥିବେ, ଯୋଜନା କରିସାରିଥିବେ, ନିଜ ସାଙ୍ଗସାଥୀଙ୍କ ସହ ଆଲୋଚନା ମଧ୍ୟ କରିଥିବେ ବୋଲି ମୋର ଆଶା । ଭାରତର କୋଣ-ଅନୁକୋଣରୁ ଅତି ଉତ୍ସାହର ସହିତ ଆପଣମାନେ ଏଥିରେ ଅଂଶଗ୍ରହଣ କରିବେ ବୋଲି ଆଶା କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଏହି ଆଲୋଚନା ପାଇଁ ଏବେ ମୁଁ ଆପଣମାନଙ୍କୁ ସିଧା ବୃନ୍ଦାବନକୁ ନେଇଯାଉଛି। ବୃନ୍ଦାବନ ବିଷୟରେ କୁହାଯାଏ ଯେ, ଏହା ଭଗବାନଙ୍କ ପ୍ରେମର ପ୍ରତ୍ୟକ୍ଷ ରୂପ । ଆମର ସନ୍ଥମାନେ ମଧ୍ୟ କହିଛନ୍ତି –

                   ୟହ ଆସା ଧରି ଚିତ ମେ, ୟହ ଆସା ଧରି ଚିତ ମେ

                             କହତ ଜଥା ମତି ମୋର ।

                   ବୃନ୍ଦାବନ ସୁଖ ରଙ୍ଗ କୌ, ବୃନ୍ଦାବନ ସୁଖ ରଙ୍ଗ କୌ,

                             କାହୁ ନ ପାୟୋ ଔର୍ ।

ଅର୍ଥାତ୍ ନିଜର ସାମର୍ଥ୍ୟ ଅନୁସାରେ ଆମେ ସମସ୍ତେ ବୃନ୍ଦାବନର ମହିମା ବଖାଣିଥାଉ, କିନ୍ତୁ ବୃନ୍ଦାବନର ଅସଲ ସୁଖ, ଏଠାକାର ଯେଉଁ ରସ, ତାହା ଅନନ୍ତ, ଯାହାକୁ କେହି ପାଇପାରେନା । ଏହା ଅସୀମ । ସେଇଥିପାଇଁ ତ ବୃନ୍ଦାବନ ସାରାବିଶ୍ୱର ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଆସିଛି । ଏହାର ପ୍ରଭାବ ଆପଣଙ୍କୁ ବିଶ୍ୱର କୋଣ-ଅନୁକୋଣରେ ମିଳିଯିବ ।

ପଶ୍ଚିମ ଅଷ୍ଟ୍ରେଲିଆର ଗୋଟିଏ ସହର ହେଉଛି ପର୍ଥ । କ୍ରିକେଟପ୍ରେମୀମାନେ ଏହି ସ୍ଥାନ ସହ ବେଶ୍ ପରିଚିତ ଥିବେ, କାରଣ ପର୍ଥରେ ପ୍ରାୟତଃ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥାଏ । ପର୍ଥରେ ସାକ୍ରେଡ୍ ଇଣ୍ଡିଆ ଗ୍ୟାଲେରୀ ନାଁରେ ଗୋଟିଏ ଆର୍ଟ ଗ୍ୟାଲେରୀ ରହିଛି । ଏହି ଗ୍ୟାଲେରୀ ସ୍ୱାନ୍ ଉପତ୍ୟକାର ଗୋଟିଏ ସୁନ୍ଦର କ୍ଷେତ୍ରରେ ନିର୍ମାଣ କରାଯାଇଛି । ଏହା ହେଉଛି ଅଷ୍ଟ୍ରେଲିଆ ନିବାସୀ ଜଗତ ତାରିଣୀ ଦାସୀଙ୍କ ଉଦ୍ୟମର ପରିଣାମ । ପ୍ରକୃତରେ ଜଗତ ତାରିଣୀ ହେଉଛନ୍ତି ଅଷ୍ଟ୍ରେଲିଆର ବାସିନ୍ଦା, ତାଙ୍କର ଜନ୍ମ ସେଠି, ଲାଳନ-ପାଳନ ମଧ୍ୟ ସେଠି ହିଁ ହୋଇଛି । କିନ୍ତୁ ନିଜ ଜୀବନର ୧୩ ବର୍ଷରୁ ମଧ୍ୟ ଅଧିକ ସମୟ ସେ ବୃନ୍ଦାବନରେ କଟାଇଛନ୍ତି । ସେ କହନ୍ତି, ସେ ନିଜ ଦେଶ ଅଷ୍ଟ୍ରେଲିଆକୁ ଫେରିଲେ ସତ, କିନ୍ତୁ ସେ ବୃନ୍ଦାବନକୁ କେବେହେଲେ ଭୁଲିପାରିଲେନି । ତେଣୁ, ବୃନ୍ଦାବନର ଆଧ୍ୟାତ୍ମିକତା ସହ ଯୋଡ଼ିହେବା ପାଇଁ ଅଷ୍ଟ୍ରେଲିଆରେ ହିଁ ଏକ ବୃନ୍ଦାବନ ସୃଷ୍ଟି କରିଦେଲେ । ନିଜର କଳାକୁ ଏକ ମାଧ୍ୟମ କରି ଗୋଟିଏ ଚମତ୍କାର ବୃନ୍ଦାବନ ସେ ସେଠାରେ ତିଆରି କରିଛନ୍ତି । ସେଠାକୁ ଯାଉଥିବା ଲୋକଙ୍କୁ ଅନେକ ପ୍ରକାରର କଳାକୃତି ଦେଖିବାର ସୁଯୋଗ ମିଳୁଛି । ସେମାନଙ୍କୁ ଭାରତର ସର୍ବାଧିକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବୃନ୍ଦାବନ, ନବଦ୍ୱୀପ ଏବଂ ଜଗନ୍ନାଥପୁରୀର ପରମ୍ପରା ଓ ସଂସ୍କୃତିର ଝଲକ ସେଠାରେ ଦେଖିବାକୁ ମିଳୁଛି । ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ସହ ଜଡ଼ିତ ଅନେକ କଳାକୃତି ପ୍ରଦର୍ଶିତ କରାଯାଇଛି । ଏଥିରେ ଏଭଳି ଏକ କଳାକୃତି ମଧ୍ୟ ରହିଛି ଯେଉଁଥିରେ ଭଗବାନ ଶ୍ରୀକୃଷ୍ଣ ନିଜ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତକୁ ଟେକି ଧରିଛନ୍ତି ଏବଂ ଏହାର ନିମ୍ନଭାଗରେ ବୃନ୍ଦାବନବାସୀଗଣ ଆଶ୍ରୟ ନେଇଛନ୍ତି । ଜଗତ ତାରିଣୀଙ୍କ ଏହି ଚମତ୍କାର ପ୍ରଚେଷ୍ଟା ବାସ୍ତବରେ ଆମକୁ କୃଷ୍ଣଙ୍କ ଭକ୍ତିର ଶକ୍ତି ଦର୍ଶନ କରାଇଥାଏ । ଏହି ପ୍ରଚେଷ୍ଟା ପାଇଁ ମୁଁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ବର୍ତମାନ ମୁଁ ଅଷ୍ଟ୍ରେଲିଆର ପର୍ଥରେ ନିର୍ମିତ ବୃନ୍ଦାବନ ବିଷୟରେ କହୁଥିଲି । ସେହି ଅଷ୍ଟ୍ରେଲିଆ ଏବଂ ଆମ ବୁନ୍ଦେଲଖଣ୍ଡର ଝାନ୍‌ସୀ ମଧ୍ୟରେ ରହିଛି ଗୋଟିଏ ରୁଚିକର ଐତିହାସିକ ସମ୍ପର୍କ । ପ୍ରକୃତରେ ଝାନ୍‌ସୀର ରାଣୀ ଲକ୍ଷ୍ମୀବାଈ ଇଷ୍ଟଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ମକଦ୍ଦମା ଲଢ଼ୁଥିବାବେଳେ ତାଙ୍କର ଓକିଲ ଥିଲେ ଜନ୍ ଲାଙ୍ଗ୍ । ଜନ ଲାଙ୍ଗ୍‌ଙ୍କ ମୂଳ ନିବାସ ସ୍ଥାନ ଥିଲା ଅଷ୍ଟ୍ରେଲିଆ । ଭାରତରେ ରହି ସେ ରାଣୀ ଲକ୍ଷ୍ମୀବାଈଙ୍କ ତରଫରୁ ମକଦ୍ଦମା ଲଢ଼ିଥିଲେ । ଆମ ସ୍ୱାଧୀନତା ସଂଗ୍ରାମରେ ଝାନ୍‌ସୀ ଏବଂ ବୁନ୍ଦେଲଖଣ୍ଡର ଅବଦାନ ସମ୍ପର୍କରେ ଆମେ ସମସ୍ତେ ଜାଣିଛୁ । ଏହି ଭୂମି ହିଁ ରାଣୀ ଲକ୍ଷ୍ମୀବାଈ, ଝଲ୍‌କାରୀ ବାଈଙ୍କ ଭଳି ବୀରାଙ୍ଗନାମାନଙ୍କୁ ଜନ୍ମ ଦେଇଛି । ଏହାଛଡ଼ା ମେଜର ଧ୍ୟାନଚାନ୍ଦଙ୍କ ଭଳି କ୍ରୀଡ଼ାରତ୍ନ ମଧ୍ୟ ଏହି ଅଞ୍ଚଳଳରୁ ବାହାରିଛନ୍ତି ।

ବନ୍ଧୁଗଣ, ବୀରତ୍ୱ ଯେ କେବଳ ଯୁଦ୍ଧକ୍ଷେତ୍ରରେ ପ୍ରଦର୍ଶନ କରାଯାଏ, ତାହା ଜରୁରୀ ନୁହେଁ । ବୀରତ୍ୱ ଯେତେବେଳେ ଗୋଟିଏ ବ୍ରତ ପାଲଟିଯାଏ ଏବଂ ଏହାର ବିସ୍ତାର ହେବାକୁ ଲାଗେ ସେତେବେଳେ ପ୍ରତ୍ୟେକ କ୍ଷେତ୍ରରେ ଅନେକ କାର୍ଯ୍ୟ ସିଦ୍ଧ ହେବାକୁ ଲାଗେ । ଏହିଭଳି ବୀରତ୍ୱ ସମ୍ପର୍କରେ ମୋତେ ଚିଠିଲେଖି ଜଣାଇଛନ୍ତି ଶ୍ରୀମତୀ ଜ୍ୟୋତ୍ସ୍ନା । ଜାଲୌନରେ ଗୋଟିଏ ପାରମ୍ପରିକ ନଦୀ ଥିଲା - ଯାହାର ନାମ ଥିଲା ନୁନ୍ ନଦୀ । ନୁନ୍ ଏଠାକାର ଚାଷୀମାନଙ୍କ ପାଇଁ ଜଳର ମୁଖ୍ୟସ୍ରୋତ ଥିଲା । କିନ୍ତୁ ଧିରେ ଧିରେ ନୁନ୍ ନଈ ବିଲୁପ୍ତ ହେବାକୁ ଲାଗିଲା । ଏହାର ଯାହାକିଛି ଅବଶିଷ୍ଟାଂଶ ରହିଥିଲା, ସେଥିରେ ତାହା ଗୋଟିଏ ନାଳର ରୂପ ନେବାକୁ ଯାଉଥିଲା। ଯାହାଫଳରେ ଚାଷୀମାନଙ୍କ ପାଇଁ ଜଳସେଚନର ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା । ଜାଲୌନର ଲୋକେ ଏହି ପରିସ୍ଥିତିକୁ ବଦଳାଇବା ପାଇଁ ଅଣ୍ଟା ଭିଡ଼ିଲେ । ଚଳିତ ବର୍ଷ ମାର୍ଚ୍ଚମାସରେ ଏଥିପାଇଁ ଏକ କମିଟି ଗଠନ କରାଗଲା । ହଜାର ହଜାର ଗ୍ରାମବାସୀ ଏବଂ ସ୍ଥାନୀୟ ଲୋକେ ସ୍ୱତଃସ୍ଫୁର୍ତ୍ତ ଭାବେ ଏହି ଅଭିଯାନରେ ସାମିଲ ହେଲେ । ଏଠାକାର ପଞ୍ଚାୟତଗୁଡ଼ିକ ଲୋକଙ୍କ ସହ ମିଶି କାମ କରିବା ଆରମ୍ଭ କଲା । ଆଜି ଏତେ କମ ସମୟ ମଧ୍ୟରେ ଏବଂ ବହୁତ କମ ଖର୍ଚ୍ଚରେ ଏହି ନଈ ପୁନର୍ଜୀବିତ ହୋଇଉଠିଛି । ଅନେକ ଚାଷୀ ଏହାଦ୍ୱାରା ଲାଭାନ୍ୱିତ ହେଉଛନ୍ତି । ଯୁଦ୍ଧକ୍ଷେତ୍ରଠାରୁ ଭିନ୍ନ ଏକ ବୀରତ୍ୱର ଏହି ଉଦାହରଣ ଆମ ଦେଶବାସୀଙ୍କ ସଂକଳ୍ପ ଶକ୍ତିକୁ ପ୍ରଦର୍ଶିତ କରୁଛି । ଏହା ଏ କଥା ମଧ୍ୟ କହୁଛି ଯେ, ଯଦି ଆମେ କୌଣସି କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହେଉ ତେବେ, ଆମ ପାଇଁ କିଛି ଅସମ୍ଭବ ନୁହେଁ । ସେଇଥିପାଇଁ ହିଁ ମୁଁ କହିଥାଏ – ସବ୍ କା ପ୍ରୟାସ।

ମୋର ପ୍ରିୟ ଦେଶବାସୀଗଣ, ଆମେ ଯେତେବେଳେ ପ୍ରକୃତିର ସୁରକ୍ଷା କରିଥାଉ, ସେତେବେଳେ ଏହାର ପ୍ରତିବଦଳରେ ପ୍ରକୃତି ମଧ୍ୟ ଆମକୁ ସୁରକ୍ଷା ଯୋଗାଇଥାଏ । ଏ କଥାକୁ ଆମେ ଆମ ଜୀବନରେ ମଧ୍ୟ ଅନୁଭବ କରିଥାଉ । ସେହିଭଳି ଗୋଟିଏ ଉଦାହରଣ, ତାମିଲନାଡ଼ୁର ଲୋକେ ବ୍ୟାପକ ଭାବେ ଉପସ୍ଥାପିତ କରିଛନ୍ତି । ଏହି ଉଦାହରଣ ହେଉଛି, ତାମିଲନାଡ଼ୁର ତୁତୁକୁଡ଼ି ଜିଲ୍ଲାର । ଆମେ ଜାଣୁ ଯେ, ଉପକୂଳବର୍ତୀ ଅଂଚଳରେ ଅନେକ ଥର ଭୂମି କ୍ଷୟର ଆଶଙ୍କା ରହିଥାଏ । ତୁତୁକୁଡ଼ିରେ ମଧ୍ୟ ଏଭଳି ଅନେକ ଛୋଟ ଛୋଟ ଦ୍ୱୀପ ଓ ଟାପୁ ରହିଥିଲା, ଯେଉଁଗୁଡ଼ିକର ସମୁଦ୍ରଗର୍ଭରେ ଲୀନ ହେବାର ବିପଦ ବଢ଼ିଚାଲିଥିଲା । ଏଠାକାର ଲୋକେ ଏବଂ ବିଶେଷଜ୍ଞମାନେ ଏହି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇବାର ଉପାୟ ପ୍ରକୃତି ମାଧ୍ୟମରେ ହିଁ ଖୋଜି ବାହାର କଲେ । ଏହି ଲୋକେ ଏବେ ଏହି ଦ୍ୱୀପଗୁଡ଼ିକ ଉପରେ ପାଲ୍ମେରା ବୃକ୍ଷରୋପଣ କରୁଛନ୍ତି । ଏହି ବୃକ୍ଷ ବାତ୍ୟା ସମୟରେ ମଧ୍ୟ ଭୂପତିତ ନ ହୋଇ ମୃତିକାକୁ ସୁରକ୍ଷା ପ୍ରଦାନ କରିଥାନ୍ତି । ଏହାଦ୍ୱାରା ଏବେ ଏହି ଅଞ୍ଚଳର ସୁରକ୍ଷା ଦିଗରେ ଏକ ନୂତନ ବିଶ୍ୱାସ ସୃଷ୍ଟି ହୋଇଛି ।

ବନ୍ଧୁଗଣ, ପ୍ରକୃତି ତରଫରୁ ଆମ ପାଇଁ ବିପଦ ସେତେବେଳେ ସୃଷ୍ଟି ହୋଇଥାଏ, ଯେତେବେଳେ ଆମେ ଏହାର ସନ୍ତୁଳନ କିମ୍ବା ଏହାର ପବିତ୍ରତାକୁ ନଷ୍ଟ କରିଥାଉ । ପ୍ରକୃତି ମା’ ଭଳି ଆମର ପାଳନ ମଧ୍ୟ କରିଥାଏ ଏବଂ ଆମ ଜୀବନରେ ନୂଆ ନୂଆ ରଙ୍ଗ ମଧ୍ୟ ଭରିଥାଏ ।

ମୁଁ ସାମାଜିକ ଗଣମାଧ୍ୟମରେ ଦେଖୁଥିଲି ଯେ, ମେଘାଳୟରେ ଗୋଟିଏ ଫ୍ଲାଇଙ୍ଗ୍ ବୋଟ୍‌ର ଛବି ଖୁବ ଭାଇରାଲ୍ ହୋଇଛି । ପ୍ରଥମ ଦୃଷ୍ଟିରେ ଏହି ଛବି ଆମକୁ ଆକର୍ଷିତ କରୁଛି । ଆପଣମାନଙ୍କ ମଧ୍ୟରୁ ଅନେକେ ଏହାକୁ ଅନ୍‌ଲାଇନ୍‌ରେ ନିଶ୍ଚୟ ଦେଖିଥିବେ । ପବନରେ ଉଡ଼ୁଥିବା ଏହି ନୌକାକୁ ଆମେ ନିକଟରୁ ଦେଖିଲେ, ଜଣାପଡ଼ିବ ଯେମିତି ଏହା ନଈପାଣିରେ ଚାଲୁଛି । ନଈର ପାଣି ଏତେ ସ୍ୱଚ୍ଛ ଯେ ଆମକୁ ଏହାର ନିମ୍ନତମ ସ୍ତର ଦେଖାଯାଉଛି ଏବଂ ନୌକାଟି ଶୂନ୍ୟରେ ଉଡ଼ୁଥିବା ଭଳି ମନେ ହେଉଛି । ଆମ ଦେଶରେ ଅନେକ ରାଜ୍ୟ ରହିଛି, ଅନେକ ଅଂଚଳ ରହିଛି, ଯେଉଁଠିକାର ଲୋକେ ନିଜର ପ୍ରାକୃତିକ ସମ୍ପଦକୁ ସାଇତି କରି ରଖିଛନ୍ତି । ସେମାନେ ପ୍ରକୃତି ସହ ମିଶି ବାସ କରିବାର ଜୀବନଶୈଳୀ ଆଜି ମଧ୍ୟ ଜୀବିତ ରଖିଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ମଧ୍ୟ ପ୍ରେରଣାଦାୟୀ । ଆମ ଆଖପାଖରେ ରହିଥିବା ପ୍ରାକୃତିକ ସମ୍ପଦଗୁଡ଼ିକୁ ଆମେ ରକ୍ଷା କରିବା, ସେମାନଙ୍କ ପୁରାତନ ସ୍ୱରୂପକୁ ଫେରାଇ ଆଣିବା । ଏଥିରେ ହିଁ ଆମ ସମସ୍ତଙ୍କ ହିତ ନିହିତ, ସାରାବିଶ୍ୱର ହିତ ନିହିତ ।

ମୋର ପ୍ରିୟ ଦେଶବାସୀଗଣ, ସରକାର ଯେତେବେଳେ ଯୋଜନା ପ୍ରସ୍ତୁତ କରନ୍ତି, ବଜେଟ୍‌ରେ ମିଳିଥିବା ଟଙ୍କା ଖର୍ଚ୍ଚ କରନ୍ତି, ଠିକ ସମୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରନ୍ତି, ସେତେବେଳେ ଲୋକେ ଭାବନ୍ତି ଯେ, ସରକାର ଠିକ୍ ଭାବେ କାର୍ଯ୍ୟ କରୁଛନ୍ତି । କିନ୍ତୁ ସରକାରଙ୍କ ଅନେକ କାର୍ଯ୍ୟରେ ବିକାଶର ଅନେକ ଯୋଜନାଗୁଡ଼ିକ ମଧ୍ୟରେ ମଣିଷର ସମ୍ବେଦନଶୀଳତା ସହ ଜଡ଼ିତ କଥା, ସବୁବେଳେ ଏକ ଭିନ୍ନ ଆନନ୍ଦ ପ୍ରଦାନ କରିଥାଏ । ସରକାରଙ୍କ ପ୍ରୟାସ ଦ୍ୱାରା, ସରକାରଙ୍କ ଯୋଜନା ଦ୍ୱାରା, ଜୀବନ କିଭଳି ପରିବର୍ତ୍ତିତ ହେଲା, ଏହାର ଅନୁଭୁତି କ’ଣ? ସେକଥା ଶୁଣିଲେ, ଆମେ ମଧ୍ୟ ସମ୍ବେଦନଶୀଳ ହୋଇଉଠୁ । ଏହା ମନକୁ ସନ୍ତୋଷ ମଧ୍ୟ ପ୍ରଦାନ କରିଥାଏ ଏବଂ ସେହି ଯୋଜନାକୁ ଲୋକଙ୍କ ନିକଟକୁ ପହଞ୍ଚାଇବାର ପ୍ରେରଣା ମଧ୍ୟ ଯୋଗାଇଥାଏ ।

ଏହା ଏକ ପ୍ରକାର ସ୍ୱାନ୍ତଃ ସୁଖାୟ ଅଟେ । ତେଣୁ ଆଜି ‘ମନ୍ କି ବାତ୍‌’ରେ ଆମ ସହିତ ଏଭଳି ଦୁଇଜଣ ବନ୍ଧୁ ସାମିଲ ହେଉଛନ୍ତି, ଯେଉଁମାନେ ନିଜ ସାହସ ବଳରେ ଗୋଟିଏ ନୂତନ ଜୀବନ ପ୍ରାପ୍ତ କରିଆସିଛନ୍ତି । ସେମାନେ ଆୟୁଷ୍ମାନ ଭାରତ ଯୋଜନା ସହାୟତାରେ ନିଜର ଚିକିତ୍ସା କରାଇଲେ ଏବଂ ଗୋଟିଏ ନୂତନ ଜୀବନ ଆରମ୍ଭ କରିଛନ୍ତି । ଆମର ପ୍ରଥମ ବନ୍ଧୁଜଣକ ହେଉଛନ୍ତି ରାଜେଶ କୁମାର ପ୍ରଜାପତି, ଯିଏ ହୃଦରୋଗରେ ଆକ୍ରାନ୍ତ ହୋଇଥିଲେ । ଆସନ୍ତୁ ରାଜେଶଙ୍କ ସହ କଥା ହେବା ।

ପ୍ରଧାନମନ୍ତ୍ରୀ -               ରାଜେଶ ଜୀ ନମସ୍କାର ।

ରାଜେଶ ପ୍ରଜାପତି-      ଆଜ୍ଞା, ନମସ୍କାର ।

ପ୍ରଧାନମନ୍ତ୍ରୀ-                ରାଜେଶ ଜୀ, ଆପଣଙ୍କୁ କ’ଣ ହୋଇଥିଲା? ନିଶ୍ଚୟ କୌଣସି ଡାକ୍ତରଙ୍କ ପାଖକୁ                                   ଯାଇଥିବେ? ସ୍ଥାନୀୟ ଡାକ୍ତର ଅନ୍ୟ କୌଣସି ଡାକ୍ତରଙ୍କ ପାଖକୁ ପଠେଇଥିବେ?                                          ଆପଣ କ’ଣ ନିଷ୍ପତ୍ତି କରିଥିଲେ ସେ ବିଷୟରେ ମୋତେ ଟିକିଏ କୁହନ୍ତୁ ।

ରାଜେଶ ପ୍ରଜାପତି-        ଆଜ୍ଞା, ମୋତେ ହୃଦରୋଗ ହୋଇଥିଲା । ମୋ ଛାତି ପୋଡ଼ୁଥିଲା । ମୁଁ ଡାକ୍ତରଙ୍କ ସହ ପରାମର୍ଶ କଲି । ପ୍ରଥମେ ଡାକ୍ତର କହିଲେ ଯେ, ହୁଏତ ଏହା ଏସିଡିଟି ଯୋଗୁଁ ହେଉଥିବ । ତେଣୁ, ଅନେକ ଦିନ ଧରି ମୁଁ ଏସିଡିଟିର ଚିକିତ୍ସା କଲି । ସେଥିରେ ଯେବେ ଭଲ ନ ହେଲା, ମୁଁ ଡାକ୍ତର କପୁରଙ୍କୁ ଦେଖାଇଲି । ସେ କହିଲେ ଯେ, ତୁମର ଲକ୍ଷଣକୁ ଦେଖିଲେ ଲାଗୁଛି ଯେ, ଏଂଜିୟୋଗ୍ରାଫି କଲେ ତୁମ ରୋଗ ବିଷୟରେ ଜଣାପଡ଼ିବ । ସେ ମୋତେ ଶ୍ରୀରାମ ମୂର୍ତୀକୁ ପଠାଇଲେ । ସେଠାରେ ଆମେ ଅମରେଶ ଅଗ୍ରୱାଲଙ୍କୁ ଭେଟିଲୁ । ସେ ମୋର ଏଂଜିୟୋଗ୍ରାଫି କଲେ । ସେ କହିଲେ ଯେ, ତୁମର ହାର୍ଟରେ ତ ବ୍ଲକେଜ୍ ରହିଛି । ଆମେ ତାଙ୍କୁ ଏହାର ଚିକିତ୍ସା ଖର୍ଚ୍ଚ ବିଷୟରେ ପଚାରିଲୁ । ସେ ପଚାରିଲେ – ତୁମର ଆୟୁଷ୍ମାନ କାର୍ଡ଼ ଅଛି ଯାହା ପ୍ରଧାନମନ୍ତ୍ରୀ କରିଦେଇଛନ୍ତି? ଆମ ପାଖରେ ଅଛି ବୋଲି କହିଲୁ । ସେ ମୋର ସେହି କାର୍ଡ଼ ନେଲେ, ଏବଂ ମୋର ସମସ୍ତ ଚିକିତ୍ସା ସେହି କାର୍ଡ଼ ଦ୍ୱାରା ହିଁ ହେଲା । ସାର୍‌, ଆପଣ ଏହି ଯୋଉ କାର୍ଡ଼ କରିଛନ୍ତି, ତାହା ବହୁତ ଭଲ ଏବଂ ବିଶେଷକରି ଆମଭଳି ଗରିବ ଲୋକ ଏହାଦ୍ୱାରା ଖୁବ ଲାଭାନ୍ୱିତ ହେଉଛନ୍ତି । ଆପଣଙ୍କୁ ଧନ୍ୟବାଦ ଦେବା ପାଇଁ ମୋ ପାଖରେ ଭାଷା ନାହିଁ ।

ପ୍ରଧାନମନ୍ତ୍ରୀ     -                    ରାଜେଶଜୀ, ଆପଣ କ’ଣ କରୁଛନ୍ତି?

ରାଜେଶ ପ୍ରଜାପତି-                  ସାର୍‌, ଏବେ ତ ମୁଁ ଗୋଟିଏ ଘରୋଇ କମ୍ପାନୀରେ ଚାକିରି କରୁଛି ।

ପ୍ରଧାନମନ୍ତ୍ରୀ     -                    ଆପଣଙ୍କ ବୟସ କେତେ?

ରାଜେଶ ପ୍ରଜାପତି -                 ସାର୍‌, ମୋ ବୟସ ୪୯ ବର୍ଷ ।

ପ୍ରଧାନମନ୍ତ୍ରୀ -                           ଏତେ କମ୍ ବୟସରେ ଆପଣଙ୍କୁ ହୃଦରୋଗ ହେଲା?

ରାଜେଶ ପ୍ରଜାପତି-                  ହଁ ସାର, ଆପଣଙ୍କୁ ମୁଁ କ’ଣ କହିବି?

ପ୍ରଧାନମନ୍ତ୍ରୀ -                           ଆପଣଙ୍କ ପରିବାରରେ ଆଗରୁ କାହାରିକୁ ହୃଦରୋଗ ରହିଛି କି?

ରାଜେଶ ପ୍ରଜାପତି -               ନା ସାର୍‌, କାହାରିକୁ ନ ଥିଲା । ମୋତେ ହିଁ ପ୍ରଥମକରି ହେଇଛି ।

ପ୍ରଧାନମନ୍ତ୍ରୀ -                      ଏହି ଆୟୁଷ୍ମାନ କାର୍ଡ଼ ଭାରତ ସରକାର ପ୍ରଦାନ କରୁଛନ୍ତି । ଏହା                                                    ଗରିବମାନଙ୍କ ପାଇଁ  ଗୋଟିଏ ବହୁତ ବଡ଼ ଯୋଜନା । ଆପଣ ଏ ବିଷୟରେ                                     କେଉଁଠୁ ଜାଣିଲେ?

ରାଜେଶ ପ୍ରଜାପତି -     ସାର୍‌, ଏହା ବହୁତ ଭଲ ଯୋଜନା, ଗରିବ ଲୋକ ଏହାଦ୍ୱାରା ବହୁତ ଉପକୃତ ହେଉଛନ୍ତି । ସେମାନେ ଏଥିରେ ବହୁତ ଖୁସି । ମୁଁ ଡାକ୍ତରଖାନାରେ ଦେଖିଲି ଯେ, ଏହି କାର୍ଡ଼ରେ ଅନେକ ଲୋକ ସୁବିଧା ପାଉଛନ୍ତି । ରୋଗୀ ଯେତେବେଳେ ଡାକ୍ତରଙ୍କୁ କହୁଛନ୍ତି ଯେ, ତାଙ୍କ ପାଖରେ ଏହି କାର୍ଡ଼ ରହିଛି, ସେତେବେଳେ ଡାକ୍ତର ତାଙ୍କୁ କହୁଛନ୍ତି ଯେ, ଆପଣ ସେହି କାର୍ଡ଼ ଧରି ଆସନ୍ତୁ, ମୁଁ ସେଥିରେ ହିଁ ଆପଣଙ୍କ ଚିକିତ୍ସା କରିଦେବି ।

ପ୍ରଧାନମନ୍ତ୍ରୀ -               ଆଚ୍ଛା, କାର୍ଡ଼ ନ ଥିଲେ, ଡାକ୍ତର ଆପଣଙ୍କୁ କେତେ ଖର୍ଚ ହେବ ବୋଲି କହିଥିଲେ?

ରାଜେଶ ପ୍ରଜାପତି -     ଡାକ୍ତରବାବୁ କହିଥିଲେ କାର୍ଡ଼ ନ ଥିଲେ ଏଥିରେ ବହୁତ ଟଙ୍କା ଖର୍ଚ୍ଚ ହେବ । ମୁଁ କହିଲି ଯେ, ମୋ ପାଖରେ କାର୍ଡ଼ଟି ଅଛି । ସେ କହିଲେ, ଆପଣ କାର୍ଡ଼ ଦେଖାନ୍ତୁ । ମୁଁ ତାଙ୍କୁ ମୋ କାର୍ଡ଼ ଦେଖାଇଲି । ସେହି କାର୍ଡ଼ରେ ସମ୍ପୂର୍ଣ୍ଣ ଚିକିତ୍ସା ହୋଇଗଲା । ମୋର ପଇସାଟିଏ ବି ଖର୍ଚ୍ଚ ହେଲାନି । ସବୁ ଔଷଧ ବି ସେହି କାର୍ଡ଼ରେ ମିଳିଗଲା ।

ପ୍ରଧାନମନ୍ତ୍ରୀ -               ରାଜେଶ ଜୀ, ଆପଣ ଏବେ ସନ୍ତୁଷ୍ଟ ତ? ଆପଣଙ୍କ ଦେହ ଏବେ କେମିତି ଅଛି?

ରାଜେଶ ପ୍ରଜାପତି -     ଆଜ୍ଞା, ଭଲ ଅଛି । ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ଆପଣ ଦୀର୍ଘାୟୁ ହୁଅନ୍ତୁ ଏବଂ ସର୍ବଦା ଶାସନ ଦାୟିତ୍ୱରେ ରହନ୍ତୁ । ଆମ ପରିବାର ଲୋକେ ମଧ୍ୟ ଆପଣଙ୍କ ଉପରେ ଏତେ ଖୁସି ଯେ ସେକଥା ମୁଁ ବର୍ଣ୍ଣନା କରିପାରୁନି ।

ପ୍ରଧାନମନ୍ତ୍ରୀ -               ରାଜେଶ ଜୀ, ଆପଣ ମୋତେ ଶାସନ କ୍ଷମତାରେ ରହିବାର ଶୁଭେଚ୍ଛା ଦିଅନ୍ତୁନି । ମୁଁ ଆଜି ମଧ୍ୟ ଶାସନ କ୍ଷମତାରେ ନାହିଁ । ଭବିଷ୍ୟତରେ ମଧ୍ୟ ଶାସନ କରିବାକୁ ଚାହୁଁନି । ମୁଁ କେବଳ ସେବା କରିବାକୁ ଚାହୁଁଛି । ମୋ ଅନୁସାରେ ଏହି ପ୍ରଧାନମନ୍ତ୍ରୀ ପଦ ଶାସନ ପାଇଁ ନୁହେଁ ଭାଇ, ଏହା ସେବା ପାଇଁ ଉଦ୍ଦିଷ୍ଟ ।

ରାଜେଶ ପ୍ରଜାପତି -                 ଆମେ ସେବା ହିଁ ତ ଚାହୁଁ, ଆଉ କିଛି ନୁହେଁ ।

ପ୍ରଧାନମନ୍ତ୍ରୀ     -                    ଦେଖନ୍ତୁ, ଗରିବମାନଙ୍କ ପାଇଁ ଏହି ଆୟୁଷ୍ମାନ ଭାରତ ଯୋଜନା ଉଦ୍ଦିଷ୍ଟ . . .

ରାଜେଶ ପ୍ରଜାପତି -                 ଆଜ୍ଞା, ଏହା ଏକ ଅତି ସୁନ୍ଦର ଯୋଜନା ।

ପ୍ରଧାନମନ୍ତ୍ରୀ     -                    ହେଲେ, ରାଜେଶ ଜୀ, ଆପଣଙ୍କୁ ମୋର ଗୋଟିଏ କାମ କରିବାକୁ ହେବ । କରିବେ ନା?

ରାଜେଶ ପ୍ରଜାପତି -                 ହଁ ଆଜ୍ଞା, ନିଶ୍ଚୟ କରିବି ।

ପ୍ରଧାନମନ୍ତ୍ରୀ -                           ପ୍ରାୟତଃ, ଲୋକଙ୍କର ଏ ବିଷୟରେ ଧାରଣା ନାହିଁ । ଆପଣ ଗୋଟିଏ ଦାୟିତ୍ୱ ଗ୍ରହଣ କରନ୍ତୁ, ଆପଣଙ୍କ ଆଖପାଖରେ ଏଭଳି ଯେତେ ଗରିବ ପରିବାର ଅଛନ୍ତି, ସେମାନଙ୍କୁ ଆପଣଙ୍କ ବ୍ୟାଧି ଏବଂ ଚିକିତ୍ସାରେ ମିଳିଥିବା ସହାୟତା ସମ୍ପର୍କରେ ଜଣାନ୍ତୁ ।

ରାଜେଶ ପ୍ରଜାପତି -                 ହଁ, ନିଶ୍ଚୟ କହିବି ସାର୍ ।

ପ୍ରଧାନମନ୍ତ୍ରୀ -   ସେମାନଙ୍କୁ ଏ କଥା ମଧ୍ୟ କହନ୍ତୁ ଯେ, ସେମାନେ ମଧ୍ୟ ନିଜ ପାଇଁ ଏଭଳି କାର୍ଡ଼ କରାଇନିଅନ୍ତୁ, ଯାହାଫଳରେ ପରିବାରରେ କୌଣସି ଅପ୍ରତ୍ୟାଶିତ ବ୍ୟାଧି ଏବଂ ଚିକିତ୍ସା ଖର୍ଚ୍ଚ ନ ଥିବା ଯୋଗୁଁ ଗରିବ ଲୋକର ଯେମିତି କୌଣସି ଅସୁବିଧା ନ ହୁଏ । ଅର୍ଥ ଅଭାବରୁ କେହି ଔଷଧ କିଣି ନ ପାରିବା କିମ୍ବା ରୋଗର ଚିକିତ୍ସା ନ କରିପାରିବା ବଡ଼ ଦୁଃଖର ବିଷୟ । ଆଉ ପୁଣି ଯଦି କୌଣସି ଗରିବ ଲୋକର ଆପଣଙ୍କ ଭଳି ହୃଦ୍ ସମସ୍ୟା ଦେଖାଦେଲା ସେ ମାସ ମାସ ଧରି କାମକୁ ମଧ୍ୟ ଯାଇପାରନ୍ତିନି । ଆପଣ ତ ବହୁତ ଦିନ ଧରି କାମ କରିପାରି ନ ଥିବେ!

ରାଜେଶ ପ୍ରଜାପତି-        ମୁଁ ତ ଦଶ ପାହୁଣ୍ଡ ବି ଚାଲିପାରୁନଥିଲି ସାର୍ । ସିଢ଼ି ବି ଚଢ଼ିପାରୁନଥିଲି ।

ପ୍ରଧାନମନ୍ତ୍ରୀ-                ହେଲା, ତେବେ ରାଜେଶଜୀ ଆପଣ ମୋର ଜଣେ ଉତ୍ତମ ବନ୍ଧୁ ଭାବରେ ଯେତେ ଗରିବ ଅଛନ୍ତି ସେମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ବୁଝାଇପାରିବେ । ସେହିଭଳି ବ୍ୟାଧିଗ୍ରସ୍ତ ଲୋକଙ୍କ ଚିକିତ୍ସା କରିପାରିବେ । ଏହାଦ୍ୱାରା ଆପଣ ସନ୍ତୋଷ ଲାଭ କରିବେ ଆଉ ମୋତେ ମଧ୍ୟ ବହୁତ ଖୁସି ଲାଗିବ ଯେ, ଜଣେ ରାଜେଶଙ୍କ ସ୍ୱାସ୍ଥ୍ୟ ତ ଭଲ ହେଲା, କିନ୍ତୁ ସେ ଶହ ଶହ ଲୋକଙ୍କୁ ରୋଗମୁକ୍ତ କରିବାରେ ସହାୟକ ହେଲେ । ଏହି ଆୟୁଷ୍ମାନ ଭାରତ ଯୋଜନା ଗରିବମାନଙ୍କ ପାଇଁ ଉଦ୍ଦିଷ୍ଟ, ମଧ୍ୟବିତ ଶ୍ରେଣୀମାନଙ୍କ ପାଇଁ ଉଦ୍ଦିଷ୍ଟ, ସାଧାରଣ ପରିବାରମାନଙ୍କ ପାଇଁ ଉଦ୍ଦିଷ୍ଟ । ତାହେଲେ ଏ କଥାକୁ ଆପଣ ଘରକୁ ଘର ପହଞ୍ଚାଇବେ ତ?

ରାଜେଶ ପ୍ରଜାପତି-      ନିଶ୍ଚୟ ପହଞ୍ଚାଇବି ସାର୍ । ଆମେ ତ ସେଠି ଡାକ୍ତରଖାନାରେ ତିନିଦିନ ରହିବା ଭିତରେ ଅନେକ ଲୋକଙ୍କୁ ଏହି ସୁବିଧା ବିଷୟରେ ଜଣାଇଲୁ । କାର୍ଡ଼ ଥିଲେ ମାଗଣାରେ ଚିକିତ୍ସା ମିଳିବ ।

ପ୍ରଧାନମନ୍ତ୍ରୀ-    ହଉ ରାଜେଶଜୀ, ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନିଜ ଶରୀର ବିଷୟରେ ଟିକିଏ ଚିନ୍ତା କରନ୍ତୁ । ନିଜର ପିଲାଛୁଆଙ୍କ କଥା ଚିନ୍ତା କରନ୍ତୁ ଏବଂ ବହୁତ ଆଗକୁ ବଢ଼ନ୍ତୁ । ଆପଣଙ୍କ ପାଇଁ ମୋର ଅନେକ ଅନେକ ଶୁଭେଚ୍ଛା ରହିଛି ।

ବନ୍ଧୁଗଣ, ଆମେ ରାଜେଶ ଜୀଙ୍କ କଥା ଶୁଣିଲୁ । ଆସନ୍ତୁ, ଏବେ ଆମ ସହିତ ସୁଖଦେବୀ ଜୀ ଯୋଡ଼ି ହୋଇଛନ୍ତି। ଆଣ୍ଠୁ ସମସ୍ୟା ତାଙ୍କୁ ବହୁତ ହଇରାଣ କରିଦେଇଛି । ଆସନ୍ତୁ ଆମେ ସୁଖଦେବୀ ଜୀଙ୍କଠାରୁ ପ୍ରଥମେ ତାଙ୍କ ଦୁଃଖ କଥା ଶୁଣିବା ଆଉ ତା’ପରେ ସୁଖ କିପରି ଆସିଲା ତାକୁ ବୁଝିବା ।

ମୋଦୀ ଜୀ      :         ସୁଖଦେବୀ ଜୀ ନମସ୍କାର! ଆପଣ କେଉଁଠୁ କହୁଛନ୍ତି?

ସୁଖଦେବୀ ଜୀ  :         ଦାନଦପରାରୁ ।

ମୋଦୀ ଜୀ      :         ଏହା କେଉଁଠି?

ସୁଖଦେବୀ ଜୀ  :         ମଥୁରାରେ ।

ମୋଦୀ ଜୀ      :         ମଥୁରାରେ, ତା’ହେଲେ ତ ସୁଖଦେବୀ ଜୀ, ଆପଣଙ୍କୁ ନମସ୍କାର କହିବା ସହ ରାଧେ-                                      ରାଧେ ମଧ୍ୟ କହିବାକୁ ପଡ଼ିବ ।

ସୁଖଦେବୀ ଜୀ  :         ହଁ, ରାଧେ-ରାଧେ ।

ମୋଦୀ ଜୀ      :         ଆଚ୍ଛା, ଆମେ ଶୁଣିଲୁ ଯେ ଆପଣ ଅସୁସ୍ଥ ଥିଲେ । ଆପଣଙ୍କର କିଛି ଅସ୍ତ୍ରୋପଚାର                                ହୋଇଥିଲା । କ’ଣ ହୋଇଥିଲା ଟିକେ କହିବେ କି?

ସୁଖଦେବୀ ଜୀ  :         ହଁ, ମୋର ଆଣ୍ଠୁ ଖରାପ ହୋଇଯାଇଥିଲା, ତେଣୁ ପ୍ରୟାଗ ଡାକ୍ତରଖାନାରେ                                                 ଅସ୍ତ୍ରୋପଚାର ହୋଇଛି ।

ମୋଦୀ ଜୀ      :         ଆପଣଙ୍କ ବୟସ କେତେ ସୁଖଦେବୀ ଜୀ?

ସୁଖଦେବୀ ଜୀ  :         ବୟସ ୪୦ ବର୍ଷ ।

ମୋଦୀ ଜୀ      :         ୪୦ ବର୍ଷ ଆଉ ସୁଖଦେବୀ ନାମ, ଏବଂ ସୁଖଦେବୀଙ୍କୁ ବେମାର ହୋଇଗଲା!

ସୁଖଦେବୀ ଜୀ  :         ବେମାର ତ ମୋତେ ୧୫-୧୬ ବର୍ଷ ବେଳୁ ହିଁ ହୋଇଥିଲା ।

ମୋଦୀ ଜୀ      :         ଆରେ ବାପ୍‌ରେ! ଏତେ ଛୋଟ ବୟସରୁ ଆପଣଙ୍କ ଆଣ୍ଠୁ ଖରାପ ହୋଇଯାଇଥିଲା ।

ସୁଖଦେବୀ ଜୀ  :         ତାକୁ ଆଣ୍ଠୁଗଣ୍ଠି ବାତ କହନ୍ତି, ଯାହା ଯୋଗୁଁ ବରାବର ଆଣ୍ଠୁ ଦରଜ ହୋଇ ଖରାପ                                ହୋଇଥିଲା ।

ମୋଦୀ ଜୀ      :         ଆପଣ କ’ଣ ୧୬ରୁ ୪୦ ବର୍ଷ ବୟସ ମଧ୍ୟରେ ଏହାର ଚିକିତ୍ସା କରିନଥିଲେ?

ସୁଖଦେବୀ ଜୀ  :         ନା, କରିଥିଲି । ଦରଜର ଔଷଧ ଖାଉଥିଲି । ଛୋଟମୋଟ ଡାକ୍ତର ଏପରି ଦେଶୀ                                  ଔଷଧ ଦେଉଥିଲେ । ବୁଲା ଚିକିତ୍ସକଙ୍କ ଯୋଗୁଁ ଏହିପରି ଭାବେ ଆଣ୍ଠୁ ଟିକିଏ ଭଲ                                ଥିଲେ ବି ଖରାପ ହୋଇଗଲା, ଗୋଟିଏ କି ଦୁଇ କିଲୋମିଟର ପାଦରେ ଚାଲିଲେ                                 ମୋର ଆଣ୍ଠୁ ଖରାପ ହୋଇଗଲା ।

ମୋଦୀ ଜୀ      :         ସୁଖଦେବୀ ଜୀ ଅସ୍ତ୍ରୋପଚାର କଥା ମନକୁ କେମିତି ଆସିଲା? ସେଥିପାଇଁ ଅର୍ଥ କୁଆଡୁ                           ଯୋଗାଡ଼ କଲେ? କେମିତି ଏସବୁ ହେଲା?

ସୁଖଦେବୀ ଜୀ  :         ମୁଁ ସେ ଆୟୁଷ୍ମାନ କାର୍ଡ ଜରିଆରେ ଚିକିତ୍ସା କରାଇଲି ।

ମୋଦୀ ଜୀ      :         ତ ଆପଣଙ୍କୁ ଆୟୁଷ୍ମାନ କାର୍ଡ ମିଳିଯାଇଥିଲା?

ସୁଖଦେବୀ ଜୀ  :         ହଁ ।

ମୋଦୀ ଜୀ      :         ଆଉ ଆୟୁଷ୍ମାନ କାର୍ଡରେ ଗରିବଙ୍କର ମାଗଣାରେ ଉପଚାର ହୋଇଥାଏ । ଏହା                                  ଜାଣିଥିଲେ?

ସୁଖଦେବୀ ଜୀ  :         ସ୍କୁଲରେ ମିଟିଂ ହେଉଥିଲା । ସେଠାରେ ମୋ ସ୍ୱାମୀ ଜାଣିପାରିଲେ ଆଉ ମୋ ନାଁରେ                                      କାର୍ଡ ବନାଇଦେଲେ ।

ମୋଦୀ ଜୀ      :         ହଁ ।

ସୁଖଦେବୀ ଜୀ  :         ତା’ପରେ କାର୍ଡ ଜରିଆରେ ଚିକିତ୍ସା କରାଇଲି, ଆଉ ମୁଁ କିଛି ବି ପଇସା ଦେଇନାହିଁ ।                                      କାର୍ଡରେ ହିଁ ମୋର ଚିକିତ୍ସା ହୋଇଛି । ବହୁତ ଭଲ ଚିକିତ୍ସା ହୋଇଛି ।

ମୋଦୀ ଜୀ      :         ଆଚ୍ଛା ଯଦି କାର୍ଡ ନଥାନ୍ତା, ତେବେ ଡାକ୍ତର ଏଥିପାଇଁ କେତେ ଖର୍ଚ ହେବ ବୋଲି କହୁଥିଲେ?

ସୁଖଦେବୀ ଜୀ  :         ଅଢ଼େଇ ଲକ୍ଷ - ତିନି ଲକ୍ଷ ଟଙ୍କା । ୬-୭ ବର୍ଷ ହେଲା ମୁଁ ଖଟରେ ପଡ଼ିରହିଛି । ମୁଁ                                 କହୁଥିଲି ଯେ ହେ ଭଗବାନ ମୋତେ ତୁ ନେଇଯାଆ, ମୋର ବଂଚିିବାର ନାହିଁ ।

ମୋଦୀ ଜୀ      :         ୬-୭ ବର୍ଷ ଖଟରେ ହିଁ ଥିଲେ । ବାପ୍‌ରେ ବାପ୍ ।

ସୁଖଦେବୀ ଜୀ  :         ହଁ ।

ମୋଦୀ ଜୀ      :         ଓହୋ ।

ସୁଖଦେବୀ ଜୀ  :         ଆଦୌ ଉଠାବସା କରି ହେଉନଥିଲା ।

ମୋଦୀ ଜୀ      :         ଏବେ ଆପଣଙ୍କ ଆଣ୍ଠୁ ଆଗ ଅପେକ୍ଷା ଭଲ ଅଛି?

ସୁଖଦେବୀ ଜୀ  :         ମୁଁ ବେଶ୍ ଚଲାବୁଲା କରିପାରୁଛି । ରୋଷେଇ ଘରେ କାମ କରୁଛି । ଘରକାମ କରୁଛି।

                             ପିଲାଙ୍କୁ ଖାଇବା ତିଆରି କରି ଦେଉଛି ।

ମୋଦୀ ଜୀ      :         ତା’ମାନେ ଆୟୁଷ୍ମାନ ଭାରତର କାର୍ଡ ଆପଣଙ୍କୁ ସତକୁ ସତ ଆୟୁଷ୍ମାନ କରିଦେଲା ।

ସୁଖଦେବୀ ଜୀ  :         ବହୁତ ବହୁତ ଧନ୍ୟବାଦ । ଆପଣଙ୍କ ଯୋଜନା ଯୋଗୁଁ ଠିକ୍ ହୋଇଗଲି, ନିଜ                                     ଗୋଡ଼ରେ ଠିଆ ହୋଇପାରିଲି ।

ମୋଦୀ ଜୀ      :         ଏବେ ପିଲାଙ୍କୁ ମଧ୍ୟ ଖୁସି ଲାଗୁଥିବ ।

ସୁଖଦେବୀ ଜୀ  :         ହଁ ଆଜ୍ଞା । ପିଲାଙ୍କୁ ତ ବହୁତ କଷ୍ଟ ହେଉଥିଲା । ମାଆ କଷ୍ଟ ପାଇଲେ ତ ପିଲାଙ୍କୁ ବି                                       କଷ୍ଟ ହୁଏ ।

ମୋଦୀ ଜୀ      :         ଦେଖନ୍ତୁ, ଆମ ଜୀବନରେ ସବୁଠୁ ବଡ଼ ସୁଖ ଆମର ସୁସ୍ୱାସ୍ଥ୍ୟ । ଏହି ସୁଖୀ ଜୀବନ                                ସମସ୍ତଙ୍କୁ ମିଳୁ - ଏହାହିଁ ଆୟୁଷ୍ମାନ ଭାରତର ଭାବନା । ସୁଖଦେବୀ ଜୀ, ଆପଣଙ୍କୁ                               ମୋ ତରଫରୁ ବହୁତ ବହୁତ ଶୁଭକାମନା । ଆପଣଙ୍କୁ ଆଉଥରେ ରାଧେ-ରାଧେ ।

ସୁଖଦେବୀ ଜୀ  :         ରାଧେ-ରାଧେ, ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ଯୁବବର୍ଗଙ୍କ ଦ୍ୱାରା ସମୃଦ୍ଧ ପ୍ରତ୍ୟେକ ଦେଶରେ ତିନିଟି ଜିନିଷ ଖୁବ୍ ଗୁରୁତ୍ୱ ବହନ କରିଥାଏ । ଆଉ ଏବେ ସେଗୁଡ଼ିକ ଯୁବବର୍ଗଙ୍କ ପ୍ରକୃତ ପରିଚୟ ପାଲଟିଯାଉଛି । ପ୍ରଥମ ଜିନିଷ ହେଲା - ଆଇଡିଆସ ଏବଂ ଇନ୍ନୋଭେସନ । ଦ୍ୱିତୀୟ ହେଲା - ବିପଦକୁ ସାମନା କରିବାର ସାହସ; ଆଉ ତୃତୀୟଟି କ୍ୟାନ ଡୁ ସ୍ପିରିଟ୍‌; ଅର୍ଥାତ କୌଣସି କାମକୁ ସଂପୂର୍ଣ୍ଣ କରିବାର ଜିଦ୍ । ପରିସ୍ଥିତି ଯେତେ ବିପରୀତ ହୋଇଥାଉ ନା କାହିଁକି- ଯେତେବେଳେ ଏହି ତିନିଟି କଥା ଏକାଠି ମିଶିଯାଏ, ସେତେବେଳେ ଅଭୂତପୂର୍ବ ପରିଣାମ ମିଳିଥାଏ । ଚମତ୍‌କାର ହୋଇଯାଏ । ଆଜିକାଲି ଆମେ ଚାରିଆଡ଼େ ଶୁଣୁ ଯେ ଷ୍ଟାଟ୍‌ର୍ଅପ୍‌, ଷ୍ଟାର୍ଟଅପ୍‌, ଷ୍ଟାର୍ଟଅପ୍ । ଠିକ୍ କଥା, ଏବେ ହେଉଛି ଷ୍ଟାର୍ଟଅପ୍‌ର ଯୁଗ, ଏବଂ ଏହା ମଧ୍ୟ ସତ ଯେ ଆଜି ଷ୍ଟାଟ୍‌ର୍ଅପ୍‌ର ଦୁନିଆରେ ଆଜି ଭାରତ ବିଶ୍ୱସ୍ତରରେ ଏକ ପ୍ରକାର ନେତୃତ୍ୱ ନେଉଛି । ପ୍ରତିବର୍ଷ ଷ୍ଟାର୍ଟଅପ୍‌କୁ ବହୁତ ନିବେଶ ମିଳୁଛି । ଏହି କ୍ଷେତ୍ର ବହୁତ ତୀବ୍ର ଗତିରେ ଆଗକୁ ବଢ଼ୁଛି । ଏପରିକି ଦେଶର ଛୋଟଛୋଟ ସହରରେ ମଧ୍ୟ ଷ୍ଟାର୍ଟଅପ୍‌ର ବ୍ୟାପ୍ତି ବୃଦ୍ଧି ପାଇଛି। ଆଜିକାଲି ‘ୟୁନିକର୍ଣ୍ଣ’ ଶବ୍ଦ ବହୁତ ଚର୍ଚାରେ ରହିଛି । ଆପଣମାନେ ସମସ୍ତେ ଏ ସମ୍ପର୍କରେ ଶୁଣିଥିବେ । ‘ୟୁନିକର୍ଣ୍ଣ’ ଏପରି ଏକ ଷ୍ଟାର୍ଟଅପ୍‌, ଯାହାର ମୂଲ୍ୟାୟନ ଅତି କମ୍‌ରେ ୧୦୦ କୋଟି ଡଲାର ହୋଇଥାଏ, ଅର୍ଥାତ ପ୍ରାୟ ୭୦୦୦ କୋଟି ଟଙ୍କାରୁ ବେଶୀ ।

ବନ୍ଧୁଗଣ, ୨୦୧୫ ପର୍ଯ୍ୟନ୍ତ ଦେଶରେ କଷ୍ଟେମଷ୍ଟେ ନଅ ଦଶଟି ୟୁନିକର୍ଣ୍ଣସ୍ ଥିଲା । ଆପଣଙ୍କୁ ଜାଣି ବହୁତ ଖୁସି ଲାଗିବ ଯେ ଏବେ ୟୁନିକର୍ଣ୍ଣର ଦୁନିଆରେ ମଧ୍ୟ ଭାରତ ଦ୍ରୁତଗତିରେ ଅଗ୍ରସର ହେଉଛି । ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଏକ ବଡ଼ ପରିବର୍ତନ ଆସିଛି । କେବଳ ୧୦ ମାସ ଭିତରେ ହିଁ ଭାରତରେ ପ୍ରତି ୧୦ ଦିନରେ ଗୋଟିଏ ୟୁନିକର୍ଣ୍ଣ ତିଆରି ହୋଇଛି । ଏହା ଏଇଥିପାଇଁ ମଧ୍ୟ ବଡ଼ କଥା ଯେ ଆମର ଯୁବକଯୁବତୀମାନେ ଏହି ସଫଳତା ମହାମାରୀ ଭିତରେ ହାସଲ କରିଛନ୍ତି । ଆଜି ଭାରତରେ ୭୦ରୁ ଅଧିକ ୟୁନିକର୍ଣ୍ଣ ହୋଇଯାଇଛି । ଅର୍ଥାତ ୭୦ରୁ ଅଧିକ ଷ୍ଟାର୍ଟଅପ୍ ଏପରି ଅଛନ୍ତି, ଯେଉଁଗୁଡ଼ିକ ୧୦୦ କୋଟି ଡଲାରରୁ ଅଧିକ ମୂଲ୍ୟାଙ୍କନକୁ ଟପିଯାଇଛନ୍ତି । ବନ୍ଧୁଗଣ, ଷ୍ଟାର୍ଟଅପ୍‌ର ସଫଳତା କାରଣରୁ ପ୍ରତ୍ୟେକଙ୍କର ଧ୍ୟାନ ସେହିଆଡ଼କୁ ଆକର୍ଷିତ ହୋଇଛି ଏବଂ ଯେଉଁଭଳି ଭାବେ ଦେଶରେ, ବିଦେଶରେ, ନିବେଶକଙ୍କ ପାଖରେ ତାକୁ ସମର୍ଥନ ମିଳୁଛି ବୋଧହୁଏ କିଛିବର୍ଷ ପୂର୍ବରୁ ଏହାର କେହି କଳ୍ପନା ମଧ୍ୟ କରିବା ସମ୍ଭବ ନ ଥିଲା ।

ବନ୍ଧୁଗଣ, ଷ୍ଟାର୍ଟଅପ୍ ମାଧ୍ୟମରେ ଭାରତୀୟ ଯୁବବର୍ଗ ବୈଶ୍ୱିକ ସମସ୍ୟା ସମାଧାନରେ ମଧ୍ୟ ନିଜର ଯୋଗଦାନ ଦେଉଛନ୍ତି । ଆଜି ଆମେ ଜଣେ ଯୁବକ ମୟୂର ପାଟିଲଙ୍କ ସହ କଥାବାର୍ତା ହେବା । ସେ ନିଜର ବନ୍ଧୁମାନଙ୍କ ସହ ମିଶି ପ୍ରଦୂଷଣ ସମସ୍ୟାର ସମାଧାନ କରିବା ପାଇଁ ପ୍ରୟାସ କରିଛନ୍ତି ।

ମୋଦୀ ଜୀ      :         ମୟୂର ଜୀ ନମସ୍କାର ।

ମୟୂର ପାଟିଲ୍‌  :         ଆଜ୍ଞା ନମସ୍କାର ।

ମୋଦୀ ଜୀ      :         ମୟୂର ଜୀ ଆପଣ କେମିତି ଅଛନ୍ତି?

ମୟୂର ପାଟିଲ୍‌  :         ବାସ୍ ବଢ଼ିଆ ଆଜ୍ଞା । ଆପଣ କେମିତି ଅଛନ୍ତି?

ମୋଦୀ ଜୀ      :         ମୁଁ ବହୁତ ଖୁସି । ଆଚ୍ଛା ମତେ କହନ୍ତୁ ଯେ ଆଜି ଆପଣ ଷ୍ଟାର୍ଟଅପ୍‌ର ଦୁନିଆରେ                                   ଅଛନ୍ତି।

ମୟୂର ପାଟିଲ୍‌  :         ହଁ ଆଜ୍ଞା ।

ମୋଦୀ ଜୀ      :         ଆଉ ୱେଷ୍ଟ୍ ରୁ ବେଷ୍ଟ୍ ମଧ୍ୟ କରୁଛନ୍ତି ।

ମୟୂର ପାଟିଲ୍‌  :         ହଁ ଆଜ୍ଞା ।

ମୋଦୀ ଜୀ      :         ପରିବେଶର ମଧ୍ୟ କରୁଛନ୍ତି, ମୋତେ ଟିକିଏ ନିଜ ସମ୍ପର୍କରେ କହନ୍ତୁ । ନିଜର କାମ                                 ବିଷୟରେ କହନ୍ତୁ ଆଉ ଏହି କାମ ପାଇଁ ଆପଣଙ୍କ ମନରେ ବିଚାର କେମିତି                                                ଆସିଲା?

ମୟୂର ପାଟିଲ୍‌  :         ଆଜ୍ଞା, ଯେତେବେଳେ କଲେଜରେ ପଢ଼ୁଥିଲି, ସେତେବେଳେ ମୋ ପାଖରେ ମୋଟର ସାଇକେଲ୍ ଥିଲା । ଯାହାର ମାଇଲେଜ୍ ବହୁତ କମ୍ ଥିଲା ଆଉ ସେଥିରୁ ବହୁତ ଧୂଆଁ ବାହାରୁଥିଲା । ତାହା ଦୁଇ ଷ୍ଟ୍ରୋକ୍‌ବାଲା ମୋଟର ସାଇକେଲ ଥିଲା । ତେଣୁ କମ୍ ଧୂଆଁ ବାହାରିବା ପାଇଁ ଏବଂ ଏହାର ମାଇଲେଜ୍ କିଛିଟା ବଢ଼ାଇବା ପାଇଁ ମୁଁ ଚେଷ୍ଟା ଆରମ୍ଭ କଲି । ୨୦୧୧-୧୨ରେ ମୁଁ ପ୍ରାୟ ଲିଟର ପିଛା ୬୨ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ବଢ଼ାଇ ଦେଇଥିଲି । ସେଥିରୁ ମତେ ପ୍ରେରଣା ମିଳିଲା ଯେ ଏପରି କିଛି ତିଆରି କରିବା ଯାହାକୁ ବହୁ ପରିମାଣରେ ଉତ୍ପାଦନ କରାଯାଇପାରିବ; ଆଉ ଅନ୍ୟ ବହୁତ ଲୋକଙ୍କୁ ମଧ୍ୟ ତା’ର ଲାଭ ମିଳିବ । ୨୦୧୭-୧୮ରେ ଆମେ ଏହାର ଟେକ୍ନୋଲୋଜିର ବିକାଶ କଲୁ ଏବଂ ରିଜିଓନାଲ୍ ଟ୍ରାନ୍ସପୋର୍ଟ କର୍ପୋରେସନର ୧୦ଟି ବସ୍‌ରେ ଏହାକୁ ପ୍ରୟୋଗ କଲୁ । ତା’ର ଫଳାଫଳ ପରଖିବା ପରେ ଜଣାଗଲା ପ୍ରାୟ ଆମେ ସେହି ବସ୍‌ଗୁଡ଼ିକରୁ ବାହାରୁଥିବା ୪୦ ପ୍ରତିଶତ ଧୂଆଁକୁ କମ୍ କରିଦେଲୁ ।

ମୋଦୀ ଜୀ      :         ହଁ .. । ଏବେ ଏହି ଟେକ୍ନୋଲୋଜି ଯାହାକୁ ଆପଣମାନେ ଆବିଷ୍କାର କରିଛନ୍ତି ତା’ର                               ପେଣ୍ଟେଟ ଆଦି କଲେଣି..

ମୟୂର ପାଟିଲ୍‌  :         ହଁ ଆଜ୍ଞା! ପେଣ୍ଟେଟ ହୋଇଯାଇଛି । ଏଇ ବର୍ଷ ଆମର ପେଟେଂଟ୍ ମଞ୍ଜୁର ହୋଇ                                 ଆସିଗଲା ।

ମୋଦୀ ଜୀ      :         ଆଉ ଆଗକୁ ଏହାକୁ ବଢ଼ାଇବାର ଆପଣଙ୍କର କ’ଣ ଯୋଜନା ରହିଛି? କେଉଁଭଳି                                କରୁଛନ୍ତି? ଯେପରି ବସ୍‌ର ଫଳାଫଳ ଆସିଲା । ତା’ର ମଧ୍ୟ ବହୁତ କଥା ବାହାରକୁ                               ଆସିଥିବ । ତେବେ ଆଗକୁ କ’ଣ ଭାବିଛନ୍ତି?

ମୟୂର ପାଟିଲ୍‌  :         ଆଜ୍ଞା, ଷ୍ଟାର୍ଟଅପ୍ ଇଣ୍ଡିଆ ଅନ୍ତର୍ଗତ ନୀତି ଆୟୋଗରୁ ଯେଉଁ ଅଟଳ ନିଉ ଇଣ୍ଡିଆ                                  ଚ୍ୟାଲେଞ୍ଜ୍ ଅଛି, ସେଥିରୁ ଆମକୁ ଅନୁଦାନ ମିଳିଲା ଆଉ ସେହି ଅନୁଦାନରେ ଆମେ                                       ଏବେ କାରଖାନା ଆରମ୍ଭ କରିଛୁ, ଯେଉଁଠି ଆମେ ଏୟାର୍ ଫିଲ୍‌ଟର ଉତ୍ପାଦନ                                     କରିପାରିବୁ ।

ମୋଦୀ ଜୀ      :         ଭାରତ ସରକାରଙ୍କ ପକ୍ଷରୁ ଆପଣଙ୍କୁ କେତେ ଅନୁଦାନ ମିଳିଲା?

ମୟୂର ପାଟିଲ୍‌  :         ୯୦ ଲକ୍ଷ ।

ମୋଦୀ ଜୀ      :         ୯୦ ଲକ୍ଷ ।

ମୟୂର ପାଟିଲ୍‌  :         ହଁ ଆଜ୍ଞା ।

ମୋଦୀ ଜୀ      :         ଆଉ ଏଥିରେ ଆପଣଙ୍କ କାମ ଚଳିଗଲା ।

ମୟୂର ପାଟିଲ୍‌  :         ଆଜ୍ଞା, ଏବେ ତ ଆରମ୍ଭ ହୋଇଯାଇଛି । ପ୍ରକ୍ରିୟା ଭିତରେ ଅଛି ।

ମୋଦୀ ଜୀ      :         ଆପଣମାନେ କେତେ ଜଣ ସାଙ୍ଗ ମିଶିକି ଏସବୁ କରୁଛନ୍ତି?

ମୟୂର ପାଟିଲ୍‌  :         ଆମେ ଚାରି ଜଣ ଆଜ୍ଞା ।

ମୋଦୀ ଜୀ      :         ଆପଣ ଚାରିଜଣ ପୂର୍ବରୁ ସାଙ୍ଗହୋଇ ପାଠ ପଢ଼ୁଥିଲେ ଏବଂ ସେଥିରୁ ହିଁ ଆଗକୁ                                  ବଢ଼ିବା ପାଇଁ ଆପଣଙ୍କ ଭିତରେ ଏ ବିଚାର ଆସିଲା?

ମୟୂର ପାଟିଲ୍‌  :         ଆଜ୍ଞା ... ଆଜ୍ଞା! ଆମେ କଲେଜରେ ହିଁ ଥିଲୁ । ଆଉ କଲେଜରେ ଆମେ ସମସ୍ତେ                                 ଏକଥା ଚିନ୍ତା କଲୁ ଏବଂ ଏହା ମୋର ବିଚାର ଥିଲା ଯେମିତିହେଲେ ମୁଁ ମୋ ମୋଟର                            ସାଇକେଲର ପ୍ରଦୂଷଣକୁ କମ୍ କରିବି ଓ ମାଇଲେଜ୍ ବଢ଼ାଇବି ।

ମୋଦୀ ଜୀ      :         ଆଚ୍ଛା! ପ୍ରଦୂଷଣ କମ୍ କରିବା ଦ୍ୱାରା ଆଉ ମାଇଲେଜ୍ ବଢ଼ିଯିବା ଦ୍ୱାରା ଆପଣଙ୍କର                               ହାରାହାରି ଖର୍ଚ କେତେ କମିଗଲା?

ମୟୂର ପାଟିଲ୍‌  :         ଆଜ୍ଞା ମୋଟର ସାଇକଲରେ ଆମେ ପରୀକ୍ଷା କଲୁ । ତା’ର ମାଇଲେଜ୍ ଥିଲା ଲିଟର                                      ପିଛା ୨୫ କିଲୋମିଟର । ଆମେ ତାକୁ ବଢ଼ାଇଦେଲୁ ଲିଟର ପିଛା ୩୯                                           କିଲୋମିଟରକୁ, ତେଣୁ ପ୍ରାୟ ୧୪ କିଲୋମିଟରର ଫାଇଦା ହେଲା ଆଉ ସେଥିରେ                               ୪୦ ପ୍ରତିଶତ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନ କମିଗଲା । ଆଉ ଯେତେବେଳେ                               ବସ୍‌ରେ କଲୁ ରିଜିଓନାଲ୍ ଟ୍ରାନ୍ସପୋର୍ଟ କର୍ପୋରେସନରେ ତ ସେଠାରେ ୧୦ ପ୍ରତିଶତ                            ଇନ୍ଧନ ଦକ୍ଷତା ବଢ଼ିଗଲା ଏବଂ ସେଥିରେ ପୁଣି ୩୫-୪୦ ପ୍ରତିଶତ ନିର୍ଗମନ                                            ମଧ୍ୟ କମ୍ ହୋଇଗଲା ।

ମୋଦୀ ଜୀ      :         ମୟୂର, ଆପଣଙ୍କ ସହ କଥା ହୋଇ ମୋତେ ବହୁତ ଭଲ ଲାଗିଲା । ଆଉ ଆପଣଙ୍କ ବନ୍ଧୁମାନଙ୍କୁ ମଧ୍ୟ ମୋ ତରଫରୁ ବଧେଇ ଜଣାଇଦେବେ ଯେ କଲେଜ୍ ଜୀବନରେ ନିଜର ଯେଉଁ ସମସ୍ୟା ରହିଥିଲା ସେହି ସମସ୍ୟାର ସମାଧାନ ମଧ୍ୟ ଆପଣମାନେ ଖୋଜିଥିଲେ ଏବଂ ଏବେ ସେହି ସମାଧାନରୁ ଯେଉଁ ରାସ୍ତା ବାହାର କରିଛନ୍ତି ସେଥିରୁ ପରିବେଶ ସମସ୍ୟାର ସମାଧାନ କରିବା ପାଇଁ ଆପଣମାନେ କଷ୍ଟ କରିଛନ୍ତି । ଆମ ଦେଶର ଯୁବକଯୁବତୀଙ୍କର ଏହାହିଁ ସାମର୍ଥ୍ୟ ଯେ ସେମାନେ ଯେକୌଣସି ବଡ଼ ଆହ୍ୱାନକୁ ଗ୍ରହଣ କରୁଛନ୍ତି ଏବଂ ରାସ୍ତା ଖୋଜୁଛନ୍ତି । ମୋ ପକ୍ଷରୁ ଆପଣଙ୍କୁ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।

ମୟୂର ପାଟିଲ  :         ଧନ୍ୟବାଦ ଆଜ୍ଞା । ଧନ୍ୟବାଦ ।

ବନ୍ଧୁଗଣ, କିଛି ବର୍ଷ ପୂର୍ବରୁ ଯଦି କିଏ ବ୍ୟବସାୟ କରିବା ପାଇଁ କହୁଥିଲା ବା କୌଣସି ନୂଆ କମ୍ପାନୀ ଆରମ୍ଭ କରିବାକୁ ଚାହୁଁଥିଲା, ତେବେ ପରିବାରର ବରିଷ୍ଠ ଲୋକଙ୍କର ଉତର ଆସୁଥିଲା ଯେ -“ତୁ ଚାକିରି କରିବାକୁ କାହିଁକି ଚାହୁଁନୁ, ଚାକିରି କର । ଆରେ ଚାକିରିରେ ହିଁ ତ ସୁରକ୍ଷା ଅଛି, ଦରମା ଅଛି । ଝାମେଲା ବି କମ୍ ।” କିନ୍ତୁ ଆଜି ଯଦି କିଏ ନିଜର କମ୍ପାନୀ ଆରମ୍ଭ କରିବାକୁ ଚାହୁଁଛି ତେବେ ତା’ ଆଖପାଖର ସମସ୍ତ ଲୋକ ବହୁତ ଉତ୍ସାହିତ ହେଉଛନ୍ତି ଏବଂ ସେଥିରେ ସେମାନେ ପୁରା ସହଯୋଗ କରୁଛନ୍ତି । ବନ୍ଧୁଗଣ, ଭାରତର ଅଭିବୃଦ୍ଧି କାହାଣୀର ଏହା ଏକ ମୋଡ଼, ଯେଉଁଠି ଲୋକେ ଏବେ କେବଳ ନିଯୁକ୍ତି ଆଶାୟୀ ହେବାପାଇଁ ସ୍ୱପ୍ନ ଦେଖୁନାହାନ୍ତି, ବରଂ ନିଯୁକ୍ତିଦାତା ମଧ୍ୟ ପାଲଟୁଛନ୍ତି । ଏହାଦ୍ୱାରା ବିଶ୍ୱମଂଚରେ ଭାରତର ସ୍ଥିତି ଆହୁରି ମଜଭୁତ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଆଜି ‘ମନ୍ କୀ ବାତ୍‌’ରେ ଆମେ ଅମୃତ ମହୋତ୍ସବ ବିଷୟରେ ଆଲୋଚନା କଲେ । ଅମୃତ କାଳରେ କିପରି ଆମର ଦେଶବାସୀ ନୂଆ ନୂଆ ସଙ୍କଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରୁଛନ୍ତି, ତା’ର ଚର୍ଚା କଲେ, ଏବଂ ତା’ ସହ ଡିସେମ୍ବର ମାସରେ ସେନାର ବୀରତ୍ୱ ସହିତ ସମ୍ପୃକ୍ତ ଘଟଣାଗୁଡ଼ିକର ମଧ୍ୟ ସ୍ମରଣ କଲେ । ଡିସେମ୍ବର ମାସରେ ହିଁ ଆଉ ଗୋଟିଏ ବଡ଼ ଦିନ ଆମ ସାମ୍ନାକୁ ଆସେ ଯେଉଁଥିରୁ ଆମେ ପ୍ରେରଣା ପାଉ । ଏହି ଦିନଟି ହେଉଛି ୬ ଡିସେମ୍ବର ବାବା ସାହେବ ଆମ୍ବେଦକରଙ୍କ ପୁଣ୍ୟତିଥି । ବାବା ସାହେବ ନିଜର କର୍ତବ୍ୟ ସମ୍ପାଦନ ନିମନ୍ତେ ସମଗ୍ର ଜୀବନକୁ ଦେଶ ଓ ସମାଜ ପାଇଁ ସମର୍ପିତ କରିଥିଲେ । ଆମେ ଦେଶବାସୀ ଏହା କେବେ ଭୁଲିଯିବା ଉଚିତ ନୁହେଁ ଯେ ଆମ ସମ୍ବିଧାନର ମୂଳ ଭାବନା, ଆମର ସମ୍ବିଧାନ ଆମ ସମସ୍ତ ଦେଶବାସୀଙ୍କଠାରେ ନିଜ ନିଜର କର୍ତବ୍ୟ ନିର୍ବାହର ଅପେକ୍ଷା ରଖେ- ତେଣୁ ଆସନ୍ତୁ, ଆମେ ମଧ୍ୟ ସଙ୍କଳ୍ପ ନେବା ଯେ ଅମୃତ ମହୋତ୍ସବରେ ଆମେ ପୁରା ନିଷ୍ଠାର ସହ କର୍ତବ୍ୟ ତୁଲାଇବାର ପ୍ରୟାସ କରିବା । ଏହା ବାବା ସାହେବଙ୍କ ପାଇଁ ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।

ବନ୍ଧୁଗଣ, ଏବେ ଆମେ ଡିସେମ୍ବର ମାସରେ ପ୍ରବେଶ କରିବାକୁ ଯାଉଛୁ, ସ୍ୱାଭାବିକ ଭାବେ ଆଗାମୀ ‘ମନ୍ କୀ ବାତ୍‌’ ଏହି ୨୦୨୧ ବର୍ଷର ଶେଷ ‘ମନ୍ କୀ ବାତ୍‌’ ହେବ । ୨୦୨୨ରେ ପୁଣି ଯାତ୍ରା ଆରମ୍ଭ କରିବା ଏବଂ ମୁଁ ଆପଣମାନଙ୍କଠାରୁ ଅନେକ ପରାମର୍ଶ ଏବଂ ପ୍ରସ୍ତାବକୁ ଅପେକ୍ଷା କରିଥାଏ ଆଉ କରିବି ମଧ୍ୟ । ଆପଣ ଚଳିତ ବର୍ଷକୁ କିପରି ବିଦାୟ ଦେବେ, ନୂଆବର୍ଷରେ କ’ଣ ସବୁ କରିବେ, ଏକଥା ନିଶ୍ଚୟ କହିବେ; ଆଉ ହଁ ... ଏହା ମଧ୍ୟ କେବେ ଭୁଲନ୍ତୁ ନାହିଁ ଯେ କରୋନା ଏବେ ବି ଯାଇନାହିଁ । ସାବଧାନ ରହିବା ଆମ ସମସ୍ତଙ୍କର ଦାୟିତ୍ୱ ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
India-Myanmar Joint Statement during the Official Visit of the President of Myanmar to India
June 01, 2026

At the invitation of H.E. Shri Narendra Modi, Prime Minister of India, H.E. U Min Aung Hlaing, President of the Republic of the Union of Myanmar paid his first Official Visit to India from 30 May to 3 June 2026.

The President was accompanied by the Union Ministers for President’s Office, Foreign Affairs, Finance & Revenue, Agriculture, Livestock & Irrigation, and Industry & MSME Business Development, and Governor of the Central Bank of Myanmar. A business delegation from diverse sectors including agriculture, pharmaceuticals, energy, banking, construction, IT, communications, trading and logistics, as well as members of the Myanmar-India Friendship Association, were part of the Myanmar delegation.

The Prime Minister of India and the President of Myanmar held talks on 1 June 2026, during which they reviewed bilateral, regional and global issues of mutual interest and charted the way forward for the relationship. The Prime Minister hosted a luncheon in honour of the visiting dignitary. Hon’ble President of India Smt. Droupadi Murmu received the President of Myanmar on the same day. Earlier, External Affairs Minister Dr. S. Jaishankar and National Security Adviser Shri Ajit Doval separately called on the President of Myanmar.

At the commencement of the visit, the President visited Bodh Gaya on 30 May 2026, where he offered prayers at Mahabodhi Temple, Mahabodhi Meditation Centre and Sujata Temple. These visits to deeply revered sites underscored the enduring spiritual and Buddhist ties, as well as the people-to-people links, between the two countries.

The President delivered a keynote speech at the India-Myanmar Business Conclave, jointly organised by the UMFCCI and CII, in New Delhi on 31 May 2026, where business heads from both sides discussed avenues for further strengthening and expanding bilateral trade and commercial opportunities. The President also toured the NTPC Energy Technology Research Alliance (NETRA) complex in Greater Noida to observe advanced R&D work, including in clean energy innovation, energy efficiency, renewable energy integration and grid resilience.

In his interaction with the President, the Prime Minister stated that Myanmar lies at the confluence of India’s Neighbourhood First, Act East and MAHASAGAR (Mutual and Holistic Advancement for Security and Growth Across Regions) policies. The discussions underscored the importance of strengthening bilateral cooperation, including trade and economic ties, defence and security, border management, development assistance and cultural exchanges. Both sides noted ongoing discussions on various bilateral Agreements and Memoranda of Understanding and looked forward to their early conclusion.

The Prime Minister underlined that enhanced connectivity would foster mutually beneficial economic linkages and shared prosperity in the region. In this regard, both sides shared the importance of working closely towards the completion of Kaladan Multi-Modal Transit Transport project and the India-Myanmar-Thailand trilateral highway.

The Prime Minister conveyed that the Mekong Ganga ICCR scholarships for Myanmar students would be enhanced from 36 to 100 from 2026 onwards.

Both sides agreed to facilitate and enhance bilateral trade including through the Rupee-Kyat settlement mechanism, and appreciated the steady growth in the volume of transactions recorded since its operationalisation in May 2024. Both sides also expressed support for closer trade and investment cooperation in the areas of mutual interest such as agro-processing, petroleum, energy, mining sectors, in accordance with their respective national laws and regulations.

The Prime Minister reaffirmed India’s support for the sovereignty and territorial integrity of the Republic of the Union of Myanmar. Both sides underscored the importance of preventing the misuse of sovereign territory for activities inimical to their security interests. The President reiterated Myanmar’s assurance that its territory would not be permitted to be used against India’s security interests. The Prime Minister affirmed that India, as a steadfast and trusted partner of Myanmar, remained committed to deepening security cooperation between the two countries.

The Prime Minister conveyed support for Myanmar-led efforts towards achieving peace, stability, national reconciliation and socio-economic development. He also offered continued assistance and cooperation, based on mutual respect and friendly relations between the two countries. The President appreciated India’s constructive support and cooperation.

The Prime Minister expressed confidence that the meetings of the President with the Governor of Maharashtra and the Chief Minister, as well as his business engagements during his upcoming visit to Mumbai on 02 - 03 June 2026 would further strengthen existing bilateral cooperation and economic ties.

The official visit of President U Min Aung Hlaing reaffirmed the long-standing friendship and close partnership between Myanmar and India and the shared commitment of both countries to further strengthen cooperation for the mutual benefit of the two countries. Both sides agreed to continue close engagement at all levels.

President U Min Aung Hlaing expressed his sincere appreciation to Prime Minister Shri Narendra Modi for the warm hospitality extended to him and to the members of his delegation during their stay in India. The President also extended an invitation to the Prime Minister of India to visit Myanmar at mutually convenient dates.