A hologram statue of Netaji has been installed at India Gate. The entire nation welcomed this move with great joy: PM Modi
The 'Amar Jawan Jyoti' near India Gate and the eternal flame at the 'National War Memorial' have been merged. This was a touching moment for all: PM
Padma award have been given to the unsung heroes of our country, who have done extraordinary things in ordinary circumstances: PM
Corruption hollows the country like a termite: PM Modi
The vibrancy and spiritual power of Indian culture has always attracted people from all over the world: PM Modi
Ladakh will soon get an impressive Open Synthetic Track and Astro Turf Football Stadium: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ‘ମନ କି ବାତ୍’ର ଆଉ ଏକ ଅଧ୍ୟାୟ ଜରିଆରେ ଆମେ ଏକାଠି ହେଉଛେ । ଏହା ୨୦୨୨ର ପ୍ରଥମ ‘ମନ କି ବାତ୍’ । ଆଜି ଆମେ ପୁଣି ସେହିଭଳି ଆଲୋଚନାଗୁଡ଼ିକୁ ଆଗକୁ ବଢ଼ାଇବା, ଯାହା ଆମ ଦେଶ ଏବଂ ଦେଶବାସୀଙ୍କ ସକାରାତ୍ମକ ପ୍ରେରଣା ଏବଂ ସାମୂହିକ ପ୍ରଚେଷ୍ଟା ସହ ଜଡ଼ିତ ହୋଇଥାଏ । ଆଜି ମଧ୍ୟ ଆମର ପୂଜ୍ୟ ବାପୁ, ମହାତ୍ମା ଗାନ୍ଧିଙ୍କ ପୂଣ୍ୟତିଥି । ଜାନୁଆରୀ ୩୦ର ଏହି ଦିନଟି ଆମକୁ ବାପୁଙ୍କ ଦ୍ୱାରା ପ୍ରଦତ୍ତ ଶିକ୍ଷାକୁ ସ୍ମରଣ କରାଇ ଦେଇଥାଏ । ମାତ୍ର କିଛିଦିନ ତଳେ ଆମେ ସାଧାରଣତନ୍ତ୍ର ଦିବସ ମଧ୍ୟ ପାଳନ କରିଛୁ । ଦିଲ୍ଲୀର ରାଜପଥଠାରେ ଆମେ ଦେଶର ବୀରତ୍ୱ ଏବଂ ସାମର୍ଥ୍ୟର ଯେଉଁ ଝଲକ ଦେଖିଲୁ, ତାହା ସମସ୍ତଙ୍କୁ ଗର୍ବ ଏବଂ ଉତ୍ସାହରେ ଭରିଦେଇଛି । ଗୋଟିଏ ପରିବର୍ତ୍ତନ, ଯାହା ଆପଣମାନେ ଲକ୍ଷ୍ୟ କରିଥିବେ, ଏବେ ସାଧାରଣତନ୍ତ୍ର ଦିବସ ସମାରୋହ ଜାନୁଆରୀ ୨୩, ଅର୍ଥାତ୍, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ଆରମ୍ଭ ହୋଇ ଜାନୁଆରୀ ୩୦ ପର୍ଯ୍ୟନ୍ତ ଅର୍ଥାତ୍ ଗାନ୍ଧିଜୀଙ୍କ ପୂଣ୍ୟତିଥି ପର୍ଯ୍ୟନ୍ତ ଚାଲିବ । ଇଣ୍ଡିଆଗେଟରେ ନେତାଜୀଙ୍କର ଡିଜିଟାଲ୍ ପ୍ରତିମା ମଧ୍ୟ ସ୍ଥାପନ କରାଯାଇଛି । ଏହାକୁ ଦେଶବାସୀ ଯେଉଁଭଳି ଭାବେ ସ୍ୱାଗତ କଲେ, ଦେଶର କୋଣ-ଅନୁକୋଣରୁ ଖୁସିର ଯେଉଁ ଲହରି ଉଠିଲା, ପ୍ରତ୍ୟେକ ଦେଶବାସୀ ଯେଉଁଭଳି ନିଜର ଭାବ ପ୍ରକାଶ କଲେ, ତାହା ଆମେ କେବେହେଲେ ଭୁଲିପାରିବୁନି ।

ବନ୍ଧୁଗଣ, ସ୍ୱାଧୀନତାର ଅମୃତ୍ ମହୋତ୍ସବରେ ଦେଶ ଏଭଳି ପ୍ରଚେଷ୍ଟା ମାଧ୍ୟମରେ ନିଜର ଜାତୀୟ ପ୍ରତୀକଗୁଡ଼ିକର ପୁନଃପ୍ରତିଷ୍ଠା କରୁଛି । ଆମେ ଦେଖିଲୁ ଯେ, ଇଣ୍ଡିଆ ଗେଟ୍ ନିକଟରେ ଅମର ଯବାନ୍ ଜ୍ୟୋତି ଏବଂ ନିକଟସ୍ଥ ଜାତୀୟ ସମର ସ୍ମାରକୀଠାରେ ପ୍ରଜ୍ଜ୍ୱଳିତ ଜ୍ୟୋତିକୁ ଏକାକାର କରିଦିଆଗଲା । ଭାବବିହ୍ୱଳର ଏହି ମୁହୂର୍ତ୍ତରେ ଅନେକ ଦେଶବାସୀ ଓ ଶହୀଦମାନଙ୍କ ପରିବାରର ଚକ୍ଷୁ ଲୋତକପୂର୍ଣ୍ଣ ହୋଇଥିଲା । ଜାତୀୟ ସମର ସ୍ମାରକୀରେ ସ୍ୱାଧୀନତା ପ୍ରାପ୍ତି ପରେ ଶହୀଦ ହୋଇଥିବା ଦେଶର ସମସ୍ତ ବୀରମାନଙ୍କ ନାମ ଉଲ୍ଲେଖ କରାଯାଇଛି । ସେନାର କେତେକ ପୂର୍ବତନ ଯବାନ୍ ମୋତେ ପତ୍ର ଲେଖି କହିଛନ୍ତି ଯେ - ଶହୀଦମାନଙ୍କ ସ୍ମୃତି ସମ୍ମୁଖରେ ପ୍ରଜ୍ଜ୍ୱଳିତ ଥିବା ଅମର ଯବାନ୍ ଜ୍ୟୋତି ଶହୀଦମାନଙ୍କ ଅମରତ୍ୱର ପ୍ରତୀକ । ପ୍ରକୃତରେ ଅମର ଯବାନ୍ ଜ୍ୟୋତି ଭଳି ଆମ ଶହୀଦ୍, ସେମାନଙ୍କର ପ୍ରେରଣା ତଥା ଯୋଗଦାନ ମଧ୍ୟ ଅମର । ଯେତେବେଳେ ବି ସମୟ ମିଳେ ଜାତୀୟ ସମର ସ୍ମାରକୀ ଯିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ନିଜ ପରିବାର ଓ ପିଲାମାନଙ୍କୁ ମଧ୍ୟ ନିଶ୍ଚୟ ସାଙ୍ଗରେ ନେଇଯାଆନ୍ତୁ । ଏଠାରେ ଆପଣମାନଙ୍କୁ ଏକ ଭିନ୍ନ ଧରଣର ଶକ୍ତି ଏବଂ ପ୍ରେରଣାର ଅନୁଭୂତି ମିଳିବ ।

ଅମୃତ ମହୋତ୍ସବର ଏହି ଆୟୋଜନ ସମୟରେ ଦେଶରେ ଅନେକ ଜାତୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଗଲା । ଗୋଟିଏ ହେଉଛି, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର । ଏହି ପୁରସ୍କାର ସେହି ପିଲାମାନେ ପାଇଲେ, ଯେଉଁମାନେ କମ୍ ବୟସରେ ସାହସିକ ଓ ପ୍ରେରଣାଦାୟୀ କାମ କରିଛନ୍ତି । ଆମେ ସମସ୍ତେ ନିଜ ଘରେ ଏହି ପିଲାମାନଙ୍କ ବିଷୟରେ ନିଶ୍ଚୟ ଆଲୋଚନା କରିବା ଉଚିତ । ତା’ଦ୍ୱାରା ଆମ ପିଲାମାନେ ମଧ୍ୟ ପ୍ରେରିତ ହେବେ ଓ ସେମାନଙ୍କ ଭିତରେ ଦେଶ ପାଇଁ ସୁନାମ ଅର୍ଜନର ଉତ୍ସାହ ସୃଷ୍ଟି ହେବ । ଦେଶରେ ଏବେ ପଦ୍ମ ସମ୍ମାନର ମଧ୍ୟ ଘୋଷଣା କରାଯାଇଛି । ପଦ୍ମ ପୁରସ୍କାର ପାଇବାକୁ ଥିବା ଏହି ମାନଙ୍କ ମଧ୍ୟରେ ଏଭଳି ଅନେକ ନାଁ ରହିଛି, ଯେଉଁମାନଙ୍କ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ଏମାନେ ଆମ ଦେଶର unsung heroes, ଯେଉଁମାନେ ସାଧାରଣ ପରିସ୍ଥିତିରେ ଅସାଧାରଣ କାର୍ଯ୍ୟ କରିଛନ୍ତି । ଯେମିତିକି, ଉତ୍ତରାଖଣ୍ଡର ବସନ୍ତି ଦେବୀଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି । ବସନ୍ତି ଦେବୀ ନିଜର ସମ୍ପୂର୍ଣ୍ଣ ଜୀବନ ସଂଘର୍ଷପୂର୍ଣ୍ଣ ପରିସ୍ଥିତିରେ କଟାଇଛନ୍ତି । ଅଳ୍ପ ବୟସରେ ତାଙ୍କ ସ୍ୱାମୀଙ୍କ ପରଲୋକ ହୋଇଗଲା ଏବଂ ସେ ଗୋଟିଏ ଆଶ୍ରମରେ ରହିବାକୁ ଲାଗିଲେ । ସେଠାରେ ରହି ସେ ଗୋଟିଏ ନଦୀର ସୁରକ୍ଷା ପାଇଁ ସଂଘର୍ଷ କଲେ ଏବଂ ପରିବେଶ ସୁରକ୍ଷା ଦିଗରେ ଅସାଧାରଣ ଯୋଗଦାନ ଦେଲେ । ମହିଳା ସଶକ୍ତିକରଣ ପାଇଁ ମଧ୍ୟ ସେ ବହୁତ କିଛି କରିଛନ୍ତି । ସେହିପରି, ମଣିପୁରର ୭୭ ବର୍ଷ ବୟସ୍କା ଲୌରେମ୍ବମ୍ ବିନୋ ଦେବୀ ଅନେକ ଦଶନ୍ଧି ଧରି ଲିବା ବୟନ କଳାକୁ ସୁରକ୍ଷା ପ୍ରଦାନ କରିଆସିଛନ୍ତି । ତାଙ୍କୁ ମଧ୍ୟ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି । ମଧ୍ୟପ୍ରଦେଶର ଅର୍ଜୁନ ସିଂଙ୍କୁ ବୈୟଗା ଆଦିବାସୀ ନୃତ୍ୟ କଳାର ପରିଚୟ ପ୍ରଦାନ କରିବା ପାଇଁ ପଦ୍ମ ସମ୍ମାନ ମିଳିଛି । ପଦ୍ମ ସମ୍ମାନ ପାଇଥିବା ଆଉ ଜଣେ ବ୍ୟକ୍ତି ହେଉଛନ୍ତି, ଶ୍ରୀଯୁକ୍ତ ଅମାଇ ମହାଲିଙ୍ଗା ନାଇକ୍ । ସେ କର୍ଣ୍ଣାଟକରେ ବାସ କରୁଥିବା ଜଣେ ଚାଷୀ । ଅନେକ ଲୋକ ତାଙ୍କୁ ଟନେଲ୍ମ୍ୟାନ ବୋଲି ମଧ୍ୟ କହନ୍ତି । ଚାଷକାମରେ ସେ ଏଭଳି ଅଭିନବ ଉପାୟ ପ୍ରୟୋଗ କରିଛନ୍ତି, ଯାହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟଚକିତ ହୋଇଯିବେ । ତାଙ୍କ ପ୍ରଚେଷ୍ଟାର ବହୁତ ବଡ଼ ଲାଭ ଛୋଟ ଛୋଟ ଚାଷୀମାନଙ୍କୁ ମିଳୁଛି । ଏଭଳି ଆହୁରି unsung heroes ରହିଛନ୍ତି, ଯେଉଁମାନଙ୍କୁ ଦେଶ ସେମାନଙ୍କ ଯୋଗଦାନ ପାଇଁ ସମ୍ମାନିତ କରିଛି । ସେମାନଙ୍କ ସମ୍ପର୍କରେ ଜାଣିବାକୁ ଆପଣମାନେ ନିଶ୍ଚୟ ଚେଷ୍ଟା କରନ୍ତୁ । ସେମାନଙ୍କଠାରୁ ଆମକୁ ଜୀବନରେ ବହୁତ କିଛି ଶିଖିବାକୁ ମିଳିବ ।

ମୋର ପ୍ରିୟ ଦେଶବାସୀଗଣ, ଅମୃତ ମହୋତ୍ସବ ଅବସରରେ ଆପଣମାନେ ସମସ୍ତେ ମୋତେ ବହୁତଗୁଡ଼ିଏ ଚିଠି ଓ ମେସେଜ୍ ପଠାଉଛନ୍ତି । ଅନେକ ପରାମର୍ଶ ମଧ୍ୟ ଦେଉଛନ୍ତି । ଏହି କ୍ରମରେ ଏଭଳି କିଛି ଘଟିଛି, ଯାହା ମୋ ପାଇଁ ଅବିସ୍ମରଣୀୟ । ମୋତେ କୋଟିଏରୁ ଅଧିକ ପିଲାମାନେ ନିଜ ମନର କଥା ପୋଷ୍ଟ କାର୍ଡ଼ ମାଧ୍ୟମରେ ଲେଖି ପଠାଇଛନ୍ତି । ଏହି ଏକ କୋଟି ପୋଷ୍ଟ କାର୍ଡ଼ ଦେଶର ଭିନ୍ନ ଭିନ୍ନ ଅଂଚଳରୁ ଆସିଛି । ବିଦେଶରୁ ମଧ୍ୟ ଆସିଛି । ସମୟ ବାହାର କରି ଏଥିରୁ ଅନେକ ପୋଷ୍ଟକାର୍ଡ଼ ପଢ଼ିବାକୁ ମୁଁ ଚେଷ୍ଟା କରିଛି । ଦେଶର ଭବିଷ୍ୟତ ପାଇଁ ଆମ ନୂଆ ପିଢ଼ିର ଚିନ୍ତାଧାରା କେତେ ବ୍ୟାପକ ତାହା ଏହି ପୋଷ୍ଟକାର୍ଡ଼ଗୁଡ଼ିକରେ ଦେଖିବାକୁ ମିଳୁଛି । ‘ମନ୍ କି ବାତ୍’ର ଶୋ୍ରତାମାନଙ୍କ ପାଇଁ ମୁଁ କିଛି ପୋଷ୍ଟକାର୍ଡ଼ ଚୟନ କରିଛି, ଯାହାକୁ ମୁଁ ଆପଣମାନଙ୍କ ସହ ଶେୟାର କରିବାକୁ ଚାହୁଁଛି । ଯେମିତିକି, ଇଏ ଆସାମ ଗୁଆହାଟିରୁ ରିଦ୍ଧିମା ସ୍ୱର୍ଜ୍ଞିୟାରୀଙ୍କ ପୋଷ୍ଟକାର୍ଡ଼ । ରିଦ୍ଧିମା ସପ୍ତମ ଶ୍ରେଣୀର ଛାତ୍ରୀ ଆଉ ସେ ଲେଖିଛନ୍ତି ଯେ, ସ୍ୱାଧୀନତାର ଶହେ ବର୍ଷରେ ସେ ଏଭଳି ଗୋଟିଏ ଭାରତ ଦେଖିବାକୁ ଚାହୁଁଛନ୍ତି, ଯାହା ବିଶ୍ୱର ସବୁଠାରୁ ସ୍ୱଚ୍ଛ ଦେଶ ହୋଇଥାଉ, ଆତଙ୍କବାଦରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇଥାଉ, ଶତ ପ୍ରତିଶତ ସାକ୍ଷର ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥାଉ, zero accident ଦେଶ ବା ଦୁର୍ଘଟଣାମୁକ୍ତ ଦେଶ ହେଉ, ଏବଂ ପୋଷଣୀୟ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଖାଦ୍ୟ ସୁରକ୍ଷାରେ କ୍ଷମ ହେଉ । ରିଦ୍ଧିମା! ଆମ ଝିଅମାନେ ଯାହା ଚିନ୍ତା କରନ୍ତି, ଦେଶ ପାଇଁ ଯେଉଁ ସ୍ୱପ୍ନ ଦେଖନ୍ତି, ସେସବୁ ତ ନିଶ୍ଚୟ ପୂର୍ଣ୍ଣ ହୁଏ । ଯେତେବେଳେ ସମସ୍ତଙ୍କ ପ୍ରଚେଷ୍ଟା ଏକ ହେବ, ଆପଣଙ୍କ ଯୁବପିଢ଼ି ଏହାକୁ ଲକ୍ଷ୍ୟ ଭାବରେ ରଖି କାର୍ଯ୍ୟ କରିବ, ତା’ହେଲେ ଆପଣ ଭାରତକୁ ଯେଉଁଭଳି ଭାବେ ନିର୍ମାଣ କରିବାକୁ ଚାହୁଁଛନ୍ତି, ସେଭଳି ନିଶ୍ଚୟ ହେବ । ଗୋଟିଏ ପୋଷ୍ଟକାର୍ଡ଼ ମୋତେ ଉତ୍ତରପ୍ରଦେଶର ପ୍ରୟାଗରାଜର ନବ୍ୟା ବର୍ମାଙ୍କଠାରୁ ବି ମିଳିଛି । ନବ୍ୟା ଲେଖିଛନ୍ତି ଯେ, ୨୦୪୭ରେ ସେ ଏଭଳି ଭାରତର ସ୍ୱପ୍ନ ଦେଖିଛନ୍ତି ଯେଉଁଠି ସମସ୍ତଙ୍କୁ ସମ୍ମାନପୂର୍ଣ୍ଣ ଜୀବନ ମିଳୁ, ଯେଉଁଠି ଚାଷୀ ସମୃଦ୍ଧ ହୋଇଥାଉ, ଏବଂ ଦୁର୍ନୀତି ନ ଥାଉ । ନବ୍ୟା! ଦେଶ ପାଇଁ ଆପଣଙ୍କ ସ୍ୱପ୍ନ ବହୁତ ପ୍ରଶଂସନୀୟ । ଦେଶ ଏହି ଦିଗରେ ଦ୍ରୁତଗତିରେ ଅଗ୍ରସର ହେଉଛି । ଆପଣ ଦୁର୍ନୀତିମୁକ୍ତ ଭାରତ କଥା କହିଛନ୍ତି । ଦୁର୍ନୀତି ତ ଉଈ ଭଳି ଦେଶକୁ ଫମ୍ପା କରିଦିଏ । ସେଥିରୁ ମୁକ୍ତି ପାଇଁ ୨୦୪୭କୁ ଅପେକ୍ଷା କାହିଁକି ? ଏହି କାମ ଆମ ସମସ୍ତ ଦେଶବାସୀଙ୍କୁ, ଆଜିର ଯୁବପିଢ଼ିକୁ ମିଶି କରିବାକୁ ହେବ, ଅତିଶୀଘ୍ର କରିବାକୁ ହେବ ଏବଂ ଏଥିପାଇଁ ଆମେ ନିଜର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେବା ନିହାତି ଜରୁରୀ । ସର୍ବାଗ୍ରେ କର୍ତ୍ତବ୍ୟ । ଯେଉଁଠି କର୍ତ୍ତବ୍ୟ ପାଳନର ଭାବନା ଥାଏ, ଦୁର୍ନୀତି ତା’ର ପାଖ ମାଡ଼ିପାରେନି ।

ବନ୍ଧୁଗଣ, ମୋ ଆଗରେ ଆଉ ଗୋଟିଏ ପୋଷ୍ଟକାର୍ଡ଼ ରହିଛି, ଯାହାକୁ ପଠାଇଛନ୍ତି ଚେନ୍ନାଇର ମହମ୍ମଦ ଇବ୍ରାହିମ୍ । ଇବ୍ରାହିମ୍ ୨୦୪୭ରେ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଗୋଟିଏ ବଡ଼ ଶକ୍ତି ରୂପେ ଦେଖିବାକୁ ଚାହୁଁଛନ୍ତି । ସେ ଚାହୁଁଛନ୍ତି ଯେ, ଚନ୍ଦ୍ର ଉପରେ ଭାରତର ନିଜସ୍ୱ ଗବେଷଣା କେନ୍ଦ୍ର ହେଉ, ଏବଂ ମଙ୍ଗଳ ଉପରେ ଭାରତ, ମାନବବସତି ସ୍ଥାପନ କରିବା କାର୍ଯ୍ୟ ଆରମ୍ଭ କରୁ । ଏହା ସଙ୍ଗେସଙ୍ଗେ ଇବ୍ରାହିମ୍ ପୃଥିବୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଭାରତର ଗୋଟିଏ ବଡ଼ ଭୂମିକା ଦେଖିବାକୁ ଚାହୁଁଛନ୍ତି । ଇବ୍ରାହିମ୍! ଯେଉଁ ଦେଶ ପାଖରେ ଆପଣଙ୍କ ଭଳି ନବଯୁବକ ରହିଛନ୍ତି, ତାହା ପାଇଁ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ।

ବନ୍ଧୁଗଣ, ମୋ ଆଗରେ ଆଉ ଗୋଟିଏ ଚିଠି ରହିଛି । ଏହାକୁ ଲେଖିଛନ୍ତି ମଧ୍ୟପ୍ରଦେଶର ରାୟସେନସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀର ଛାତ୍ରୀ ଭାବନା । ସର୍ବପ୍ରଥମେ ମୁଁ ଭାବନାଙ୍କୁ କହିବାକୁ ଚାହୁଁଛି ଯେ, ଆପଣ ଯେଉଁଭଳି ଭାବେ ନିଜ ପୋଷ୍ଟକାର୍ଡ଼କୁ ତ୍ରିରଙ୍ଗାରେ ସଜେଇଛନ୍ତି, ତାହା ମୋତେ ବହୁତ ଭଲ ଲାଗିଲା । ଭାବନା ବିପ୍ଳବୀ ଶିରିଷ କୁମାରଙ୍କ ବିଷୟରେ ଲେଖିଛନ୍ତି ।

ବନ୍ଧୁଗଣ, ମୋତେ ଗୋଆରୁ ଲାରେନଶିୟୋ ପରେରାଙ୍କ ପୋଷ୍ଟକାର୍ଡ଼ ବି ମିଳିଛି । ସେ ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥୀ । ତାଙ୍କ ଚିଠିର ବିଷୟଟି ମଧ୍ୟ ରହିଛି – ସ୍ୱାଧୀନତାର unsung heroes. ଏହାର ଭାବାର୍ଥ ମୁଁ ଆପଣମାନଙ୍କୁ କହୁଛି । ସେ ଲେଖିଛନ୍ତି ଯେ - ଭିକାଜୀ କାମା ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିବା ସବୁଠାରୁ ସାହସୀ ମହିଳାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ଦେଶ-ବିଦେଶରେ ଅନେକ ଅଭିଯାନ ଚଳାଇଥିଲେ । ଅନେକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରିଥିଲେ । ଭିକାଜୀ କାମା ନିଶ୍ଚିତ ଭାବେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିବା ସବୁଠାରୁ ସାହସୀ ମହିଳାମାନଙ୍କ ମଧ୍ୟରୁ ଜଣେ ଥିଲେ । ୧୯୦୭ରେ ସେ ଜର୍ମାନୀରେ ତ୍ରିରଙ୍ଗା ଉଡାଇଥିଲେ । ଏହି ତ୍ରିରଙ୍ଗାକୁ ଡିଜାଇନ୍ କରିବାରେ ଯେଉଁ ବ୍ୟକ୍ତି ତାଙ୍କୁ ସହଯୋଗ କରିଥିଲେ, ସେ ଥିଲେ ଶ୍ୟାମଜୀ କୃଷ୍ଣ ବର୍ମା । ୧୯୩୦ରେ ଜେନେଭାଠାରେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ପରଲୋକ ହୋଇଥିଲା । ତାଙ୍କର ଅନ୍ତିମ ଇଚ୍ଛା ଥିଲା ଯେ, ସ୍ୱାଧୀନତା ପ୍ରାପ୍ତି ପରେ ତାଙ୍କ ପାର୍ଥିବ ଅବଶେଷକୁ ଭାରତ ଅଣାଯାଉ । ଅବଶ୍ୟ ୧୯୪୭ରେ ଭାରତ ସ୍ୱାଧୀନ ହେବା ପରଦିନ ହିଁ ତାଙ୍କ ପାର୍ଥିବ ଅବଶେଷ ଭାରତକୁ ଅଣାଯାଇପାରିଥାନ୍ତା । କିନ୍ତୁ ଏହା ହେଲାନି । ହୁଏତ ଏହି କାର୍ଯ୍ୟ ମୋ ଦ୍ୱାରା ହେଉ ବୋଲି ପରମାତ୍ମାଙ୍କ ଇଚ୍ଛା ଥିଲା ଆଉ ଏହାର ସୌଭାଗ୍ୟ ମୋତେ ହିଁ ମିଳିଲା । ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ୨୦୦୩ରେ ତାଙ୍କ ପାର୍ଥିବ ଅବଶେଷ ଭାରତକୁ ଅଣାଯାଇଥିଲା । ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ସ୍ମୃତିରେ ତାଙ୍କ ଜନ୍ମସ୍ଥାନ କଚ୍ଛର ମାଣ୍ଡୱିଠାରେ ଗୋଟିଏ ସ୍ମାରକ ମଧ୍ୟ ନିର୍ମାଣ କରାଯାଇଛି ।

ବନ୍ଧୁଗଣ, ଭାରତର ସ୍ୱାଧୀନତାର ଅମୃତ ମହୋତ୍ସବର ଉତ୍ସାହ କେବଳ ଆମ ଦେଶରେ ରହିଛି ତାହା ନୁହେଁ । ଭାରତର ମିତ୍ର ରାଷ୍ଟ୍ର କ୍ରୋଏସିଆରୁ ମଧ୍ୟ ମୋତେ ୭୫ଟି ପୋଷ୍ଟକାର୍ଡ଼ ମିଳିଛି । କ୍ରୋଏସିଆର ଜାଗ୍ରେବରେ School of Applied Arts and Designeର ଛାତ୍ରମାନେ ଏହି ୭୫ଟି ପୋଷ୍ଟକାର୍ଡ଼ ଭାରତର ଜନସାଧାରଣଙ୍କ ପାଇଁ ପଠାଇଛନ୍ତି ଏବଂ ଅମୃତ ମହୋତ୍ସବ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି । ମୁଁ ଆପଣ ସମସ୍ତ ଦେଶବାସୀଙ୍କ ତରଫରୁ କ୍ରୋଏସିଆ ଏବଂ ସେଠାକାର ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଭାରତ ଶିକ୍ଷା ଓ ଜ୍ଞାନର ତପୋଭୂମି ହୋଇ ରହିଆସିଛି । ଆମେ ଶିକ୍ଷାକୁ ପୋଥିଗତ ଜ୍ଞାନରେ ସୀମିତ ରଖିନୁ ବରଂ ଏହାକୁ ଜୀବନର ଗୋଟିଏ ସାମଗ୍ରିକ ଅନୁଭୂତି ରୂପେ ଦେଖିଛୁ । ଆମ ଦେଶର ମହାନ ବ୍ୟକ୍ତିତ୍ୱମାନଙ୍କର ମଧ୍ୟ ଶିକ୍ଷା ସହିତ ଗୋଟିଏ ଘନିଷ୍ଠ ସମ୍ପର୍କ ରହିଛି । ପଣ୍ଡିତ୍ ମଦନ ମୋହନ ମାଲବ୍ୟ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିବା ବେଳେ ମହାତ୍ମା ଗାନ୍ଧି ଗୁଜରାଟ ବିଦ୍ୟାପୀଠର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଗୁଜରାଟର ଆନନ୍ଦରେ ଗୋଟିଏ ବହୁତ ସୁନ୍ଦର ସ୍ଥାନ ରହିଛି ଯାହାର ନାଁ ବଲ୍ଲଭ ବିଦ୍ୟାନଗର । ସର୍ଦ୍ଦାର ପଟେଲଙ୍କ ଅନୁରୋଧକ୍ରମେ ତାଙ୍କର ଦୁଇ ସହଯୋଗୀ – ଭାଇ କାକା ଓ ଭିଖା ଭାଇ ସେଠାକାର ଯୁବଗୋଷ୍ଠୀଙ୍କ ପାଇଁ ଶିକ୍ଷାକେନ୍ଦ୍ର ପ୍ରତିଷ୍ଠା କରିଥିଲେ । ସେହିଭଳି ପଶ୍ଚିମବଙ୍ଗରେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଶାନ୍ତିନିକେତନ ପ୍ରତିଷ୍ଠା କରିଥିଲେ । ମହାରାଜା ଗାଏକୱାଡ଼୍ ମଧ୍ୟ ଶିକ୍ଷାର ପ୍ରବଳ ସମର୍ଥକମାନଙ୍କ ମଧ୍ୟରୁ ଜଣେ ଥିଲେ । ସେ ଅନେକ ଶିକ୍ଷାସଂସ୍ଥା ନିର୍ମାଣ କରାଇଥିଲେ ଏବଂ  ଡ. ଆମ୍ବେଦକର ଏବଂ ଶ୍ରୀ ଅରବିନ୍ଦଙ୍କ ସମେତ ଅନେକ ମହାନ ବ୍ୟକ୍ତିଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରେରଣା ଯୋଗାଇଥିଲେ । ଏହିଭଳି ମହାନ ବ୍ୟକ୍ତିମାନଙ୍କ ତାଲିକାରେ ଗୋଟିଏ ନାମ ହେଉଛି ରାଜା ମହେନ୍ଦ୍ର ପ୍ରତାପ ସିଂହ । ରାଜା ମହେନ୍ଦ୍ର ପ୍ରତାପ ସିଂହ ଗୋଟିଏ ପ୍ରଯୁକ୍ତିବିଦ୍ୟାର ସ୍କୁଲ ପ୍ରତିଷ୍ଠା ପାଇଁ ତ ନିଜର ଘର ହିଁ ଦାନ କରିଦେଲେ ।

ସେ ଆଲିଗଡ଼ ଓ ମଥୁରାରେ ଶିକ୍ଷାକେନ୍ଦ୍ର ନିର୍ମାଣ କରିବା ପାଇଁ ଅନେକ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । କିଛିଦିନ ପୂର୍ବେ ମୋତେ ଆଲିଗଡ଼ରେ ତାଙ୍କରି ନାମରେ ଗୋଟିଏ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାର ସୌଭାଗ୍ୟ ମିଳିଲା । ଶିକ୍ଷାର ଆଲୋକକୁ ପ୍ରତ୍ୟେକ ବ୍ୟକ୍ତି ନିକଟକୁ ପହଂଚାଇବାର ସେହି ଜୀବନ୍ତ ଭାବନା ଆଜି ମଧ୍ୟ ଭାରତରେ ବଜାୟ ରହିଥିବା କଥା ମୋତେ ଆନନ୍ଦିତ କରିଛି । ଏହି ଭାବନାର ସବୁଠୁ ଭଲ କଥା କ’ଣ, ଆପଣ ଜାଣନ୍ତି କି ? ତାହା ହେଉଛି ଯେ, ଶିକ୍ଷାକୁ ନେଇ ଏହି ସଚେତନତା ସମାଜର ପ୍ରତ୍ୟେକ ସ୍ତରରେ ପରିଲକ୍ଷିତ ହେଉଛି । ତାମିଲନାଡ଼ୁର ତ୍ରିପ୍ପୁର ଜିଲ୍ଲାର ଉଦୁମଲପେଟ୍ ବ୍ଲକରେ ବାସ କରୁଥିବା ତାୟମ୍ମଲଜୀଙ୍କ ଉଦାହରଣ ତ ବହୁତ ପ୍ରେରଣାଦାୟୀ । ତାୟମ୍ମଲ ଜୀଙ୍କ ପାଖରେ ନିଜର କୌଣସି ଜମି ନାହିଁ । ବର୍ଷବର୍ଷ ଧରି ଏହାଙ୍କ ପରିବାର ପଇଡ଼ ବିକି ନିଜର ଗୁଜରାଣ ମେଣ୍ଟାନ୍ତି । ଆର୍ଥିକ ସ୍ଥିତି ଭଲ ନାହିଁ ସତ, କିନ୍ତୁ ତାୟମ୍ମଲ ଜୀ ନିଜର ପୁଅଝିଅଙ୍କୁ ପାଠ ପଢ଼ାଇବାରେ କୌଣସି ଅଭାବ ରଖିନଥିଲେ । ତାଙ୍କ ପୁଅଝିଅ ଚିନ୍ନବୀରମପଟ୍ଟି ପଂଚାୟତ ୟୁନିଅନ ମିଡିଲ୍ ସ୍କୁଲରେ ପଢୁଥିଲେ । ଦିନେ ସ୍କୁଲରେ ଅଭିଭାବକଙ୍କ ସହ ଅନୁଷ୍ଠିତ ବୈଠକରେ କଥା ଉଠିଲା ଯେ ଶ୍ରେଣୀଗୃହ ଓ ବିଦ୍ୟାଳୟର ସ୍ଥିତିକୁ ସୁଧାରିବା ଦରକାର, ବିଦ୍ୟାଳୟ ଭିତ୍ତିଭୂମିକୁ ଠିକ୍ କରିବା ଦରକାର । ତାୟମ୍ମଲଜୀ ମଧ୍ୟ ସେହି ବୈଠକରେ ଉପସ୍ଥିତ ଥିଲେ । ସେ ସବୁକିଛି ଶୁଣିଲେ । ଏହି କାର୍ଯ୍ୟ ପାଇଁ ଯେଉଁ ଟଙ୍କା ଦରକାର ପଡ଼ିଲା, ବୈଠକରେ ସେହି କଥାକୁ ନେଇ ଆଲୋଚନା ଅଟକିଗଲା । ଏହାପରେ ତାୟମ୍ମଲଜୀ ଯାହା କଲେ, କେହି ତା’ର କଳ୍ପନା କରପାରିବେ ନାହିଁ । ଯେଉଁ ତାୟମ୍ମଲଜୀ ପଇଡ଼ ବିକି କିଛି ପୁଞ୍ଜି ଜମା କରିଥିଲେ, ସେଥିରୁ ୧ ଲକ୍ଷ ଟଙ୍କା ବିଦ୍ୟାଳୟ ପାଇଁ ଦାନ କରିଦେଲେ । ସତରେ, ଏପରି କରିବା ପାଇଁ ବହୁତ ବଡ଼ ହୃଦୟ ଦରକାର, ସେବା-ଭାବ ଦରକାର । ତାୟମ୍ମଲଜୀଙ୍କ କହିବା ଅନୁଯାୟୀ ଏବେ ଯେଉଁ ସ୍କୁଲ ଅଛି, ସେଥିରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ା ହେଉଛି । ଯେତେବେଳେ ସ୍କୁଲ୍ ଭିତ୍ତିଭୂମିରେ ଉନ୍ନତି ଆସିବ ସେତେବେଳେ ଏଠାରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଇପାରିବ । ଆମ ଦେଶରେ ଶିକ୍ଷାକୁ ନେଇ ଏହା ସେହି ଭାବନା ଅଟେ, ଯାହା ସମ୍ପର୍କରେ ମୁଁ ଆଲୋଚନା କରୁଥିଲି । ମୋତେ ଆଇଆଇଟି ବିଏଚ୍ୟୁର ଜଣେ ପୂର୍ବତନ ଛାତ୍ରଙ୍କ ଏହିପରି ଦାନ ସମ୍ପର୍କରେ ସୂଚନା ମିଳିଛି । ବିଏଚ୍ୟୁର ପୂର୍ବତନ ଛାତ୍ର ଜୟ ଚୌଧୁରୀଜୀ ଆଇଆଇଟି ବିଏଚ୍ୟୁ ଫାଉଣ୍ଡେସନକୁ ୧ ନିୟୁତ ଡଲାର ଅର୍ଥାତ ପ୍ରାୟ ସାଢ଼େ ସାତ କୋଟି ଟଙ୍କା ଦାନ କରିଛନ୍ତି ।

ବନ୍ଧୁଗଣ, ଆମ ଦେଶରେ ଭିନ୍ନ ଭିନ୍ନ କ୍ଷେତ୍ର ସହିତ ସମ୍ପୃକ୍ତ ବହୁତ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କୁ ସାହାଯ୍ୟ କରି ସମାଜ ପ୍ରତି ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି । ମୁଁ ବହୁତ ଖୁସି ଯେ ଏପରି ପ୍ରୟାସ ଉଚ୍ଚଶିକ୍ଷା କ୍ଷେତ୍ରରେ, ବିଶେଷକରି ଆମର ଅଲଗା ଅଲଗା ଆଇଆଇଟିଗୁଡ଼ିକରେ ନିରନ୍ତର ଦେଖିବାକୁ ମିଳୁଛି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ଏହିଭଳି ପ୍ରେରଣାଦାୟୀ ଉଦାହରଣର ଅଭାବ ନାହିଁ । ଏପରି ଉଦ୍ୟମକୁ ଆହୁରି ଅଧିକ ବଢ଼ାଇବା ପାଇଁ ଗତବର୍ଷ ସେପ୍ଟେମ୍ବର ମାସରେ ଦେଶରେ ବିଦ୍ୟାଞ୍ଜଳି ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ଏହାର ଉଦ୍ଦେଶ୍ୟ ଭିନ୍ନ ଭିନ୍ନ ସଂଗଠନ, ସିଏସ୍ଆର୍ ଏବଂ ଘରୋଇ କ୍ଷେତ୍ରର ଭାଗିଦାରୀତାରେ ସମଗ୍ର ଦେଶର ବିଦ୍ୟାଳୟ ଶିକ୍ଷାର ଗୁଣବତାରେ ଉନ୍ନତି ଆଣିବା । ବିଦ୍ୟାଞ୍ଜଳି ସାମୁଦାୟିକ ଭାଗିଦାରିତା ଓ ମାଲିକାନା ଭାବନାକୁ ଆଗକୁ ବଢ଼ାଉଛି । ନିଜର ସ୍କୁଲ, କଲେଜ ସହିତ ନିରନ୍ତର ଯୋଡ଼ିହୋଇ ରହିବା, ନିଜ କ୍ଷମତା ଅନୁସାରେ କିଛି ନା କିଛି ଯୋଗଦାନ କରିବା ଏହା ଏପରି ଏକ କଥା, ଯେଉଁଥିରୁ ସନ୍ତୋଷ ଓ ଆନନ୍ଦ ଅନୁଭବ କଲେ ହିଁ ପ୍ରକୃତ କଥା ଜାଣିହୁଏ ।

ମୋର ପ୍ରିୟ ଦେଶବାସୀଗଣ, ପ୍ରକୃତିକୁ ପ୍ରେମ ଓ ପ୍ରତ୍ୟେକ ଜୀବ ପାଇଁ କରୁଣା, ଏହା ଆମର ସଂସ୍କୃତିରେ ଅଛି ଆଉ ସ୍ୱଭାବରେ ମଧ୍ୟ ରହିଛି । ଆମର ଏହି ସଂସ୍କାରର ଏକ ଉଦାହରଣ ଏଇ ନିକଟରେ ଦେଖିବାକୁ ମିଳିଥିଲା, ଯେତେବେଳେ ମଧ୍ୟପ୍ରଦେଶର ପେଂଚ୍ ଟାଇଗର ରିଜର୍ଭରେ ଏକ ବାଘୁଣୀର ମୃତ୍ୟୁ ହେଲା । ଏହି ବାଘୁଣୀକୁ ଲୋକେ କଲାର୍ବାଲୀ ବାଘୁଣୀ କହୁଥିଲେ । ବନବିଭାଗ ଏହାକୁ ଟି-୧୫ ନାମ ଦେଇଥିଲା । ଏହି ବାଘୁଣୀର ମୃତ୍ୟୁ ଲୋକଙ୍କୁ ଏତେ ଭାବୁକ କରିଦେଲା ଯେ ସତେଯେମିତି କେହି ଜଣେ ନିଜର ଲୋକ ଦୁନିଆ ଛାଡି ଚାଲିଗଲା । ଲୋକେ ସତକୁ ସତ ତା’ର ଅନ୍ତିମ ସଂସ୍କାର କଲେ, ତାକୁ ପୂର୍ଣ୍ଣ ସମ୍ମାନ ଓ ସ୍ନେହ ସହ ବିଦାୟ ଦେଲେ । ଆପଣ ମଧ୍ୟ ଏହାର ଫଟୋ ସୋସିଆଲ୍ ମିଡିଆରେ ନିଶ୍ଚୟ ଦେଖିଥିବେ । ସମଗ୍ର ପୃଥିବୀରେ ପ୍ରକୃତି ଓ ଜୀବଜନ୍ତୁଙ୍କ ପାଇଁ ଆମର, ଭାରତୀୟଙ୍କ ଏହି ପ୍ରେମର ଖୁବ୍ ପ୍ରଶଂସା କରାଯାଇଥିଲା । କଲାରବାଲୀ ବାଘୁଣୀ ତା’ର ଜୀବନକାଳ ମଧ୍ୟରେ ୨୯ଟି ଶାବକଙ୍କୁ ଜନ୍ମ ଦେଇଥିଲା ଏବଂ ୨୫ଟିକୁ ପାଳିପୋଷି ବଡ଼ ମଧ୍ୟ କରିଥିଲା । ଆମେ ଟି-୧୫ର ଏହି ଜୀବନକୁ ନେଇ ଉତ୍ସବ ମନାଇଥିଲୁ ଏବଂ ସେ ଦୁନିଆ ଛାଡ଼ି ଯିବାପରେ ତାକୁ ଭାବପୂର୍ଣ୍ଣ ବିଦାୟ ମଧ୍ୟ ଦେଲୁ । ଏହାହିଁ ତ ଭାରତର ଲୋକଙ୍କର ବିଶେଷତ୍ୱ । ଆମେ ପ୍ରତ୍ୟେକ ଜୀବ ସହିତ ପ୍ରେମର ସମ୍ପର୍କ କରିପକାଉ । ଏପରି ହିଁ ଗୋଟିଏ ଦୃଶ୍ୟ ମୋତେ ଏଥର ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ପରେଡରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକଙ୍କ ଚାର୍ଜର୍ ଘୋଡ଼ା ବିରାଟ ନିଜର ଶେଷ ପରେଡରେ ଅଂଶଗ୍ରହଣ କରିଥିଲା । ଘୋଡ଼ା ବିରାଟ, ୨୦୦୩ରେ ରାଷ୍ଟ୍ରପତି ଭବନ ଆସିଥିଲା ଏବଂ ପ୍ରତ୍ୟେକ ଥର ଗଣତନ୍ତ୍ର ଦିବସରେ କମାଣ୍ଡାଂଟ୍ ଚାର୍ଜର୍ ଭାବେ ପରେଡର ନେତୃତ୍ୱ ନେଉଥିଲା । ଯେତେବେଳେ କୌଣସି ବିଦେଶୀ ରାଷ୍ଟ୍ରାଧ୍ୟକ୍ଷଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ କରାଯାଉଥିଲା, ସେତେବେଳେ ମଧ୍ୟ ସେ ନିଜର ଭୂମିକା ତୁଲାଉଥିଲା । ଏ ବର୍ଷ ସେନା ଦିବସରେ ଘୋଡ଼ା ବିରାଟକୁ ସେନାମୁଖ୍ୟଙ୍କ ଦ୍ୱାରା ସିଓଏଏସ୍ କମେଣ୍ଡେସନ କାର୍ଡ ମଧ୍ୟ ଦିଆଯାଇଥିଲା । ବିରାଟର ବିରାଟ ସେବାକୁ ଦେଖି ତା’ର ସେବାନିବୃତ ପରେ ସେହିପରି ଭବ୍ୟ ଭାବେ ତାକୁ ବିଦାୟ ଦିଆଗଲା ।

ମୋର ପ୍ରିୟ ଦେଶବାସୀଗଣ, ଯେତେବେଳେ ଏକନିଷ୍ଠ ପ୍ରୟାସ ହୁଏ, ମହତ୍ ଉଦ୍ଦେଶ୍ୟ ସହିତ କାମ ହୁଏ ସେତେବେଳେ ତା’ର ପରିଣାମ ମଧ୍ୟ ମିଳିଥାଏ । ଏହାର ଏକ ସୁନ୍ଦର ଉଦାହରଣ ଆସାମରେ ଦେଖିବାକୁ ମିଳିଛି । ଆସାମର ନାଁ ଧରିବା ମାତ୍ରେ ସେଠାକାର ଚା’ବଗିଚା ଓ ବହୁତଗୁଡ଼ାଏ ଜାତୀୟ ଉଦ୍ୟାନର ଚିତ୍ର ଆମ ମନରେ ଫୁଟିଉଠେ । ତା’ସହିତ ଏକଶିଙ୍ଗିଆ ଗଣ୍ଡା ଅର୍ଥାତ ୱାନ୍ ହର୍ଣ୍ଣ ରାଇନୋର ଛବି ମଧ୍ୟ ଆମ ମନରେ ଉଦ୍ଭାସିତ ହୁଏ । ଆପଣ ସମସ୍ତେ ଜାଣନ୍ତି ଯେ ଏକଶିଙ୍ଗିଆ ଗଣ୍ଡା ସବୁବେଳେ ଆସାମର ସଂସ୍କୃତିର ଏକ ଅଂଶ ଭାବେ ରହିଆସିଛି । ଭାରତରତ୍ନ ଭୂପେନ ହଜାରିକା ଜୀଙ୍କ ଏହି ଗୀତ ପ୍ରତ୍ୟେକଙ୍କ କାନରେ ଗୁଞ୍ଜରିତ ହେଉଥିବ:

SONG (Bhupen Hazarika)

ବନ୍ଧୁଗଣ, ଏହି ଗୀତର ଯେଉଁ ଅର୍ଥ ଅଛି, ତାହା ଖୁବ୍ ପ୍ରାସଙ୍ଗିକ । ଏହି ଗୀତରେ କୁହାଯାଇଛି ଯେ, କାଜିରଙ୍ଗାର ସବୁଜ ପରିବେଶ, ହାତୀ ଓ ବାଘର ନିବାସ, ଏକଶିଙ୍ଗିଆ ଗଣ୍ଡାର ପୃଥିବୀକୁ ଦେଖ, ପକ୍ଷୀଙ୍କ ମଧୁର କାକଳି ଶୁଣ । ଆସାମର ବିଶ୍ୱପ୍ରସିଦ୍ଧ ହସ୍ତତନ୍ତରେ ବୁଣା ମୁଙ୍ଗା ଓ ଏରୀର ପୋଷାକରେ ମଧ୍ୟ ଗଣ୍ଡାର ଆକୃତି ଦେଖାଯାଏ । ଆସାମର ସଂସ୍କୃତିରେ ଯେଉଁ ଗଣ୍ଡାର ଏତେ ବଡ଼ ମହିମା ରହିଛି, ତାକୁ ବି ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ୨୦୧୩ ମସିହାରେ ୩୭ ଓ ୨୦୧୪ରେ ୩୨ଟି ଗଣ୍ଡାକୁ ଶିକାରୀମାନେ ମାରିଦେଇଥିଲେ । ଏହି ସମସ୍ୟାର ସମାଧାନ ପାଇଁ ବିଗତ ସାତବର୍ଷ ମଧ୍ୟରେ ଆସାମ ସରକାରଙ୍କ ସ୍ୱତନ୍ତ୍ର ଉଦ୍ୟମ ଦ୍ୱାରା ଗଣ୍ଡା ଶିକାର ବିରୋଧରେ ଏକ ବହୁତ ବଡ଼ ଅଭିଯାନ ଚଳାଗଲା । ଗତ ୨୨ ସେପ୍ଟେମ୍ବରରେ ବିଶ୍ୱ ଗଣ୍ଡା ଦିବସ ଅବସରରେ ଶିକାରୀଙ୍କଠାରୁ ଜବତ କରାଯାଇଥିବା ୨୪୦୦ରୁ ଅଧିକ ଶିଙ୍ଗକୁ ପୋଡ଼ି ଦିଆଯାଇଥିଲା । ଏହା ଶିକାରୀମାନଙ୍କ ପାଇଁ ଏକ ଶକ୍ତ ସନ୍ଦେଶ ଥିଲା । ଏପରି ପ୍ରୟାସର ଫଳସ୍ୱରୂପ ଏବେ ଆସାମରେ ଗଣ୍ଡା ଶିକାର କ୍ରମାଗତ କମିଚାଲିଛି । ୨୦୧୩ରେ ୩୭ଟି ଗଣ୍ଡାକୁ ହତ୍ୟା କରାଯାଇଥିବାବେଳେ ୨୦୨୦ରେ ୨ଟି ଓ ୨୦୨୧ରେ ମାତ୍ର ଗୋଟିଏ ଗଣ୍ଡାକୁ ଶିକାର କରାଯାଇଥିବା ମାମଲା ସାମ୍ନାକୁ ଆସିଛି । ମୁଁ ଗଣ୍ଡାକୁ ବଂଚାଇବା ପାଇଁ ଆସାମର ଜନସାଧାରଣଙ୍କ ସଙ୍କଳ୍ପର ପ୍ରଶଂସା କରୁଛି ।

ବନ୍ଧୁଗଣ, ଭାରତୀୟ ସଂସ୍କୃତିର ବିବିଧ ରଂଗ ଏବଂ ଆଧ୍ୟାତ୍ମିକ ଶକ୍ତି ସବୁବେଳେ ସମଗ୍ର ପୃଥିବୀର ଲୋକଙ୍କୁ ଆକର୍ଷିତ କରିଥାଏ । ଯଦି ମୁଁ ଆପଣଙ୍କୁ କହିବି ଯେ ଭାରତୀୟ ସଂସ୍କୃତି, ଆମେରିକା, କାନାଡା, ଦୁବାଇ, ସିଙ୍ଗାପୁର, ପଶ୍ଚିମ ଇଉରୋପ ଓ ଜାପାନରେ ବହୁତ ଲୋକପ୍ରିୟ ହେଉଛି, ତେବେ ଏକଥା ଆପଣଙ୍କୁ ବହୁତ ସାଧାରଣ ଲାଗିବ, ଆପଣଙ୍କୁ ଆଦୌ ଆଶ୍ଚର୍ଯ୍ୟ ଲାଗିବ ନାହିଁ । କିନ୍ତୁ ଯଦି ମୁଁ କହିବି ଯେ ଭାରତୀୟ ସଂସ୍କୃତିର ଲାଟିନ ଆମେରିକା ଓ ଦକ୍ଷିଣ ଆମେରିକାରେ ମଧ୍ୟ ବଡ଼ ଆକର୍ଷଣ ରହିଛି, ସେତେବେଳେ ଆପଣ ନିଶ୍ଚୟ ଥରେ ଚିନ୍ତାରେ ପଡ଼ିଯିବେ । ମେକ୍ସିକୋରେ ଖଦିର ପ୍ରସାର କଥା ହେଉ ବା ବ୍ରାଜିଲରେ ଭାରତୀୟ ପରମ୍ପରାକୁ ଲୋକପ୍ରିୟ କରିବାର ପ୍ରୟାସ, ‘ମନ କୀ ବାତ୍’ରେ ଆମେ ଏ ବିଷୟଗୁଡ଼ିକ ସମ୍ପର୍କରେ ପୂର୍ବରୁ ଆଲୋଚନା କରିସାରିଛୁ । ଆଜି ମୁଁ ଆପଣଙ୍କୁ ଆର୍ଜେଂଟିନାରେ ଭାରତୀୟ ସଂସ୍କୃତିର ବାନା ଉଡ଼ୁଥିବା ସମ୍ପର୍କରେ କହିବି । ୨୦୧୮ରେ ଆର୍ଜେଂଟିନା ଗସ୍ତ ଅବସରରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମ ‘ଶାନ୍ତି ପାଇଁ ଯୋଗ’ରେ ମୁଁ ଅଂଶଗ୍ରହଣ କରିଥିଲି । ଏଠାରେ ଆର୍ଜେଂଟିନାର ଏକ ସଂସ୍ଥା ଅଛି-ହସ୍ତିନାପୁର ଫାଉଣ୍ଡେସନ । ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗିବ ଯେ କାହିଁ ଆର୍ଜେଂଟିନା, ଏବଂ ସେଇଠି ବି ଅଛି ହସ୍ତିନାପୁର ଫାଉଣ୍ଡେସନ । ଏ ଫାଉଣ୍ଡେସନ, ଆର୍ଜେଂଟିନାରେ ଭାରତୀୟ ବୈଦିକ ପରମ୍ପରାର ପ୍ରସାରରେ ଲାଗିଛି । ୪୦ ବର୍ଷ ପୂର୍ବେ ଏହାକୁ ପ୍ରତିଷ୍ଠା କରିଥିଲେ ଜଣେ ମହିଳା ପ୍ରଫେସର ଏଡା ଏଲବ୍ରେକ୍ଟ । ଏବେ ପ୍ରଫେସର ଏଡା ଏଲବ୍ରେକ୍ଟଙ୍କୁ ୯୦ ବର୍ଷ ହେବାକୁ ଯାଉଛି । ଭାରତ ସହିତ ତାଙ୍କର ସମ୍ପର୍କ କିଭଳି ହେଲା, ତାହା ମଧ୍ୟ ବହୁତ ରୋଚକ । ଯେତେବେଳେ ସେ ୧୮ ବର୍ଷର ଥିଲେ, ସେତେବେଳେ ପ୍ରଥମ ଥର ଭାରତୀୟ ସଂସ୍କୃତିର ଶକ୍ତି ସହିତ ତାଙ୍କର ପରିଚୟ ହେଲା । ସେ ଭାରତରେ ଦୀର୍ଘଦିନ ମଧ୍ୟ ବିତାଇଥିଲେ । ଭଗବଦ୍ ଗୀତା ଓ ଉପନିଷଦ ସମ୍ପର୍କରେ ଗଭୀର ଭାବେ ଜାଣିଲେ । ବର୍ତ୍ତମାନ ହସ୍ତିନାପୁର ଫାଉଣ୍ଡେସନର ୪୦ ହଜାରରୁ ଅଧିକ ସଦସ୍ୟ ଅଛନ୍ତି ଓ ଆର୍ଜେଂଟିନା ଏବଂ ଅନ୍ୟ ଲାଟିନ ଆମେରିକୀୟ ଦେଶଗୁଡ଼ିକରେ ଏହାର ପ୍ରାୟ ୩୦ଟି ଶାଖା ରହିଛି । ହସ୍ତିନାପୁର ଫାଉଣ୍ଡେସନ ସ୍ପେନିଶ୍ ଭାଷାରେ ୧୦୦ରୁ ଅଧିକ ବୈଦିକ ଓ ଦାର୍ଶନିକ ଗ୍ରନ୍ଥ ମଧ୍ୟ ପ୍ରକାଶିତ କରିଛି । ଏହାର ଆଶ୍ରମ ମଧ୍ୟ ବହୁତ ମନମୋହକ । ଆଶ୍ରମରେ ୧୨ଟି ମନ୍ଦିର ନିର୍ମିତ ହୋଇଛି, ଯେଉଁଥିରେ ଅନେକ ଦେବଦେବୀଙ୍କ ମୂର୍ତ୍ତି ରହିଛି । ଏସବୁର କେନ୍ଦ୍ରରେ ଏପରି ଏକ ମନ୍ଦିର ମଧ୍ୟ ରହିଛି, ଯାହାକୁ ଅଦ୍ୱୈତବାଦୀଙ୍କ ଧ୍ୟାନ କରିବା ପାଇଁ ତିଆରି କରାଯାଇଛି ।

ବନ୍ଧୁଗଣ, ଏପରି ଶହଶହ ଉଦାହରଣ ଜଣାଇଦିଏ ଯେ ଆମର ସଂସ୍କୃତି କେବଳ ଆମ ପାଇଁ ହିଁ ନୁହଁ, ବରଂ ସମଗ୍ର ପୃଥିବୀ ପାଇଁ ଏକ ଅମୂଲ୍ୟ ଐତିହ୍ୟ । ସମଗ୍ର ବିଶ୍ୱବାସୀ ତାକୁ ଜାଣିବାକୁ ଚାହାନ୍ତି, ବୁଝିବାକୁ ଚାହାନ୍ତି, ସେହିପରି ବଂଚିବାକୁ ଚାହାନ୍ତି । ଆମକୁ ମଧ୍ୟ ସଂପୂର୍ଣ୍ଣ ଦାୟିତ୍ୱବୋଧ ସହ ନିଜର ସାଂସ୍କୃତିକ ଐତିହ୍ୟକୁ ନିଜ ଜୀବନର ଅଙ୍ଗ କରିଦେଇ ଅନ୍ୟମାନଙ୍କ ନିକଟରେ ପହଂଚାଇବାର ପ୍ରୟାସ କରିବା ଦରକାର ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଏବେ ଆପଣଙ୍କୁ, ବିଶେଷକରି ନିଜର ଯୁବବନ୍ଧୁଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି । ଏବେ ଭାବନ୍ତୁ, ଆପଣ ଏକାଥରେ କେତେଥର ପୁଶ୍-ଅପ୍ସ କରିପାରିବେ । ମୁଁ ଆପଣଙ୍କୁ ଯାହା ଜଣାଇବାକୁ ଯାଉଛି, ତାହା ନିଶ୍ଚିତ ରୂପେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ମଣିପୁରର ୨୪ ବର୍ଷୀୟ ଯୁବକ ଥୌନାଓଜମ ନିରଞ୍ଜୟ ସିଂହ ଏକ ମିନିଟରେ ୧୦୯ ପୁଶ୍-ଅପ୍ସ କରିବାର ରେକର୍ଡ ସ୍ଥାପନ କରିଛନ୍ତି । ନିରଞ୍ଜୟ ସିଂହଙ୍କ ପାଇଁ ରେକର୍ଡ ଭାଙ୍ଗିବା କୌଣସି ନୂଆ କଥା ନୁହେଁ; ଏହାପୂର୍ବରୁ ମଧ୍ୟ ସେ ଏକ ମିନିଟରେ ଗୋଟିଏ ହାତରେ ସବୁଠୁ ବେଶି ନକଲ୍ ପୁଶ୍-ଅପ୍ସର ରେକର୍ଡ କରିଥିଲେ । ମୋର ସଂପୂର୍ଣ୍ଣ ବିଶ୍ୱାସ ଯେ ନିରଞ୍ଜୟ ସିଂହଙ୍କଠାରୁ ଆପଣ ପ୍ରେରଣା ପାଇବେ ଏବଂ ଶାରୀରିକ ଫିଟନେସକୁ ଆପଣ ନିଜ ଜୀବନର ଅଂଶ କରିବେ ।

ବନ୍ଧୁଗଣ, ଆଜି ମୁଁ ଆପଣଙ୍କୁ ଲଦାଖର ଏଭଳି ଏକ ବିଷୟ କହୁଛି, ଯାହା ସମ୍ପର୍କରେ ଜାଣି ଆପଣଙ୍କୁ ନିଶ୍ଚିତ ଗର୍ବ ଲାଗିବ । ଲଦାଖକୁ ଖୁବଶୀଘ୍ର ଏକ ସୁନ୍ଦର ଓପନ୍ ସିନ୍ଥେଟିକ୍ ଟ୍ରାକ୍ ଏବଂ ଏଷ୍ଟ୍ରୋ ଟର୍ଫ ଫୁଟବଲ ଷ୍ଟାଡିୟମର ଉପହାର ମିଳିବାକୁ ଯାଉଛି । ଏହି ଷ୍ଟାଡିୟମ୍ ୧୦,୦୦୦ ଫୁଟରୁ ଅଧିକ ଉଚ୍ଚସ୍ଥାନରେ ତିଆରି ହେଉଛି ଏବଂ ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ । ଲଦାଖର ଏହା ସବୁଠୁ ବଡ଼ ଓପନ୍ ଷ୍ଟାଡିଅମ୍ ହେବ, ଯେଉଁଠି ଏକାସଂଗେ ୩୦,୦୦୦ ଦର୍ଶକ ବସିପାରିବେ । ଲଦାଖର ଏହି ଆଧୁନିକ ଫୁଟବଲ ଷ୍ଟାଡିଅମରେ ୮ ଲେନ୍ ରହିଥିବା ଏକ ସିନ୍ଥେଟିକ୍ ଟ୍ରାକ୍ ମଧ୍ୟ ରହିବ । ଏହାଛଡ଼ା ଏଠାରେ ୧,୦୦୦ ଶଯ୍ୟା ଥିବା ଏକ ହଷ୍ଟେଲର ସୁବିଧା ମଧ୍ୟ ରହିବ । ଆପଣଙ୍କୁ ଏହାଜାଣି ଭଲ ଲାଗିବ ଯେ ଏହି ଷ୍ଟାଡିଅମକୁ ଫୁଟବଲର ସବୁଠୁ ବଡ଼ ସଂସ୍ଥା ଫିଫା ମଧ୍ୟ ପ୍ରମାଣପତ୍ର ଦେଇଛି । ଯେତେବେଳେ କ୍ରୀଡ଼ାର ଏପରି କିଛି ବଡ଼ ଭିତ୍ତିଭୂମି ପ୍ରସ୍ତୁତ ହୁଏ, ସେତେବେଳେ ଏହା ଦେଶର ଯୁବକଯୁବତୀଙ୍କ ପାଇଁ ସୁନ୍ଦର ସୁଯୋଗ ନେଇ ଆସେ । ତା’ ସହିତ ଯେଉଁଠି ଏପରି ବ୍ୟବସ୍ଥା ଥାଏ ସେଠାରେ ମଧ୍ୟ ସମଗ୍ର ଦେଶରୁ ଲୋକଙ୍କ ଯିବାଆସିବା ଲାଗିରହିଥାଏ, ପର୍ଯ୍ୟଟନ ଆଗକୁ ବଢ଼େ ଏବଂ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହୁଏ । ଲଦାଖର ଆମ ଅନେକ ଯୁବକଯୁବତୀଙ୍କୁ ଏହି ଷ୍ଟାଡିୟମର ଲାଭ ମଧ୍ୟ ମିଳିବ ।

ମୋର ପ୍ରିୟ ଦେଶବାସୀଗଣ, ‘ମନ କୀ ବାତ୍’ରେ ଏଥର ମୁଁ ଅନେକ ବିଷୟରେ କଥା ହେଲି । ଆଉ ଗୋଟିଏ ବିଷୟ ଅଛି, ଯାହା ଏବେ ସମସ୍ତଙ୍କ ମନ ଭିତରେ ଅଛି ଏବଂ ତାହାହେଲା କରୋନା କଥା । କରୋନାର ନୂଆ ଲହର ବିରୋଧରେ ଭାରତ ବହୁତ ସଫଳତାର ସହ ଲଢ଼ୁଛି । ଏହା ମଧ୍ୟ ଗର୍ବର କଥା ଯେ ଏ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ଚାରି କୋଟି ପିଲା କରୋନା ଟିକାର ଡୋଜ୍ ନେଇସାରିଲେଣି । ଏହାର ଅର୍ଥ ହେଲା ୧୫ରୁ ୧୮ ବର୍ଷ ବୟସ ବର୍ଗର ପ୍ରାୟ ୬୦% ଯୁବବର୍ଗ ତିନିରୁ ଚାରି ସପ୍ତାହ ମଧ୍ୟରେ ହିଁ ଟିକା ନେଇସାରିଛନ୍ତି । ଏହାଦ୍ୱାରା କେବଳ ଆମ ଯୁବକଯୁବତୀଙ୍କର ସ୍ୱାସ୍ଥ୍ୟରକ୍ଷା ହେବନାହିଁ, ବରଂ ସେମାନଙ୍କୁ ପାଠପଢ଼ା ଜାରି ରଖିବାରେ ମଧ୍ୟ ସାହାଯ୍ୟ କରିବ । ଏହା ମଧ୍ୟ ଆଉ ଗୋଟିଏ ଭଲ କଥା ଯେ ୨୦ ଦିନ ଭିତରେ ହିଁ ଏକ କୋଟି ଲୋକ ପ୍ରିକସନ୍ ଡୋଜ୍ ମଧ୍ୟ ନେଇଛନ୍ତି । ନିଜ ଦେଶର ଟିକା ଉପରେ ଦେଶବାସୀଙ୍କ ଏହି ବିଶ୍ୱାସ ଆମର ବହୁତ ବଡ଼ ଶକ୍ତି । ଏବେ ତ କରୋନା ସଂକ୍ରମଣ ମାମଲା ମଧ୍ୟ କମ୍ ହେବା ଆରମ୍ଭ ହୋଇଯାଇଛି । ଏହା ବହୁତ ସକାରାତ୍ମକ ସଙ୍କେତ । ଲୋକେ ସୁରକ୍ଷିତ ରହନ୍ତୁ, ଦେଶର ଆର୍ଥିକ ଗତିବିଧିର ବେଗ ବଜାୟ ରହୁ- ପ୍ରତ୍ୟେକ ଦେଶବାସୀଙ୍କର ଏହାହିଁ କାମନା ଏବଂ ଆପଣ ତ ଜାଣନ୍ତି ଯେ ‘ମନ୍ କୀ ବାତ୍’ରେ, କେତେକ କଥା ନ କହି ମୁଁ ରହିପାରେନି, ଯେପରିକି ‘ସ୍ୱଚ୍ଛତା ଅଭିଯାନ’କୁ ଆମେ ଭୁଲିବା ନାହିଁ, ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବିରୋଧୀ ଅଭିଯାନକୁ ଆମେ ଆହୁରି ଜୋରଦାର କରିବା ଦରକାର, ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ର ଆମର ଦାୟିତ୍ୱ ଅଟେ, ଆମକୁ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ପ୍ରାଣପଣେ ଲାଗିବାକୁ ପଡ଼ିବ । ଆମ ସମସ୍ତଙ୍କର ପ୍ର୍ରୟାସ ଦ୍ୱାରା ହିଁ ଦେଶ ବିକାଶର ନୂଆ ଉଚ୍ଚତାରେ ପହଂଚିବ । ଏହି କାମନା ସହ, ମୁଁ, ଆପଣମାନଙ୍କଠାରୁ ବିଦାୟ ନେଉଛି । ବହୁତ ବହୁତ ଧନ୍ୟବାଦ ।

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India to outpace global growth despite uncertainty, says IMF chief Georgieva

Media Coverage

India to outpace global growth despite uncertainty, says IMF chief Georgieva
NM on the go

Nm on the go

Always be the first to hear from the PM. Get the App Now!
...
Let us together make the India-Austria partnership innovation-centric and future-ready: PM Modi at the India-Austria Joint Press Meet
April 16, 2026

Your Excellency, चांसलर स्टॉकर

दोनों देशों के delegates,

मीडिया के साथियों,

नमस्कार!

ग्रूस गॉट

चांसलर स्टॉकर, आपकी पहली भारत यात्रा पर मैं आपका हार्दिक स्वागत करता हूँ। हमे बहुत खुशी है कि आपने यूरोप के बाहर अपनी पहली यात्रा के लिए भारत को चुना। यह आपके विज़न और भारत-ऑस्ट्रीया संबंधों के प्रति आपकी प्रतिबद्धता को दर्शाता है।

चार दशकों के बाद ऑस्ट्रिया के चांसलर की भारत यात्रा अत्यंत महत्वपूर्ण है। वर्ष 2026 के ऐतिहासिक भारत -यूरोपियन यूनियन फ्री ट्रेड अग्रीमन्ट के बाद, भारत और यूरोपियन यूनियन के बीच संबंधों में एक नए सुनहरे अध्याय की शुरुआत हुई है। चांसलर स्टॉकर की विज़िट से, हम भारत-ऑस्ट्रिया संबंधों को भी एक नए कालखंड में ले जा रहे हैं।

Friends,

इंफ्रास्ट्रक्चर, इनोवेशन और सस्टेनिबिलिटी में भारत और ऑस्ट्रिया भरोसेमंद साझेदार रहे हैं। दिल्ली मेट्रो हो या हिमालय पर दस हजार फीट की ऊँचाई पर बना अटल टनल, ऑस्ट्रिया की टनलिंग एक्स्पर्टीज़ ने अपनी मजबूत छाप छोड़ी है।

इतना ही नहीं, रेल्वे प्रोजेक्ट्स से लेकर गुजरात के गिरनार रोपवे तक, क्लीन एनर्जी से लेकर urban डेवलपमेंट तक, भारत के कई इंजीनियरिंग प्रोजेक्ट्स में ऑस्ट्रियन कंपनियाँ सक्रिय भागीदार रही हैं।

Friends,

चांसलर स्टॉकर की यह यात्रा ट्रेड और इनवेस्टमेंट में नई ऊर्जा लाएगी। हमे बहुत खुशी है, कि वे एक बड़े vision और बड़े बिजनस delegation के साथ भारत आए हैं।

हम ऑस्ट्रिया की एक्स्पर्टीज़, और भारत की स्पीड और स्केल को जोड़कर, पूरे विश्व के लिए reliable टेक्नॉलजी और supply chain सुनिश्चित करेंगे। हम डिफेन्स, सेमीकन्डक्टर, quantum, और bio-टेक्नॉलजी में भी अपनी पार्ट्नर्शिप को सुदृढ़ करेंगे।

साथ ही, हम इंजीनियरिंग और टेक्निकल एजुकेशन सहयोग को भी और मजबूत करेंगे। IIT दिल्ली और ऑस्ट्रिया की मोंटान यूनिवर्सिटी के बीच आज साइन किया जा रहा MOU, इस knowledge एक्सचेंज का एक उज्ज्वल उदाहरण है।

Friends,

भारत का टैलेंट, ऑस्ट्रिया की innovation और productivity को बढ़ाने की क्षमता रखता है।

2023 में हमने ऑस्ट्रिया के साथ एक व्यापक माइग्रेशन एण्ड मोबिलिटी अग्रीमन्ट किया। अब इस अग्रीमन्ट के अंतर्गत, हम nursing सेक्टर में भी मोबिलिटी को आगे बढ़ाएंगे।

हम जॉइन्ट रिसर्च और start-up सहयोग को भी और मजबूत करेंगे। यूथ एक्सचेंज को प्रमोट करने के लिए, हम आज भारत-ऑस्ट्रिया वर्किंग हॉलिडे प्रोग्राम भी लॉन्च कर रहें हैं।

Friends,

आज पूरा विश्व एक बहुत ही गंभीर और तनावपूर्ण स्थिति से गुजर रहा है। और इसका प्रभाव हम सभी पर पड़ रहा है। ऐसे तनावपूर्ण वैश्विक माहौल में, भारत और ऑस्ट्रिया, हम एकमत हैं कि, मिलिटरी कॉन्फ्लिक्ट से समस्याओं का समाधान नहीं निकल सकता। यूक्रेन हो या वेस्ट एशिया, हम एक stable, सस्टेनबल और lasting peace का समर्थन करते हैं।

हम इस बात पर भी एकमत हैं, कि बढ़ते ग्लोबल challenges के समाधान के लिए Global institutions का रिफॉर्म अनिवार्य है। और आतंकवाद को जड़ से मिटाना, हमारी साझी प्रतिबद्धता है।

Your Excellency,

2024 में मेरी ऑस्ट्रिया की यात्रा भी, चार दशकों बाद हुई थी। उस विज़िट के बाद आज भारत में आपका स्वागत करना, हमारे लिए बहुत गर्व और खुशी की बात है। आइए, हम भारत-ऑस्ट्रिया साझेदारी को इनोवेशन centric और फ्यूचर रेडी बनाएं।

बहुत-बहुत धन्यवाद।