ସେୟାର
 
Comments
ପ୍ରାୟ 1000 ବର୍ଷ ପୁରୁଣା ଅବଲୋକିତେଶ୍ୱର ପଦ୍ମପାଣିକୁ ଫେରାଇ ଅଣାଯିବା ଅତ୍ୟନ୍ତ ଆନନ୍ଦର ବିଷୟ: ପ୍ରଧାନମନ୍ତ୍ରୀ
2013 ମସିହା ପର୍ଯ୍ୟନ୍ତ ପ୍ରାୟ 13ଟି ମୂର୍ତ୍ତି ଭାରତକୁ ଫେରାଇ ଅଣାଯାଇଥିଲା । କିନ୍ତୁ, ଗତ ସାତ ବର୍ଷ ମଧ୍ୟରେ ଭାରତ ସଫଳତାର ସହ 200ରୁ ଅଧିକ ମୂଲ୍ୟବାନ ପ୍ରତିମୂର୍ତ୍ତି ଫେରାଇ ଆଣିଛି: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦୀ କିଲି ପଲ୍ ଏବଂ ନୀମାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁମାନେ ଭାରତୀୟ ଗୀତକୁ ଲିପସିଙ୍କ୍ କରି ସୋସିଆଲ ମିଡିଆରେ ଲହର ସୃଷ୍ଟି କରିଥିଲେ
ଆମ ମାତୃଭାଷା ଆମ ଜୀବନକୁ ଠିକ୍ ମାଆଙ୍କ ଭଳି ଗଢ଼ି ତୋଳିଥାଏ : ପ୍ରଧାନମନ୍ତ୍ରୀ ମୋଦୀ
ଆମେ ଗର୍ବର ସହିତ ଆମ ମାତୃଭାଷାରେ କହିବା ଉଚିତ: ପ୍ରଧାନମନ୍ତ୍ରୀ ମୋଦୀ
ଗତ ସାତ ବର୍ଷ ମଧ୍ୟରେ ଆୟୁର୍ବେଦର ଲାଭକୁ ପ୍ରୋତ୍ସାହିତ କରିବା ପାଇଁ ବହୁତ ଧ୍ୟାନ ଦିଆଯାଇଛି: ପ୍ରଧାନମନ୍ତ୍ରୀ ମୋଦୀ
ଆପଣ ଭାରତରେ ଯେଉଁଠାକୁ ଯାଆନ୍ତି, ଆପଣ ପାଇବେ ଯେ ସ୍ୱଚ୍ଛତା ଦିଗରେ କିଛି ପ୍ରୟାସ କରାଯାଉଛି: ପ୍ରଧାନମନ୍ତ୍ରୀ
ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ଆମ ଦେଶର ମହିଳାମାନେ ନୂଆ ଶିଖର ହାସଲ କରୁଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ ଯୁବକମାନଙ୍କ ମଧ୍ୟରେ ବୈଜ୍ଞାନିକ ସ୍ୱଭାବ ବିକଶିତ କରିବାକୁ ପରିବାରକୁ ଅନୁରୋଧ କରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସଭିଙ୍କୁ ସ୍ୱାଗତ । ଆଜି ‘ମନ୍ କି ବାତ୍’ର ଆରମ୍ଭ ଆମେ ଭାରତର ସାଫଲ୍ୟ ସମ୍ପର୍କରେ ଆଲୋଚନା ସହ କରିବା । ଏହି ମାସ ଆରମ୍ଭରେ ଭାରତ ଇଟାଲୀରୁ ନିଜର ଏକ ବହୁମୂଲ୍ୟ ଐତିହ୍ୟ ସାମଗ୍ରୀ ଆଣିବାରେ ସଫଳ ହୋଇଛେ । ଏହି ଐତିହ୍ୟ ସାମଗ୍ରୀଟି ହେଲା ଅବଲୋକିତେଶ୍ୱର ପଦ୍ମପାଣିଙ୍କର ଏକହଜାର ବର୍ଷରୁ ମଧ୍ୟ ଅଧିକ ପୁରାତନ ମୂର୍ତ୍ତି । ଏହି ମୂର୍ତ୍ତିଟି କିଛିବର୍ଷ ପୂର୍ବରୁ ବିହାରର ଗୟାସ୍ଥିତ ଦେବୀସ୍ଥାନ କୁଣ୍ଡଳପୁର ମନ୍ଦିରରୁ ଚୋରି ହୋଇଯାଇଥିଲା । କିନ୍ତୁ ଅନେକ ପ୍ରଚେଷ୍ଟା ପରେ ଏବେ ଭାରତକୁ ଏହି ମୂର୍ତ୍ତି ପୁଣିଥରେ ମିଳିଯାଇଛି । ଏମିତି କିଛିବର୍ଷ ପୂର୍ବେ ତାମିଲନାଡୁର ଭେଲୁରରୁ ଭଗବାନ ଆଞ୍ଜନେୟର, ହନୁମାନଙ୍କର ମୂର୍ତ୍ତି ଚୋରି ହୋଇଯାଇଥିଲା । ହନୁମାନଙ୍କର ଏହି ମୂର୍ତ୍ତି ମଧ୍ୟ ୬୦୦-୭୦୦ ବର୍ଷ ପୁରୁଣା ଥିଲା । ଏହି ମାସର ପ୍ରାରମ୍ଭରେ ଅଷ୍ଟ୍ରେଲିଆରେ ଏହା ମିଳିଲା ଯାହା ଆମ ମିଶନକୁ ହସ୍ତାନ୍ତର କରାଯାଇସାରିଛି ।

ବନ୍ଧୁଗଣ ହଜାର ହଜାର ବର୍ଷ ଧରି ଆମ ଇତିହାସରେ ଦେଶର କୋଣ ଅନୁକୋଣରେ ଏକରୁ ବଢ଼ି ଆରେକ ମୂର୍ତ୍ତି ତିଆରି ହୋଇଛି । ଏଗୁଡ଼ିକ ମଧ୍ୟରେ ଆମର ଶ୍ରଦ୍ଧା ରହିଥିଲା, ସାମର୍ଥ୍ୟ ମଧ୍ୟ ରହିଥିଲା, କୌଶଳ ମଧ୍ୟ ରହିଥିଲା ଏବଂ ଏସବୁ ବିବିଧତାରେ ପରିପୂର୍ଣ୍ଣ ଥିଲା ଓ ଆମର ପ୍ରତ୍ୟେକ ମୂର୍ତ୍ତିର ଇତିହାସରେ ତତ୍କାଳୀନ ସମୟର ପ୍ରଭାବ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ । ଏହି ମୂର୍ତ୍ତିଟି ଭାରତର ମୂର୍ତ୍ତିକଳାର ଗୋଟିଏ ଉକ୍ରୃଷ୍ଟ ଉଦାହରଣ ନିଶ୍ଚିତ ଭାବେ ଥିଲା । ଏଥିସହ ଏହା ସହିତ ଆମର ଆସ୍ଥା ମଧ୍ୟ ଯୋଡ଼ିହୋଇ ରହିଥିଲା । କିନ୍ତୁ ଅତୀତରେ ଅନେକ ମୂର୍ତ୍ତି ଚୋରିହୋଇ ଭାରତ ବାହାରକୁ ଚାଲିଯାଇଛି । କେତେବେଳେ ଏହି ଦେଶରେ ତ କେତେବେଳେ ସେହି ଦେଶରେ ଏହି ମୂର୍ତ୍ତିଗୁଡ଼ିକ ବିକ୍ରି ହୋଇଛି ଏବଂ ସେମାନଙ୍କ ପାଇଁ ତ ଏଗୁଡ଼ିକ ମାତ୍ର ଗୋଟିଏ ଗୋଟିଏ କଳାକୃତି ଥିଲା । ସେମାନଙ୍କର ନା ଏହାର ଇତିହାସ ସହ କୌଣସି ସମ୍ପର୍କ ଥିଲା; ନା ସେମାନଙ୍କର ଏଥିରେ କୌଣସି ଶ୍ରଦ୍ଧା ଥିଲା । ଏହି ମୂର୍ତ୍ତିଗୁଡ଼ିକୁ ଫେରାଇଆଣିବା ଭାରତମାତାଙ୍କ ପ୍ରତି ଆମ କର୍ତ୍ତବ୍ୟ । ଏହି ମୂର୍ତ୍ତିଗୁଡ଼ିକରେ ଭାରତର ଆତ୍ମା, ଆସ୍ଥାର ଗୋଟିଏ ଅଂଶ ନିହିତ । ଏଗୁଡ଼ିକର ଗୋଟିଏ ସାଂସ୍କୃତିକ – ଐତିହାସିକ ଗୁରୁତ୍ୱ ମଧ୍ୟ ରହିଛି । ଏହି ଦାୟିତ୍ୱକୁ ହୃଦୟଙ୍ଗମ କରି ଭାରତ ନିଜର ପ୍ରଚେଷ୍ଟା ବୃଦ୍ଧି କଲା । ଏହାର ଅନ୍ୟ ଏକ କାରଣ ଏହା ଥିଲା ଯେ ଚୋରି କରିବାର ପ୍ରବୃତିରେ ଗୋଟିଏ ଭୟ ମଧ୍ୟ ସୃଷ୍ଟି ହେଲା । ଯେଉଁ ଦେଶଗୁଡ଼ିକରେ ଏହି ମୂର୍ତ୍ତିଗୁଡ଼ିକ ଚୋରିକରି ନିଆଯାଇଥିଲା ଏବେ ସେମାନେ ମଧ୍ୟ ଏକଥା ଅନୁଭବ କଲେ ଯେ ଭାରତ ସହ ସମ୍ପର୍କରେ ସଫ୍ଟ ପାୱାରର ଯେଉଁ କୂଟନୈତିକ ସମ୍ପର୍କ ରହିଥାଏ ସେଥିରେ ଏହାର ମଧ୍ୟ ବହୁତ ବଡ଼ ଗୁରୁତ୍ୱ ହୋଇପାରେ । କାରଣ ଏହାସହିତ ଭାରତର ଆସ୍ଥା ଜଡ଼ିତ ହୋଇରହିଛି । ଭାରତର ଶ୍ରଦ୍ଧା ଯୋଡ଼ିହୋଇ ରହିଛି ଏବଂ ପ୍ରକାରାନ୍ତରେ ଲୋକଙ୍କ ସହିତ ଲୋକଙ୍କ ସମ୍ପର୍କ ରକ୍ଷା କରିବାରେ ମଧ୍ୟ ଏହା ଶକ୍ତିଶାଳୀ ପ୍ରମାଣିତ ହୋଇପାରେ । କିଛିଦିନ ପୂର୍ବରୁ ଆପଣମାନେ ଲକ୍ଷ୍ୟ କରିଥିବେ ଯେ କାଶୀରୁ ଚୋରିହୋଇଥିବା ମା’ ଅନ୍ନପୂର୍ଣ୍ଣା ଦେବୀଙ୍କ ପ୍ରତିମା ମଧ୍ୟ ଫେରାଇ ଅଣାଯାଇଥିଲା । ଏହା ଭାରତ ପ୍ରତି ବଦଳୁଥିବା ବିଶ୍ୱର ଦୃଷ୍ଟିକୋଣର ହିଁ ଉଦାହରଣ । ୨୦୧୩ ପର୍ଯ୍ୟନ୍ତ ପ୍ରାୟ ତେରଟି ମୂର୍ତ୍ତି ଭାରତକୁ ଆସିଥିଲା । କିନ୍ତୁ ଗତ ସାତବର୍ଷରେ ୨୦୦ରୁ ଅଧିକ ମୂଲ୍ୟବାନ ମୂର୍ତ୍ତିଗୁଡ଼ିକୁ ଭାରତ ସଫଳତାର ସହିତ ଫେରାଇ ଆଣିସାରିଛି । ଆମେରିକା, ବ୍ରିଟେନ୍, ହଲାଣ୍ଡ, ଫ୍ରାନ୍ସ, କାନାଡ଼ା, ଜର୍ମାନୀ, ସିଙ୍ଗାପୁର ଏହିଭଳି ଅନେକ ଦେଶ ଭାରତର ଏହି ଭାବନାକୁ ବୁଝିଲେ ଏବଂ ମୂର୍ତ୍ତିଗୁଡ଼ିକ ଫେରାଇ ଆଣିବାରେ ଆମକୁ ସହାୟତା କଲେ । ମୁଁ ଗତବର୍ଷ ସେପ୍ଟେମ୍ବର ମାସରେ ଯେତେବେଳେ ଆମେରିକା ଯାଇଥିଲି ସେତେବେଳେ ସେଠାରେ ମତେ ଅନେକ ବହୁପୁରାତନ ମୂର୍ତ୍ତି ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ଅନେକ ବସ୍ତୁ ମିଳିଲା । ଦେଶର କୌଣସି ବହୁମୂଲ୍ୟ ସମ୍ପତି ଯେତେବେଳେ ପୁନର୍ବାର ମିଳେ ସେତେବେଳେ ଇତିହାସରେ ଶ୍ରଦ୍ଧା ଥିବା, ପ୍ରତ୍ନତତ୍ୱରେ ଶ୍ରଦ୍ଧା ଥିବା, ଆସ୍ଥା ଏବଂ ସଂସ୍କୃତି ସହ ସମ୍ପର୍କ ଥିବା ଲୋକେ ଏବଂ ଜଣେ ଭାରତୀୟ ହୋଇଥିବା ଦୃଷ୍ଟିରୁ ଆମେ ସମସ୍ତେ ସନ୍ତୁଷ୍ଟ ହେବା ସ୍ୱାଭାବିକ ।

ବନ୍ଧୁଗଣ, ଭାରତୀୟ ସଂସ୍କୃତି ଏବଂ ନିଜର ସମ୍ପତି କଥା କହିବା ସମୟରେ ମୁଁ ଆଜି ଆପଣଙ୍କୁ ‘ମନ୍ କି ବାତ୍’ରେ ଦୁଇଜଣ ବ୍ୟକ୍ତିଙ୍କ ସହ ପରିଚିତ କରାଇବାକୁ ଚାହୁଁଛି । ଆଜିକାଲି ଫେସବୁକ୍, ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ତାଞ୍ଜାନିଆର ଦୁଇ ଭାଇଭଉଣୀ କିଲି ପଲ୍ ଏବଂ ତାଙ୍କ ଭଉଣୀ ନିମା ଖୁବ୍ ଚର୍ଚ୍ଚାରେ ରହିଛନ୍ତି ଏବଂ ମୋର ଦୃଢ଼ବିଶ୍ୱାସ ଯେ ଆପଣମାନେ ମଧ୍ୟ ସେମାନଙ୍କ ବିଷୟରେ ନିଶ୍ଚୟ ଶୁଣିଥିବେ । ସେମାନଙ୍କ ଭିତରେ ଭାରତୀୟ ସଙ୍ଗୀତକୁ ନେଇ ଗୋଟିଏ ନିଶା, ପାଗଳାମି ରହିଛି ଏବଂ ଏହି କାରଣରୁ ସେମାନେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି । ଲିପ୍ ସିଙ୍କ୍ର ସେମାନଙ୍କ ଢଙ୍ଗରୁ ଜଣାପଡୁଛି ଯେ ଏଥିପାଇଁ ସେମାନେ କେତେ ଅଧିକ ପରିଶ୍ରମ କରୁଛନ୍ତି । ନିକଟ ଅତୀତରେ, ଗଣତନ୍ତ୍ର ଦିବସ ଅବସରରେ ଆମର ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଗାଉଥିବା ତାଙ୍କର ଭିଡ଼ିଓଟି ବହୁତ ଭାଇରାଲ ହୋଇଥିଲା । କିଛିଦିନ ପୂର୍ବେ ସେମାନେ ଲତା ଦିଦିଙ୍କର ଗୋଟିଏ ଗୀତ ଗାଇ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଥିଲେ । ମୁଁ ଏହି ଅଦ୍ଭୁତ କ୍ରିଏଟିଭିଟି ପାଇଁ ଏହି ଦୁଇ ଭାଇଭଉଣୀ କିଲି ଏବଂ ନିମାଙ୍କର ବହୁ ପ୍ରଶଂସା କରୁଛି । କିଛିଦିନ ପୂର୍ବେ ତାଞ୍ଜାନିଆରେ ଭାରତୀୟ ଦୂତାବାସରେ ଏମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ଭାରତୀୟ ସଙ୍ଗୀତରେ ଏଭଳି କିଛି କୁହୁକ ରହିଛି ଯାହା ସମସ୍ତଙ୍କୁ ଆକର୍ଷିତ କରିନେଉଛି । ମୋର ମନେଅଛି, କିଛିବର୍ଷ ପୂର୍ବେ ବିଶ୍ୱର ୧୫୦ରୁ ଅଧିକ ଦେଶର ଗାୟକ ଏବଂ ସଙ୍ଗୀତ ନିର୍ଦେଶକମାନେ ନିଜ ନିଜ ଦେଶରେ, ନିଜ ନିଜ ବେଶଭୂଷାରେ ପୂଜ୍ୟ ବାପୁଙ୍କ ପ୍ରିୟ, ମହାତ୍ମାଗାନ୍ଧୀଙ୍କ ପ୍ରିୟ ଭଜନ, ‘ବୈଷ୍ଣବ ଜନ’ ଗାଇବାର ସଫଳ ପ୍ରୟୋଗ କରିଥିଲେ ।

ଆଜି ଯେତେବେଳେ ଭାରତ ନିଜ ସ୍ୱାଧୀନତାର ୭୫ତମ ବର୍ଷର ଗୁରୁତ୍ୱପୂର୍ଣ୍ଣ ପର୍ବ ପାଳନ କରିବାକୁ ଯାଉଛି ସେତେବେଳେ ଦେଶଭକ୍ତି ଗୀତକୁ ନେଇ ମଧ୍ୟ ଏଭଳି ପ୍ରୟୋଗ କରାଯାଇପାରେ । ଯେଉଁଠି ବିଦେଶୀ ନାଗରିକମାନଙ୍କୁ ସେଠାକାର ସୁବିଖ୍ୟାତ ଗାୟକମାନଙ୍କୁ ଭାରତୀୟ ଦେଶଭକ୍ତି ଗୀତ ଗାଇବା ପାଇଁ ନିମନ୍ତ୍ରଣ କରାଯାଇପାରେ । କେବଳ ସେତିକି ନୁହେଁ ଯଦି ତାଞ୍ଜାନିଆରେ କିଲି ଏବଂ ନିମା ଭାରତର ଗୀତଗୁଡ଼ିକୁ ଏହିଭଳି ଭାବରେ ଲିପ୍ ସିଙ୍କ୍ କରିପାରୁଛନ୍ତି ସେହିଭଳି ଆମ ଦେଶର ବିଭିନ୍ନ ଭାଷାରେ ଥିବା ଯେଉଁ ଅନେକ ପ୍ରକାରର ଗୀତକୁ ଯେମିତିକି, କୌଣସି ଗୁଜୁରାଟୀ ପିଲା ତାମିଲ ଗୀତକୁ ନେଇ କରନ୍ତୁ, କୌଣସି କେରଳୀ ପିଲା ଅସମୀୟା ଗୀତକୁ ନେଇ କରନ୍ତୁ, କୌଣସି କନ୍ନଡ଼ ପିଲା ଜମ୍ମୁ କଶ୍ମୀରର ଗୀତ ଉପରେ ମଧ୍ୟ କରିପାରିବେ । ଆମେ ଗୋଟିଏ ଏଭଳି ବାତାବରଣ ସୃଷ୍ଟି କରିପାରିବା ଯେଉଁଥିରେ ‘ଏକ ଭାରତ – ଶ୍ରେଷ୍ଠ ଭାରତ’କୁ ଆମେ ଅନୁଭବ କରିପାରିବା । କେବଳ ସେତିକି ନୁହେଁ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବକୁ ଗୋଟିଏ ନୂଆ ଢଙ୍ଗରେ ନିଶ୍ଚୟ ପାଳନ କରିପାରିବା । ମୁଁ ଦେଶର ଯୁବପିଢ଼ିଙ୍କୁ ଆହ୍ୱାନ କରୁଛି, ଆସନ୍ତୁ ଭାରତୀୟ ଭାଷାରେ ଯେଉଁ ଲୋକପ୍ରିୟ ଗୀତଗୁଡ଼ିକ ରହିଛି ସେଗୁଡ଼ିକର ଆପଣ ନିଜ ଢଙ୍ଗରେ ଭିଡ଼ିଓ ପ୍ରସ୍ତୁତ କରନ୍ତୁ, ଆପଣ ବହୁତ ଲୋକପ୍ରିୟ ହୋଇଯିବେ ଏବଂ ଦେଶର ଯୁବପିଢ଼ି ମଧ୍ୟ ଦେଶର ବିବିଧତା ସହିତ ପରିଚିତ ହେବ ।

ମୋର ପ୍ରିୟ ଦେଶବାସୀଗଣ, ମାତ୍ର କିଛିଦିନ ପୂର୍ବରୁ ହିଁ ଆମେ ମାତୃଭାଷା ଦିବସ ପାଳନ କରିଛୁ । ମାତୃଭାଷା ଶବ୍ଦ କେଉଁଠୁ ଆସିଲା, ଏହାର ଉତ୍ପତି କିଭଳି ହେଲା ବିଦ୍ୱାନ ବ୍ୟକ୍ତିମାନେ ଏହାକୁ ନେଇ ବହୁତ କିଛି ଆକାଡେମିକ୍ ଇନପୁଟ୍ ଦେଇପାରିବେ । ମାତୃଭାଷା ପାଇଁ ମୁଁ ତ କେବଳ ଏତିକି କହିବି ଯେ ଆମ ମା’ ଯେଉଁଭଳି ଭାବରେ ଆମ ଜୀବନକୁ ଗଢ଼ନ୍ତି ଠିକ୍ ସେହିଭଳି ଭାବରେ ମାତୃଭାଷା ମଧ୍ୟ ଆମ ଜୀବନକୁ ଗଢ଼ିଥାଏ । ମା’ ଏବଂ ମାତୃଭାଷା ଦୁହେଁ ମିଶି ଜୀବନର ମୂଳଦୁଆକୁ ମଜଭୁତ୍ କରିଥାନ୍ତି, ଦୀର୍ଘଜୀବୀ କରିଥାନ୍ତି । ଯେମିତି ଆମେ ନିଜ ମା’ଙ୍କୁ ଛାଡ଼ିପାରିବା ନାହିଁ ଠିକ୍ ସେହିଭଳି ନିଜର ମାତୃଭାଷାକୁ ମଧ୍ୟ ଛାଡ଼ିପାରିବାନି । ଅନେକ ବର୍ଷ ତଳର ଗୋଟିଏ କଥା ମୋର ମନେଅଛି ଯେତେବେଳେ ମୋତେ ଆମେରିକା ଗସ୍ତରେ ଯିବାକୁ ପଡ଼ିଥିଲା ସେତେବେଳେ ବିଭିନ୍ନ ପରିବାର ସହ ଭେଟିବାର ମୋତେ ସୁଯୋଗ ମିଳୁଥିଲା । ଥରେ ଗୋଟିଏ ତେଲୁଗୁ ପରିବାର ସହ ସାକ୍ଷାତ କରିବାର ସୁଯୋଗ ମିଳିଲା ଏବଂ ସେଠାରେ ଗୋଟିଏ ଦୃଶ୍ୟ ଦେଖି ମୋତେ ବହୁତ ଖୁସି ଲାଗିଲା । ସେମାନେ ମୋତେ କହିଲେ ଯେ ଆମେ ପରିବାରରେ ଗୋଟିଏ ନିୟମ ରଖିଛୁ ଯେ ଯେତେ କାମ ଥାଉ ପଛେ ଯଦି ଆମେ ସହର ବାହାରକୁ ନ ଯାଇଛୁ ତାହେଲେ ପରିବାରର ସମସ୍ତ ସଭ୍ୟ ଡିନର ଟେବୁଲରେ ଏକାଠି ବସି ଭୋଜନ କରିବା ଏବଂ ଅନ୍ୟକଥା ହେଲା ଡିନର ଟେବୁଲରେ ସମସ୍ତେ ବାଧ୍ୟତାମୂଳକ ଭାବେ ତେଲୁଗୁ ଭାଷାରେ କଥାବାର୍ତ୍ତା ହେବେ । ଯେଉଁ ପିଲାମାନଙ୍କର ଜନ୍ମ ସେଠାରେ ହୋଇଥିଲା ସେମାନଙ୍କ ପାଇଁ ମଧ୍ୟ ଏହି ନିୟମ ପ୍ରଯୁଜ୍ୟ ଥିଲା । ନିଜର ମାତୃଭାଷା ପ୍ରତି ସେମାନଙ୍କର ଏହି ପ୍ରୀତିକୁ ଦେଖି ଏହି ପରିବାର ଦ୍ୱାରା ମୁଁ ବହୁ ପ୍ରଭାବିତ ହୋଇଥିଲି ।

ବନ୍ଧୁଗଣ, ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ କିଛି ଲୋକ ଏଭଳି ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ରହିଛନ୍ତି ଯେଉଁ କାରଣରୁ ସେମାନଙ୍କୁ ନିଜ ଭାଷା, ନିଜ ବେଶଭୂଷା, ନିଜ ଖାଦ୍ୟପେୟକୁ ନେଇ ମନରେ ସଙ୍କୋଚ ଭାବ ରହିଛି । କିନ୍ତୁ ସାରା ବିଶ୍ୱରେ କେଉଁଠି ମଧ୍ୟ ଏଭଳି ସ୍ଥିତି ନାହିଁ । ଏହା ଆମ ମାତୃଭାଷା, ଆମେ ଗର୍ବର ସହ ଏହାକୁ ବ୍ୟବହାର କରିବା ଉଚିତ । ଆଉ ପୁଣି ଆମ ଭାରତ ତ ଭାଷାଗୁଡ଼ିକୁ ନେଇ ଏତେ ସମୃଦ୍ଧ ଯେ ଏହାର ତୁଳନା ହିଁ ନାହିଁ । ଆମ ଭାଷାଗୁଡ଼ିକର ସବୁଠାରୁ ବଡ଼ ସୌନ୍ଦର୍ଯ୍ୟ ହେଲା ଯେ କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏ, କଚ୍ଛ ଠାରୁ କୋହିମା ଯାଏ ଶହ ଶହ ଭାଷା, ହଜାର ହଜାର କଥିତ ଭାଷା ପରସ୍ପରଠାରୁ ଭିନ୍ନ ହେବାସତ୍ୱେ ପରସ୍ପର ସହ ଗୋଟିଏ ଆରଟି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଭାଷା ଅନେକ – ଭାବନା ଏକ । ଶହ ଶହ ବର୍ଷଧରି ଆମ ଭାଷାଗୁଡ଼ିକ ପରସ୍ପରଠାରୁ ଶିଖି ନିଜକୁ ପରିଷ୍କୃତ କରିଆସିଛି, ପରସ୍ପରକୁ ବିକଶିତ କରିଆସିଛି । ଭାରତରେ ବିଶ୍ୱର ସବୁଠାରୁ ପୁରାତନ ଭାଷା ତାମିଲ ରହିଛି । ଏହି କଥାକୁ ନେଇ ପ୍ରତ୍ୟେକ ଭାରତୀୟଙ୍କ ମନରେ ଗର୍ବ ହେବା ଉଚିତ ଯେ ବିଶ୍ୱର ଏତେବଡ଼ ବୌଦ୍ଧିକ ସମ୍ପତି ଆମ ପାଖରେ ରହିଛି । ସେହିଭଳି ଭାବରେ ଯେତେ ପୁରାତନ ଧର୍ମଶାସ୍ତ୍ର ରହିଛି, ସେଗୁଡ଼ିକର ପରିପ୍ରକାଶ ମଧ୍ୟ ଆମ ସଂସ୍କୃତ ଭାଷାରେ ହୋଇଛି । ଭାରତର ଲୋକେ ପ୍ରାୟ ୧୨୧ ମାତୃଭାଷା ସହିତ ଜଡ଼ିତ ଯାହା ଆମପାଇଁ ଗର୍ବର ବିଷୟ ଏବଂ ସେଥିରୁ ୧୪ଟି ଭାଷା ଏଭଳି ରହିଛି ଯାହାକୁ ଏକ କୋଟିରୁ ଅଧିକ ଲୋକ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରନ୍ତି । ଅର୍ଥାତ୍ ଅନେକ ୟୁରୋପୀୟ ଦେଶଗୁଡ଼ିକର ମୋଟ ଜନସଂଖ୍ୟା ଯେତିକି ନୁହେଁ ତା’ଠାରୁ ଅଧିକ ଲୋକ ଏଠାରେ ଭିନ୍ନ ଭିନ୍ନ ୧୪ ଭାଷା ସହ ଜଡ଼ିତ । ୨୦୧୯ରେ ହିନ୍ଦୀ ବିଶ୍ୱର ସବୁଠାରୁ ଅଧିକ କଥିତ ଭାଷାମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଥିଲା । ଏହାମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୋଟିଏ ଗର୍ବର ବିଷୟ ହେବା ଦରକାର । ଭାଷା କେବଳ ଭାବପ୍ରକାଶର ମାଧ୍ୟମ ହିଁ ନୁହେଁ ବରଂ ଏହା ସମାଜର ସଂସ୍କୃତି ଏବଂ ବୌଦ୍ଧିକ ସମ୍ପତିକୁ ମଧ୍ୟ ସଂରକ୍ଷିତ କରିରଖିଥାଏ । ନିଜ ଭାଷାର ବୌଦ୍ଧିକ ସମ୍ପତିକୁ ସଂରକ୍ଷିତ କରିବାର ଏଭଳି ଗୋଟିଏ କାମ ସୁରିନାମରେ ସୁରଜନ ପରୋହି କରୁଛନ୍ତି । ଚଳିତ ମାସ ୨ ତାରିଖରେ ସେ ଜୀବନର ୮୪ତମ ବର୍ଷରେ ପ୍ରବେଶ କଲେ । ତାଙ୍କର ପୂର୍ବଜ ମଧ୍ୟ ଅନେକ ବର୍ଷ ପୂର୍ବେ ହଜାର ହଜାର ଶ୍ରମିକଙ୍କ ସହ ରୋଜଗାର ପାଇଁ ସୁରିନାମ୍ ଯାଇଥିଲେ । ସୁରଜନ ପରୋହି ହିନ୍ଦୀରେ ବହୁତ ଭଲ କବିତା ରଚନା କରନ୍ତି । ସେଠାକାର ଜାତୀୟ କବିମାନଙ୍କ ମଧ୍ୟରେ ମଧ୍ୟ ସେ ପରିଗଣିତ । ଅର୍ଥାତ୍ ଆଜି ମଧ୍ୟ ତାଙ୍କ ହୃଦୟରେ ଭାରତ ସ୍ପନ୍ଦିତ ହେଉଛି । ତାଙ୍କ କାର୍ଯ୍ୟରେ ଭାରତର ମାଟିର ମହକ ଭରିରହିଛି । ସୁରିନାମର ଲୋକେ ସୁରଜନ ପରୋହିଙ୍କ ନାମରେ ଗୋଟିଏ ସଂଗ୍ରହାଳୟ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ମୋ ପାଇଁ ଏହା ଗୋଟିଏ ସୁଖକର ବିଷୟ ଯେ ୨୦୧୫ରେ ମୋତେ ତାଙ୍କୁ ସମ୍ମାନିତ କରିବାର ସୁଯୋଗ ମିଳିଥିଲା ।

ବନ୍ଧୁଗଣ, ଆଜିର ଦିନ ଅର୍ଥାତ୍ ଫେବୃୟାରୀ ୨୭ ତାରିଖ ମରାଠୀ ଭାଷା ପାଇଁ ମଧ୍ୟ ଗୋଟିଏ ଗୌରବର ଦିନ ।

“ସର୍ବ ମରାଠୀ ବନ୍ଧୁ ଭଗିନୀନା ମରାଠୀ ଭାଷା ଦିନାଚ୍ୟା ହାର୍ଦ୍ଦିକ ଶୁଭେଚ୍ଛା” ।

ଅର୍ଥାତ୍ - ସମସ୍ତ ମରାଠୀଭାଷୀ ଭାଇଭଉଣୀମାନଙ୍କୁ ମରାଠୀ ଭାଷାଦିବସର ଆନ୍ତରିକ ଶୁଭେଚ୍ଛା ।

ଏହି ଦିନଟି ମରାଠୀ କବି, ବିଷ୍ଣୁ ବାମନ ଶିରୱାଡକର, କୁସୁମାଗ୍ରଜଙ୍କୁ ସମର୍ପିତ । ଆଜି ମଧ୍ୟ କୁସୁମାଗ୍ରଜଙ୍କର ଜୟନ୍ତୀ । କୁସୁମାଗ୍ରଜ ମରାଠୀ ଭାଷାରେ ଅନେକ କବିତା ଏବଂ ନାଟକ ରଚନା କରି ମରାଠୀ ସାହିତ୍ୟକୁ ଗୋଟିଏ ନୂତନ ଶିଖରକୁ ନେଇଯାଇଥିଲେ ।

ବନ୍ଧୁଗଣ, ଆମ ଭାଷାଗୁଡ଼ିକର ନିଜ ନିଜର ବିଶେଷତ୍ୱ ରହିଛି, ମାତୃଭାଷାର ନିଜର ଗୋଟିଏ ବିଜ୍ଞାନ ରହିଛି । ଏହି ବିଜ୍ଞାନକୁ ହୃଦୟଙ୍ଗମ କରି, ଜାତୀୟ ଶିକ୍ଷାନୀତିରେ, ସ୍ଥାନୀୟ ଭାଷାରେ, ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଆମର ବୃତ୍ତିଗତ ପାଠ୍ୟକ୍ରମଗୁଡ଼ିକ ମଧ୍ୟ ସ୍ଥାନୀୟ ଭାଷାରେ ଶିକ୍ଷାଦାନ କରାଯାଉ ସେଥିପାଇଁ ଉଦ୍ୟମ ଜାରି ରହିଛି । ସ୍ୱାଧୀନତାର ଅମୃତ କାଳରେ ଏହି ପ୍ରଚେଷ୍ଟାଗୁଡ଼ିକୁ ଆମେ ସମସ୍ତେ ମିଶି ଆହୁରି ଗତିଶୀଳ କରିବା ଉଚିତ । ଏହା ସ୍ୱାଭିମାନର ଏକ କାର୍ଯ୍ୟ । ମୁଁ ଚାହୁଁଛି ଯେ ଆପଣ ଯେଉଁ ମାତୃଭାଷା ବ୍ୟବହାର କରୁଛନ୍ତି ତା’ର ବିଶେଷତ୍ୱ ବିଷୟରେ ନିଶ୍ଚୟ ଜାଣନ୍ତୁ ଏବଂ କିଛି ନା କିଛି ଲେଖନ୍ତୁ ।

ବନ୍ଧୁଗଣ, କିଛିଦିନ ପୂର୍ବେ ମୋର ବନ୍ଧୁ ଏବଂ କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ରାଇଲା ଓଡିଙ୍ଗାଙ୍କ ସହ ମୋର ସାକ୍ଷାତ ହୋଇଥିଲା । ଏହି ସାକ୍ଷାତ କୌତୁହଳପୂର୍ଣ୍ଣ ଥିବାସହ ଭାବପ୍ରବଣ ମଧ୍ୟ ଥିଲା । ଅନ୍ତରଙ୍ଗ ବନ୍ଧୁ ହୋଇଥିବା ଯୋଗୁଁ ଆମେ ଅନେକ ମନଖୋଲା କଥା ହୋଇଥାଉ । ଆମ ବାର୍ତ୍ତାଳାପ ସମୟରେ ଓଡିଙ୍ଗା ମହାଶୟ ନିଜ ଝିଅ ସମ୍ପର୍କରେ କହିଲେ । ତାଙ୍କ ଝିଅ ରୋଜମେରୀକୁ ବ୍ରେନ୍ ଟ୍ୟୁମର ହୋଇଯାଇଥିଲା ଏବଂ ଏଥିପାଇଁ ତାଙ୍କୁ ନିଜ ଝିଅର ସର୍ଜରୀ କରାଇବାକୁ ପଡ଼ିଥିଲା । କିନ୍ତୁ ତାହାର ଗୋଟିଏ କୁପରିଣାମ ଏହାହେଲା ଯେ ରୋଜମେରୀଙ୍କ ଦୃଷ୍ଟିଶକ୍ତି ପ୍ରାୟତଃ ନଷ୍ଟ ହୋଇଗଲା । ସେ ଝିଅର କ’ଣ ଅବସ୍ଥା ହୋଇଥିବ ଏବଂ ତାଙ୍କ ପିତାଙ୍କ ସ୍ଥିତି କ’ଣ ହୋଇଥିବ ଏହା ଆପଣ କଳ୍ପନା ଏବଂ ଅନୁମାନ କରିପାରୁଥିବେ । ବିଶ୍ୱର ବଡ଼ ଦେଶମାନଙ୍କରେ ଥିବା ଏଭଳି କୌଣସି ଚିକିତ୍ସାଳୟ ନ ଥିବ ଯେଉଁଠି ସେ ନିଜ ଝିଅର ଚିକିତ୍ସା ପାଇଁ ଆପ୍ରାଣ ଉଦ୍ୟମ ନ କରିଛନ୍ତି । ବିଶ୍ୱର ବଡ଼ ବଡ଼ ଦେଶରେ ଚେଷ୍ଟା କଲେ କିନ୍ତୁ କୌଣସି ସଫଳତା ମିଳିଲାନି । ଶେଷରେ ସେ ଆଶା ଛାଡ଼ିଦେଲେ । ସାରା ଘର ଭିତରେ ଏକ ନୈରାଶ୍ୟର ବାତାବରଣ ସୃଷ୍ଟି ହୋଇଗଲା । ଏହି ସମୟରେ କେହି ତାଙ୍କୁ ଭାରତରେ ଆୟୁର୍ବେଦିକ ଚିକିତ୍ସା ପାଇଁ ଯିବାକୁ ପ୍ରସ୍ତାବ ଦେଲେ । ସେ ବହୁତ କିଛି କରିସାରିଥିଲେ ଏବଂ କ୍ଳାନ୍ତ ମଧ୍ୟ ହୋଇସାରିଥିଲେ । ତଥାପି ଥରେ ଏହି ଚେଷ୍ଟା କରିଦେଖିବାକୁ ସେ ମନସ୍ଥ କଲେ । ସେ ଭାରତ ଆସି କେରଳର ଗୋଟିଏ ଆୟୁର୍ବେଦିକ ଚିକିତ୍ସାଳୟରେ ନିଜ ଝିଅର ଚିକିତ୍ସା କରାଇବା ଆରମ୍ଭ କଲେ । ଅନେକ ଦିନ ଝିଅ ଏଠାରେ ରହିଲେ । ଏହି ଆୟୁର୍ବେଦ ଚିକିତ୍ସା ପ୍ରଭାବରେ ରୋଜମେରୀଙ୍କ ଦୃଷ୍ଟିଶକ୍ତି ଅନେକାଂଶରେ ଫେରିଆସିଲା । ଆପଣ କଳ୍ପନା କରିପାରୁଥିବେ ସତେ ଯେମିତି ତାଙ୍କୁ ଗୋଟିଏ ନୂଆ ଜୀବନ ମିଳିଗଲା । ରୋଜମେରୀଙ୍କ ଦୃଷ୍ଟିଶକ୍ତି ଫେରିଯିବାରୁ ତାଙ୍କ ଜୀବନ ତ ଆଲୋକିତ ହେଲା କିନ୍ତୁ ସାରା ପରିବାରରେ ମଧ୍ୟ ଆଲୋକର ଏକ ନୂତନ କିରଣ ସୃଷ୍ଟି ହେଲା । ଓଡିଙ୍ଗା ମହାଶୟ ଏତେ ଭାବବିହ୍ୱଳ ହୋଇ ମୋତେ ଏକଥା କହୁଥିଲେ ଯେ ଭାରତର ଆୟୁର୍ବେଦର ଏହି ଜ୍ଞାନ, ବିଜ୍ଞାନକୁ କେନିଆ ନେଇଯିବା ପାଇଁ ସେ ଇଚ୍ଛୁକ । ଏଥିରେ ବ୍ୟବହାର ହେଉଥିବା ଗୁଳ୍ମଗୁଡ଼ିକୁ ସେ ଚାଷ କରିବେ ଏବଂ ଅଧିକରୁ ଅଧିକ ଲୋକ କିଭଳି ଏହାଦ୍ୱାରା ଲାଭାନ୍ୱିତ ହେବେ ସେଥିପାଇଁ ସେ ସମ୍ପୂର୍ଣ୍ଣ ଚେଷ୍ଟା କରିବେ ।

ମୋ ପାଇଁ ବହୁତ ଖୁସିର କଥା ଯେ ଆମ ଦେଶ ଏବଂ ପରମ୍ପରା ଦ୍ୱାରା କାହା ଜୀବନରୁ ଏତେ ବଡ଼ କଷ୍ଟ ଦୂର ହେଲା । ଏହାଶୁଣି ଆପଣଙ୍କୁ ମଧ୍ୟ ଖୁସି ଲାଗିବ ଯେ କେଉଁ ଭାରତବାସୀ ଏହାକୁ ନେଇ ଗର୍ବ ନ କରିବେ ? ଆମେ ସମସ୍ତେ ଜାଣୁ ଯେ ଓଡ଼ିଙ୍ଗା ଜୀ କେବଳ ନୁହନ୍ତି, ବରଂ ଦୁନିଆର ଲକ୍ଷ ଲକ୍ଷ ଲୋକ ଆୟୁର୍ବେଦରୁ ଏପରି ଲାଭ ଉଠାଉଛନ୍ତି ।

ବ୍ରିଟେନର ପ୍ରିନ୍ସ ଚାର୍ଲସ ମଧ୍ୟ ଆୟୁର୍ବେଦର ବହୁତ ବଡ଼ ପ୍ରଶଂସକଙ୍କ ମଧ୍ୟରୁ ଜଣେ । ଯେତେବେଳେ ମଧ୍ୟ ମୋର ତାଙ୍କ ସହ ସାକ୍ଷାତ ହୁଏ, ସେ ଆୟୁର୍ବେଦ କଥା ନିଶ୍ଚୟ ଆଲୋଚନା କରନ୍ତି । ତାଙ୍କୁ ଭାରତର ଅନେକ ଆୟୁର୍ବେଦିକ ସଂସ୍ଥା ବିଷୟରେ ମଧ୍ୟ ଜଣା ।

ବନ୍ଧୁଗଣ, ବିଗତ ସାତ ବର୍ଷ ମଧ୍ୟରେ ଦେଶରେ ଆୟୁର୍ବେଦର ପ୍ରଚାର ପ୍ରସାର ଉପରେ ବହୁତ ଦୃଷ୍ଟି ଦିଆଯାଇଛି । ଆୟୁଷ ମନ୍ତ୍ରଣାଳୟର ଗଠନ ଦ୍ୱାରା ଚିକିତ୍ସା ଓ ସ୍ୱାସ୍ଥ୍ୟ ସହିତ ସଂପୃକ୍ତ ଆମର ପାରମ୍ପରିକ ପଦ୍ଧତିଗୁଡ଼ିକୁ ଲୋକପ୍ରିୟ କରିବାର ସଂକଳ୍ପକୁ ଆହୁରି ଶକ୍ତି ମିଳିଛି । ମୁଁ ଏଥିରେ ବହୁତ ଖୁସି ଯେ ବିଗତ କିଛି ସମୟ ମଧ୍ୟରେ ଆୟୁର୍ବେଦ କ୍ଷେତ୍ରରେ ମଧ୍ୟ ଅନେକ ନୂଆ ଷ୍ଟାର୍ଟଅପ୍ ସାମ୍ନାକୁ ଆସିଛି । ଏହି ମାସ ଆରମ୍ଭରେ ଆୟୁଷ ଷ୍ଟାର୍ଟଅପ୍ ଚ୍ୟାଲେଞ୍ଜ୍ ଆରମ୍ଭ ହୋଇଥିଲା । ଏହି ଚ୍ୟାଲେଞ୍ଜର ଲକ୍ଷ୍ୟ, ଏ କ୍ଷେତ୍ରରେ କାମ କରୁଥିବା ଷ୍ଟାର୍ଟଅପ ଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ସହାୟତା ଯୋଗାଇବା । ମୁଁ ଚାହେଁ ଯେ ଏ କ୍ଷେତ୍ରରେ କାମ କରୁଥିବା ଯୁବକଯୁବତୀମାନେ ଏହି ଚ୍ୟାଲେଞ୍ଜରେ ନିଶ୍ଚୟ ଭାଗ ନିଅନ୍ତୁ । 

ବନ୍ଧୁଗଣ, ଥରେ ଯେତେବେଳେ ଲୋକେ ମିଳିମିଶି କିଛି କରିବାକୁ ସଂକଳ୍ପ କରନ୍ତି, ସେତେବେଳେ ସେମାନେ ଅସମ୍ଭବକୁ ସମ୍ଭବ କରିପାରନ୍ତି । ସମାଜରେ ଏପରି ଅନେକ ବଡ଼ ପରିବର୍ତ୍ତନ ହୋଇଛି, ଯେଉଁଥିରେ ଜନଭାଗିଦାରୀ ସାମୂହିକ ପ୍ରୟାସର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । “ମିଶନ ଜଲ୍ ଥଲ୍” ନାମକ ଏପରି ଏକ ଜନଆନ୍ଦୋଳନ କଶ୍ମୀରର ଶ୍ରୀନଗରରେ ଚାଲୁଛି । ଏହା ଶ୍ରୀନଗରର ହ୍ରଦ ଓ ପୁଷ୍କରିଣୀଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା ଏବଂ ସେଗୁଡ଼ିକର ପୁରାତନ ସୌନ୍ଦର୍ଯ୍ୟ ଫେରାଇ ଆଣିବାର ଏକ ନିଆରା ପ୍ରୟାସ । “ମିଶନ ଜଲ୍ ଥଲ୍”ର ଫୋକସ୍ “କୁଶଲ୍ ଓ ଗିଲ୍ ହ୍ରଦ’’ ଉପରେ ରହିଛି । ଜନଭାଗିଦାରିତା ସଙ୍ଗେସଙ୍ଗେ ଏଥିରେ ପ୍ରଯୁକ୍ତିର ମଧ୍ୟ ବହୁତ ସହାୟତା ନିଆଯାଉଛି । କେଉଁଠି କେଉଁଠି ଜବରଦଖଲ ହୋଇଛି, କେଉଁଠି ବେଆଇନ ନିର୍ମାଣ ହୋଇଛି, ଏହା ଜାଣିବା ପାଇଁ ଏହି ଅଂଚଳରେ ବିଧିବଦ୍ଧ ଭାବେ ସର୍ବେକ୍ଷଣ କରାଯାଇଥିଲା । ଏଥିସହ ପ୍ଲାଷ୍ଟିକ୍ ବର୍ଜ୍ୟକୁ ହଟାଇବା ଓ ଆବର୍ଜନା ସଫେଇ ଅଭିଯାନ ମଧ୍ୟ ଚଳାଗଲା । ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ପୁରୁଣା ୱାଟର୍ ଚ୍ୟାନେଲ୍ ଓ ହ୍ରଦଗୁଡ଼ିକୁ ପୂର୍ଣ୍ଣ କରୁଥିବା ୧୯ଟି ଝରଣାର ପୁନରୁଦ୍ଧାର କରିବା ପାଇଁ ମଧ୍ୟ ଯଥେଷ୍ଟ ପ୍ରୟାସ କରାଗଲା । ଏହି ପୁନରୁଦ୍ଧାର ପ୍ରକଳ୍ପର ଗୁରୁତ୍ୱକୁ ନେଇ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥାନୀୟ ଲୋକ ଏବଂ ଯୁବକଯୁବତୀମାନଙ୍କୁ ୱାଟର୍ ଆମ୍ବାସାଡର୍ ମଧ୍ୟ କରାଗଲା । ଏବେ ଏଠାକାର ସ୍ଥାନୀୟ ଲୋକେ “ଗିଲ୍ ହ୍ରଦ”ରେ ପ୍ରବାସୀ ପକ୍ଷୀ ଓ ମାଛଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ପ୍ରୟାସ କରୁଛନ୍ତି ଏବଂ ସେଗୁଡ଼ିକୁ ଦେଖି ଖୁସି ମଧ୍ୟ ହେଉଛନ୍ତି । ମୁଁ ଏହି ସୁନ୍ଦର ପ୍ରୟାସ ପାଇଁ ଶ୍ରୀନଗରବାସୀଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ, ଆଠବର୍ଷ ପୂର୍ବେ ଦେଶ ଯେଉଁ ‘ସ୍ୱଚ୍ଛ ଭାରତ ମିଶନ’ ଆରମ୍ଭ କରିଥିଲା, ସମୟ ବଢ଼ିବା ସହିତ ତା’ର ବିସ୍ତୃତି ଘଟିଛି ଓ ନୂଆ ନୂଆ ଇନ୍ନୋଭେସନ ମଧ୍ୟ ଯୋଡ଼ି ହୋଇଛି । ଭାରତରେ ଆପଣ ଯେଉଁଠିକୁ ବି ଯିବେ ଦେଖିବେ ଯେ ସବୁଆଡ଼େ ସ୍ୱଚ୍ଛତା ପାଇଁ କିଛି ନା କିଛି ପ୍ରୟାସ ନିଶ୍ଚିତ ଭାବେ ହେଉଛି । ଆସାମର କୋକ୍ରାଝାରରେ ଏପରି ଏକ ପ୍ରୟାସ ବିଷୟରେ ମୋତେ ଜାଣିବାକୁ ମିଳିଛି । ଏଠାରେ ମର୍ଣ୍ଣିଂ ୱାକର୍ସଙ୍କ ଏକ ଦଳ ‘ସ୍ୱଚ୍ଛ ଓ ହରିତ୍ କୋକ୍ରାଝାର’ ମିଶନ ଅଧୀନରେ ବହୁତ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଏମାନେ ନୂଆ ଫ୍ଲାଇଓଭର୍ ଅଂଚଳରେ ତିନି କିଲୋମିଟର ବ୍ୟାପୀ ସଡ଼କର ସଫେଇ କରି ସ୍ୱଚ୍ଛତାର ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି । ସେହିପରି ବିଶାଖାପଟ୍ଟନମରେ ‘ସ୍ୱଚ୍ଛ ଭାରତ ଅଭିଯାନ’ରେ ପଲିଥିନ ପରିବର୍ତ୍ତେ କପଡ଼ା ମୁଣାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଠାକାର ଲୋକେ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସିଙ୍ଗଲ୍ୟୁଜ୍ ପ୍ଲାଷ୍ଟିକ ଉତ୍ପାଦ ବିରୋଧରେ ଅଭିଯାନ ଚଳାଇଛନ୍ତି । ତା’ସହିତ ଲୋକେ ଘରେ ହିଁ ଆବର୍ଜନାକୁ ଅଲଗା ଅଲଗା କରିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି । ମୁମ୍ବାଇର ସୋମୈୟା କଲେଜର ଛାତ୍ରଛାତ୍ରୀମାନେ ନିଜର ସ୍ୱଚ୍ଛତା ଅଭିଯାନରେ ସୁନ୍ଦରତାକୁ ମଧ୍ୟ ସାମିଲ କରିଛନ୍ତି । ସେମାନେ କଲ୍ୟାଣ ରେଳଷ୍ଟେସନର କାନ୍ଥଗୁଡ଼ିକୁ ସୁନ୍ଦର ଚିତ୍ରରେ ସଜାଇଛନ୍ତି । ରାଜସ୍ଥାନର ସୱାଇ ମାଧୋପୁରର ପ୍ରେରଣାଦାୟକ ଉଦାହରଣ ସମ୍ପର୍କରେ ମଧ୍ୟ ମୁଁ ଅବଗତ ହୋଇଛି । ଏଠାକାର ଯୁବକଯୁବତୀମାନେ ରଣଥମ୍ଭୋରରେ ‘ମିଶନ ବିଟ୍ ପ୍ଲାଷ୍ଟିକ୍’ ନାମକ ଅଭିଯାନ ଚଳାଇଛନ୍ତି, ଯେଉଁଥିରେ ରଣଥମ୍ଭୋର ଜଙ୍ଗଲରୁ ପ୍ଲାଷ୍ଟିକ୍ ଓ ପଲିଥିନକୁ ହଟାଯାଉଛି । ସବକା ପ୍ରୟାସର ଏପରି ଭାବନା ଦେଶରେ ଜନଭାଗିଦାରିତାକୁ ଶକ୍ତିଶାଳୀ କରିଥାଏ ଏବଂ ଯେତେବେଳେ ଜନଭାଗିଦାରିତା ହୁଏ, ବଡ଼ରୁ ବଡ଼ ଲକ୍ଷ୍ୟ ମଧ୍ୟ ଅବଶ୍ୟ ପୂରଣ ହୋଇଥାଏ ।

ମୋର ପ୍ରିୟ ଦେଶବାସୀଗଣ, ଆଜିଠାରୁ କିଛିଦିନ ପରେ ହିଁ ମାର୍ଚ୍ଚ ୮ ତାରିଖରେ ସମଗ୍ର ବିଶ୍ୱରେ ‘ଇଣ୍ଟରନେସନାଲ୍ ୱିମେନ୍ସ ଡେ’, ‘ଅନ୍ତର୍ଜାତୀୟ ମହିଳା ଦିବସ’ ପାଳନ କରାଯିବ । ମହିଳାମାନଙ୍କ ସାହସ, କୌଶଳ ଓ ପ୍ରତିଭା ସହିତ ସମ୍ପୃକ୍ତ ବହୁତ ଉଦାହରଣ ଆମେ ‘ମନ୍ କୀ ବାତ୍’ରେ କ୍ରମାଗତ ବାଣ୍ଟି ଆସିଛୁ । ଆଜି ସ୍କିଲ୍ ଇଣ୍ଡିଆ ହେଉ, ସ୍ୱୟଂ ସହାୟକ ଗୋଷ୍ଠୀ ହେଉ ବା ଛୋଟ ବଡ଼ ଉଦ୍ୟୋଗ ହେଉ, ମହିଳାମାନେ ସବୁ ସ୍ଥାନରେ ପ୍ରମୁଖ ଭୂମିକା ତୁଲାଉଛନ୍ତି । ଆପଣ ଯେକୌଣସି କ୍ଷେତ୍ରରେ ଦେଖନ୍ତୁ, ମହିଳାମାନେ ଗତାନୁଗତିକ ବିଚାରଧାରାଗୁଡ଼ିକୁ ଭାଙ୍ଗୁଛନ୍ତି । ଆଜି, ଆମ ଦେଶରେ ପାର୍ଲାମେଣ୍ଟରୁ ପଂଚାୟତ ପର୍ଯ୍ୟନ୍ତ ଅଲଗା ଅଲଗା କାର୍ଯ୍ୟକ୍ଷେତ୍ରରେ, ମହିଳାମାନେ ନୂତନ ଶିଖରରେ ପହଂଚୁଛନ୍ତି । ସେନାରେ ମଧ୍ୟ ଝିଅମାନେ ଏବେ ନୂଆ ଓ ବଡ଼ ଭୂମିକାରେ ଦାୟିତ୍ୱ ତୁଲାଉଛନ୍ତି ଏବଂ ଦେଶର ସୁରକ୍ଷା କରୁଛନ୍ତି । ଗତମାସରେ ଗଣତନ୍ତ୍ର ଦିବସରେ ଆମେ ଦେଖିଥିଲୁ ଯେ ଝିଅମାନେ ଆଧୁନିକ ଯୁଦ୍ଧବିମାନ ମଧ୍ୟ ଉଡ଼ାଉଛନ୍ତି । ସୈନିକ ସ୍କୁଲରେ ଝିଅମାନଙ୍କର ନାମଲେଖା ଉପରେ ଥିବା ପ୍ରତିବନ୍ଧକକୁ ମଧ୍ୟ ଦେଶ ହଟାଇ ଦେଇଛି ଏବଂ ସମଗ୍ର ଦେଶରେ ଝିଅମାନେ ସୈନିକ ସ୍କୁଲରେ ନାମ ଲେଖାଉଛନ୍ତି । ସେହିପରି, ନିଜର ଷ୍ଟାର୍ଟଅପ୍ ଜଗତକୁ ମଧ୍ୟ ଦେଖନ୍ତୁ; ଗତବର୍ଷ ଦେଶରେ ହଜାର ହଜାର ନୂଆ ଷ୍ଟାର୍ଟଅପ୍ ଆରମ୍ଭ ହେଲା । ସେଥିରୁ ପ୍ରାୟ ଅଧା ଷ୍ଟାର୍ଟଅପର ମହିଳାମାନେ ନିର୍ଦେଶକ ଭୂମିକାରେ ଅବତୀର୍ଣ୍ଣା ହୋଇଛନ୍ତି । ଗତ କିଛିକାଳ ମଧ୍ୟରେ ମହିଳାମାନଙ୍କ ପାଇଁ ମାତୃତ୍ୱ ଅବକାଶ ବଢ଼ାଇବା ଭଳି ନିଷ୍ପତି ନିଆଯାଇଛି । ପୁଅ ଓ ଝିଅମାନଙ୍କୁ ସମାନ ଅଧିକାର ଦେଇ ବିବାହ ବୟସ ସମାନ କରିବା ପାଇଁ ଦେଶ ଚେଷ୍ଟା କରୁଛି । ଏହାଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତା ବଢ଼ୁଛି । ଆପଣ ଦେଶରେ ଆଉ ଗୋଟିଏ ବଡ଼ ପରିବର୍ତ୍ତନ ହେଉଥିବା ଦେଖିପାରୁଥିବେ! ଏହି ପରିବର୍ତ୍ତନ ହେଉଛି- ଆମର ସାମାଜିକ ଅଭିଯାନଗୁଡ଼ିକର ସଫଳତା । ‘ବେଟୀ ବଚାଓ, ବେଟୀ ପଢ଼ାଓ’ର ସଫଳତାକୁ ହିଁ ନିଅନ୍ତୁ, ଆଜି ଦେଶରେ ଲିଙ୍ଗ ଅନୁପାତ ସୁଧୁରିଛି । ସ୍କୁଲ ଯାଉଥିବା ଝିଅମାନଙ୍କ ସଂଖ୍ୟାରେ ମଧ୍ୟ ସୁଧାର ଆସିଛି । ଆମର ଝିଅମାନେ ମଝିରେ ଯେମିତି ସ୍କୁଲ୍ ଛାଡ଼ିବେ ନାହିଁ, ସେଥିପାଇଁ ମଧ୍ୟ ଆମର ଦାୟିତ୍ୱ ରହିଛି । ସେହିପରି, ‘ସ୍ୱଚ୍ଛ ଭାରତ ଅଭିଯାନ’ ଅଧୀନରେ ଦେଶର ମହିଳାମାନଙ୍କୁ ଖୋଲା ସ୍ଥାନରେ ମଳତ୍ୟାଗରୁ ମୁକ୍ତି ମିଳିଛି । ତିନି ତଲାକ୍ ଭଳି ସାମାଜିକ କୁପ୍ରଥାର ଅନ୍ତ ମଧ୍ୟ ହେଉଛି । ଯେବେଠୁ ତିନି ତଲାକ ବିରୋଧରେ ଆଇନ ଆସିଛି, ଦେଶରେ ତିନି ତଲାକ ମାମଲା ୮୦ ପ୍ରତିଶତ ହ୍ରାସ ପାଇଛି । ଏତେସବୁ ପରିବର୍ତ୍ତନ ଏତେ କମ୍ ସମୟରେ କିପରି ହେଉଛି ? ଏହି ପରିବର୍ତ୍ତନ ଏଇଥିପାଇଁ ଆସୁଛି, କାରଣ ଆମ ଦେଶରେ ଏବେ ସ୍ୱୟଂ ମହିଳାମାନେ ପରିବର୍ତ୍ତନ ଓ ପ୍ରଗତିଶୀଳ ପ୍ରୟାସର ନେତୃତ୍ୱ ନେଉଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ଆସନ୍ତାକାଲି ଫେବୃଆରୀ ୨୮ ତାରିଖ ହେଉଛି ‘ଜାତୀୟ ବିଜ୍ଞାନ ଦିବସ’ । ଏହି ଦିନଟି ରମଣ ଏଫେକ୍ଟର ଆବିଷ୍କାର ପାଇଁ ମଧ୍ୟ ଜଣାଶୁଣା । ମୁଁ ସି.ଭି. ରମଣ ଜୀଙ୍କ ସହିତ ସେହି ସମସ୍ତ ବୈଜ୍ଞାନିକମାନଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯେଉଁମାନେ ଆମର ବୈଜ୍ଞାନିକ ଯାତ୍ରାକୁ ସମୃଦ୍ଧ କରିବାରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ବନ୍ଧୁଗଣ, ଆମ ଜୀବନର ସୁଗମତା ଓ ସରଳତାରେ ପ୍ରଯୁକ୍ତି ବହୁତ ସ୍ଥାନ ନେଇସାରିଛି । କେଉଁ ପ୍ରଯୁକ୍ତି ଭଲ, କେଉଁ ପ୍ରଯୁକ୍ତିର ଉତ୍ତମ ବ୍ୟବହାର କରାଯାଇପାରେ, ଏସବୁ ବିଷୟରେ ଆମେ ଭଲଭାବେ ଅବଗତ ତ ହୋଇଥାଉ, କିନ୍ତୁ ଏହା ମଧ୍ୟ ସତ ଯେ ଆମ ପରିବାରର ପିଲାମାନଙ୍କୁ ସେହି ପ୍ରଯୁକ୍ତିର ଆଧାର କ’ଣ, ତା’ ପଛରେ କ’ଣ ବିଜ୍ଞାନ ରହିଛି, ସେହି ଦିଗକୁ ଆମର ଧ୍ୟାନ ଯାଏ ନାହିଁ । ଏହି ବିଜ୍ଞାନ ଦିବସରେ ମୁଁ ଚାହେଁ ଯେ ସମସ୍ତ ପରିବାର ନିଜ ନିଜର ପିଲାମାନଙ୍କ ଭିତରେ ବୈଜ୍ଞାନିକ ଦୃଷ୍ଟିକୋଣ ବିକଶିତ କରିବା ପାଇଁ ନିଶ୍ଚୟ ଛୋଟ ଛୋଟ ପ୍ରୟାସ ଆରମ୍ଭ କରନ୍ତୁ । ଉଦାହରଣ ସ୍ୱରୂପ ଆଖିକୁ ଦେଖାଯାଉ ନ ଥିଲେ, ଚଷମା ଲଗାଇବା ପରେ ସଫା ଦେଖାଯାଉଛି, ତ ପିଲାଙ୍କୁ ସହଜରେ ବୁଝାଇହେବ ଯେ ଏହା ପଛରେ କି ବିଜ୍ଞାନ ରହିଛି । କେବଳ ଚଷମା ଦେଖି ଖୁସିହେବା ଯଥେଷ୍ଟ ନୁହେଁ, ଏହିକଥାକୁ ଆରାମରେ ଆପଣ ଗୋଟିଏ ଛୋଟ କାଗଜରେ ତାକୁ ବୁଝାଇ ଦେଇପାରିବେ । ତା’ର ମୋବାଇଲ ଫୋନ୍, କାଲକୁଲେଟର୍ କିପରି କାମ କରେ, ରିମୋଟ୍ କଂଟ୍ରୋଲ କିପରି କାମ କରେ ବା ସେନ୍ସର କ’ଣ ? – ସେସବୁ ବିଜ୍ଞାନର କଥା ଘରେ କ’ଣ ଆଲୋଚନା ହୁଏ ? ହୁଏତ ଆମର ଦୈନନ୍ଦିନ ଜୀବନଚର୍ଯ୍ୟା ଭିତରେ ବ୍ୟବହୃତ ଏସବୁ ଜିନିଷଗୁଡ଼ିକ ପଛରେ କି ବିଜ୍ଞାନ ରହିଛି, ଆମେ ସହଜରେ ବୁଝାଇଦେଇପାରିବା । ସେହିପରି କେବେ ଆମେ ପିଲାଙ୍କୁ ସାଥିରେ ନେଇ ଆକାଶକୁ ଆମେ ଦେଖିଛୁ କି ? ରାତିରେ ତାରାଙ୍କ ସମ୍ପର୍କରେ ମଧ୍ୟ ନିଶ୍ଚୟ ଆଲୋଚନା ହେଉଥିବ । ବିଭିନ୍ନ ପ୍ରକାରର ତାରକାପୁଞ୍ଜ ଦେଖାଯାଏ, ସେମାନଙ୍କ ସମ୍ପର୍କରେ ବତାନ୍ତୁ । ଏପରି କରି ଆପଣ ପିଲାଙ୍କ ଭିତରେ ଫିଜିକ୍ସ ଓ ଏଷ୍ଟ୍ରୋନୋମି ପ୍ରତି ନୂଆ ଉତ୍ସାହ ସୃଷ୍ଟି କରିପାରିବେ । ଆଜିକାଲି ତ ବହୁତ ଗୁଡ଼ାଏ ଆପ୍ ମଧ୍ୟ ଅଛି, ଯେଉଁଥିରେ ଆପଣ ତାରା ଓ ଗ୍ରହଗୁଡ଼ିକର ଅବସ୍ଥିତି ଜାଣିପାରିବେ ବା ଯେଉଁ ତାରା ଆକାଶରେ ଦେଖାଯାଉଛି ତାକୁ ଚିହ୍ନିପାରିବେ, ତା’ ସମ୍ପର୍କରେ ଜାଣିପାରିବେ । ମୁଁ, ଆମ ଷ୍ଟାର୍ଟଅପମାନଙ୍କୁ ମଧ୍ୟ କହୁଛି ଯେ ଆପଣମାନେ ରାଷ୍ଟ୍ର ନିର୍ମାଣ ସହିତ ସମ୍ପୃକ୍ତ କାର୍ଯ୍ୟରେ ମଧ୍ୟ ନିଜର କୌଶଳ ଓ ସାଇଂଟିଫିକ୍ କ୍ୟାରେକ୍ଟରର ବ୍ୟବହାର କରନ୍ତୁ । ଏହା ଦେଶ ପ୍ରତି ଆମର ସାମୂହିକ ବିଜ୍ଞାନଭିତ୍ତିକ ଦାୟିତ୍ୱ । ଯେପରିକି ଆଜିକାଲି ମୁଁ ଦେଖୁଛି ଯେ ଆମର ଷ୍ଟାର୍ଟଅପଗୁଡ଼ିକ ଭର୍ଚୁଆଲ୍ ରିଆଲିଟିର ଦୁନିଆରେ ବହୁତ ଭଲ କାମ କରୁଛନ୍ତି । ଭର୍ଚୁଆଲ୍ କ୍ଲାସେସର ଏହି ଯୁଗରେ ପିଲାଙ୍କୁ ଦୃଷ୍ଟିରେ ରଖି ଏପରି ଏକ ଭର୍ଚୁଆଲ୍ ଲ୍ୟାବ୍ ନିର୍ମାଣ କରାଯାଇପାରେ । ଆମେ ଭର୍ଚୁଆଲ୍ ରିଆଲିଟି ଦ୍ୱାରା ପିଲାଙ୍କୁ ଘରେ ବସି କେମେଷ୍ଟ୍ରି ଲ୍ୟାବର ଅନୁଭବ ମଧ୍ୟ କରାଇପାରିବା । ନିଜର ଶିକ୍ଷକ ଓ ଅଭିଭାବକମାନଙ୍କୁ ମୁଁ କହିବାକୁ ଚାହେଁ ଯେ ଆପଣମାନେ ସମସ୍ତେ ଛାତ୍ରଛାତ୍ରୀ ଓ ପିଲାମାନଙ୍କୁ ପ୍ରଶ୍ନ ପଚାରିବାକୁ ପ୍ରୋତ୍ସାହିତ କରନ୍ତୁ ଏବଂ ସେମାନଙ୍କ ସହ ମିଳିମିଶି ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ଅନୁସନ୍ଧାନ କରନ୍ତୁ । ଆଜି ମୁଁ, କରୋନା ବିରୋଧୀ ଲଢ଼େଇରେ ଭାରତୀୟ ବୈଜ୍ଞାନିକମାନଙ୍କର ଭୂମିକାକୁ ମଧ୍ୟ ପ୍ରଶଂସା କରିବାକୁ ଚାହୁଁଛି । ସେମାନଙ୍କର କଠିନ ପରିଶ୍ରମ କାରଣରୁ ହିଁ ‘ମେଡ୍ ଇନ୍ ଇଣ୍ଡିଆ’ ଟିକା ନିର୍ମାଣ ସମ୍ଭବ ହୋଇପାରିଲା, ଯାହାଦ୍ୱାରା ସମଗ୍ର ପୃଥିବୀକୁ ବହୁତ ବଡ଼ ସାହାଯ୍ୟ ମିଳିଲା । ମାନବତା ପାଇଁ ଏହାହିଁ ତ ବିଜ୍ଞାନର ଉପହାର ।

ମୋର ପ୍ରିୟ ଦେଶବାସୀଗଣ, ଏଥର ମଧ୍ୟ ଆମେ ଅନେକ ବିଷୟରେ ଆଲୋଚନା କଲେ । ଆଗାମୀ ମାର୍ଚ୍ଚ ମାସରେ ଅନେକ ପର୍ବପର୍ବାଣୀ ଆସୁଛି- ଶିବରାତ୍ରୀ ଏବଂ କିଛିଦିନ ପରେ ଆପଣମାନେ ହୋଲି ପ୍ରସ୍ତୁତିରେ ଲାଗିପଡ଼ିବେ । ହୋଲି ଆମକୁ ଗୋଟିଏ ସୂତ୍ରରେ ବାନ୍ଧିଦେବା ଭଳି ଏକ ପର୍ବ । ଏଥିରେ ପର-ଆପଣା, ଦ୍ୱେଷ-ବିଦ୍ୱେଷ, ଛୋଟ-ବଡ଼ ସମସ୍ତ ଭେଦ ବିଲୀନ ହୋଇଯାଏ । ସେଥିପାଇଁ କୁହାଯାଏ ହୋଲିରେ ପ୍ରେମ ଓ ସୌହାର୍ଦ୍ଦ୍ୟର ରଙ୍ଗ ହୋଲିରଂଗଠାରୁ ବି ଗାଢ଼ । ହୋଲିରେ ମିଷ୍ଟାନ୍ନ ସହ ପାରସ୍ପରିକ ସମ୍ପର୍କର ମଧ୍ୟ ନିଆରା ମିଠାପଣ ଥାଏ । ଆମକୁ ଏହି ସମ୍ବନ୍ଧ ସବୁକୁ ଆହୁରି ମଜଭୁତ କରିବାକୁ ହେବ ଏବଂ କେବଳ ପରିବାର ସଦସ୍ୟଙ୍କ ଭିତରେ ନୁହେଁ ବରଂ ଯେଉଁମାନେ ଆପଣଙ୍କ ବୃହତ୍ ପରିବାରର ଅଂଶ ସେମାନଙ୍କ ସହିତ ମଧ୍ୟ । ଏଥିପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପାୟ ମଧ୍ୟ ଆପଣଙ୍କୁ ମନେରଖିବାର ଅଛି । ଏହି ଉପାୟ ହେଉଛି ‘ଭୋକାଲ୍ ଫର୍ ଲୋକାଲ୍’ ସହିତ ପର୍ବ ପାଳନର । ଆପଣ ପର୍ବପର୍ବାଣୀରେ ସ୍ଥାନୀୟ ଉତ୍ପାଦଗୁଡ଼ିକୁ କିଣନ୍ତୁ, ଯେଉଁଥିରେ ଆଖପାଖରେ ରହୁଥିବା ଲୋକଙ୍କ ଜୀବନରେ ମଧ୍ୟ ରଂଗ ଭରିଯିବ, ରଂଗ ରହିବ ଏବଂ ଆନନ୍ଦ ରହିବ । ଆମ ଦେଶ ଯେଉଁ ସଫଳତାର ସହିତ କରୋନା ବିରୋଧରେ ଲଢ଼େଇ ଲଢ଼ୁଛି ଏବଂ ଆଗକୁ ବଢ଼ୁଛି, ସେଥିରେ ପର୍ବପର୍ବାଣୀରେ ଉତ୍ସାହ ମଧ୍ୟ ବହୁତ ଗୁଣ ବଢ଼ିଯାଇଛି । ଏହି ଉତ୍ସାହର ସହିତ ଆମେ ନିଜର ପର୍ବ ପାଳନ କରିବା ଏବଂ ତା’ ସଂଗେସଂଗେ ସାବଧାନ ମଧ୍ୟ ରହିବା । ମୁଁ ଆପଣମାନଙ୍କୁ ଆଗାମୀ ପର୍ବପର୍ବାଣୀଗୁଡ଼ିକ ପାଇଁ ବହୁତ ଶୁଭକାମନା ଜଣାଉଛି । ଆପଣଙ୍କର କଥା, ଆପଣଙ୍କର ପତ୍ର ଏବଂ ଆପଣମାନଙ୍କର ବାର୍ତ୍ତାକୁ ସବୁବେଳେ ମୋର ଅପେକ୍ଷା ରହିବ । ବହୁତ ବହୁତ ଧନ୍ୟବାଦ ।

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's economic juggernaut is unstoppable

Media Coverage

India's economic juggernaut is unstoppable
...

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi speaks with President of South Africa
June 10, 2023
ସେୟାର
 
Comments
The two leaders review bilateral, regional and global issues, including cooperation in BRICS.
President Ramaphosa briefs PM on the African Leaders’ Peace Initiative.
PM reiterates India’s consistent call for dialogue and diplomacy as the way forward.
President Ramaphosa conveys his full support to India’s G20 Presidency.

Prime Minister Narendra Modi had a telephone conversation today with His Excellency Mr. Matemela Cyril Ramaphosa, President of the Republic of South Africa.

The two leaders reviewed progress in bilateral cooperation, which is anchored in historic and strong people-to-people ties. Prime Minister thanked the South African President for the relocation of 12 Cheetahs to India earlier this year.

They also exchanged views on a number of regional and global issues of mutual interest, including cooperation in BRICS in the context of South Africa’s chairmanship this year.

President Ramaphosa briefed PM on the African Leaders’ Peace Initiative. Noting that India was supportive of all initiatives aimed at ensuring durable peace and stability in Ukraine, PM reiterated India’s consistent call for dialogue and diplomacy as the way forward.

President Ramaphosa conveyed his full support to India’s initiatives as part of its ongoing G20 Presidency and that he looked forward to his visit to India.

The two leaders agreed to remain in touch.