ସେୟାର
 
Comments
Let us make ‘vocal for local’ our New Year resolution: PM
Mann Ki Baat: PM Modi pays rich tributes to Sikh Gurus for their valour and sacrifice
Matter of pride that number of leopards have increased in the country: PM
The ‘can do approach’ and ‘will do spirit’ of India’s youth is inspiring: PM
GI tag recognition for Kashmir’s Kesar is making it popular brand on global map: PM
As long as there is curiosity, one is inspired to learn: PM Eliminating single use plastic should also be one of the resolution of 2021: PM

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଡିସେମ୍ବର 27 ତାରିଖ । ଚାରିଦିନ ପରେ 2021 ଆରମ୍ଭ ହେବାକୁ ଯାଉଛି । ଆଜିର ‘ମନ୍ କି ବାତ୍‌’ ଏକ ପ୍ରକାର 2020ର ଶେଷ ‘ମନ୍ କି ବାତ୍‌’ ଅଟେ । ପରବର୍ତ୍ତୀ ‘ମନ୍ କି ବାତ୍‌’ 2021ରେ ଆରମ୍ଭ ହେବ । ବନ୍ଧୁଗଣ, ମୋ ଆଗରେ ଆପଣମାନଙ୍କର ଅନେକଗୁଡ଼ିଏ ଚିଠି ରହିଛି । Mygovରେ ଆପଣ ପଠାଉଥିବା ପରାମର୍ଶଗୁଡ଼ିକ ମଧ୍ୟ ମୋ ସାମ୍ନାରେ ରହିଛି । କେତେ ଲୋକ ଫୋନ୍‌କରି ନିଜ ବିଷୟରେ କହିଛନ୍ତି । ଅଧିକାଂଶ ବାର୍ତ୍ତାଗୁଡ଼ିକରେ ଗତବର୍ଷର ଅନୁଭୂତି ଏବଂ 2021 ସହିତ ଜଡ଼ିତ ସଂକଳ୍ପ ରହିଛି । ଅଞ୍ଜଳିଜୀ କୋହ୍ଲାପୁରରୁ ଲେଖିଛନ୍ତି ଯେ ନୂଆବର୍ଷରେ ଆମେ ଅନ୍ୟମାନଙ୍କୁ ଅଭିନନ୍ଦନ ଜଣାଉଛୁ, ଶୁଭେଚ୍ଛା ଦେଉଛୁ, ତେବେ ଏଥର ଆମେ ଗୋଟିଏ ନୂଆ କାମ କରିବା । ଏଥର କାହିଁକି ଆମେ ଆମ ନିଜ ଦେଶକୁ ଅଭିନନ୍ଦନ ନ ଜଣେଇବା ଏବଂ ଦେଶକୁ ଶୁଭେଚ୍ଛା ନ ଦେବା? ଅଞ୍ଜଳିଜୀ, ପ୍ରକୃତରେ ଏହା ଗୋଟିଏ ବହୁତ ଭଲ ବିଚାର । ଆମ ଦେଶ, 2021 ମସିହାରେ ସଫଳତାର ନୂତନ ଉଚ୍ଚତାକୁ ସ୍ପର୍ଶ କରୁ, ଯାହା ବିଶ୍ୱରେ ଭାରତର ପରିଚୟକୁ ଆହୁରି ସଶକ୍ତ କରିବ ଏବଂ ଏହାଠାରୁ ବଡ଼ ଶୁଭେଚ୍ଛା ଆଉ କ’ଣ ହୋଇପାରେ?

ବନ୍ଧୁଗଣ, ମୁମ୍ବାଇର ଅଭିଷେକଜୀ NamoAppରେ ଏକ ବାର୍ତ୍ତା ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ 2020 ଯାହା ଦେଖାଇଲା, ଯାହାସବୁ ଶିଖାଇଲା, ତାହା ସେ କେବେ ଭାବିନଥିଲେ । ସେ କରୋନା ସମ୍ବନ୍ଧୀୟ ଅନେକ କଥା ଲେଖିଛନ୍ତି । ଏହି ଚିଠିଗୁଡ଼ିକରେ, ଏହି ବାର୍ତ୍ତାଗୁଡ଼ିକରେ, ମୋତେ ଯେଉଁ ଗୋଟିଏ କଥା ସାଧାରଣ ମନେ ହେଉଛି, ଯାହା ବିଶେଷଭାବେ ଦେଖାଯାଉଛି, ତାହା ମୁଁ ଆଜି ଆପଣମାନଙ୍କ ସହ ଶେୟାର ବାଣ୍ଟିବାକୁ ଚାହୁଁଛି, ଅଧିକାଂଶ ଚିଠିରେ ଲୋକେ ଦେଶର ସାମର୍ଥ୍ୟ, ଦେଶବାସୀଙ୍କ ସାମୂହିକ ଶକ୍ତିର ଢେର ପ୍ରଶଂସା କରିଛନ୍ତି । ଯେତେବେଳେ ଜନତା କର୍ଫ୍ୟୁ ପରି ଅଭିନବ ପ୍ରୟୋଗ ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣା ପାଲଟିଗଲା, ଯେତେବେଳେ କରତାଳି ଦେଇ, ଥାଳି ବଜାଇ ଦେଶ ଆମର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା, ଏକତା ପ୍ରଦର୍ଶିତ କଲା, ତାହା ମଧ୍ୟ ଅନେକ ଲୋକ ମନେ ପକାଇଛନ୍ତି ।

ବନ୍ଧୁଗଣ, ଦେଶର ସାଧାରଣ ଲୋକ ଏହି ପରିବର୍ତ୍ତନକୁ ଅନୁଭବ କରିଛନ୍ତି । ମୁଁ ଦେଶରେ ଆଶାର ଏକ ଆଶ୍ଚର୍ଯ୍ୟଜନକ ପ୍ରବାହ ମଧ୍ୟ ଦେଖିଛି । ଅନେକ ଆହ୍ୱାନ ସାମନାକୁ ଆସିଲା । ଅନେକ ସମସ୍ୟା ମଧ୍ୟ ଦେଖାଦେଲା । କରୋନାକୁ ନେଇ ଦୁନିଆରେ ଯୋଗାଣ-ଶୃଙ୍ଖଳ ସମ୍ପର୍କିତ ଅନେକ ବାଧାବିଘ୍ନ ମଧ୍ୟ ଆସିଲା, କିନ୍ତୁ, ଆମେ ପ୍ରତ୍ୟେକ ସଙ୍କଟରୁ ନୂତନ ଶିକ୍ଷା ଗ୍ରହଣ କଲୁ । ଦେଶରେ ଏକ ନୂତନ ଦକ୍ଷତା ମଧ୍ୟ ଜନ୍ମନେଲା । ଯଦି ଏହାକୁ ଶବ୍ଦରେ ପ୍ରକାଶ କରାଯାଏ, ତେବେ ଏହି ସାମର୍ଥ୍ୟର ନାମ ହେଉଛି ‘ଆତ୍ମନିର୍ଭରଶୀଳତା’ ।

ବନ୍ଧୁଗଣ, ଦିଲ୍ଲୀରେ ରହୁଥିବା ଅଭିନବ ବାନାର୍ଜୀ ତାଙ୍କର ଯେଉଁ ଅନୁଭୂତି ମୋତେ ଲେଖି ପଠାଇଛନ୍ତି, ତାହା ମଧ୍ୟ ଅତ୍ୟନ୍ତ କୌତୂହଳପୂର୍ଣ୍ଣ । ନିଜ ସମ୍ପର୍କୀୟଙ୍କ ପିଲାମାନଙ୍କୁ ଉପହାର ଦେବାପାଇଁ ଅଭିନବଜୀଙ୍କୁ କିଛି ଖେଳନା କିଣିବାର ଥିଲା । ତେଣୁ ସେ ଦିଲ୍ଲୀର ଝଣ୍ଡେୱାଲାନ୍ ମାର୍କେଟକୁ ଯାଇଥିଲେ । ଆପଣମାନଙ୍କ ମଧ୍ୟରୁ ଅନେକ ଜାଣିଥିବେ, ଦିଲ୍ଲୀର ଏହି ବଜାର ସାଇକେଲ ଏବଂ ଖେଳନା ପାଇଁ ଜଣାଶୁଣା । ଆଗରୁ ଏଠାରେ ଦାମୀ ଖେଳନା କହିଲେ ଆମଦାନୀ ହୋଇଥିବା ଖେଳଣାକୁ ବୁଝାଉଥିଲା ଆଉ ଶସ୍ତା ଖେଳନା ମଧ୍ୟ ବାହାରୁ ଆସୁଥିଲା । କିନ୍ତୁ, ଅଭିନବଜୀ ଚିଠିରେ ଲେଖିଛନ୍ତି ଯେ ଏବେ ସେଠାରେ ଥିବା ଅନେକ ଦୋକାନୀ ଗ୍ରାହକଙ୍କୁ ଏକଥା କହି ଖେଳନା ବିକ୍ରି କରୁଛନ୍ତି ଯେ ଇଏ ହେଉଛି ଭଲ ଖେଳଣା, କାରଣ ଏହା ଭାରତରେ ନିର୍ମିତ ‘ମେଡ୍ ଇନ୍ ଇଣ୍ଡିଆ’ । ଗ୍ରାହକମାନେ ମଧ୍ୟ ଭାରତ ତିଆରି ଖେଳନା ମାଗୁଛନ୍ତି । ଏହାହିଁ ତ ଲକ୍ଷ୍ୟ କରିବାର କଥା, ଚିନ୍ତାଧାରାରେ କେତେ ବଡ଼ ପରିବର୍ତ୍ତନ ହେଉଛି ତାହାର ଏହା ଏକ ଜୀବନ୍ତ ପ୍ରମାଣ । ଦେଶବାସୀଙ୍କ ମାନସିକତାରେ କେତେ ବଡ଼ ପରିବର୍ତ୍ତନ ହେଉଛି, ଆଉ ତାହା ମଧ୍ୟ ବର୍ଷକ ମଧ୍ୟରେ । ଏହି ପରିବର୍ତ୍ତନକୁ ଆକଳନ କରିବା ସହଜ ନୁହେଁ । ଅର୍ଥନୀତିଜ୍ଞମାନେ ମଧ୍ୟ ଏହାକୁ ନିଜ ମାନଦଣ୍ଡରେ ମାପିପାରିବେ ନାହିଁ ।

ବନ୍ଧୁଗଣ, ବିଶାଖାପଟନମ୍‌ରୁ ଭେଙ୍କଟ ମୁରଲିପ୍ରସାଦଜୀ ଯାହା ଲେଖିଛନ୍ତି, ସେଥିରେ ମଧ୍ୟ ଗୋଟିଏ ଭିନ୍ନ ଚିନ୍ତାଧାରା ରହିଛି । ଭେଙ୍କଟଜୀ ଲେଖିଛନ୍ତି, ମୁଁ 2021 ପାଇଁ ନିଜର ABC ସଂଲଗ୍ନ କରୁଛି । ଏବିସିର ଅର୍ଥ କ’ଣ ତାହା ମୁଁ ବି ବୁଝିପାରିଲିନି । ତାପରେ ମୁଁ ଦେଖିଲି ଯେ ଭେଙ୍କଟଜୀ ଚିଠି ସହିତ ଗୋଟିଏ ଚାର୍ଟ ସଂଲଗ୍ନ କରିଛନ୍ତି । ମୁଁ ସେହି ଚାର୍ଟକୁ ଦେଖିଲି, ଆଉ ତା’ପରେ ବୁଝିଲି ABCର ଅର୍ଥ – ଆତ୍ମନିର୍ଭର ଭାରତ ଚାର୍ଟ – ABC । ଏହା ଅତ୍ୟନ୍ତ କୌତୂହଳପୂର୍ଣ୍ଣ । ଭେଙ୍କଟଜୀ ଦୈନନ୍ଦିନ ବ୍ୟବହାର କରୁଥିବା ସମସ୍ତ ଜିନିଷର ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିଛନ୍ତି । ଏଥିରେ ଇଲେକ୍ଟ୍ରୋନିକ୍ସ, ଷ୍ଟେସନାରୀ, ସେଲ୍‌ଫ କେୟାର ଆଇଟମ୍ ଏବଂ ଆହୁରି ଅନେକ ଜିନିଷ ଅନ୍ତର୍ଭୁକ୍ତ । ଭେଙ୍କଟଜୀ କହିଛନ୍ତି ଯେ, ଆମେ ଅଜାଣତରେ ସେହି ବିଦେଶୀ ଉତ୍ପାଦ ବ୍ୟବହାର କରୁଛୁ, ଯାହାର ବିକଳ୍ପ ଭାରତରେ ସହଜରେ ଉପଲବ୍ଧ । ଏବେ ସେ ଶପଥ କରିଛନ୍ତି ଯେ ମୁଁ କେବଳ ସେହି ଜିନିଷଗୁଡ଼ିକ ବ୍ୟବହାର କରିବି ଯେଉଁଥିରେ ଆମ ଦେଶବାସୀଙ୍କ ପରିଶ୍ରମ ଏବଂ ଝାଳ ରହିଛି ।

ବନ୍ଧୁଗଣ, କିନ୍ତୁ ଏହାସହିତ ସେ ଆଉ କିଛି କହିଛନ୍ତି ଯାହାକୁ ମୋତେ ବହୁତ କୌତୂହଳଜନକ ମନେହେଲା । ସେ ଲେଖିଛନ୍ତି ଯେ ଆମେ ଏକ ଆତ୍ମନିର୍ଭରଶୀଳ ଭାରତକୁ ସମର୍ଥନ କରୁଛୁ, କିନ୍ତୁ ଆମର ଉତ୍ପାଦକମାନଙ୍କ ପାଇଁ ମଧ୍ୟ ଏକ ସ୍ପଷ୍ଟ ବାର୍ତ୍ତା ରହିବା ଉଚିତ ଯେ ସେମାନେ ଉତ୍ପାଦର ଗୁଣବତ୍ତାରେ କୌଣସି ପ୍ରକାର ସାଲିସ ନ କରନ୍ତୁ । କଥାଟା ତ ଠିକ୍ । ଜିରୋ ଇଫେକ୍ଟ ଜିରୋ ଡିଫେକ୍ଟର ଧାରଣା ସହିତ କାମ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ମୁଁ ଦେଶର ଉତ୍ପାଦକ ଏବଂ ଶିଳ୍ପପତିମାନଙ୍କୁ ଅନୁରୋଧ କରୁଛି : ଦେଶର ଲୋକମାନେ ଦୃଢ଼ ପଦକ୍ଷେପ ନେଇଛନ୍ତି, ସେମାନେ ମଜଭୁତ ପଦକ୍ଷେପ ଗ୍ରହଣ କରିଛନ୍ତି । ଭୋକାଲ୍ ଫର୍ ଲୋକାଲ ଆଜି ଘରେ ଘରେ ଶୁଣାଯାଉଛି । ଏଭଳି ପରିସ୍ଥିତିରେ, ଆମର ଉତ୍ପାଦଗୁଡ଼ିକ ବିଶ୍ୱସ୍ତରୀୟ ହେଉ ସେକଥା ସୁନିଶ୍ଚିତ କରିବାର ସମୟ ଆସିଛି । ଯାହା ବିଶ୍ୱରେ ସର୍ବଶ୍ରେଷ୍ଠ ଆମେ ଏହାକୁ ଭାରତରେ ତିଆରି କରି ଦେଖାଇଦେବାକୁ ହେବ । ଆମର ଉଦ୍ୟୋଗୀ ବନ୍ଧୁମାନଙ୍କୁ ଏଥିପାଇଁ ଆଗେଇ ଆସିବାକୁ ପଡ଼ିବ । ଷ୍ଟାର୍ଟଅପ୍‌ଗୁଡ଼ିକୁ ମଧ୍ୟ ଆଗକୁ ଆସିବାକୁ ପଡ଼ିବ । ପୁଣିଥରେ, ମୁଁ ଭେଙ୍କଟଜୀଙ୍କୁ ତାଙ୍କର ସର୍ବୋତମ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ, ଆମକୁ ଏହି ଭାବନାକୁ ବଂଚାଇ ରଖିବାକୁ ଏବଂ ଏହାକୁ ଆଗକୁ ବଢ଼ାଇବା ଜାରି ରଖିବାକୁ ପଡ଼ିବ । ମୁଁ ଏହା ପୂର୍ବରୁ କହିଛି ଏବଂ ଏବେ ମଧ୍ୟ ମୁଁ ଦେଶବାସୀଙ୍କୁ ଅନୁରୋଧ କରିବି, ଆପଣମାନେ ମଧ୍ୟ ଏକ ତାଲିକା ପ୍ରସ୍ତୁତ କରନ୍ତୁ । ଆମେ ଦିନସାରା ବ୍ୟବହାର କରୁଥିବା ସମସ୍ତ ଜିନିଷ ବିଷୟରେ ଆଲୋଚନା କରନ୍ତୁ ଏବଂ ଦେଖନ୍ତୁ, ଅଜାଣତରେ ବିଦେଶରେ ତିଆରି କେଉଁ ଜିନିଷ ଆମ ଜୀବନରେ ପ୍ରବେଶ କରିଛି ଯାହା ଏକ ପ୍ରକାର ଆମକୁ ବନ୍ଦୀ କରିଦେଇଛି । ଭାରତରେ ପ୍ରସ୍ତୁତ ଏହାର ବିକଳ୍ପଗୁଡ଼ିକ ଖୋଜନ୍ତୁ ଏବଂ ନିଷ୍ପତ୍ତି ନିଅନ୍ତୁ ଯେ ଭବିଷ୍ୟତରେ ଭାରତରେ ତିଆରି ଭାରତର ପରିଶ୍ରମୀ ଲୋକମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ବ୍ୟବହାର କରିବା । ଆପଣ ପ୍ରତିବର୍ଷ ନୂଆବର୍ଷର ସଂକଳ୍ପ ନିଅନ୍ତି, ଏଥର ଆପଣ ଦେଶ ପାଇଁ ଏକ ସଂକଳ୍ପ ନିଶ୍ଚୟ ଗ୍ରହଣ କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଆଜି ଆତତାୟୀଙ୍କଠାରୁ ଆରମ୍ଭ କରି ଅତ୍ୟାଚାରୀଙ୍କଠାରୁ ଆରମ୍ଭ କରି ଆମ ଦେଶର ହଜାର ହଜାର ବର୍ଷ ପୁରୁଣା ସଂସ୍କୃତି, ସଭ୍ୟତା, ଆମର ରୀତିନୀତିର ସୁରକ୍ଷା ପାଇଁ ଦିଆଯାଇଥିବା ବଳିଦାନକୁ ମନେ ପକାଇବାର ଦିନ । ଏହି ଦିନ ଗୁରୁ ଗୋବିନ୍ଦଜୀଙ୍କ ପୁଅ ସାହିବଜାଦେ ଜୋରାବର ସିଂ ଏବଂ ଫତେହ ସିଂଙ୍କୁ କାନ୍ଥରେ ଜୀବନ୍ତ ପୋତି ଦିଆଯାଇଥିଲା । ଅତ୍ୟାଚାରୀମାନେ ଚାହୁଁଥିଲେ ସାହିବଜାଦେ ତାଙ୍କ ବିଶ୍ୱାସ ତ୍ୟାଗ କରନ୍ତୁ, ମହାନ ଗୁରୁ ପରମ୍ପରା ଛାଡ଼ି ଦିଅନ୍ତୁ । କିନ୍ତୁ ଆମର ସାହିବଜାଦା ଏତେ କମ ବୟସରେ ମଧ୍ୟ ବହୁତ ସାହସ, ଇଚ୍ଛାଶକ୍ତି ପ୍ରଦର୍ଶନ କରିଥିଲେ । କାନ୍ଥରେ ପୋତାଯିବା ସମୟରେ ପଥର ଯୋଡ଼ା ଆରମ୍ଭ ହେଲା, କାନ୍ଥ ଉଠିବାକୁ ଲାଗିଲା, ମୃତ୍ୟୁ ସାମ୍ନାରେ ଘୁରି ବୁଲୁଥିଲା, ତଥାପି ସେମାନେ ବିଚଳିତ ହୋଇନଥିଲେ । ଏହିଦିନ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ମା’ – ମାତା ଗୁଜ୍ରି ମଧ୍ୟ ଶହୀଦ ହୋଇଥିଲେ । ପ୍ରାୟ ଏକ ସପ୍ତାହ ପୂର୍ବରୁ ଶ୍ରୀ ଗୁରୁ ତେଗବାହାଦୂର ଜୀଙ୍କର ମଧ୍ୟ ଶହୀଦ ଦିବସ ଥିଲା । ମୁଁ ନିକଟରେ ଗୁରୁ ତେଗବାହାଦୂର ଜୀଙ୍କୁ, ଦିଲ୍ଲୀରେ ଗୁରୁଦ୍ୱାର ରକାବଗଞ୍ଜରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏବଂ ପ୍ରଣାମ କରିବାର ସୁଯୋଗ ପାଇଲି । ଏହି ମାସରେ ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଦ୍ୱାରା ଅନୁପ୍ରାଣିତ ଅନେକ ଲୋକ ଭୂମିରେ ଶୁଅନ୍ତି । ଲୋକମାନେ ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ପରିବାରବର୍ଗଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନକୁ ଅତ୍ୟନ୍ତ ଭାବପ୍ରବଣ ହୋଇ ମନେପକାନ୍ତି । ଏହି ବଳିଦାନ ସମଗ୍ର ମାନବ ଜାତିକୁ, ଦେଶକୁ ନୂତନ ଶିକ୍ଷା ପ୍ରଦାନ କଲା । ଆମର ସଭ୍ୟତାକୁ ସୁରକ୍ଷିତ ରଖିବା ପାଇଁ ଏହି ବଳିଦାନ ଏକ ମହତ୍ କାର୍ଯ୍ୟ କଲା । ଏହି ବଳିଦାନ ପାଇଁ ଆମେ ସମସ୍ତେ ଋଣୀ । ମୁଁ ପୁଣିଥରେ ଶ୍ରୀ ଗୁରୁ ତେଗବାହାଦୂର ଜୀ, ମାତା ଗୁଜ୍ରି ଜୀ, ଗୁରୁ ଗୋବିନ୍ଦ ସିଂ ଜୀ ଏବଂ ଚାରି ସାହିବଜାଦାଙ୍କ ବଳିଦାନକୁ ପ୍ରଣାମ କରୁଛି । ଏହିଭଳି ଅନେକ ବଳିଦାନ ଭାରତର ବର୍ତ୍ତମାନର ସ୍ୱରୂପକୁ ସଂରକ୍ଷିତ କରି ରଖିଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛି, ଯାହା ଆପଣଙ୍କୁ ଉଭୟ ଖୁସି ଏବଂ ଗର୍ବିତ କରିବ । 2014ରୁ 2018 ମଧ୍ୟରେ ଭାରତରେ କଲରାପତରିଆ ବାଘ ସଂଖ୍ୟା 60 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । 2014ରେ ଦେଶରେ ଏହି ବାଘର ସଂଖ୍ୟା ପ୍ରାୟ 7,900 ଥିବାବେଳେ 2019ରେ ସେମାନଙ୍କ ସଂଖ୍ୟା 12,852କୁ ବୃଦ୍ଧି ପାଇଛି । ଏମାନେ ସେହି କଲରାପତରିଆ ବାଘ ଯେଉଁମାନଙ୍କ ବିଷୟରେ ଜିମ୍ କରବେଟ୍ କହିଥିଲେ : “ଯେଉଁମାନେ କଲରାପତରିଆ ବାଘ, ପ୍ରକୃତିରେ ମୁକ୍ତ ଭାବରେ ବୁଲୁଥିବାର ଦେଖିନାହାଁନ୍ତି, ସେମାନେ ଏହାର ସୌନ୍ଦର୍ଯ୍ୟର କଳ୍ପନା ମଧ୍ୟ କରିପାରିବେ ନାହିଁ । ତାଙ୍କ ରଙ୍ଗର ସୌନ୍ଦର୍ଯ୍ୟ ଏବଂ ତାଙ୍କ ଚାଲିର ଆକର୍ଷଣର କଳ୍ପନା କରିପାରିବେ ନାହିଁ ।” ଦେଶର ଅଧିକାଂଶ ରାଜ୍ୟରେ, ବିଶେଷ କରି କେନ୍ଦ୍ରୀୟ ଭାରତରେ କଲରାପତରିଆ ବାଘ ସଂଖ୍ୟା ବୃଦ୍ଧି ପାଇଛି । କଲରାପତରିଆ ବାଘର, ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଶୀର୍ଷରେ ଅଛନ୍ତି । ଏହା ଏକ ବଡ଼ ସଫଳତା । କଲରାପତରିଆ ବାଘ ବର୍ଷ ବର୍ଷ ଧରି ସମଗ୍ର ବିଶ୍ୱରେ ବିପଦର ସମ୍ମୁଖୀନ ହୋଇଆସୁଛି, ସେମାନଙ୍କର ବାସସ୍ଥାନ ସାରା ବିଶ୍ୱରେ ହ୍ରାସ ପାଇଛି । ଏପରି ସମୟରେ ଭାରତ ଏହି ବାଘ ସଂଖ୍ୟାକୁ କ୍ରମାଗତ ଭାବରେ ବୃଦ୍ଧିକରି ସମଗ୍ର ବିଶ୍ୱକୁ ଏକ ମାର୍ଗ ଦେଖାଇଛି । ଆପଣ ଏହା ମଧ୍ୟ ଜାଣିଥିବେ ଯେ ଗତ କିଛିବର୍ଷ ମଧ୍ୟରେ ଭାରତରେ ସିଂହଙ୍କ ସଂଖ୍ୟା ବୃଦ୍ଧି ପାଇଛି, ବାଘ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବା ସହିତ ଭାରତୀୟ ଜଙ୍ଗଲ କ୍ଷେତ୍ର ମଧ୍ୟ ବୃଦ୍ଧି ପାଇଛି । ଏହାର କାରଣ ହେଉଛି କେବଳ ସରକାର ନୁହେଁ ଅନେକ ଲୋକ, ନାଗରିକ ସମାଜ ଏବଂ ଅନେକ ଅନୁଷ୍ଠାନ ମଧ୍ୟ ଆମ ଗଛଲତା ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ଜଡ଼ିତ ଅଛନ୍ତି । ସେମାନେ ସମସ୍ତେ ଅଭିନନ୍ଦନ ପାଇବାକୁ ଯୋଗ୍ୟ ।

ବନ୍ଧୁଗଣ, ମୁଁ ତାମିଲନାଡୁର କୋଏମ୍ବାଟୁରରେ ଏକ ହୃଦୟସ୍ପର୍ଶୀ ପ୍ରୟାସ ବିଷୟରେ ପଢ଼ିଲି । ସୋସିଆଲ ମିଡିଆରେ ଆପଣମାନେ ମଧ୍ୟ ଏହାର ଭିଜୁଆଲ ଦେଖିଥିବେ । ଆମେ ସମସ୍ତେ ମଣିଷର ହ୍ୱିଲ୍ ଚେୟାର ଦେଖିଛୁ, କିନ୍ତୁ କୋଏମ୍ବାଟୁରର ଝିଅ ଗାୟତ୍ରୀ ତାଙ୍କ ପିତାଙ୍କ ସହ ଗୋଟିଏ ପୀଡ଼ିତ କୁକୁର ପାଇଁ ହ୍ୱିଲ ଚେୟାର ତିଆରି କରିଛନ୍ତି । ଏହି ସମ୍ବେଦନଶୀଳତା ପ୍ରେରଣାଦାୟକ ଅଟେ, ଏବଂ ଏହା ସେତେବେଳେ ହିଁ ସମ୍ଭବ ଯେତେବେଳେ ବ୍ୟକ୍ତି ପ୍ରତ୍ୟେକ ଜୀବ ପ୍ରତି ଦୟା ଏବଂ କରୁଣାରେ ପରିପୂର୍ଣ୍ଣ ହେବ । ଦିଲ୍ଲୀ ଏନ୍‌ସିଆର ଏବଂ ଦେଶର ଅନ୍ୟାନ୍ୟ ସହରରେ ଭୀଷଣ ଥଣ୍ଡା ମଧ୍ୟରେ ନିରାଶ୍ରିତ ପଶୁମାନଙ୍କର ଯତ୍ନ ନେବା ପାଇଁ ଅନେକ ଲୋକ ବହୁତ କିଛି କରୁଛନ୍ତି । ସେମାନେ ସେହି ପଶୁମାନଙ୍କର ଖାଇବା ପିଇବା ପାଇଁ ବ୍ୟବସ୍ଥା କରନ୍ତି, ଏପରିକି ସ୍ୱେଟର ଏବଂ ସେମାନଙ୍କ ପାଇଁ ଶଯ୍ୟା ମଧ୍ୟ ତିଆରି କରିଥାନ୍ତି । କିଛି ଲୋକ ଅଛନ୍ତି, ଯେଉଁମାନେ ପ୍ରତିଦିନ ଶହ ଶହ ଏହିପରି ପଶୁମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି । ଏହିପରି ପ୍ରୟାସକୁ ପ୍ରଶଂସା କରାଯିବା ଉଚିତ । ଉତ୍ତରପ୍ରଦେଶର କୌଶାମ୍ବୀରେ ମଧ୍ୟ ଏହିପରି କିଛି ମହତ ଉଦ୍ୟମ କରାଯାଉଛି । ସେଠାରେ ଜେଲର କଏଦୀମାନେ ଗାଈମାନଙ୍କୁ ଶୀତରୁ ରକ୍ଷା କରିବା ପାଇଁ ପୁରୁଣା ଏବଂ ଚିରା କମ୍ବଳରେ ସେମାନଙ୍କୁ ଘୋଡାଉଛନ୍ତି । ଏହି କମ୍ବଳ କୌଶାମ୍ବୀ ସମେତ ଅନ୍ୟାନ୍ୟ ଜିଲ୍ଲାର ଜେଲରୁ ସଂଗ୍ରହ କରାଯାଇଥାଏ ଏବଂ ତା’ପରେ ସେଗୁଡ଼ିକ ସିଲେଇ କରି ଗୋଶାଳାଗୁଡ଼ିକୁ ପଠାଯାଇଥାଏ । କୌଶାମ୍ବୀ ଜେଲର ଅନ୍ତେବାସୀମାନେ ପ୍ରତି ସପ୍ତାହରେ ଏଭଳି ଅନେକ କଭର ପ୍ରସ୍ତୁତ କରୁଛନ୍ତି । ଆସନ୍ତୁ, ଅନ୍ୟମାନଙ୍କ ଯତ୍ନ ନେବାପାଇଁ ସେବାରେ ପରିପୂର୍ଣ୍ଣ ଏହି ପ୍ରୟାସକୁ ଉତ୍ସାହିତ କରିବା । ଏହା ବାସ୍ତବରେ ଏକ ସତ୍‌କାର୍ଯ୍ୟ ଯାହା ସମାଜର ସମ୍ବେଦନଶୀଳତାକୁ ଦୃଢ଼ କରିଥାଏ ।

ମୋର ପ୍ରିୟ ଦେଶବାସୀଗଣ, ବର୍ତ୍ତମାନ ମୋ ସାମ୍ନାରେ ଥିବା ଚିଠିରେ ଦୁଇଟି ବଡ଼ ଫଟୋ ଅଛି । ଏହି ଫଟୋଗୁଡ଼ିକ ଏକ ମନ୍ଦିରର ପୂର୍ବର ଓ ପରବର୍ତ୍ତୀ ସମୟର । ଏହି ଫଟୋଗୁଡ଼ିକ ସହିତ ଚିଠିରେ ଯୁବକମାନଙ୍କର ଗୋଟିଏ ଦଳ ବିଷୟରେ କୁହାଯାଇଛି ଯେଉଁମାନେ ନିଜକୁ ଯୁବ ବ୍ରିଗେଡ୍ ବୋଲି କୁହନ୍ତି । ବାସ୍ତବରେ, ଏହି ଯୁବ ବ୍ରିଗେଡ୍ କର୍ଣ୍ଣାଟକର ଶ୍ରୀରଙ୍ଗପାଟଣା ନିକଟରେ ଅବସ୍ଥିତ ବୀରଭଦ୍ର ସ୍ୱାମୀ ନାମକ ଏକ ପ୍ରାଚୀନ ଶିବ ମନ୍ଦିରର ରୂପ ବଦଳାଇ ଦେଇଛନ୍ତି । ମନ୍ଦିରଟି ଚତୁଃପାଶ୍ୱର୍ରେ ଘାସ ଏବଂ ବୁଦାରେ ପରିପୂର୍ଣ୍ଣ ଥିଲା, ଏପରିକି ଯାତ୍ରୀମାନେ ମଧ୍ୟ କହିପାରିବେ ନାହିଁ ଯେ ଏଠାରେ ଏକ ମନ୍ଦିର ଅଛି । ଦିନେ କିଛି ପର୍ଯ୍ୟଟକ ଏହି ବିସ୍ମୃତ ମନ୍ଦିରର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଯୁବ ବ୍ରିଗେଡ୍ ଯେତେବେଳେ ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ଦେଖିଲେ ସେମାନେ ରହିପାରିଲେ ନାହିଁ ଆଉ ତା’ପରେ ଏହି ଟିମ୍ ମିଳିମିଶି ତା’ର ଜୀର୍ଣ୍ଣୋଦ୍ଧାର କରିବା ପାଇଁ ନିଷ୍ପତ୍ତି ନେଲେ । ସେମାନେ ମନ୍ଦିର ପରିସରରେ ବଢ଼ିଥିବା କଂଟାବୁଦା, ଘାସ ଆଦିକୁ ହଟାଇଦେଲେ । ଯେଉଁଠି ମରାମତି ଓ ନିର୍ମାଣର ଆବଶ୍ୟକତା ରହିଥିଲା, ତାହା କରିଦେଲେ । ସେମାନଙ୍କର ସେହି ଭଲ କାମକୁ ଦେଖି ସ୍ଥାନୀୟ ଲୋକ ମଧ୍ୟ ସହାୟତାର ହାତ ବଢ଼ାଇଲେ । କିଏ ସିମେଂଟ ଦେଲା ତ କିଏ ରଂଗ ଦେଲା, ଏମିତି ଅନ୍ୟ ଜିନିଷଗୁଡ଼ିକ ମଧ୍ୟ ଲୋକେ ଯୋଗାଇଦେଲେ । ଏ ସମସ୍ତ ଯୁବକ ବିଭିନ୍ନ ପ୍ରକାରର ପେସା ସହିତ ଜଡ଼ିତ । ତେଣୁ ସେମାନେ ସପ୍ତାହ ଶେଷରେ ସମୟ ବାହାର କଲେ ଓ ମନ୍ଦିର ପାଇଁ କାମ କଲେ । ସେମାନେ ମନ୍ଦିରରେ କବାଟ ଲଗାଇବା ସହ ବିଦ୍ୟୁତ୍ ସଂଯୋଗ ମଧ୍ୟ କରିଦେଲେ । ଏହିପରି ଭାବେ ସେମାନେ ମନ୍ଦିରର ପୁରାତନ ବୈଭବକୁ ପୁନର୍ବାର ସ୍ଥାପିତ କରିବାର କାର୍ଯ୍ୟ କଲେ । ନିଷ୍ଠା ଓ ଦୃଢ଼ବିଶ୍ୱାସ ଏପରି ଦୁଇଟି ଜିନିଷ ଯାହାଦ୍ୱାରା ବ୍ୟକ୍ତି ପ୍ରତ୍ୟେକ ଲକ୍ଷ୍ୟକୁ ପ୍ରାପ୍ତ କରିପାରିବ । ଯେତେବେଳେ ମୁଁ ଭାରତର ଯୁବକଯୁବତୀଙ୍କୁ ଦେଖେ, ନିଜକୁ ଆନନ୍ଦିତ ଓ ଆଶ୍ୱସ୍ତ ଅନୁଭବ କରେ । ଆନନ୍ଦିତ ଓ ଆଶ୍ୱସ୍ତ ଏଇଥିପାଇଁ ଯେ ମୋ ଦେଶର ଯୁବପିଢ଼ି ଭିତରେ ‘Can Do’ର Approach ଅଛି ଓ ‘Will Do’ର Spirit ଅଛି । ସେମାନଙ୍କ ପାଇଁ କୌଣସି ଆହ୍ୱାନ ବଡ଼ ନୁହେଁ । ସେମାନଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ମୁଁ ତାମିଲନାଡୁର ଜଣେ ଶିକ୍ଷକଙ୍କ ବିଷୟରେ ପଢ଼ିଲି । ତାଙ୍କ ନାମ ହେମଲତା ଏନ୍ କେ, ଯିଏ ବିଡ୍ଡୁପୁରମ୍‌ର ଗୋଟିଏ ସ୍କୁଲ୍‌ରେ ପୃଥିବୀର ସବୁଠୁ ପୁରୁଣା ଭାଷା ତାମିଲ ପଢ଼ାନ୍ତି । କୋଭିଡ 19 ମହାମାରୀ ମଧ୍ୟ ତାଙ୍କ ଅଧ୍ୟାପନାରେ ପ୍ରତିବନ୍ଧକ ସୃଷ୍ଟି କରିପାରିନାହିଁ । ହଁ! ତାଙ୍କ ସମ୍ମୁଖରେ ଆହ୍ୱାନ ତ ନିଶ୍ଚୟ ରହିଥିଲା, କିନ୍ତୁ ସେ ଗୋଟିଏ ଅଭିନବ ରାସ୍ତା ବାହାର କଲେ । ସେ, ପାଠ୍ୟକ୍ରମର ସମସ୍ତ 53ଟି ଅଧ୍ୟାୟକୁ ରେକର୍ଡ କଲେ, ଏବଂ ଆନିମେଟେଡ ଭିଡିଓ ପ୍ରସ୍ତୁତ କଲେ ଏବଂ ତାକୁ ଏକ ପେନ୍‌ଡ୍ରାଇଭ ମାଧ୍ୟମରେ ନେଇ ଛାତ୍ରଛାତ୍ରୀଙ୍କୁ ବାଂଟିଦେଲେ । ଏହା ତାଙ୍କ ଛାତ୍ରଛାତ୍ରୀଙ୍କୁ ବହୁତ ସାହାଯ୍ୟ କଲା, ସେ ଅଧ୍ୟାୟଗୁଡ଼ିକୁ ଚିତ୍ର ମାଧ୍ୟମରେ ମଧ୍ୟ ବୁଝିପାରିଲେ । ତା’ସହ ସେ ନିଜ ଛାତ୍ରଛାତ୍ରୀଙ୍କ ସହ ଟେଲିଫୋନରେ ମଧ୍ୟ ଆଲୋଚନା କଲେ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ା ବେଶ୍ ରୋଚକ ହୋଇଗଲା । ଦେଶସାରା କରୋନାର ଏହି ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯେଉଁ ଅଭିନବ ଶୈଳୀ ଆପଣାଇଛନ୍ତି, ଯେଉଁ ପାଠ୍ୟ ବିଷୟ ସୃଜନାତ୍ମକ ଭାବେ ପ୍ରସ୍ତୁତ କରିଛନ୍ତି, ତାହା ଅନଲାଇନ ପଢ଼ାର ଏହି ସମୟରେ ଅମୂଲ୍ୟ ଅଟେ । ମୋର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଅନୁରୋଧ ଯେ ସେମାନେ ଏହି ପାଠ୍ୟବିଷୟକୁ ଶିକ୍ଷା ମନ୍ତ୍ରାଳୟର ଦୀକ୍ଷା ପୋର୍ଟାଲ୍‌ରେ ନିଶ୍ଚିତଭାବେ ଅପଲୋଡ କରନ୍ତୁ । ଏହାଦ୍ୱାରା ଦେଶର ଦୂରଦୂରାନ୍ତ ଅଂଚଳରେ ରହୁଥିବା ଛାତ୍ରଛାତ୍ରୀମାନେ ବିଶେଷ ଲାଭବାନ ହେବେ ।

ବନ୍ଧୁଗଣ, ଆସନ୍ତୁ ଏବେ କଥା ହେବା ଝାଡ଼ଖଣ୍ଡର କୋର୍‌ବା ଜନଜାତିର ହୀରାମନ ଜୀଙ୍କ ବିଷୟରେ । ହୀରାମନ ଜୀ ଗଢ଼ୱା ଜିଲାର ସିଂଜୋ ଗାଁରେ ରହନ୍ତି । ଏହାଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ କୋରବା ଜନଜାତିର ଲୋକସଂଖ୍ୟା ମାତ୍ର 6,000, ଯେଉଁମାନେ ପାହାଡ଼ ଓ ଜଙ୍ଗଲରେ ବାସ କରନ୍ତି । ନିଜ ସମ୍ପ୍ରଦାୟର ସଂସ୍କୃତି ଓ ପରିଚୟକୁ ବଂଚାଇବା ପାଇଁ ହୀରାମନ ଜୀ ଗୋଟିଏ ବୋଝ ଉଠାଇଛନ୍ତି । ସେ 12 ବର୍ଷ ନିରନ୍ତର ପରିଶ୍ରମ କରି ବିଲୁପ୍ତ ହେଉଥିବା କୋରବା ଭାଷ।ର ଶବ୍ଦକୋଷ ପ୍ରସ୍ତୁତ କରିଛନ୍ତି । ସେ ଏହି ଶବ୍ଦକୋଷରେ ଘରେ ପ୍ରୟୋଗ ହେଉଥିବା ଶବ୍ଦଠାରୁ ଆରମ୍ଭ କରି ଦୈନିକ ବ୍ୟବହାର ହେଉଥିବା କୋରବା ଭାଷାର ବହୁତ ଶବ୍ଦକୁ ଅର୍ଥ ସହ ଲେଖିଛନ୍ତି । କୋରବା ସମ୍ପ୍ରଦାୟ ପାଇଁ ହୀରାମନ ଜୀ ଯାହା କରିଦେଖାଇଛନ୍ତି, ତାହା ଦେଶ ପାଇଁ ଏକ ଦୃଷ୍ଟାନ୍ତ ।

ମୋର ପ୍ରିୟ ଦେଶବାସୀଗଣ, କୁହାଯାଏ ଯେ ଆକବରଙ୍କ ଦରବାରରେ ଜଣେ ପ୍ରମୁଖ ସଦସ୍ୟ ଥିଲେ ଆବୁଲ ଫଜଲ । ସେ ଥରେ କଶ୍ମୀର ଯାତ୍ରା ପରେ କହିଥିଲେ ଯେ କଶ୍ମୀରରେ ଏପରି ଏକ ଦୃଶ୍ୟ ରହିଛି, ଯାହାକୁ ଦେଖି ଚିଡ଼ିଚିଡ଼ା ଓ କ୍ରୋଧୀ ଲୋକ ମଧ୍ୟ ଖୁସିରେ ଆତ୍ମହରା ହୋଇଉଠିବ । ପ୍ରକୃତରେ ସେ କଶ୍ମୀରର କେଶର ଖେତ କଥା କହୁଥିଲେ । କେଶର ଯୁଗଯୁଗ ଧରି କଶ୍ମୀର ସହ ଯୋଡ଼ି ହୋଇରହିଛି । କଶ୍ମୀରୀ କେଶର ମୁଖ୍ୟତଃ ପୁଲୱାମା, ବଡ଼ଗାମ ଓ କିସ୍ତୱାଡ଼ା ଭଳି ଅଂଚଳରେ ଚାଷ କରାଯାଏ । ଚଳିତବର୍ଷ ମେ ମାସରେ କଶ୍ମୀରୀ କେଶରକୁ Geographical Indication Tag ଅର୍ଥାତ GI Tag ଦିଆଗଲା । ଏହାରି ଜରିଆରେ ଆମେ କଶ୍ମୀରି କେଶରକୁ ଗୋଟିଏ ବିଶ୍ୱର ଲୋକପ୍ରିୟ ବ୍ରାଣ୍ଡ କରିବାକୁ ଚାହୁଁଛୁ । କଶ୍ମୀରି କେଶର ବିଶ୍ୱସ୍ତରରେ ଗୋଟିଏ ଏପରି ମସଲା ଭାବେ ପ୍ରସିଦ୍ଧ, ଯାହାର ବହୁ ପ୍ରକାରର ଔଷଧୀୟ ଗୁଣ ରହିଛି । ଏହା ଅତ୍ୟନ୍ତ ସୁବାସିତ, ଏହାର ରଂଗ ଗାଢ଼ ଏବଂ ଏହାର ସୂତା ଲମ୍ବା ଓ ମୋଟା ହୋଇଥାଏ, ଯାହା ଏହାର ଔଷଧୀୟ ଗୁଣକୁ ବଢ଼ାଇଥାଏ । ଏହା ଜମ୍ମୁ-କଶ୍ମୀରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରତିନିଧିତ୍ୱ କରିଥାଏ । ଗୁଣବତ୍ତା କଥା ଯଦି କହିବା, ତେବେ କଶ୍ମୀର କେଶର ବହୁତ ନିଆରା ଏବଂ ଅନ୍ୟ ଦେଶର କେଶରଠାରୁ ସମ୍ପୂର୍ଣ୍ଣ ଅଲଗା । କଶ୍ମୀରର କେଶରକୁ GI Tag ଦ୍ୱାରା ଏକ ଭିନ୍ନ ପରିଚୟ ମିଳିଛି । ଆପଣଙ୍କୁ ଏହା ଜାଣି ଖୁସି ଲାଗିବ ଯେ କଶ୍ମୀରି କେଶରକୁ GI Tag ପ୍ରମାଣପତ୍ର ମିଳିବା ପରେ ଦୁବାଇର ଏକ ସୁପର୍‌ମାର୍କେଟରେ ଏହାକୁ Launch କରାଗଲା । ଏବେ ଏହାର ରପ୍ତାନୀ ବଢ଼ିବାକୁ ଲାଗିବ । ଏହା ଆତ୍ମନିର୍ଭର ଭାରତ ନିର୍ମାଣର ଆମ ପ୍ରୟାସକୁ ଆହୁରି ମଜଭୁତ କରିବ । କେଶର ଚାଷୀମାନଙ୍କୁ ଏହାଦ୍ୱାରା ବିଶେଷ ଲାଭ ମିଳିବ । ପୁଲୱାମାରେ ତ୍ରାଲ୍‌ର ଶାର୍ ଅଂଚଳରେ ରହୁଥିବା ଅବଦୁଲ ମଜିଦ୍ ୱାନିଙ୍କୁ ହିଁ ଦେଖନ୍ତୁ । ସେ ନିଜର GI Tag କେଶରକୁ ଜାତୀୟ କେଶର ଅଭିଯାନ ମାଧ୍ୟମରେ ପମ୍ପୋରର ବ୍ୟବସାୟ କେନ୍ଦ୍ରରେ ଇ-ଟ୍ରେଡିଙ୍ଗ ଜରିଆରେ ବିକୁଛନ୍ତି । ତାଙ୍କପରି ଅନେକ ଲୋକ କଶ୍ମୀରରେ ଏହି କାମ କରୁଛନ୍ତି । ଆସନ୍ତାଥର ଯେତେବେଳେ ଆପଣ କେଶର କିଣିବାକୁ ଇଚ୍ଛା କରିବେ, ତେବେ କଶ୍ମୀରର କେଶର କିଣିବା କଥା ହିଁ ଭାବିବେ । କଶ୍ମୀରର ଲୋକଙ୍କ ଉତ୍ସାହ ଓ ଉଦ୍ଦୀପନା ଏପରି ଯେ ସେଠାକାର କେଶରର ସ୍ୱାଦ ହିଁ ଅଲଗା ।

ମୋର ପ୍ରିୟ ଦେଶବାସୀଗଣ, ଏଇ ଦୁଇଦିନ ପୂର୍ବରୁ ହିଁ ଗୀତା ଜୟନ୍ତୀ ଥିଲା । ଗୀତା ଆମକୁ ଆମ ଜୀବନର ପ୍ରତ୍ୟେକ ବିଷୟରେ ପ୍ରେରଣା ଦେଇଥାଏ । କିନ୍ତୁ ଆପଣ କ’ଣ କେବେ ଭାବିଛନ୍ତି ଯେ ଗୀତା କାହିଁକି ଏତେ ଅଦ୍ଭୁତ ଗ୍ରନ୍ଥ? ଏହା ଏଇଥିପାଇଁ ଯେ ଏହା ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କର ହିଁ ବାଣୀ । କିନ୍ତୁ ଗୀତାର ଆଉ ଏକ ବୈଶିଷ୍ଟ୍ୟ ହେଲା ଏହା ଜାଣିବାର ଜିଜ୍ଞାସାରୁ ହିଁ ଆରମ୍ଭ ହୋଇଥାଏ । ପ୍ରଶ୍ନରୁ ଆରମ୍ଭ ହୋଇଥାଏ । ଅର୍ଜୁନ ଭଗବାନଙ୍କୁ ପ୍ରଶ୍ନ କରିଛନ୍ତି, ଜିଜ୍ଞାସା କରିଛନ୍ତି, ସେହି କାରଣରୁ ଗୀତାର ଜ୍ଞାନ ସଂସାରକୁ ମିଳିଲା । ଗୀତା ଭଳି ଆମର ସଂସ୍କୃତିରେ ଯେତେ ଜ୍ଞାନ ରହିଛି, ସବୁ ଜିଜ୍ଞାସାରୁ ହିଁ ଆରମ୍ଭ ହୋଇଥାଏ । ବେଦାନ୍ତର ତ ପ୍ରଥମ ମନ୍ତ୍ର ହେଉଛି- ‘ଅଥାତୋ ବ୍ରହ୍ମ ଜିଜ୍ଞାସା’ ଅର୍ଥାତ, ଆସନ୍ତୁ ଆମେ ବ୍ରହ୍ମର ଜିଜ୍ଞାସା କରିବା । ଏହି କାରଣରୁ ଆମ ଏଠାରେ ବ୍ରହ୍ମର ଅନ୍ୱେଷଣ କରିବା କଥା କୁହାଯାଏ । ଜିଜ୍ଞାସାର ଶକ୍ତି ହିଁ ଏମିତି । ଜିଜ୍ଞାସା ଆପଣଙ୍କୁ କ୍ରମାଗତ ନୂତନତା ପାଇଁ ପ୍ରେରିତ କରିଥାଏ । ଛୋଟ ଥିବାବେଳେ ଆମେ ଏଇଥିପାଇଁ ଶିଖୁ, କାରଣ ଆମ ଭିତରେ ଜିଜ୍ଞାସା ଥାଏ; ଅର୍ଥାତ ଯେତେବେଳ ପର୍ଯ୍ୟନ୍ତ ଜିଜ୍ଞାସା ଅଛି, ସେ ପର୍ଯ୍ୟନ୍ତ ଜୀବନ ଅଛି । ଯେ ପର୍ଯ୍ୟନ୍ତ ଜିଜ୍ଞାସା ଅଛି, ସେ ପର୍ଯ୍ୟନ୍ତ ନୂଆ ଶିଖିବାର କ୍ରମ ଜାରି ରହିଛି । ଏଥିରେ କୌଣସି ବୟସ, କୌଣସି ପରିସ୍ଥିତି ଗୁରୁତ୍ୱ ରଖେ ନାହିଁ । ଜିଜ୍ଞାସାର ଏପରି ଶକ୍ତିର ଏକ ଉଦାହରଣ ମୋତେ ଜାଣିବାକୁ ମିଳିଛି ତାମିଲନାଡୁର ବୟୋବୃଦ୍ଧ ଶ୍ରୀ ଟି ଶ୍ରୀନିବାସାଚାର୍ଯ୍ୟ ସ୍ୱାମୀଜୀଙ୍କ ସମ୍ପର୍କରେ । ଶ୍ରୀ ଟି ଶ୍ରୀନିବାସାଚାର୍ଯ୍ୟ ସ୍ୱାମୀଜୀ 92 ବର୍ଷର । Ninety Two Years । ସେ ଏହି ବୟସରେ ମଧ୍ୟ କଂପ୍ୟୁଟରରେ ନିଜର ବହି ଲେଖୁଛନ୍ତି, ତା’ ବି ନିଜେ ଟାଇପ୍ କରିକି । ଆପଣ ଭାବୁଥିବେ ବହି ଲେଖିବା ତ ଠିକ୍ ଅଛି, କିନ୍ତୁ ଶ୍ରୀନିବାସାଚାର୍ଯ୍ୟ ଜୀଙ୍କ ସମୟରେ ତ କଂପ୍ୟୁଟର ହିଁ ନଥିବ; ପୁଣି ସେ କଂପ୍ୟୁଟର ଶିଖିଲେ କେବେ? ଏହା ଠିକ୍ ଯେ ତାଙ୍କ କଲେଜ ସମୟରେ କଂପ୍ୟୁଟର ନ ଥିଲା; କିନ୍ତୁ ତାଙ୍କ ମନରେ ଜିଜ୍ଞାସା ଓ ଆତ୍ମବିଶ୍ୱାସ ଏବେ ମଧ୍ୟ ସେତିକି ଅଛି, ଯେତିକି ତାଙ୍କର ଯୁବାବସ୍ଥାରେ ଥିଲା । ପ୍ରକୃତ କଥା ହେଲା ଶ୍ରୀନିବାସାଚାର୍ଯ୍ୟ ସ୍ୱାମୀଜୀ ସଂସ୍କୃତ ଓ ତାମିଲରେ ବିଦ୍ୱାନ ଅଟନ୍ତି । ସେ ବର୍ତ୍ତମାନ ସୁଦ୍ଧା ପ୍ରାୟ 16 ଖଣ୍ଡ ଆଧ୍ୟାତ୍ମିକ ଗ୍ରନ୍ଥ ଲେଖିସାରିଛନ୍ତି । କିନ୍ତୁ କଂପ୍ୟୁଟର ଆସିବାପରେ ତାଙ୍କୁ ଯେତେବେଳେ ଲାଗିଲା ଯେ ବହି ଲେଖିବା ଓ ପ୍ରିଂଟ ହେବାର ଶୈଳୀ ବଦଳିଯାଇଛି, ସେ 86 ବର୍ଷ ବୟସରେ କଂପ୍ୟୁଟର ଶିଖିଲେ । ନିଜ ପାଇଁ ଜରୁରୀ Software ଶିଖିଲେ । ଏବେ ସେ ନିଜ ବହି ନିଜେ ଲେଖିପାରୁଛନ୍ତି ।

ବନ୍ଧୁଗଣ, ଶ୍ରୀ ଟି ଶ୍ରୀନିବାସାଚାର୍ଯ୍ୟ ସ୍ୱାମୀଜୀଙ୍କ ଜୀବନ ଏକଥାର ପ୍ରତ୍ୟକ୍ଷ ପ୍ରମାଣ ଯେ ଜୀବନରେ ଯେପର୍ଯ୍ୟନ୍ତ ଜିଜ୍ଞାସା ମରିନାହିଁ, ଶିଖିବାର ଆଗ୍ରହ ମରିନାହିଁ, ସେପର୍ଯ୍ୟନ୍ତ ଜୀବନ ଶକ୍ତିରେ ଭରିରହିଥାଏ । ତେଣୁ ଆମେ କେବେ ଭାବିବା ଉଚିତ ନୁହେଁ ଯେ ଆମେ ପଛରେ ପଡ଼ିଗଲୁ, ଆମେ ସୁଯୋଗ ହାତଛଡ଼ା କଲୁ । ଆମେ ବି ଏହା କାହିଁକି ଶିଖିଲୁନି! ଆମେ ଏହା ମଧ୍ୟ ଭାବିବା ଅନୁଚିତ ଯେ ଆମେ ଶିଖିପାରିବା ନାହିଁ ବା ଆଗକୁ ବଢ଼ିପାରିବା ନାହିଁ ।

ମୋର ପ୍ରିୟ ଦେଶବାସୀଗଣ, ଏବେ ଆମେ ଜିଜ୍ଞାସା ଦ୍ୱାରା କିଛି ନୂଆ ଶିଖିବା ଓ କରିବା କଥା ହେଉଥିଲୁ । ନୂଆବର୍ଷରେ ନୂଆ ସଂକଳ୍ପର କଥା ମଧ୍ୟ ହେଲେ । କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ସବୁବେଳେ କିଛି ନା କିଛି ନୂଆ କରିଚାଲିଥାନ୍ତି, ନୂଆ ନୂଆ ସଂକଳ୍ପକୁ ସିଦ୍ଧ କରୁଥାନ୍ତି । ଆପଣ ମଧ୍ୟ ନିଜ ଜୀବନରେ ଅନୁଭବ କରିଥିବେ, ଯେତେବେଳେ ଆମ ସମାଜ ପାଇଁ କିଛି କରୁ ସେତେବେଳେ ସମାଜ ହିଁ ନିଜେ ଆମକୁ ବହୁତ କିଛି ଶକ୍ତି ପ୍ରଦାନ କରେ । ସାଧାରଣ ମନେହେଉଥିବା ପ୍ରେରଣାରୁ ବହୁତ ବଡ଼ କାମ ମଧ୍ୟ ହୋଇଯାଏ । ଏପରି ଜଣେ ଯୁବକ ହେଲେ ଶ୍ରୀମାନ ପ୍ରଦୀପ ସାଂଗୱାନ । ଗୁରୁଗ୍ରାମର ପ୍ରଦୀପ ସାଂଗୱାନ 2016ରୁ Healing Himalayas ନାମକ ଅଭିଯାନ ଚଳାଉଛନ୍ତି । ସେ ନିଜ ଟିମ ଓ ସ୍ୱେଚ୍ଛାସେବୀଙ୍କ ସହ ହିମାଳୟର ଭିନ୍ନଭିନ୍ନ ଅଂଚଳକୁ ଯାଆନ୍ତି ଏବଂ ପର୍ଯ୍ୟଟକମାନେ ଯେଉଁ ପ୍ଲାଷ୍ଟିକ୍ ଆବର୍ଜନାସବୁ ପକାଇଦେଇ ଯାଇଥାନ୍ତି ସେଗୁଡ଼ିକୁ ସଫା କରନ୍ତି । ପ୍ରଦୀପ ଜୀ ଏ ପର୍ଯ୍ୟନ୍ତ ହିମାଳୟର ଭିନ୍ନ ଭିନ୍ନ ପର୍ଯ୍ୟଟନସ୍ଥଳରୁ ବହୁ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ସଫା କରିସାରିଲେଣି । ସେହିପରି, କର୍ଣ୍ଣାଟକର ଏକ ଯୁବା ଦମ୍ପତି ହେଉଛନ୍ତି ଅନୁଦୀପ ଓ ମିନୁଷା । ଅନୁଦୀପ ଓ ମିନୁଷା ନିକଟରେ ଗତ ନଭେମ୍ବର ମାସରେ ହିଁ ବିବାହ କରିଛନ୍ତି । ବିବାହ ପରେ ବହୁତ ଯୁବକ ଯୁବତୀ ବୁଲିବା ପାଇଁ ଯାଆନ୍ତି, କିନ୍ତୁ ଏହି ଦୁଇଜଣ ଅଲଗା କିଛି କଲେ । ଏମାନେ ସବୁବେଳେ ଦେଖୁଥିଲେ ଯେ ଲୋକେ ନିଜ ଘରଠାରୁ ବାହାରକୁ ବୁଲିବା ପାଇଁ ଯାଆନ୍ତି, କିନ୍ତୁ ଯେଉଁଠିକି ଯାଆନ୍ତି ସେଇଠି ବହୁତଗୁଡ଼ାଏ ଆବର୍ଜନା ପକାଇ ପଳାନ୍ତି । କର୍ଣ୍ଣାଟକର ସୋମେଶ୍ୱର ସମୁଦ୍ରତଟରେ ମଧ୍ୟ ଏପରି ସ୍ଥିତି ଥିଲା । ଅନୁଦୀପ ଓ ମିନୁଷା ସ୍ଥିର କଲେ ଯେ ସୋମେଶ୍ୱର ତଟରେ ଲୋକେ ଯେଉଁ ଆବର୍ଜନା ପକାଇଛନ୍ତି, ତାକୁ ସଫା କରିବେ । ଉଭୟ ପତିପତ୍ନୀ ବିବାହ ପରେ ଏହାକୁ ନିଜର ପ୍ରଥମ ସଂକଳ୍ପ କଲେ । ଦୁଇଜଣ ମିଶି ସମୁଦ୍ରତଟରୁ ବହୁତ ଆବର୍ଜନା ସଫା କରିଦେଲେ । ଅନୁଦୀପ ନିଜର ହି ସଂକଳ୍ପ ସଂପର୍କରେ ସୋସାଲ ମିଡିଆରେ ମଧ୍ୟ Share କଲେ । ତା’ପରେ ତାଙ୍କର ଏହି ଚମତ୍କାର ଚିନ୍ତା ଦ୍ୱାରା ପ୍ରଭାବିତ ହୋଇ ବହୁତ ଯୁବକଯୁବତୀ ତାଙ୍କ ସହ ଯୋଡ଼ିହେଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମାନେ ମିଶି ସୋମେଶ୍ୱର ସମୁଦ୍ରତଟରୁ 800 କିଲୋରୁ ଅଧିକ ଆବର୍ଜନା ସଫା କରିଛନ୍ତି ।

ବନ୍ଧୁଗଣ, ଏସବୁ ପ୍ରୟାସ ମଧ୍ୟରେ ଆମକୁ ଏହା ମଧ୍ୟ ଭାବିବାକୁ ପଡ଼ିବ ଯେ ସମୁଦ୍ରତଟମାନଙ୍କରେ, ପାହାଡ଼ ଉପରେ ଏ ଆବର୍ଜନା ପହଂଚେ କେମିତି? ଅନ୍ତତଃ ଆମ ଭିତରୁ କିଛି ଲୋକ ହିଁ ଏସବୁ ଆବର୍ଜନାକୁ ସେଇଠି ପକାଇଦେଇ ଚାଲିଆସନ୍ତି । ପ୍ରଦୀପ ଓ ଅନୁଦୀପ-ମିନୁଷାଙ୍କ ପରି ଆମେ ମଧ୍ୟ ଏପରି ସଫେଇ ଅଭିଯାନ ଚଳାଇବା ଦରକାର; କିନ୍ତୁ ତା’ ପୂର୍ବରୁ ଆମକୁ ମଧ୍ୟ ସଂକଳ୍ପ ନେବା ଉଚିତ ଯେ ଆମେ ଅଳିଆ ଆବର୍ଜନା ପକାଇବା ନାହିଁ । ସ୍ୱଚ୍ଛ ଭାରତ ଅଭିଯାନର ମଧ୍ୟ ଏହା ହିଁ ତ ପ୍ରଥମ ସଂକଳ୍ପ । ହଁ, ଆଉ ଗୋଟିଏ କଥା ଆପଣମାନଙ୍କୁ ମନେ ପକାଇ ଦେବାକୁ ଚାହେଁ, କରୋନା କାରଣରୁ ଏ ବର୍ଷ ଏ ସମ୍ପର୍କରେ ସେତେ ଆଲୋଚନା ହୋଇପାରିନାହିଁ । ଆମେ ଦେଶକୁ ଏକକ ପ୍ଲାଷ୍ଟିକ ବ୍ୟବହାରରୁ ମୁକ୍ତ କରିବାକୁ ହିଁ ହେବ । ଏହା ମଧ୍ୟ 2021ର ସଂକଳ୍ପ ଭିତରୁ ଗୋଟିଏ । ଶେଷରେ ମୁଁ ଆପଣଙ୍କୁ ନୂଆବର୍ଷର ବହୁତ ବହୁତ ଶୁଭକାମନା ଜଣାଉଛି । ଆପଣ ନିଜେ ସୁସ୍ଥ ରହନ୍ତୁ, ନିଜ ପରିବାରକୁ ସୁସ୍ଥ ରଖନ୍ତୁ । ଆସନ୍ତାବର୍ଷ ଜାନୁଆରିରେ ନୂଆ ବିଷୟକୁ ନେଇ ‘ମନ୍ କୀ ବାତ୍‌’ ହେବ ।

ବହୁତ ବହୁତ ଧନ୍ୟବାଦ ।

 

 

 

 

 

 

 

 

 

 

 

 

ଭାରତର ଅଲିମ୍ପିଆନମାନଙ୍କୁ ପ୍ରେରଣା ଦିଅନ୍ତୁ! #Cheers4India
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
PM Jan-Dhan Yojana: Number of accounts tripled, government gives direct benefit of 2.30 lakh

Media Coverage

PM Jan-Dhan Yojana: Number of accounts tripled, government gives direct benefit of 2.30 lakh
...

Nm on the go

Always be the first to hear from the PM. Get the App Now!
...
In a first of its kind initiative, PM to interact with Heads of Indian Missions abroad and stakeholders of the trade & commerce sector on 6th August
August 05, 2021
ସେୟାର
 
Comments

Prime Minister Shri Narendra Modi will interact with Heads of Indian Missions abroad along with stakeholders of the trade & commerce sector of the country on 6 August, 2021 at 6 PM, via video conferencing. The event will mark a clarion call by the Prime Minister for ‘Local Goes Global - Make in India for the World’.

Exports have a huge employment generation potential, especially for MSMEs and high labour-intensive sectors, with a cascading effect on the manufacturing sector and the overall economy. The purpose of the interaction is to provide a focussed thrust to leverage and expand India’s export and its share in global trade.

The interaction aims to energise all stakeholders towards expanding our export potential and utilizing the local capabilities to fulfil the global demand.

Union Commerce Minister and External Affairs Minister will also be present during the interaction. The interaction will also witness participation of Secretaries of more than twenty departments, state government officials, members of Export Promotion Councils and Chambers of Commerce.