ମନ୍ କୀ ବାତ୍ ନଭେମ୍ବର 2024

Published By : Admin | November 24, 2024 | 11:30 IST
Consistent efforts are being made to strengthen the NCC in our country: PM Modi
Viksit Bharat Young Leaders Dialogue is an effort to connect one lakh new youth to politics: PM
Heartening to see the youth help senior citizens become part of the digital revolution: PM Modi
Innovative efforts from Chennai, Hyderabad & Bihar to enhance children’s education: PM Modi
Indian diaspora has made their mark in different nations: PM Modi
A museum is being developed in Lothal, dedicated to showcasing India’s maritime heritage: PM Modi
#EkPedMaaKeNaam campaign has crossed the milestone of 100 crore trees planted in just 5 months: PM
Unique efforts are being made to revive the sparrows: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ମନର କଥା, ଅର୍ଥାତ, ଦେଶର ମିଳିତ ପ୍ରୟାସର କଥା, ଦେଶର ଉପଲବ୍ଧିଗୁଡ଼ିକର କଥା, ଲୋକମାନଙ୍କର ସାମର୍ଥ୍ୟର କଥା । ମନର କଥା ଅର୍ଥାତ, ଦେଶର ଯୁବବର୍ଗଙ୍କ ସ୍ୱପ୍ନ, ଦେଶର ନାଗରିକମାନଙ୍କ ଆକାଂକ୍ଷାର କଥା । ମୁଁ ମାସକଯାକ ‘ମନ୍ କି ବାତ୍’କୁ ଅପେକ୍ଷା କରିଥାଏ, ଯାହାଦ୍ୱାରା ଆପଣମାନଙ୍କ ସହିତ ସିଧା କଥାବାର୍ତ୍ତା କରିପାରିବି । କେତେ କେତେ ବାର୍ତ୍ତା, କେତେ ମେସେଜ୍! ଅଧିକରୁ ଅଧିକ ବାର୍ତ୍ତାଗୁଡ଼ିକୁ ପଢ଼ିବା, ଆପଣମାନଙ୍କ ପରାମର୍ଶ ଉପରେ ଚିନ୍ତା କରିବା ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରିଥାଏ ।

ବନ୍ଧୁଗଣ, ଆଜି ଗୋଟିଏ ବିଶେଷ ଦିନ । ଆଜି ହେଉଛି, ଏନସିସି ଦିବସ । ଏନସିସି କଥା ପଡ଼ିଲେ, ଆମକୁ ସ୍କୁଲ, କଲେଜ ଦିନ ମନେ ପଡ଼ିଯାଏ । ମୁଁ ନିଜେ ମଧ୍ୟ ଏନସିସି କ୍ୟାଡେଟ୍ ଥିଲି, ତେଣୁ, ପୂର୍ଣ୍ଣ ବିଶ୍ୱାସ ସହ ମୁଁ କହିପାରେ ଯେ, ଏଥିରୁ ପ୍ରାପ୍ତ ଅନୁଭବ ମୋ ପାଇଁ ଅମୂଲ୍ୟ । ଏନସିସି ଯୁବବର୍ଗଙ୍କ ମଧ୍ୟରେ ଶୃଙ୍ଖଳା, ନେତୃତ୍ୱ ଏବଂ ସେବା ଭାବନା ସୃଷ୍ଟି କରିଥାଏ । ଆପଣମାନେ ନିଜ ଆଖପାଖରେ ଦେଖିଥିବେ, ଯେତେବେଳେ କୌଣସି ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୁଏ, ଯେମିତିକି ବନ୍ୟା, ଭୂମିକମ୍ପ କିମ୍ବା କୌଣସି ଦୁର୍ଘଟଣା, ସେଠାରେ ସାହାର୍ଯ୍ୟ କାର୍ଯ୍ୟ ପାଇଁ ଏନସିସି କ୍ୟାଡେଟମାନେ ନିଶ୍ଚିତ ଭାବେ ଉପସ୍ଥିତ ଥାଆନ୍ତି । ଆଜି ଦେଶରେ ଏନସିସିକୁ ସୁଦୃଢ଼ କରିବା ପାଇଁ ନିରନ୍ତର ଭାବେ କାର୍ଯ୍ୟ ଚାଲିଛି । ୨୦୧୪ରେ ପ୍ରାୟଃ ୧୪ ଲକ୍ଷ ଯୁବକ-ଯୁବତୀ ଏନସିସି ସହିତ ଜଡ଼ିତ ଥିଲେ । ଏବେ ୨୦୨୪ରେ ୨୦ ଲକ୍ଷରୁ ଅଧିକ ଯୁବକ-ଯୁବତୀ ଏନସିସି ସହିତ ଜଡ଼ିତ ହୋଇଛନ୍ତି । ପୂର୍ବ ସମୟ ତୁଳନାରେ ଆହୁରି ପାଂଚ ହଜାର ନୂଆ ସ୍କୁଲ-କଲେଜମାନଙ୍କରେ ଏବେ ଏନସିସିର ସୁବିଧା ହୋଇଯାଇଛି । ଆଉ ସବୁଠାରୁ ବଡ଼ କଥା ହେଲା, ପୂର୍ବରୁ ଏନସିସିରେ ଝିଅ କ୍ୟାଡେଟମାନଙ୍କ ସଂଖ୍ୟା ପ୍ରାୟଃ ଶତକଡ଼ା ୨୫ ଭାଗ ପାଖାପାଖି ରହୁଥିଲା, କିନ୍ତୁ ଏବେ ଏନସିସିରେ ଝିଅ କ୍ୟାଡେଟମାନଙ୍କ ସଂଖ୍ୟା ପ୍ରାୟଃ ୪୦ ପ୍ରତିଶତ ହୋଇଯାଇଛି । ସୀମାରେ ବାସ କରୁଥିବା ଯୁବବର୍ଗଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଏନସିସିରେ ସାମିଲ କରିବାର ଅଭିଯାନ ମଧ୍ୟ ନିରନ୍ତର ଭାବେ ଜାରି ରହିଛି । ଅଧିକରୁ ଅଧିକ ସଂଖ୍ୟାରେ ଏନସିସିରେ ଯୋଗ ଦେବା ପାଇଁ ମୁଁ ଯୁବବର୍ଗଙ୍କୁ ଅନୁରୋଧ କରୁଛି । ଆପଣମାନେ ଦେଖିବେ, ଯେ କୌଣସି କ୍ୟାରିୟରକୁ ଗଲେ, ଏନସିସି ଯୋଗୁଁ ଆପଣଙ୍କୁ ନିଜ ବ୍ୟକ୍ତିତ୍ୱ ନିର୍ମାଣରେ ବହୁତ ସହାୟତା ମିଳିବ ।

ବନ୍ଧୁଗଣ, ବିକଶିତ ଭାରତ ନିର୍ମାଣରେ ଯୁବବର୍ଗଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯୁବ ମନ ଯେତେବେଳେ ଏକଜୁଟ୍ ହୋଇ ଦେଶର ଭବିଷ୍ୟତ ଯାତ୍ରାକୁ ନେଇ ବିଚାର କରନ୍ତି, ଚିନ୍ତନ କରନ୍ତି, ସେତେବେଳେ ନିଶ୍ଚିତ ଭାବେ ଏହାର ଉଚିତ ମାର୍ଗ ମିଳିଥାଏ । ଆପଣମାନେ ଜାଣନ୍ତି ଯେ, ଜାନୁଆରୀ ୧୨ ତାରିଖ, ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଦେଶରେ ଯୁବ ଦିବସ ଭାବେ ପାଳନ କରାଯାଇଥାଏ । ଆସନ୍ତା ବର୍ଷ ସ୍ୱାମୀ ବିବେକାନନ୍ଦଙ୍କ ୧୬୨ତମ ଜୟନ୍ତୀ ପାଳନ କରାଯିବ । ଏଥର ଏହା ବହୁତ ସ୍ୱତନ୍ତ୍ର ଭାବେ ପାଳନ କରାଯିବ । ଏହି ଅବସରରେ ଜାନୁଆରୀ ୧୧ ଓ ୧୨ ତାରିଖରେ ଦିଲ୍ଲୀର ଭାରତ ମଣ୍ଡପମରେ  ଯୁବ ଚିନ୍ତାଧାରାର ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ନାମ ରଖାଯାଇଛି – ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ । ସାରା ଭାରତରୁ କୋଟି କୋଟି ଯୁବକ-ଯୁବତୀ ଏଥିରେ ଅଂଶଗ୍ରହଣ କରିବେ । ଗାଁ, ବ୍ଲକ୍, ଜିଲ୍ଲା, ରାଜ୍ୟ ଏବଂ ସେଠାରୁ ବଛାଯାଇଥିବା ଏଭଳି ଦୁଇ ହଜାର ଯୁବକ-ଯୁବତୀ ଭାରତ ମଣ୍ଡପମରେ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ପାଇଁ ଏକାଠି ହେବେ । ଆପଣମାନଙ୍କର ମନେଥିବ ଯେ, ମୁଁ ଲାଲକିଲ୍ଲାର ପ୍ରାଚୀରରୁ ଏଭଳି ଯୁବକ-ଯୁବତୀଙ୍କୁ ରାଜନୀତି କ୍ଷେତ୍ରରେ ପ୍ରବେଶ କରିବା ପାଇଁ ଆହ୍ୱାନ କରିଥିଲି, ଯାହାଙ୍କ ପରିବାରର କୌଣସି ବ୍ୟକ୍ତି କିମ୍ବା ପରିବାରର ରାଜନୈତିକ ପୃଷ୍ଠଭୂମି ନ ଥିବ । ସେହିଭଳି ଏକ ଲକ୍ଷ ନବ-ଯୁବକ-ଯୁବତୀଙ୍କୁ ରାଜନୀତି ସହ ଯୋଡ଼ିବା ପାଇଁ ଦେଶରେ ଅନେକ ବିଶେଷ ଅଭିଯାନ ଆରମ୍ଭ କରାଯିବ । ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ମଧ୍ୟ ଏଭଳି ଏକ ପ୍ରୟାସ । ଦେଶ-ବିଦେଶରୁ ବିଶେଷଜ୍ଞମାନେ ଏଥିରେ ଯୋଗଦେବେ । ଏଥିରେ ଅନେକ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର ବ୍ୟକ୍ତିତ୍ୱ ମଧ୍ୟ ଉପସ୍ଥିତ ରହିବେ । ମୁଁ ମଧ୍ୟ ଏଥିରେ ଅଧିକରୁ ଅଧିକ ସମୟ ଉପସ୍ଥିତ ରହିବି । ଯୁବକ-ଯୁବତୀମାନେ ସେମାନଙ୍କ ଚିନ୍ତାଧାରାକୁ ସିଧାସଳଖ ଆମ ଆଗରେ ପ୍ରକାଶ କରିବାର ସୁଯୋଗ ପାଇବେ । ଏହି ଚିନ୍ତାଧାରାକୁ ନେଇ ଦେଶ କିଭଳି ଆଗକୁ ଯାଇପାରିବ ? କେମିତି ଗୋଟିଏ ନିର୍ଭରଯୋଗ୍ୟ ରୋଡ଼ମ୍ୟାପ୍ ତିଆରି ହୋଇପାରିବ ? ଏହାର ଗୋଟିଏ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ତାହେଲେ, ଆପଣମାନେ ମଧ୍ୟ ପ୍ରସ୍ତୁତ ହୋଇଯାଆନ୍ତୁ, ଯେଉଁମାନେ ଦେଶର ଭବିଷ୍ୟତ ଗଢ଼ିବାକୁ ଯାଉଛନ୍ତି, ଯେଉଁମାନେ ଦେଶର ଭବିଷ୍ୟତ ପିଢ଼ି, ସେମାନଙ୍କ ପାଇଁ ଏହା ଏକ ବହୁତ ବଡ଼ ସୁଯୋଗ । ଆସନ୍ତୁ, ଏକାଠି ମିଶି ଦେଶ ଗଢ଼ିବା, ଦେଶକୁ ବିକଶିତ କରିବା ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆମେ ପ୍ରାୟତଃ ଏଭଳି ଯୁବକ-ଯୁବତୀଙ୍କ ବିଷୟରେ ଆଲୋଚନା କରିଥାଉଁ, ଯେଉଁମାନେ ନିଃସ୍ୱାର୍ଥପର ଭାବରେ ସମାଜ ପାଇଁ କାମ କରୁଛନ୍ତି । ଏଭଳି ଅନେକ ଯୁବକ-ଯୁବତୀ ଅଛନ୍ତି, ଯେଉଁମାନେ ଲୋକମାନଙ୍କ ଛୋଟ ଛୋଟ ସମସ୍ୟାର ସମାଧାନ ବାହାର କରିବାରେ ଲାଗିଛନ୍ତି । ଆଖପାଖରେ ଦେଖିଲେ ଏଭଳି କେତେ ଲୋକଙ୍କୁ ଆମେ ପାଇବା, ଯେଉଁମାନଙ୍କୁ କିଛି ନା କିଛି ସାହାଯ୍ୟର ଆବଶ୍ୟକତା ରହିଛି, କିଛି ସୂଚନାର ଆବଶ୍ୟକତା ରହିଛି । ଏକଥା ଜାଣି ମୋତେ ଖୁସି ଲାଗିଲା ଯେ, କିଛି ଯୁବକ ଗୋଟିଏ ସମୂହ ଗଠନ କରି ଏଭଳି କାର୍ଯ୍ୟ ମଧ୍ୟ କରିଛନ୍ତି । ଯେମିତିକି ଲକ୍ଷ୍ନୌର ବାସିନ୍ଦା ବୀରେନ୍ଦ୍ର । ସେ ବରିଷ୍ଠ ନାଗରିକମାନଙ୍କୁ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ କାମରେ ସାହାଯ୍ୟ କରୁଛନ୍ତି । ଆପଣମାନେ ଜାଣନ୍ତି ଯେ, ସମସ୍ତ ପେନସନଧାରୀମାନଙ୍କୁ ବର୍ଷକୁ ଥରେ ଲାଇଫ୍ ସାର୍ଟିଫିକେଟ୍ ଦେବାକୁ ପଡ଼ିଥାଏ । ୨୦୧୪ ଯାଏ ଏହାର ପ୍ରକ୍ରିୟା ଏଭଳି ଥିଲା ଯେ, ସେହି ବରିଷ୍ଠ ନାଗରିକମାନଙ୍କୁ ନିଜେ ବ୍ୟାଙ୍କକୁ ଯାଇ ଏହା ଦାଖଲ କରିବାକୁ ପଡ଼ୁଥିଲା । ଏହାଦ୍ୱାରା ସେହି ବରିଷ୍ଠ ନାଗରିକମାନଙ୍କୁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବ ତାହା ଆପଣ କଳ୍ପନା କରିପାରୁଥିବେ । ଏବେ ଏହି ବ୍ୟବସ୍ଥା ବଦଳିଯାଇଛି । ଏବେ ଡିଜିଟାଲ୍ ଲାଇଫ ସାର୍ଟିଫିକେଟ୍ ଦିଆଯିବା ଯୋଗୁଁ ଏହି ପ୍ରକ୍ରିୟା ଖୁବ ସହଜ ହୋଇଯାଇଛି । ଏବେ ଏହି ବରିଷ୍ଠ ନାଗରିକମାନଙ୍କୁ ବ୍ୟାଙ୍କ ଯିବାକୁ ପଡ଼ୁ ନାହିଁ । ଟେକ୍ନୋଲଜି ଯୋଗୁଁ ବରିଷ୍ଠ ନାଗରିକମାନଙ୍କୁ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼େ, ସେଥିରେ ବୀରେନ୍ଦ୍ରଙ୍କ ପରି ଯୁବକଙ୍କ ବହୁତ ବଡ଼ ଭୂମିକା ରହିଛି । ସେ ନିଜ ଅଂଚଳର ବରିଷ୍ଠ ନାଗରିକମାନଙ୍କୁ ଏହା ବିଷୟରେ ସଚେତନ କରାଉଛନ୍ତି । କେବଳ ସେତିକି ନୁହେଁ, ସେ ବରିଷ୍ଠ ନାଗରିକମାନଙ୍କୁ Tech-Sevy କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ଏହିଭଳି ପ୍ରଚେଷ୍ଟାମାନ ଯୋଗୁଁ ଆଜି ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ପାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୦ ଲକ୍ଷକୁ ଟପିଯାଇଛି । ଏଥିରେ ଦୁଇ ଲକ୍ଷରୁ ଅଧିକ ଏଭଳି ଲୋକ ଅଛନ୍ତି, ଯେଉଁମାନଙ୍କ ବୟସ ୮୦ ବର୍ଷରୁ ମଧ୍ୟ ବେଶୀ ।

ବନ୍ଧୁଗଣ, ଅନେକ ସହରରେ ଯୁବବର୍ଗ ବରିଷ୍ଠ ନାଗରିକମାନଙ୍କୁ ଡିଜିଟାଲ୍ ବିପ୍ଳବରେ ଅଂଶୀଦାର କରାଇବା ପାଇଁ ମଧ୍ୟ ଆଗେଇ ଆସୁଛନ୍ତି । ଭୋପାଲର ମହେଶ ନିଜ ସାହିର ଅନେକ ବରିଷ୍ଠ ନାଗରିକମାନଙ୍କୁ ମୋବାଇଲ ମାଧ୍ୟମରେ ଟଙ୍କା ଦେବା ଶିଖାଇଛନ୍ତି । ଏହି ବରିଷ୍ଠ ନାଗରିକମାନଙ୍କ ପାଖରେ ସ୍ମାର୍ଟ ଫୋନ୍ ତ ଥିଲା, କିନ୍ତୁ ଏହାର ସଦୁପଯୋଗ ସମ୍ପର୍କରେ ଶିଖାଇବା ପାଇଁ କେହି ନ ଥିଲେ । ବରିଷ୍ଠ ନାଗରିକମାନଙ୍କୁ ଡିଜିଟାଲ୍ ଆରେଷ୍ଟର ବିପଦରୁ ରକ୍ଷା କରିବା ପାଇଁ ମଧ୍ୟ ଅନେକ ଯୁବକ-ଯୁବତୀ ଆଗେଇ ଆସିଛନ୍ତି । ଅହମଦାବାଦର ରାଜୀବ ଲୋକଙ୍କୁ ଡିଜିଟାଲ୍ ଆରେଷ୍ଟର ବିପଦ ସମ୍ପର୍କରେ ସଚେତନ କରୁଛନ୍ତି । ‘ମନ୍ କି ବାତ୍’ର ଗତ ଅଧ୍ୟାୟରେ ମୁଁ ଡିଜିଟାଲ ଆରେଷ୍ଟ ବିଷୟରେ ଆଲୋଚନା କରିଥିଲି । ଏଭଳି ଅପରାଧର ଶିକାର ଅଧିକାଂଶ ବରିଷ୍ଠ ନାଗରିକମାନେ ହିଁ ହେଉଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ଏ ବିଷୟରେ ସଚେତନ କରାଇବା ଏବଂ ସାଇବର୍ ଫ୍ରଡକୁ ରକ୍ଷା ପାଇବା ପାଇଁ ସାହାଯ୍ୟ କରିବା ଆମର ଦାୟିତ୍ୱ । ଡିଜିଟାଲ୍ ଆରେଷ୍ଟ ଭଳି ସରକାରଙ୍କର କୌଣସି ବ୍ୟବସ୍ଥା ନାହିଁ – ଏକଥା ଆମକୁ ଲୋକଙ୍କୁ ବାରମ୍ବାର ବୁଝାଇବାକୁ ହେବ । ଏହା ସମ୍ପୂର୍ଣ୍ଣ ମିଛ, ଲୋକଙ୍କୁ ଫସାଇବାର ଗୋଟିଏ ଷଡ଼ଯନ୍ତ୍ର । ଆମ ଯୁବ ସାଥିମାନେ ଏହି କାର୍ଯ୍ୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ସହ ଭାଗ ନେବା ସହିତ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଉଥିବାରୁ ମୁଁ ଖୁସି ଅନୁଭବ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଆଜିକାଲି ପିଲାମାନଙ୍କ ପାଠପଢ଼ାକୁ ନେଇ ଅନେକ ପ୍ରକାର ପ୍ରୟୋଗ କରାଯାଉଛି । ପିଲାମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ, ପୁସ୍ତକ ପ୍ରତି ସେମାନଙ୍କ ଆଗ୍ରହ ବୃଦ୍ଧି ପାଇଁ ପ୍ରୟାସ କରାଯାଉଛି । କୁହାଯାଏ ଯେ, ପୁସ୍ତକ ମନୁଷ୍ୟର ସର୍ବୋତମ ବନ୍ଧୁ । ଏହି ବନ୍ଧୁତ୍ୱକୁ ସୁଦୃଢ଼ କରିବା ପାଇଁ ପୁସ୍ତକାଳୟ ଠାରୁ ଅଧିକ ଭଲ ସ୍ଥାନ କ’ଣ ବା ହୋଇପାରେ ? ମୁଁ ଚେନ୍ନାଇର ଗୋଟିଏ ଉଦାହରଣ ଆପଣମାନଙ୍କ ସହିତ ଶେୟାର କରୁବାକୁ ଚାହୁଁଛି । ଏଠାରେ ପିଲାମାନଙ୍କ ପାଇଁ ଏଭଳି ଗୋଟିଏ ପୁସ୍ତକାଳୟ ପ୍ରସ୍ତୁତ କରାଯାଇଛି, ଯାହା ସୃଜନଶୀଳତା ଓ ଶିକ୍ଷାର କେନ୍ଦ୍ର ପାଲଟି ଯାଇଛି । ଏହା ପ୍ରକୃତ୍ ଅରିୱଗମ୍ ନାମରେ ପରିଚିତ । ଏଭଳି ପାଠାଗାର କରିବାର ଚିନ୍ତାଧାରା ହେଉଛି ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ସହ ଜଡ଼ିତ ଶ୍ରୀରାମ ଗୋପାଳନଙ୍କ ଅବଦାନ । ବିଦେଶରେ ନିଜ କାର୍ଯ୍ୟ କରିବା ସମୟରେ ସେ ସଦ୍ୟତମ ପ୍ରଯୁକ୍ତିବିଦ୍ୟାର ସଂସାର ସହ ଜଡ଼ିତ ଥିଲେ । କିନ୍ତୁ, ଏହା ସହ ସେ ପିଲାମାନଙ୍କ ମଧ୍ୟରେ ପଢ଼ିବା ଓ ଶିଖିବାର ଅଭ୍ୟାସ ବିକଶିତ କରିବା ଦିଗରେ ମଧ୍ୟ ଚିନ୍ତା କରୁଥିଲେ । ଭାରତ ପ୍ରତ୍ୟାବର୍ତ୍ତନ ପରେ ସେ “ପ୍ରକୃତ୍ ଅରିୱଗମ୍”କୁ ପ୍ରସ୍ତୁତ କଲେ । ଏଠାରେ ତିନି ହଜାରରୁ ମଧ୍ୟ ଅଧିକ ବହି ରହିଛି, ଯାହାକୁ ପଢ଼ିବା ପାଇଁ ପିଲାମାନଙ୍କ ମଧ୍ୟରେ ବହୁତ ଆଗ୍ରହ ପ୍ରକାଶ ପାଉଛି । ବହି ଛଡ଼ା ଏହି ପାଠାଗାରରେ ହେଉଥିବା ଅନେକ ଗତିବିଧି ମଧ୍ୟ ପିଲାମାନଙ୍କୁ ଆକର୍ଷିତ କରୁଛି । କାହାଣୀ କଥନ ହେଉ, କଳା ଶିକ୍ଷାଦାନ ହେଉ, ସ୍ମୃତିଶକ୍ତି ତାଲିମ କ୍ଲାସ୍ ହେଉ, ରୋବୋଟିକ୍ସ ଲେସନ୍ ହେଉ କିମ୍ବା ପବ୍ଲିକ୍ ସ୍ପିକିଙ୍ଗ୍ ହେଉ, ଏଠାରେ ପ୍ରତ୍ୟେକଙ୍କ ପାଇଁ କିଛି ନା କିଛି ନିଶ୍ଚୟ ରହିଛି, ଯାହା ସେମାନଙ୍କୁ ପସନ୍ଦ ଆସୁଛି ।

ବନ୍ଧୁଗଣ, ହାଇଦ୍ରାବାଦରେ ‘ଫୁଡ଼ ଫର୍‌ ଥଟ୍‌ ଫାଉଣ୍ଡେସନ’ ଅନେକ ଚମତ୍କାର ପାଠାଗାର ତିଆରି କରିଛି । ପିଲାଙ୍କୁ ଅଧିକରୁ ଅଧିକ ବିଷୟ ଉପରେ ପ୍ରକୃତ ସୂଚନା ପ୍ରଦାନ ସହ ପଢ଼ିବା ପାଇଁ ବହି ମିଳୁ ବୋଲି ଏମାନେ ମଧ୍ୟ ଚେଷ୍ଟା କରୁଛନ୍ତି । ବିହାର ଗୋପାଳଗଞ୍ଜର ‘ପ୍ରୟୋଗ ଲାଇବ୍ରେରୀ’ ସମ୍ପର୍କରେ ତ ଆଖପାଖ ଅନେକ ସହରରେ ଚର୍ଚ୍ଚା ହେଉଛି । ଏହି ପାଠାଗାରରେ ପ୍ରାୟ ୧୨ଟି ଗାଁର ଯୁବକଯୁବତୀଙ୍କୁ ବହି ପଢ଼ିବାର ସୁବିଧା ମିଳୁଛି । ଏଥିସହିତ ଏହି ପାଠାଗାର, ପଢିବାରେ ସହାୟତା କରୁଥିବା ଅନ୍ୟ ଜରୁରୀ ସୁବିଧା ମଧ୍ୟ ଯୋଗାଇ ଦେଇଥାଏ । ଏଭଳି କେତେକ ପାଠାଗାର ମଧ୍ୟ ଅଛି, ଯାହା ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକର ପ୍ରସ୍ତୁତିରେ ଛାତ୍ରଛାତ୍ରୀଙ୍କୁ ବେଶ୍‌ ସାହାଯ୍ୟ କରିଆସୁଛନ୍ତି । ଏହା ଦେଖି ସତରେ ବହୁତ ଖୁସି ଲାଗୁଛି ଯେ ସମାଜକୁ ଶକ୍ତିଶାଳୀ କରିବାରେ ଆଜି ପାଠାଗାରର ସୁନ୍ଦର ଉପଯୋଗ ହୋଇପାରୁଛି । ଆପଣ ମଧ୍ୟ ବହି ସହ ବନ୍ଧୁତା ବଢ଼ାନ୍ତୁ, ଆଉ ଦେଖନ୍ତୁ, ଆପଣଙ୍କ ଜୀବନରେ କିଭଳି ପରିବର୍ତ୍ତନ ଆସୁଛି ।

ମୋର ପ୍ରିୟ ଦେଶବାସୀଗଣ, ଗତକାଲିର ଠିକ୍‌ ପୂର୍ବ ରାତିରେ ହିଁ ମୁଁ ଦକ୍ଷିଣ ଆମେରିକୀୟ ଦେଶ ଗୟାନାରୁ ଫେରିଛି । ଭାରତରୁ ହଜାର ହଜାର କିଲୋମିଟର ଦୂର ଗୟାନାରେ ମଧ୍ୟ ଏକ ‘କ୍ଷୁଦ୍ର ଭାରତ’ ବସବାସ କରୁଛି । ଆଜିଠାରୁ ପ୍ରାୟ ୧୮୦ ବର୍ଷ ତଳେ ଭାରତର ଲୋକଙ୍କୁ ଖେତରେ ଶ୍ରମିକ ହେବା ପାଇଁ, ଅନ୍ୟ କାମ ପାଇଁ ଗୟାନା ନିଆଯାଇଥିଲା । ଆଜି ସେଠାରେ ଭାରତୀୟ ବଂଶୋଦ୍ଭବ ଲୋକେ ରାଜନୀତି, ବାଣିଜ୍ୟ, ଶିକ୍ଷା ଓ ସଂସ୍କୃତି ଭଳି ପ୍ରତ୍ୟେକ କ୍ଷେତ୍ରରେ ଗୟାନାର ନେତୃତ୍ୱ ନେଉଛନ୍ତି । ଗୟାନାର ରାଷ୍ଟ୍ରପତି ଡ. ଇର୍‌ଫାନ ଅଲି ମଧ୍ୟ ଜଣେ ଭାରତୀୟ ବଂଶଜ, ଯିଏ ନିଜର ଭାରତୀୟ ଐତିହ୍ୟକୁ ନେଇ ଗର୍ବ କରନ୍ତି । ଯେତେବେଳେ ମୁଁ ଗୟାନାରେ ଥିଲି, ସେତେବେଳେ ମୋ ମନରେ ଏକ ବିଚାର ଆସିଥିଲା, ଯାହାକୁ ମୁଁ ‘ମନ୍‌ କୀ ବାତ୍‌’ରେ ଆପଣଙ୍କ ସହ ବାଣ୍ଟୁଛି । ଗୟାନା ଭଳି ପୃଥିବୀର ଡଜନେ ଦେଶରେ ଲକ୍ଷଲକ୍ଷ ଭାରତୀୟ ବସବାସ କରନ୍ତି । ବହୁବର୍ଷ ଆଗରୁ ପ୍ରାୟ, ୨୦୦-୩୦୦ ବର୍ଷ ପୂର୍ବର, ସେମାନଙ୍କ ପୂର୍ବପୁରୁଷଙ୍କର ନିଜର କାହାଣୀସବୁ ରହିଛି । ଆପଣ ଏଭଳି କାହାଣୀଗୁଡ଼ିକୁ କ’ଣ ଖୋଜିପାରିବେ ଯେ କିଭଳି ଭାରତୀୟ ପ୍ରବାସୀମାନେ ଭିନ୍ନ ଭିନ୍ନ ଦେଶରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ! ସେମାନେ କିଭଳି ସେଠାକାର ସ୍ୱାଧୀନତା ପାଇଁ ସଂଗ୍ରାମରେ ଭାଗ ନେଇଛନ୍ତି ! କିଭଳି ସେମାନେ ନିଜର ଭାରତୀୟ ଐତିହ୍ୟକୁ ବଞ୍ଚାଇ ରଖିଛନ୍ତି ? ମୁଁ ଚାହେଁ ଯେ ଆପଣ ଏଭଳି ସତ୍ୟ କାହାଣୀଗୁଡ଼ିକର ଅନୁସନ୍ଧାନ କରନ୍ତୁ, ସେଗୁଡ଼ିକୁ ମୋ ସହିତ ସେୟାର କରନ୍ତୁ । ଆପଣମାନେ ଏହି କାହାଣୀଗୁଡ଼ିକୁ ନମୋ ଆପ୍‌ରେ କିମ୍ବା ମାଇଗଭ୍‌ରେ #Indiandiasporastories ସହିତ ମଧ୍ୟ ଶେୟାର୍‌ କରିପାରିବେ ।

ବନ୍ଧୁଗଣ, ଆପଣମାନଙ୍କୁ ଓମାନରେ ଚାଲୁଥିବା ଏକ ଅସାଧାରଣ ପ୍ରକଳ୍ପ ମଧ୍ୟ ବହୁତ ଆକର୍ଷଣୀୟ ମନେହେବ । ଅନେକ ଶତାବ୍ଦୀ ଧରି ବହୁ ଭାରତୀୟ ପରିବାର ଓମାନରେ ରହିଆସୁଛନ୍ତି । ସେଥିରୁ ଅଧିକାଂଶ ଗୁଜରାଟର କଚ୍ଛରୁ ଯାଇ ସେଠାରେ ବସବାସ କରୁଛନ୍ତି । ଏହି ଲୋକେ ବଣିଜବେପାରରେ ମହତ୍ତ୍ୱପୂର୍ଣ୍ଣ ସଂଯୋଗ ସ୍ଥାପନ କରିଥିଲେ । ଆଜି ମଧ୍ୟ ସେମାନଙ୍କ ପାଖରେ ଓମାନୀ ନାଗରିକତା ଅଛି, କିନ୍ତୁ ତାଙ୍କ ଶିରାପ୍ରଶିରାରେ ଭାରତୀୟତା ରହିଛି । ଓମାନରେ ଭାରତୀୟ ଦୂତାବାସ ଓ ଭାରତର ଜାତୀୟ ଅଭିଲେଖାଗାର ସହଯୋଗରେ ଏକ ଦଳ ଏହି ପରିବାରଗୁଡ଼ିକର ଇତିହାସର ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ହଜାର ହଜାର ନଥିପତ୍ର ସଂଗ୍ରହ ହୋଇସାରିଛି । ଏହା ମଧ୍ୟରେ ଡାଏରି, ହିସାବ ଖାତା, ଲେଜର୍‌, ଚିଠିପତ୍ର ଓ ଟେଲିଗ୍ରାମ ଅନ୍ତର୍ଭୁକ୍ତ । ଏଥିମଧ୍ୟରେ ୧୮୩୮ ମସିହାର କିଛି ଦସ୍ତାବିଜ୍‌ ମଧ୍ୟ ରହିଛି । ଏହି ଦସ୍ତାବିଜ୍‌ ଅନେକ ଆବେଗରେ ଭରପୂର । ବହୁ ବର୍ଷ ପୂର୍ବେ ଯେତେବେଳେ ସେମାନେ ଓମାନରେ ପହଞ୍ଚିଥିଲେ, ସେମାନେ କିଭଳି ଜୀବନ ବଞ୍ଚିଲେ, କିପରି ସୁଖଦୁଃଖର ସାମନା କଲେ ଏବଂ ଓମାନର ଲୋକଙ୍କ ସହ ସେମାନଙ୍କର ସମ୍ପର୍କ କିପରି ଆଗକୁ ବଢ଼ିଲା- ଏସବୁ କଥା ଏହି ଦସ୍ତାବିଜ୍‌ରେ ରହିଛି । ‘Oral History Project’ ଏହି ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର । ଏହି ଅଭିଯାନରେ ସେଠାକାର ବରିଷ୍ଠ ଲୋକେ ନିଜ ନିଜର ଅଭିଜ୍ଞତା ବିଷୟରେ କହିଛନ୍ତି । ଲୋକମାନେ ସେଠାକାର ଜୀବନଶୈଳୀ ସହିତ ଜଡ଼ିତ ବିଭିନ୍ନ କଥାକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି ।

ବନ୍ଧୁଗଣ, ଠିକ୍‌ ଏହିପରି ଏକ Oral History Project ଭାରତରେ ମଧ୍ୟ ଚାଲିଛି । ଏହି ପ୍ରକଳ୍ପ ଅଧୀନରେ ଇତିହାସପ୍ରେମୀମାନେ ଦେଶ ବିଭାଜନ ସମୟରେ ପୀଡ଼ିତଙ୍କ ଅନୁଭୂତିକୁ ସଂଗ୍ରହ କରିଛନ୍ତି । ଏବେ ଦେଶରେ ଏଭଳି ଲୋକଙ୍କ ସଂଖ୍ୟା କମିଗଲାଣି, ଯେଉଁମାନେ ବିଭାଜନର ବିଭୀଷିକା ଦେଖିଛନ୍ତି । ଏହି କାରଣରୁ ଏହି ପ୍ରୟାସ ଅଧିକ ଗୁରୁତ୍ୱପୂର୍ଣ୍ଣ ପାଲଟିଯାଇଛି ।

ବନ୍ଧୁଗଣ, ଯେଉଁ ଦେଶ, ଯେଉଁ ସ୍ଥାନ, ନିଜର ଇତିହାସକୁ ସଂରକ୍ଷିତ କରେ, ତା’ର ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହେ । ଏହି ଭାବନାକୁ ଧରି ଗୋଟିଏ ପ୍ରୟାସ ହୋଇଛି ଯେଉଁଥିରେ ଗାଁର ଇତିହାସକୁ ସଂରକ୍ଷିତ ରଖିବା ପାଇଁ ଏକ ଡାଇରେକ୍ଟୋରୀ ତିଆରି କରାଯାଇଛି । ସାମୁଦ୍ରିକ ଯାତ୍ରାରେ ପ୍ରାଚୀନ ଭାରତର ସାମର୍ଥ୍ୟ ସହିତ ଜଡ଼ିତ ପ୍ରମାଣଗୁଡ଼ିକୁ ସଂରକ୍ଷିତ ରଖିବାର ଅଭିଯାନ ମଧ୍ୟ ଦେଶରେ ଚାଲିଛି । ଏହି ପରିପ୍ରେକ୍ଷୀରେ ଲୋଥଲରେ ଏକ ବହୁତ ବଡ଼ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଉଛି । ଏହା ବ୍ୟତୀତ, କୌଣସି ପାଣ୍ଡୁଲିପି ହେଉ, କୌଣସି ଐତିହାସିକ ଦସ୍ତାବିଜ୍‌ ହେଉ, କୌଣସି ହସ୍ତଲିଖିତ ରଚନା ହେଉ, ଯଦି ଆପଣଙ୍କ ଦୃଷ୍ଟିକୁ ଆସୁଛି ତେବେ ଆପଣ ତାକୁ ମଧ୍ୟ ଭାରତର ଜାତୀୟ ଅଭିଲେଖାଗାର ସହାୟତାରେ ସଂରକ୍ଷିତ କରିପାରିବେ ।

ବନ୍ଧୁଗଣ, ସ୍ଲୋଭାକିଆରେ ହେଉଥିବା ଠିକ୍‌ ଏହିଭଳି ଏକ ପ୍ରୟାସ ସମ୍ପର୍କରେ ମୁଁ ଜାଣିବାକୁ ପାଇଛି, ଯାହା ଆମ ସଂସ୍କୃତିର ସଂରକ୍ଷଣ କରିବା ଓ ତାକୁ ଆଗକୁ ବଢ଼ାଇବା ସହ ସମ୍ପୃକ୍ତ । ସେଠାରେ ପ୍ରଥମ ଥର ପାଇଁ ସ୍ଲୋଭାକ୍‌ ଭାଷାରେ ଆମ ଉପନିଷଦଗୁଡ଼ିକର ଅନୁବାଦ କରାଯାଇଛି । ଏଭଳି ପ୍ରଚେଷ୍ଟାରୁ ଭାରତୀୟ ସଂସ୍କୃତିର ବୈଶ୍ୱିକ ପ୍ରଭାବ ସମ୍ପର୍କରେ ମଧ୍ୟ ଜଣାପଡ଼େ । ଆମ ସମସ୍ତଙ୍କ ପାଇଁ ଏହା ଗର୍ବର କଥା ଯେ ପୃଥିବୀସାରା ଏପରି କୋଟିକୋଟି ଲୋକ ଅଛନ୍ତି, ଯାହାଙ୍କ ହୃଦୟରେ ଭାରତ ପ୍ରତି ଖୁବ୍ ଶ୍ରଦ୍ଧା ରହିଛି ।

ମୋର ପ୍ରିୟ ଦେଶବାସୀଗଣ, ଏବେ ମୁଁ ଆପଣଙ୍କ ନିକଟରେ ଦେଶର ଏଭଳି ଏକ ଉପଲବ୍ଧି କଥା କହିବାକୁ ଚାହୁଁଛି ଯାହାକୁ ଶୁଣି ଆପଣ ଖୁସି ହୋଇଯିବେ ଓ ଗୌରବାନ୍ୱିତ ମଧ୍ୟ ହେବେ; ଆଉ ଯଦି ଆପଣ ଏ ବିଷୟରେ ଅବଗତ ନୁହଁନ୍ତି, ତେବେ ବୋଧହୁଏ ଆପଣଙ୍କର ପଶ୍ଚାତାପ ମଧ୍ୟ ହେବ । କିଛି ମାସ ତଳେ ଆମେ ‘ମାଆ ପାଇଁ ଗଛଟିଏ’ ଅଭିଯାନ ଆରମ୍ଭ କରିଥିଲୁ । ଏହି ଅଭିଯାନରେ ସାରା ଦେଶର ଲୋକ ବହୁତ ଉତ୍ସାହରେ ଭାଗ ନେଇଛନ୍ତି । ଏହା କହିବାବେଳକୁ ମୋତେ ବହୁତ ଖୁସି ଲାଗୁଛି ଯେ ଏହି ଅଭିଯାନ ଶହେ କୋଟି ଚାରା ଲଗାଇବାର ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛି । ଶହେ କୋଟି ଗଛ...ତା’ ବି ମାତ୍ର ପାଞ୍ଚ ମାସ ଭିତରେ- ଏହା ଆମ ଦେଶବାସୀଙ୍କ ଅକ୍ଳାନ୍ତ ପ୍ରୟାସ ଦ୍ୱାରା ହିଁ ସମ୍ଭବ ହୋଇଛି । ଏଥିସହ ସଂପୃକ୍ତ ଆଉ ଗୋଟିଏ କଥା ଜାଣି ଆପଣ ଗର୍ବ ଅନୁଭବ କରିବେ । ‘ମାଆ ପାଇଁ ଗଛଟିଏ’ ଅଭିଯାନ ଏବେ ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ବ୍ୟାପି ଚାଲିଛି । ମୁଁ ଯେତେବେଳେ ଗୟାନାରେ ଥିଲି, ସେଠାରେ ମଧ୍ୟ ଏହି ଅଭିଯାନର ସାକ୍ଷୀ ହୋଇଥିଲି । ସେଠାରେ ମୋ ସହିତ ଗୟାନାର ରାଷ୍ଟ୍ରପତି ଡ. ଇରଫାନ ଅଲି, ତାଙ୍କ ପତ୍ନୀଙ୍କ ମାଆ ଓ ପରିବାରର ବାକି ସଦସ୍ୟ ‘ମାଆ ପାଇଁ ଗଛଟିଏ’ ଅଭିଯାନରେ ସାମିଲ୍‌ ହୋଇଥିଲେ ।

ବନ୍ଧୁଗଣ, ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଏହି ଅଭିଯାନ କ୍ରମାଗତ ଜାରି ରହିଛି । ମଧ୍ୟ ପ୍ରଦେଶର ଇନ୍ଦୋରରେ ‘ମାଆ ପାଇଁ ଗଛଟିଏ ଅଭିଯାନରେ ଚାରା ରୋପଣର ରେକର୍ଡ ହୋଇଛି । ସେଠାରେ ୨୪ ଘଣ୍ଟାରେ ୧୨ ଲକ୍ଷରୁ ଅଧିକ ଚାରା ଲଗାଯାଇଥିଲା । ଏହି ଅଭିଯାନ ଯୋଗୁଁ ଇନ୍ଦୋରର ରେବତୀ ପାହାଡ଼ର ବନ୍ଧ୍ୟା ଅଞ୍ଚଳ ଏବେ ହରିତ୍‌ ଅଞ୍ଚଳରେ ବଦଳିଯିବ । ରାଜସ୍ଥାନର ଜୈସଲମେରରେ ଏହି ଅଭିଯାନ ଦ୍ୱାରା ଏକ ନିଆରା ରେକର୍ଡ ହୋଇଛି । ସେଠାକାର ମହିଳାଙ୍କର ଏକ ଦଳ ଏକ ଘଣ୍ଟାରେ ୨୫ ହଜାର ଚାରା ଲଗାଇଥିଲେ । ମାଆମାନେ ମାଆ ନାଁରେ ଚାରା ଲଗାଇଲେ ଓ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେଲେ । ସେଠାରେ ଗୋଟିଏ ସ୍ଥାନରେ ପାଞ୍ଚ ହଜାରରୁ ଅଧିକ ଲୋକ ମିଶି ଚାରା ରୋପଣ କରିଥିଲେ- ଏହା ମଧ୍ୟ ଏକ ରେକର୍ଡ । ‘ମାଆ ପାଇଁ ଗଛଟିଏ’ ଅଭିଯାନରେ ଅନେକ ସାମାଜିକ ସଂସ୍ଥା ସ୍ଥାନୀୟ ଆବଶ୍ୟକତା ଅନୁସାରେ ଚାରା ରୋପଣ କରୁଛନ୍ତି । ଯେଉଁଠି ଚାରା ରୋପଣ କରାଯାଉଛି, ସେଠାକାର ସମଗ୍ର ପରିସଂସ୍ଥା ବ୍ୟବସ୍ଥା ପରିବେଶ ଅନୁକୂଳ ଏବଂ ବିକଶିତ ହେଉ ବୋଲି ସେମାନେ ଚେଷ୍ଟା ଜାରି ରଖିଛନ୍ତି । ସେଥିପାଇଁ ଏହି ସଂସ୍ଥାଗୁଡ଼ିକ କେଉଁଠି ଔଷଧୀୟ ଚାରା ଲଗାଉଛନ୍ତି ତ ଆଉ କେଉଁଠି ପକ୍ଷୀଙ୍କ ବସା ପାଇଁ ଗଛ ଲଗାଉଛନ୍ତି । ବିହାରରେ “ଜୀବିକା ସ୍ୱୟଂ ସହାୟିକା ଗୋଷ୍ଠୀ’ର ମହିଳାମାନେ ୭୫ ଲକ୍ଷ ଗଛ ଲଗାଇବାର ଅଭିଯାନ ଚଳାଇଛନ୍ତି । ଏହି ମହିଳାଙ୍କର ଲକ୍ଷ୍ୟ ହେଲା ଫଳଦାୟୀ ଗଛ ଲଗାଇବା, ଯାହାଦ୍ୱାରା ଭବିଷ୍ୟତରେ ସେଥିରୁ କିଛି ଆୟ ମଧ୍ୟ କରାଯାଇପାରିବ ।

ବନ୍ଧୁଗଣ, ଏହି ଅଭିଯାନରେ ଯୋଗଦେଇ ଯେକୌଣସି ବ୍ୟକ୍ତି ନିଜ ମା’ଙ୍କ ନାମରେ ଗଛଟିଏ ଲଗାଇପାରିବ । ଯଦି ମା’ ସାଥୀରେ ଅଛନ୍ତି ତାହେଲେ ତାଙ୍କୁ ସାଙ୍ଗରେ ନେଇ ଆପଣ ଗଛ ଲଗାଇପାରିବେ । ଯଦି ନାହାନ୍ତି ତାଙ୍କ ଫଟୋକୁ ସାଥୀରେ ନେଇ ଆପଣ ଏହି ଅଭିଯାନର ଅଂଶୀଦାର ହୋଇପାରିବେ । ଗଛ ସହିତ ନିଜର ସେଲ୍ଫି ମଧ୍ୟ mygov.inରେ ଆପଣ ପୋଷ୍ଟ କରିପାରିବେ । ମା’ ଆମମାନଙ୍କ ପାଇଁ ଯାହା କରେ ତା’ର ଋଣ ଆମେ କେବେ ବି ଶୁଝିପାରିବା ନାହିଁ କିନ୍ତୁ ମା’ଙ୍କ ନାମରେ ଗଛଟିଏ ଲଗାଇ ଆମେ ତାଙ୍କର ଉପସ୍ଥିତିକୁ ସଦାସର୍ବଦା ଜୀବନ୍ତ ରଖିପାରିବା ।

ମୋର ପ୍ରିୟ ଦେଶବାସୀଗଣ ଆପଣମାନେ ସମସ୍ତେ ପିଲାଦିନେ ଘରଚଟିଆକୁ ନିଜ ଘରର ଛାତ ଉପରେ ପାଖ ଗଛରେ କିଚିରିମିଚିରି କରୁଥିବାର ନିଶ୍ଚୟ ଦେଖିଥିବେ । ଘରଚଟିଆକୁ ତାମିଲ ଏବଂ ମାଲୟାଲମ୍ ଭାଷାରେ କୁରୁୱି, ତେଲଗୁରେ ପିଚ୍ଚୁକା ଏବଂ କନ୍ନଡ଼ ଭାଷାରେ ଗୁବ୍ବୀ କୁହାଯାଏ । ପ୍ରତ୍ୟେକ ଭାଷା ସଂସ୍କୃତିରେ ଘରଚଟିଆକୁ ନେଇ କଥା କାହାଣୀ ଶୁଣିବାକୁ ମିଳେ । ଆମ ଆଖପାଖର ଜୈବ ବିବିଧତାକୁ ବଜାୟ ରଖିବାରେ ଘରଚଟିଆର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । କିନ୍ତୁ ଆଜି ସହରମାନଙ୍କରେ ଘରଚଟିଆ ଦେଖିବା ବଡ଼ କଷ୍ଟକର । ସହରୀକରଣର ବୃଦ୍ଧି ଯୋଗୁଁ ଘରଚଟିଆ ଆମଠାରୁ ଦୂରକୁ ଚାଲିଯାଇଛି । ବର୍ତ୍ତମାନ ପିଢ଼ୀର ଅନେକ ପିଲା ଅଛନ୍ତି ଯେଉଁମାନେ ଘରଚଟିଆକୁ ଖାଲି ଚିତ୍ର ବା ଭିଡ଼ିଓରେ ଦେଖିଛନ୍ତି । ଏଭଳି ପିଲାମାନଙ୍କ ଜୀବନରେ ଏହି ସୁନ୍ଦର ପକ୍ଷୀଟିକୁ ଫେରାଇ ଆଣିବା ପାଇଁ କିଛି ନିଆରା ପ୍ରୟାସ କରାଯାଉଛି । ଚେନ୍ନାଇର କୁଡ଼ୁଗଲ ଟ୍ରଷ୍ଟ ଘରଚଟିଆର ବଂଶ ବଢ଼ାଇବା ପାଇଁ ସ୍କୁଲ ପିଲାମାନଙ୍କୁ ନିଜ ଅଭିଯାନରେ ସାମିଲ କରିଛନ୍ତି । ଘରଚଟିଆ ଆମର ନିତ୍ୟନୈମିତ୍ତିକ ଜୀବନରେ କେତେ ମହତ୍ତ୍ୱପୂର୍ଣ୍ଣ ଏହି କଥା ଅନୁଷ୍ଠାନର ଲୋକମାନେ ସ୍କୁଲଗୁଡ଼ିକୁ ଯାଇ ପିଲାମାନଙ୍କୁ ବୁଝାଉଛନ୍ତି । ଏହି ଅନୁଷ୍ଠାନ ପିଲାମାନଙ୍କୁ ଘରଚଟିଆ ବସା ତିଆରି କରିବାର ତାଲିମ୍ ଦେଇଥାଏ । ଏଥିପାଇଁ ଅନୁଷ୍ଠାନର ଲୋକମାନେ ପିଲାମାନଙ୍କୁ କାଠର ଗୋଟିଏ ଛୋଟିଆ ଘର ତିଆରି କରିବା ଶିଖାଇଛନ୍ତି । ଏଥିରେ ଘରଚଟିଆର ରହିବା ଏବଂ ଖାଇବାର ବ୍ୟବସ୍ଥା କରାଯାଉଛି । ଏହା ଏଭଳି ଏକ ଘର ଯାହାକୁ ଯେକୌଣସି କୋଠାଘରର ବାହାର କାନ୍ଥରେ ରଖାଯାଇପାରିବ ଅଥବା ଗଛ ଉପରେ ମଧ୍ୟ ଲଗାଯାଇପାରିବ । ପିଲାମାନେ ଏହି ଅଭିଯାନରେ ଉତ୍ସାହର ସହିତ ଭାଗନେଲେ ଏବଂ ଘରଚଟିଆ ପାଇଁ ବହୁଳ ସଂଖ୍ୟାରେ ବସା ତିଆରି କରିବା ଆରମ୍ଭ କରିଦେଲେ । ଗଛ ଚାରିପାଶ୍ୱର୍ ମଧ୍ୟରେ ଅନୁଷ୍ଠାନଟି ଘରଚଟିଆ ପାଇଁ ଏହିଭଳି ୧୦,୦୦୦ ବସା ତିଆରି କରିଛି । କୁଡୁଗଲ ଟ୍ରଷ୍ଟର ଏହି ପ୍ରୟାସ ଦ୍ୱାରା ଆଖପାଖ ଅଞ୍ଚଳରେ ଘରଚଟିଆର ସଂଖ୍ୟା ବଢ଼ିବା ଆରମ୍ଭ ହୋଇଯାଇଛି । ଆପଣ ମଧ୍ୟ ଯଦି ନିଜ ଆଖପାଖରେ ଏହିଭଳି ପ୍ରୟାସ କରିବେ ତାହାଲେ ନିଶ୍ଚିତ ଭାବରେ ଘରଚଟିଆ ଆମ ଜୀବନର ଅଙ୍ଗ ହୋଇପାରିବ ।

ବନ୍ଧୁଗଣ, କର୍ଣ୍ଣାଟକ ରାଜ୍ୟର ମହୀଶୂରର ଗୋଟିଏ ଅନୁଷ୍ଠାନ ପିଲାମାନଙ୍କ ପାଇଁ ‘Early Bird’ ନାମକ ଅଭିଯାନ ଆରମ୍ଭ କରିଛି । ଏହି ସଂସ୍ଥା ପିଲାମାନଙ୍କୁ ପକ୍ଷୀମାନଙ୍କ ବିଷୟରେ ଜଣାଇବା ପାଇଁ ଗୋଟିଏ ବିଶେଷ ଲାଇବ୍ରେରୀ ଚଳାଉଛନ୍ତି । ଖାଲି ଏତିକି ନୁହେଁ ପିଲାମାନଙ୍କ ମଧ୍ୟରେ ପ୍ରକୃତି ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ପାଇଁ ‘Nature Education Kit’ ତିଆରି କରିଛନ୍ତି । ଏହି କିଟରେ ପିଲାମାନଙ୍କ ପାଇଁ ଗପବହି, ଖେଳ, ଆକ୍ଟିଭିଟି ସିଟ୍ ଏବଂ jig-saw puzzles ରହିଛି । ଏହି ଅନୁଷ୍ଠାନ ସହରର ପିଲାମାନଙ୍କୁ ଗାଁକୁ ନେଇ ଯାଉଛନ୍ତି ଏବଂ ସେମାନଙ୍କୁ ପକ୍ଷୀମାନଙ୍କ ବିଷୟରେ ଶିକ୍ଷା ଦେଉଛି ଏହି ସଂସ୍ଥାର ପ୍ରୟାସ ଯୋଗୁଁ ପିଲାମାନେ ପକ୍ଷୀମାନଙ୍କର ଅନେକ ପ୍ରଜାତିକୁ ଚିହ୍ନିବାରେ ଲାଗିଲେଣି । ‘ମନ୍ କି ବାତ୍’ର ଶ୍ରୋତାମାନେ ମଧ୍ୟ ଏହିଭଳି ଚେଷ୍ଟା ଦ୍ୱାରା ପିଲାମାନଙ୍କ ଭିତରେ ନିଜ ଚତୁଃପାଦିଗକୁ ଦେଖିବା, ବୁଝିବାର ଅଲଗା ଦୃଷ୍ଟିକୋଣ ବିକଶିତ କରିପାରିବେ ।

ମୋର ପ୍ରିୟ ଦେଶବାସୀଗଣ, ଆପଣମାନେ ଦେଖିଥିବେ କେହି ଯଦି ‘ସରକାରୀ ଅଫିସ୍’ ବୋଲି କହେ ତାହାଲେ ଆପଣଙ୍କ ମନରେ ଫାଇଲଗଦାର ଚିତ୍ର ଆସିଯାଉଛି । ଆପଣ ଫିଲ୍ମମାନଙ୍କରେ ମଧ୍ୟ ଏଭଳି କିଛି ଦେଖିଥିବେ । ସରକାରୀ ଅଫିସରେ  ଏହି ଫାଇଲଗଦା ସମ୍ପର୍କରେ ଅନେକ ଥଟ୍ଟାମଜାର କାହାଣୀ ଶୁଣିବାକୁ ମିଳେ, ଅନେକ କାହାଣୀ ଲେଖା ବି ଯାଇଛି । ବର୍ଷ ବର୍ଷ ଧରି ଏହି ଫାଇଲଗୁଡ଼ିକ ଅଫିସରେ ପଡ଼ି ପଡ଼ି ସେଥିରେ ଧୂଳି ଭର୍ତ୍ତି ହୋଇଯାଇଥାଏ, ସେଠି ଆବର୍ଜନା ସୃଷ୍ଟି ହୋଇଥାଏ – ଏହିଭଳି ଦଶକ ଦଶକର ପୁରୁଣା ଫାଇଲ୍ ଏବଂ Scrapକୁ ହଟାଇବା ପାଇଁ ଗୋଟିଏ ବିଶେଷ ସ୍ୱଚ୍ଛତା ଅଭିଯାନ କରାଗଲା । ଆପଣ ଜାଣି ଖୁସିହେବେ ଯେ ସରକାରୀ ବିଭାଗଗୁଡ଼ିକରେ ଏହି ଅଭିଯାନର ଅଭୂତ ପରିଣାମ ଦେଖିବାକୁ ମିଳିଲା । ସଫାସୁତୁରା ହେବାଦ୍ୱାରା ଅଫିସରେ ବହୁତ ଜାଗା ଖାଲି ହୋଇଗଲା । ଏହାଦ୍ୱାରା ଅଫିସରେ କାମ କରୁଥିବା ଲୋକମାନଙ୍କ ଭିତରେ ଗୋଟିଏ ମାଲିକାନାର ଭାବ ମଧ୍ୟ ସୃଷ୍ଟି ହେଲା । ନିଜର କାମ କରୁଥିବା ଜାଗାକୁ ସ୍ୱଚ୍ଛ ରଖିବାର ଦାୟିତ୍ୱବୋଧ ମଧ୍ୟ ତାଙ୍କଠାରେ ଦେଖାଯାଇଛି ।

ବନ୍ଧୁଗଣ, ଆପଣମାନେ ଅନେକ ସମୟରେ ଆମର ମୁରବୀ ଲୋକମାନଙ୍କୁ ଏକଥା କହିବା ଶୁଣିଥିବେ ଯେ ଯେଉଁଠାରେ ସ୍ୱଚ୍ଛତା ଅଛି ସେହିଠାରେ ଲକ୍ଷ୍ମୀଙ୍କର ନିବାସ ହୋଇଥାଏ । ଆମ ଏଠାରେ ‘ଆବର୍ଜନାରୁ ସୁନା’ର ବିଚାର ଅତ୍ୟନ୍ତ ପ୍ରାଚୀନ । ଦେଶର ଅନେକ ଭାଗରେ ଯୁବକମାନେ ବେକାର ହୋଇପଡ଼ିଥିବା ଜିନିଷଗୁଡ଼ିକୁ ନେଇ ‘ଆବର୍ଜନାରୁ ସୁନା’ ଅର୍ଜନ କରୁଛନ୍ତି । ବିଭିନ୍ନ ପ୍ରକାରର Innovation କରୁଛନ୍ତି । ଏହାଦ୍ୱାରା ସେମାନେ ପଇସା ରୋଜଗାର କରିବା ସଙ୍ଗେ ସଙ୍ଗେ ରୋଜଗାରର ସାଧନ ମଧ୍ୟ ବିକଶିତ କରୁଛନ୍ତି । ଏହି ଯୁବକମାନେ ନିଜ ପ୍ରୟାସରେ sustainable lifestyleକୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି । ମୁମ୍ବାଇର ଦୁଇଜଣ ଝିଅଙ୍କର ପ୍ରୟାସ ବାସ୍ତବରେ ଖୁବ୍ ପ୍ରେରଣାଦାୟକ । ଅକ୍ଷରା ଏବଂ ପ୍ରକୃତି ନାମକ ଏହି ଝିଅ ଦୁଇଜଣ କତରନ୍ ଫ୍ୟାସନ୍ ସାମଗ୍ରୀ ତିଆରି କରୁଛନ୍ତି । ଆପଣ ମଧ୍ୟ ଜାଣନ୍ତି ଯେ କପଡ଼ା କାଟିବା ଏବଂ ସିଲେଇ କରିବା ସମୟରେ ଯେଉଁ କତରନ୍ ବାହାରୁଛି ତାକୁ ବେକାର ଭାବି ଫୋପାଡିଦିଆଯାଏ । ଅକ୍ଷରା ଏବଂ ପ୍ରକୃତିଙ୍କ ଟିମ୍ ସେହି କପଡାର ଆବର୍ଜନାରୁ ଫେସନ୍ ଉତ୍ପାଦରେ ପରିବର୍ତ୍ତିତ କରିଦେଉଛନ୍ତି । ଏହି କଟା କପଡାରୁ ତିଆରି ହେଉଥିବା ଟୋପି, ବ୍ୟାଗ୍ ଇତ୍ୟାଦି ହାତକୁ ହାତ ବିକ୍ରି ହୋଇଯାଉଛି ।

ବନ୍ଧୁଗଣ, ସଫାସୁତୁରାକୁ ନେଇ ଉତ୍ତରପ୍ରଦେଶର କାନପୁରରେ ମଧ୍ୟ ଭଲ ପଦକ୍ଷେପ ନିଆଯାଉଛି । ଏଠାରେ କିଛି ଲୋକ ପ୍ରାତଃଭ୍ରମଣରେ ଯାଆନ୍ତି ଏବଂ ଗଙ୍ଗାଘାଟରେ ବିଛାଡ଼ିହୋଇ ପଡ଼ିଥିବା ପ୍ଲାଷ୍ଟିକ୍ ଏବଂ ଅନ୍ୟ ଆବର୍ଜନାକୁ ଉଠାଇ ନିଅନ୍ତି । ଏହି ସମୂହକୁ ‘Kanpur Ploggers Group’ ନାମ ଦିଆଯାଇଛି । ଏହି ଅଭିଯାନର ଆରମ୍ଭ କେତେଜଣ ବନ୍ଧୁ ମିଶିକି କରିଥିଲେ । ଧିରେ ଧିରେ ଏହା ଜନଭାଗିଦାରୀର ଏକ ବଡ଼ ଅଭିଯାନ ହୋଇଗଲା । ସହରର ଅନେକ ଲୋକ ଏହି କାର୍ଯ୍ୟରେ ଯୋଗଦେଇଛନ୍ତି । ଏହାର ସଦସ୍ୟମାନେ ଏବେ ଦୋକାନ ଏବଂ ଘରମାନଙ୍କରୁ ମଧ୍ୟ ଆବର୍ଜନା ଉଠାଇବାକୁ ଲାଗିଲେଣି । ଏହି ଆବର୍ଜନାରୁ Recycle Plantରେ tree guard ତିଆରି କରାଯାଉଛି । ଅର୍ଥାତ୍ ଏହି ଗ୍ରୁପର ଲୋକେ ଆବର୍ଜନାରୁ ତିଆରି ହୋଇଥିବା tree guard  ଦ୍ୱାରା ଚାରାର ସୁରକ୍ଷା ମଧ୍ୟ କରନ୍ତି ।

ବନ୍ଧୁଗଣ, ଛୋଟ ଛୋଟ ପ୍ରୟାସ ଦ୍ୱାରା କିଭଳି ବଡ଼ ସଫଳତା ମିଳୁଛି ଆସାମର ଇତିଶା ମଧ୍ୟ ତା’ର ଏକ ଉଦାହରଣ । ଇତିଶାର ପଢ଼ାଲେଖା ଦିଲ୍ଲୀ ଏବଂ ପୁନେରେ ହୋଇଛି । ଇତିଶା କର୍ପୋରେଟ ଦୁନିଆର ଜାକଜମକ ତ୍ୟାଗକରି ଅରୁଣାଚଳର ସାଙ୍ଗତି ଘାଟିକୁ ସଫା କରିବାରେ ଲାଗିଛନ୍ତି । ପର୍ଯ୍ୟଟକମାନଙ୍କ ଯୋଗୁଁ ସେଠାରେ ଅନେକ ପ୍ଲାଷ୍ଟିକ ଆବର୍ଜନା ଜମା ହେଉଥିଲା । ସେଠାକାର ନଦୀ ଯାହା ଦିନେ ଖୁବ୍ ସଫା ଥିଲା ସେ ଏହି ପ୍ଲାଷ୍ଟିକ ଆବର୍ଜନା ଯୋଗୁଁ ପ୍ରଦୂଷିତ ହୋଇଯାଇଥିଲା । ଏହାକୁ ସଫା କରିବା ପାଇଁ ଇତିଶା ସ୍ଥାନୀୟ ଲୋକମାନଙ୍କ ସହିତ ମିଶି କାମ କରୁଛନ୍ତି । ତାଙ୍କ ଗ୍ରୁପର ଲୋକମାନେ ସେଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସଚେତନ କରୁଛନ୍ତି ଏବଂ ପ୍ଲାଷ୍ଟିକ ଆବର୍ଜନାକୁ ସଂଗ୍ରହ କରିବା ପାଇଁ ସମ୍ପୂର୍ଣ୍ଣ ଉପତ୍ୟକାରେ ବାଉଁଶରେ ତିଆରି ଡଷ୍ଟବିନମାନ ରଖିଛନ୍ତି ।

ବନ୍ଧୁଗଣ, ଏହିଭଳି ପ୍ରୟାସରୁ ଭାରତର ସ୍ୱଚ୍ଛତା ଅଭିଯାନକୁ ଗତି ମିଳିଛି । ଏହା ନିରନ୍ତର ଚାଲୁଥିବା ଏକ ଅଭିଯାନ । ଆପଣଙ୍କ ଆଖପାଖରେ ମଧ୍ୟ ଏହିଭଳି କାମ ନିଶ୍ଚୟ ହେଉଥିବ । ଆପଣ ଏହିଭଳି ପ୍ରୟାସଗୁଡ଼ିକ ସମ୍ବନ୍ଧରେ ମୋତେ ନିଶ୍ଚୟ ଲେଖି ଜଣାନ୍ତୁ ।

ବନ୍ଧୁଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଆଜିପାଇଁ ଏତିକି । ମୁଁ ମାସ ସାରା ଆପଣମାନଙ୍କ ପ୍ରତିକ୍ରିୟା, ପତ୍ର ଏବଂ ପରାମର୍ଶଗୁଡ଼ିକୁ ଅପେକ୍ଷା କରି ରହୁଛି । ପ୍ରତିମାସରେ ଆପଣମାନଙ୍କଠାରୁ ମିଳୁଥିବା ପରାମର୍ଶ ମୋତେ ଆହୁରି ଭଲ କରିବାର ପ୍ରେରଣା ଦିଏ । ଆସନ୍ତା ମାସରେ ‘ମନ୍ କି ବାତ୍’ର ଆଉ ଏକ ଅଧ୍ୟାୟରେ ଆମେ ପୁଣି ଭେଟିବା । ସେ ପର୍ଯ୍ୟନ୍ତ ଆପଣ ସମସ୍ତ ଦେଶବାସୀଙ୍କୁ ମୋର ବହୁତ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
PM to Visit Gujarat and Maharashtra on 8th September
September 07, 2026
PM to Lay Foundation Stones, Inaugurate and Dedicate to the Nation Development Projects Worth More Than ₹35,000 Crore in Vadodara
PM to Dedicate Three Key Sections of Western Dedicated Freight Corridor to the Nation, Marking Completion of the Project
PM to Lay Foundation Stone for three Railway Projects and three Highway Projects
PM to Inaugurate Global Fintech Fest 2026 in Mumbai
Theme of GFF 2026: “Potential to Impact: Agentic AI, Tokenisation, Quantum - Trusted, Connected, Global Systems for Inclusive Finance”

Prime Minister Shri Narendra Modi will visit Gujarat and Maharashtra on 8th September 2026. At around 12 noon, Prime Minister will lay the foundation stones, inaugurate and dedicate to the nation various development projects worth more than ₹35,000 crore in Vadodara. He will also address the gathering on the occasion.

At around 5:45 PM, Prime Minister will inaugurate Global Fintech Fest (GFF) 2026 in Mumbai and address the gathering as well.

PM in Vadodara

Prime Minister will dedicate to the nation three important sections of the Western Dedicated Freight Corridor (WDFC), covering 326 route kilometres and developed at a cost of more than ₹20,700 crore. These include the New Sanand (N)- New Makarpura, New Umbergaon-New Saphale and New Saphale- New JNPT sections.

The direct connectivity of Jawaharlal Nehru Port Authority (JNPA) will facilitate faster movement of EXIM cargo, strengthen connectivity between industrial centres and ports, reduce logistics costs and help decongest Mumbai’s railway network.

With the commissioning of these sections, the Dedicated Freight Corridor (DFC) network will stand fully operational across its entire length. The dedicated freight infrastructure will further strengthen the country’s logistics ecosystem by improving multimodal connectivity, reducing transit time and facilitating seamless movement of cargo across different regions.

Prime Minister will also flag off freight train services from New Sanand (North), New Makarpura, New Umbergaon and New JNPT, Mumbai. In addition, he will flag off a new passenger train service between Tanda Road and Vadodara (Pratapnagar).

Prime Minister will dedicate to the nation the Jobat–Tanda Road new rail line, developed as part of the Chhota Udepur–Dhar project. The new rail line will connect remote and tribal areas of Alirajpur with the national rail network.

Prime Minister will lay the foundation stone for three railway projects spanning 329 kilometres and costing more than ₹9,700 crore. These include the Vadodara-Ratlam third and fourth lines, Miyagam Karjan-Choranda–Malsar gauge conversion and the Vishwamitri-Dabhoi doubling project. The projects will enhance passenger and freight capacity, ease congestion and strengthen connectivity between Gujarat and Madhya Pradesh.

Prime Minister will lay the foundation stone for three National Highway projects costing around ₹1,780 crore. These include six-laning of the Kamrej-Chalthan section of NH-48; construction of additional structures, including major bridges over the Tapi and Narmada, on the Vadodara-Surat section of NH-48; and grade-separated structures at Abhava, Mindhola and Khajod junctions on NH-53.

Prime Minister will also lay the foundation stone for and inaugurate various Government of Gujarat projects worth around ₹2,600 crore. Major projects for which the foundation stone will be laid include Vadodara Urban Development Authority Ring Road Phase II and a 110 MW floating solar project at Kadana Dam, construction of new office of Vadodara Municipal Corporation, among others. Projects to be inaugurated include housing projects under the Pradhan Mantri Awas Yojana (PMAY) and a water-supply project for 11 villages in eastern Vadodara, among others.

PM in Mumbai

Prime Minister will inaugurate Global Fintech Fest (GFF) 2026, one of the world’s largest and most influential annual fintech conferences.

The seventh edition of the Global Fintech Fest is being held from 8th to 11th September 2026 in Mumbai. Since 2020, GFF has emerged as an international thought leadership platform bringing together policymakers, regulators, central banks, financial institutions, fintechs, technology companies, investors, academia and other global stakeholders to deliberate on shaping the future of finance.

The theme of GFF 2026 is “Potential to Impact: Agentic AI, Tokenisation, Quantum - Trusted, Connected, Global Systems for Inclusive Finance.”

GFF 2026 has been designed as a convergence point for policy, regulation, technology, capital and industry on a common platform. It seeks to build on India’s leadership in digital payments and financial inclusion and move from potential to impact. The discussions will focus on how Agentic AI, programmable finance, quantum technologies and other critical and emerging technologies can create trusted, inclusive and measurable outcomes for citizens, enterprises and economies globally.