Says India is becoming a leading attractions for Foreign Investment
India received over 20 Billion Dollars of Foreign Investment this year: PM
India offers affordability of geography, reliability and political stability: PM
India offers transparent and predictable tax regime; encourages & supports honest tax payers: PM
India being made one of the lowest tax destinations in the World with further incentive for new manufacturing units: PM
There have been far reaching reforms in recent times which have made the business easier and red-tapism lesser: PM
India is full of opportunities both public & private sector: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆମେରିକା – ଭାରତ 2020 ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।

ଆମେରିକା- ଭାରତ ରଣନୀତିକ ସହଭାଗୀତା ଫୋରମ (ୟୁଏସ- ଆଇଏଓପିଏଫ) ଏକ ଅଣ ଲାଭକାରୀ ସଂଗଠନ ଭାବେ ସୁପରିଚିତ ଯାହା ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତା ବୃଦ୍ଧି ଦିଗରେ କାର୍ଯ୍ୟ କରିଆସୁଛି ।

ଅଗଷ୍ଟ 31 ଠାରୁ ଆରମ୍ଭ ହୋଇଥିବା ଏହି 5 ଦିବସୀୟ ସମ୍ମିଳନୀର ଶୀର୍ଷକ “ଆମେରିକା- ଭାରତ ସମ୍ମୁଖରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ନୂତନ ଆହ୍ଵାନ” ରଖାଯାଇଛି ।

ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ, ବୈଶ୍ୱିକ ମହାମାରୀ କୋଭିଡ଼- 19ର ପ୍ରତ୍ୟେକ ପ୍ରକାର ପ୍ରତିକୂଳ ପ୍ରଭାବ ଏବେ ସମଗ୍ର ବିଶ୍ୱ ଉପରେ ପଡ଼ୁଛି ଏବଂ ଭାରତ ଓ ଆମେରିକା ସେଥିରୁ ମୁକ୍ତ ନୁହନ୍ତି । ଆମର ଦୃଢ଼ତା, ଆମର ସାର୍ବଜନିକ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଆମର ଅର୍ଥ ବ୍ୟବସ୍ଥା ପାଇଁ ଏହା ଏକ ପରୀକ୍ଷାର ଘଡ଼ି କହିଲେ ଅତ୍ୟୁକ୍ତି ହେବନାହିଁ ।

ଶ୍ରୀ ମୋଦୀ କହିଲେ ଯେ ବର୍ତ୍ତମାନ ପରିସ୍ଥିତି ଏକ ନୂତନ ଚିନ୍ତାଧାରା ପାଇଁ ଆମ ସମସ୍ତଙ୍କ ଠାରୁ ପ୍ରତୀକ୍ଷା ରଖେ । ତାହା ଏଭଳି ଚିନ୍ତାଧାରା ଯେଉଁଠାରେ ବିକାଶର ରଣନୀତି ମାନବ କୈନ୍ଦ୍ରିକ ହୋଇଥିବ । ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ଏବଂ ରାଷ୍ଟ୍ର ମଧ୍ୟରେ ସହଯୋଗର ଭାବନା ଘନିଷ୍ଠ ଭାବେ ସୁପ୍ରତିଷ୍ଠିତ ରହିଥିବ ।

ଭବିଷ୍ୟତର ରଣନୀତି ଉପରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ରାଷ୍ଟ୍ରମାନେ ନିଜର ଦକ୍ଷତା ଓ ସାମର୍ଥ୍ୟର ବିସ୍ତାର କରି, ଗରିବ ଲୋକମାନଙ୍କ ସୁରକ୍ଷା ନିମନ୍ତେ ଏବଂ ଆମର ନାଗରିକମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ବାଂଛନୀୟ ।

କୋଭିଡ଼-19 ମହାମାରୀ ବିରୁଦ୍ଧରେ ଆମର ଏହି ସଂଗ୍ରାମ ସକାଶେ ସବୁପ୍ରକାର ସୁବିଧା ସୁଯୋଗ ବୃଦ୍ଧି ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ସକାଶେ, ଏଭଳି ବାର୍ତ୍ତାର ପ୍ରଚାର ପ୍ରସାର ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପ୍ରକାର ପଦକ୍ଷେପର ସେ ଅବତାରଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ତତ୍କାଳ ଭାବେ ଉଠାଯାଇଥିବା ପଦକ୍ଷେପ ଏହା ସୁନିଶ୍ଚିତ କରିଛି ଯେ 130 କୋଟି ଜନସଂଖ୍ୟା ଏବଂ ସୀମିତ ସଂସାଧନଯୁକ୍ତ ରାଷ୍ଟ୍ର  ପ୍ରତି 10 ଲକ୍ଷ ଜନସଂଖ୍ୟା ସକାଶେ ଏବେ ଆମର କୋଭିଡ଼-19 ଜନିତ ମୃତ୍ୟୁହାର ସମଗ୍ର ବିଶ୍ୱରେ ସବୁଠାରୁ କମ୍‌ ରହିଛି ଏବଂ ଏହି ଧାରା କ୍ରମାନ୍ୱୟରେ ଜାରି ରହିଛି ।

ଏହି ପ୍ରସଙ୍ଗ ଉପରେ ନିଜର ସନ୍ତୋଷ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଭାରର ବ୍ୟବସାୟିକ ସମୁଦାୟ, ବିଶେଷ କରି ଛୋଟ ଛୋଟ ଉଦ୍ୟୋଗମାନେ ବେଶ୍‌ ସକ୍ରିୟ ରହି ଆସିଛନ୍ତି । ସେ କହିଲେ ଯେ ପାଖାପାଖି ଶୂନ୍ୟରୁ ଆରମ୍ଭ କରି ସେମାନେ ସେହି ଧାରା ଜାରି ରଖିଛନ୍ତି । ଏବେ ସେମାନେ ବିଶ୍ୱର ଦ୍ୱିତୀୟ ବୃହତମ ପିଡ଼ିପି କିଟ୍‌ ବିନିର୍ମାତା ଭାବେ ନିଜକୁ ସୁପ୍ରତିଷ୍ଠତ କରି ପାରିଛନ୍ତି ।

ବିଭିନ୍ନ ସଂସ୍କାର କାର୍ଯ୍ୟକ୍ରମ ସଂପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଆମର 130 କୋଟି ଭାରତୀୟଙ୍କ ଆଶା ଆକାଂକ୍ଷା ଏବଂ ମହତ୍ତ୍ୱାକାଂକ୍ଷାକୁ ପ୍ରଭାବିତ କରିବା ସକାଶେ କରୋନା ମହାମାରୀ ଅସମର୍ଥ ହୋଇଛି ।

ସେ କହିଲେ ଯେ, ବର୍ତ୍ତମାନ ସ୍ଥିତିରେ ଦେଶରେ ଅନେକ ସୁଦୂରପ୍ରସାରୀ ସଂସ୍କାର କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରାଯାଇଛି ଯଦ୍ୱାରା ବ୍ୟବସାୟିକ କାରବାର କରିବା ପୂର୍ବାପେକ୍ଷା ଅଧିକ ସହଜସାଧ୍ୟ ହୋଇପାରିଛି ଏବଂ ଦେଶରୁ ଅମଲାତାନ୍ତ୍ରିକ ପ୍ରଭାବ କମ୍‌ ହୋଇପାରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଭାଷଣ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ ଯେ ବିଶ୍ୱର ସବୁଠାରୁ ବଡ଼ ଆବାସିକ କାର୍ଯ୍ୟକ୍ରମ ଉପରେ ଆମେ ଏବେ ସକ୍ରିୟ ଭାବେ କାର୍ଯ୍ୟରତ ରହିଛୁ ଏବଂ ଦେଶରେ ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧି ଦିଗରେ କାର୍ଯ୍ୟ ଜାରି ରହିଛି ।

ପ୍ରଧାନମନ୍ତ୍ରୀ ରେଳ , ସଡ଼କ, ଏବଂ ବିମାନ ମାର୍ଗରେ ସଂପର୍କର ସେତୁକୁ ମଜଭୁତ କରିବା ନିମନ୍ତେ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଉଲ୍ଲେଖ କରିଥିଲେ ।

ସେ କହିଥିଲେ ଯେ ଭାରତ ଏକ ରାଷ୍ଟ୍ରୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ବ୍ୟବସ୍ଥା ସ୍ଥାପନ କରିବା ସକାଶେ ବିଶେଷ ଡିଜିଟାଲ ମଡ଼େଲ ପ୍ରସ୍ତୁତ କରୁଛି ।

ଶ୍ରୀ ମୋଦୀ କହିଲେ ଯେ ଆମେ କୋଟି କୋଟି ଦେଶବାସୀଙ୍କ ବ୍ୟାଙ୍କିଙ୍ଗ୍‌ , ଋଣ, ଡିଜିଟାଲ ସୁବିଧା ଉପଲବ୍ଧ କରାଇବା ଏବଂ ବୀମା ସୁବିଧା ପ୍ରଦାନ କରିବା ସକାଶେ ସର୍ବଶ୍ରେଷ୍ଠ ଫିନ୍‌-ଟେକ୍‌ (ବିତ୍ତୀୟ ପ୍ରଦ୍ୟୋଗିକୀ)ର ଉପଯୋଗ କରୁଛୁ । ଏହି ସବୁ ବ୍ୟବସ୍ଥା ଦ୍ୱାରା ବିଶ୍ୱ ସ୍ତରୀୟ ପ୍ରଯୁକ୍ତି ଏବଂ ବୈଶ୍ୱିକ ସ୍ତରୀୟ ଉପଯୋଗ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ।

ଶ୍ରୀ ମୋଦୀ କହିଲେ ଯେ ମହାମାରୀ କରୋନା ସମଗ୍ର ବିଶ୍ୱକୁ ସୂଚୀତ କରିଛି ଯେ ବୈଶ୍ୱିକ ଆମଦାନୀ ଶୃଙ୍ଖଳା ଚେନର୍‌  ବିକାଶ ନିଷ୍ପତ୍ତି କେବଳ ମୂଲ୍ୟ ଆଧାରରେ ଗ୍ରହଣ କରାଯିବା ଉଚିତ ନୁହେଁ । ତାହା ବିଶ୍ୱାସ ଓ ଭରସା ଉପରେ ଆଧାରିତ ହେବା ଦରକାର । ଉତ୍ପାଦକ କମ୍ପାନୀମାନେ ଏବେ ଭୌଗୋଳିକ କ୍ଷେତ୍ରର ସାମର୍ଥ୍ୟ ସହିତ ବିଶ୍ୱସନୀୟତା ଏବଂ ନୀତିଗତ ସ୍ଥାୟିତ୍ୱ ଉପରେ ବିଚାର ବିମର୍ଷ କରୁଛନ୍ତି । ଏଭଳି ସମୟରେ ଭାରତ ଏଭଳି ସ୍ଥିତିରେ ରହିଛି, ଯେଉଁଠାରେ ରାଷ୍ଟ୍ର ନିକଟରେ ସକଳ ପ୍ରକାର ବିଶେଷତା ଉପଲବ୍ଧ ରହିଛି । ସେ କହିଳେ ଯେ ଏହିସବୁ ବାସ୍ତବତାକୁ ଲକ୍ଷ୍ୟ କରି ଭାରତ ନିଜର ବିଦେଶୀ ପୁଞ୍ଜି ନିବେଶ ସ୍ଥଳକୁ ପର୍ଯ୍ୟାପ୍ତ ମାତ୍ରାରେ ଅନୁକୂଳ କରାଇପାରିଛି ଏବଂ ଏହା ବିଶ୍ୱର ନିବେଶ ପେଣ୍ଠସ୍ଥଳ ଭାବେ ମୁଣ୍ଡ ଟେକିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆମେରିକା ହୋଇଥାଉ କିମ୍ବା କୌଣସି ଉପସାଗରୀୟ ରାଷ୍ଟ୍ର, ତାହା ୟୁରୋପ ହୋଇଥାଉ ଅଥବା ଅଷ୍ଟ୍ରେଲିଆ- ସମଗ୍ର ବିଶ୍ୱ ଏବେ ଆମ ଉପରେ ବିଶ୍ୱାସ ସ୍ଥାପନ କରିଛନ୍ତି । ଆସ୍ଥା ପ୍ରକଟ କରିଛନ୍ତି । ଚଳିତ ବର୍ଷ ଆମକୁ ଏବେ ସୁଦ୍ଧା 20 ବିଲିଅନ୍‌ ଡଲାର ପରିମାଣର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପାଇଁ ଉପଲବ୍ଧ ହୋଇପାରିଛି । ଏହି ପ୍ରବାହର ଧାରା ଜାରି ରହିଛି । ଆମାଜନ, ଗୁଗଲ ଏବଂ ମୁଭାଡାଲା ଇନଭେଷ୍ଟମେଣ୍ଟ ଭାରତ ପାଇଁ ଦୀର୍ଘକାଳୀନ ଯୋଜନାର ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ଏହି ଭାଷଣ ପ୍ରସଙ୍ଗରେ କହିଲେ ଯେ ଏଭଳି ପାରଦର୍ଶୀ ଏବଂ ପୂର୍ବାନୁମାନିତ କର ବ୍ୟବସ୍ଥା ସଂପର୍କରେ ସୂଚୀତ କରାଯିବା ଦ୍ୱାରା ଭାରତ ସମସ୍ତଙ୍କ ନିକଟରେ ଦେଶର ଆର୍ଥିକ ପୃଷ୍ଠଭୂମିକୁ ଉତ୍ତମ ଭାବେ ଉପସ୍ଥାପିତ କରିପାରିଛି ଏବଂ ଏଭଳି କର ବ୍ୟବସ୍ଥାକୁ କିଭଳି ଭାବେ ଆମର ସଚ୍ଚୋଟ କରଦାତାମାନେ ସମର୍ଥନ ଯୋଗାଉଛନ୍ତି ଏବଂ ସେମାନେ ଏହା ଦ୍ୱାରା କିଭଳି ଭାବେ ପ୍ରଭାବିତ ହେଉଛନ୍ତି ତାହାର ରୂପରେଖ ପ୍ରଧାନମନ୍ତ୍ରୀ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ ଭାରତର ଜିଏସଟି ଏକୀକୃତ ଅଟେ ଏବଂ ସଂପୂର୍ଣ୍ଣ ଭାବେ ଅପ୍ରତ୍ୟକ୍ଷ କର ପ୍ରଣାଳୀଯୁକ୍ତ ଅଟେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେବାଳିଆ ଏବଂ ପରିଶୋଧ ଅକ୍ଷମତା ଆଇନର ଅବତାରଣା କରି କହିଲେ ଯେ ଏହା ବିତ୍ତୀୟ ଧାରାରେ ଥିବା ଦୁର୍ବଳତାକୁ ହ୍ରାସ କରିପାରିଛି । ସେ କହିଲେ ଯେ ଶ୍ରମ ଆଇନରେ ଅଣା ଯାଇଥିବା ବ୍ୟାପକ ସଂସ୍କାର ଦ୍ୱାରା କର୍ମନିଯୋକ୍ତାମାନେ ଏହାକୁ ବିଧିବଦ୍ଧ ଭାପେ ଅନୁପାଳନ କରୁଛନ୍ତି ଏବଂ ସେମାନଙ୍କ ଉପରେ ବୋଝ ହ୍ରାସ ପାଇଛି । ସମସ୍ତ ପ୍ରକାର କର୍ମଜୀବୀଙ୍କୁ ଏବେ ସକଳ ପ୍ରକାର ସାମାମଜିକ ସୁରକ୍ଷା ପ୍ରଦାନ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ ।

ବିକାଶର ଗତି ସଂପର୍କରେ ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହାକୁ ପ୍ରଖରିତ କରିବା ନିମନ୍ତେ ନିବେଶର ବିଶେଷ ମହତ୍ତ୍ୱ ରହିଛି । ଏବଂ ଏହା ଉପରେ ଚର୍ଚ୍ଚା କରି ସେ କହିଲେ ଯେ ଭାରତ ଏହାର ଚାହିଦା ତଥା ଆମଦାନୀ ଉଭୟ ପକ୍ଷ ଉପରେ ନିଜର ଦୃଷ୍ଟି ରଖିଆସିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ବିଶ୍ୱର ସବୁଠାରୁ କମ୍‌ କର ଆଦାୟ ଦିଗରେ ଅଗ୍ରସର ହେଉଛି ଏବଂ ଏଥିପାଇଁ ସେସବୁକୁ ଏକୀକୃତ କରିବାରେ ସକ୍ଷମ ହୋଇଛି । ନୂତନ ବିନିର୍ମାଣ ନୀତି ସଂପର୍କରେ ଅବତାରଣା କରି ସେ କହିଲେ ଯେ ଏହିସବୁ ନୀତିକୁ ପ୍ରୋତ୍ସାହିତ କରାଯାଇ ସଂପୂର୍ଣ୍ଣ ବ୍ୟବସ୍ଥାକୁ ସୁସଂଗତ କରାଯାଇଛି ।

ପ୍ରଧାନମନ୍ତ୍ରୀ ତାଙ୍କର ଏହି ଭାଷଣ ପ୍ରସଙ୍ଗରେ ଅନିବାର୍ଯ୍ୟ ଇ-ପ୍ଲାଟଫର୍ମ ଆଧାରିତ “ଫେସଲେସ୍‌ ଆସେସମେଣ୍ଟ” ସୂଚୀତ କରି କହିଥିଲେ ଯେ, ଏହା ଦେଶର କରଦାତାମାନଙ୍କୁ ପ୍ରଦାନ କରାଯାଇଥିବା ସନନ୍ଦକୁ ସାକାର କରାଯିବା ସହ ନାଗରିକମାନଙ୍କୁ ମଧ୍ୟ ଆବଶ୍ୟକ ସହଯୋଗ ପ୍ରଦାନ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଆମର କର ବ୍ୟବସ୍ଥାର ଦୀର୍ଘ ଯାତ୍ରା ପଥରେ ସହାହକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ବଣ୍ଡ ବଜାରରେ ଜାରି ନିୟାମକୀୟ ସଂସ୍କାର ଦ୍ୱାରା ନିବେଶକମାନଙ୍କ ସକାଶେ ସେଠାରେ ପହଞ୍ଚ ସୁଗମ ଓ ସୁନିଶ୍ଚିତ ହୋଇପାରିଛି ବୋଲି ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତରେ ଏଫଡ଼ିଆଇ ନିବେଶ 2019 ମସିହାରେ 20 ପ୍ରତିଶତ ବୃଦ୍ଧି ପାଇଛି ଏବଂ ତାହା ପୁଣି ସେହି ପର୍ଯ୍ୟନ୍ତ ଯେତେବେଳେ ବୈଶ୍ୱିକ ଏଫଡ଼ିଆଇରେ 1 ପ୍ରତିଶତ ହ୍ରାସ ଘଟିଥିବା ଜଣାପଡ଼ିଛି ଏବଂ ଏହା ଆମର ଏଫଡ଼ିଆଇ ବ୍ୟବସ୍ଥାର ସଫଳତାର ପରିଚାୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦାବି କରିଥିଲେ ।

ଶ୍ରୀ ମୋଦୀ କହିଲେ ଯେ ଉପରେ ପ୍ରଦତ୍ତ ସମସ୍ତ ପଦକ୍ଷେପ ଏକ ଉଜ୍ଜ୍ୱଳ ଏବଂ ଅଧିକ ସମୃଦ୍ଧ ଭବିଷ୍ୟତକୁ ସୁନିଶ୍ଚିତ କରୁଛି । ଏହା ଏକ ମଜଭୁତ ବୈଶ୍ୱିକ ଅର୍ଥ ବ୍ୟବସ୍ଥାରେ ମଧ୍ୟ ସଫଳତାର ସହିତ ଯୋଗଦାନ କରିପାରିବ ।

ଏକ ଆତ୍ମନିର୍ଭର ଭାରତ ଗଠନ କରିବା ନିମନ୍ତେ 130 କୋଟି ଭାରତୀୟଙ୍କ ଦ୍ୱାରା ଆପଣା ଯାଇଥିବା ଏହି ଅଭିଯାନ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ “ଆତ୍ମନିର୍ଭର ଭାରତ” ସ୍ଥାନୀୟ (ଲୋକାଲ) ସାମଗ୍ରୀକୁ ବୈଶ୍ୱିକ (ଗ୍ଲୋବାଲ) ସହିତ ମିଶ୍ରଣ ଘଟାଇବ ଏବଂ ଏହାଦ୍ୱାରା ଏକ ବୈଶ୍ୱିକ ଶକ୍ତି ବୃଦ୍ଧିକାରୀ ବ୍ୟବସ୍ଥା ଭାବେ ଭାରତ ନିଜର ସାମର୍ଥ୍ୟକୁ ସୁଦୃଢ଼ କରିପାରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏହାର ଉଦ୍ଦେଶ୍ୟ ହେଲା ଭାରତ ନିଜର କାୟା ପରିବର୍ତ୍ତନ କରି ଏକ ନିଷ୍କ୍ରିୟ ବଜାର ପରିବର୍ତ୍ତେ ଏକ ସକ୍ରିୟ ବୈଶ୍ୱିକ ଭାଲ୍ୟୁ ଚେନ ବଜାରରେ ଏକ ପେଣ୍ଠସ୍ଥଳୀରେ ପରିଣତ କରିପାରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଆମମାନଙ୍କ ସମ୍ମୁଖରେ ଥିବା ମାର୍ଗ ଏବଂ ଅବସର ପର୍ଯ୍ୟାପ୍ତ । ବିଶେଷ କରି ଘରୋଇ ଏବଂ ସରକାରୀ କ୍ଷେତ୍ରରେ ତାହା ଯେକେହି ଅନୁଭବ କରିପାରିବ । ସେ କହିଲେ ଯେ କୋଇଲା, ଖଣି, ରେଳବାଇ, ପ୍ରତିରକ୍ଷା, ମହାକାଶ ଏବଂ ପରମାଣୁ ଶକ୍ତି ଭଳି କ୍ଷେତ୍ରକୁ ଉନ୍ମୁକ୍ତ କରାଯିବା ପରେ ସେଥିରେ ନିବେଶ ପ୍ରଖରିତ ହୋଇଛି ।

ଦେଶର କୃଷି କ୍ଷେତ୍ରରେ ଅଣାଯାଇଥିବା ବିଭିନ୍ନ ସଂସ୍କାର ସଂପର୍କରେ ଅବତାରଣା କରିବା ସହ ମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ସ, ଚିକିତ୍ସା ଉପକରଣ ଉତ୍ପାଦନ, ଫାର୍ମା କ୍ଷେତ୍ରରେ ଆରମ୍ଭ କରାଯାଇଥିବା ଉତ୍ପାଦନ ସମ୍ବନ୍ଧୀତ ପ୍ରୋତ୍ସାହନ ଯୋଜନାମାନଙ୍କ ସଂପର୍କରେ ସେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଏହି ଶିଖର ସମ୍ମିଳନୀକୁ ସୂଚୀତ କରାଯିବା ଉଚିତ ଯେ ଭାରତ ଅନେକ ଆହ୍ଵାନର ସାମ୍ନା କରିବା ନିମନ୍ତେ ସରକାର ସଦାବେଳେ ପ୍ରସ୍ତୁତ ରହିଛନ୍ତି ଏବଂ ସେଭଳି ଆହ୍ଵାନର ସାମ୍ନା ମଧ୍ୟ କରୁଛନ୍ତି । କିନ୍ତୁ ତାହାର ଫଳ ସଦାବେଳେ ସକାରାର ସମସ୍ତଙ୍କୁ ବିଶ୍ୱାସ ପ୍ରଦାନ କରିବାକୁ ଚାହାନ୍ତି । ଆମ ସରକାର ଏଭଳି ଏକ ବ୍ୟବସ୍ଥା ଯାହା ଇଜ୍‌ ଅଫ୍‌ ଲିଭିଂ (ସୁଗମ ଜୀବନଶୈଳୀ)କୁ ଯେତିକି ମହତ୍ତ୍ୱ ପ୍ରଦାନ କରେ ଇଜ ଅଫ୍‌ ଡୁଇଂ ବିଜିନେଓ (କାରବାର ସୁମଗତା) ଉପରେ ସେତିକି ପ୍ରାଧାନ୍ୟ ଦିଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତର ବର୍ଣ୍ଣନା କରିବାକୁ ଯାଇ କହିଥିଲେ ଯେ ଏହା ଏଭଳି ଏକ ଯୁବ ରାଷ୍ଟ୍ର ଯାହାର 65 ପ୍ରତିଶତର ଜନସଂଖ୍ୟାର ଆୟୁ 35 ବର୍ଷରୁ କମ୍‌ । ଏହି ଯୁବଶକ୍ତିଙ୍କ ମଧ୍ୟରେ ପର୍ଯ୍ୟାପ୍ତ ଆଶା ଆକାଂକ୍ଷା ଭରି ରହିଛି ଏବଂ ସେମାନେ ନିଜକୁ ଏକ ନୂତନ ଶୀର୍ଷରେ ପହଞ୍ଚାଇବାର ସଂକଳ୍ପ ନେଇଛନ୍ତି । ଭାରତ ଏଭଳି ଏକ ରାଷ୍ଟ୍ର ଯେଉଁଠାରେ ରାଜନୈତିକ ସ୍ଥିରତା ଏବଂ ନୀତିଗତ ନିରନ୍ତରତା ମହଜୁତ ରହିଛି ଏବଂ ଏହାର ଲୋକତନ୍ତ୍ର ଯେତିକି ସୁଦୃଢ଼ ବିବିଧତା ପାଇଁ ତାହା ସେତିକି ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s 5G traffic surges 70% Y-o-Y: Nokia report

Media Coverage

India’s 5G traffic surges 70% Y-o-Y: Nokia report
NM on the go

Nm on the go

Always be the first to hear from the PM. Get the App Now!
...
A bunch of moments from PM Modi’s Assam visit that stood out
April 01, 2026

Prime Minister Narendra Modi visited a tea garden in Assam’s Dibrugarh and interacted with the women working there. Walking through the plantation, he briefly joined them in plucking tea leaves and observed their work up close.

The PM’s interaction with the plantation workers was a memorable one. Calling tea the soul of Assam, the Prime Minister acknowledged the contribution of tea garden workers in shaping the state’s identity and sustaining a sector that reaches markets across the world.

The women working in the tea plantation shared various aspects of their culture. The PM praised the tea garden communities for their hard work and perseverance, noting that it has strengthened Assam’s pride.

In a special gesture, the women also sang a traditional song paying homage to Jagat Janani Maa. It reflected how tradition remains closely linked with everyday life in the tea gardens, offering a glimpse into the lives and contributions of those who form the backbone of Assam’s tea industry.