“ଜୟ ହିନ୍ଦର ମନ୍ତ୍ର ସମସ୍ତଙ୍କୁ ପ୍ରେରଣା ଦିଏ”
“ଯୁବପୀଢିଙ୍କ ସହ ଆଲୋଚନା ମୋ ପାଇଁ ସର୍ବଦା ସ୍ୱତନ୍ତ୍ର”
“ଏନସିସି ଏବଂ ଏନଏସ୍‍ଏସ୍‍ ଯୁବ ପୀଢିଙ୍କୁ ଜାତୀୟ ଲକ୍ଷ୍ୟ ଏବଂ ଜାତୀୟ ଚିନ୍ତାଧାରା ସହିତ ଯୋଡିଥାଏ”
“ବିକଶିତ ଭାରତର ଆପଣମାନେ ସବୁଠାରୁ ବଡ ହିତାଧିକାରୀ ହେବାକୁ ଯାଉଛନ୍ତି ଏବଂ ଆପଣ ଏହାକୁ ର୍ନିମାଣ କରିବାର ସବୁଠାରୁ ବଡ ଦାୟିତ୍ୱ ବହନ କରୁଛନ୍ତି”
“ଭାରତର ସଫଳତାରେ ବିଶ୍ୱ ନିଜ ଲାଗି ଏକ ନୂତନ ଭବିଷ୍ୟତ ଦେଖୁଛି”
“ଯେତେବେଳେ ତୁମର ଲକ୍ଷ୍ୟ ଦେଶର ଲକ୍ଷ୍ୟ ସହିତ ଜଡିତ ହୁଏ ତୁମର ସଫଳତାର ପରିସର ବିସ୍ତାର ହୁଏ । ବିଶ୍ୱ ତୁମର ସଫଳତାକୁ ଭାରତର ସଫଳତା ଭାବରେ ଦେଖିବ”
“ଭାରତର ଯୁବକମାନଙ୍କୁ ଅଦୃଶ୍ୟ ସମ୍ଭାବନାକୁ ବାହାର କରିବାକୁ, ଅବାଞ୍ଛିତ ସମାଧାନ ଖୋଜି ପାଇବାକୁ ପଡିବ”
“ତୁମେମାନେ ଯୁବକ, ତୁମର ଭବିଷ୍ୟତ ତିଆରି କରିବାର ସମୟ ଆସିଛି । ତୁମେ ନୂତନ ଚିନ୍ତାଧାରା ଏବଂ ନୂତନ ମାନଦଣ୍ଡର ସୃଷ୍ଟିକର୍ତ୍ତା । ତୁମେ ନୂତନ ଭାରତର ଅଗ୍ରଦୂତ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏନସିସି କ୍ୟାଡେଟ ଏବଂ ଏନଏସ୍‍ଏସ୍‍ ସ୍ୱେଚ୍ଛାସେବୀମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ପ୍ରଥମ ଥର ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ପୋଷାକ ପରିହିତ ଅନେକ ଶିଶୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଆସିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜୟ ହିନ୍ଦର ମନ୍ତ୍ର ସମସ୍ତଙ୍କୁ ପ୍ରେରଣା ଯୋଗାଉଛି ।

ଗତ ସପ୍ତାହରେ ଦେଶର ଯୁବକମାନଙ୍କ ସହ ହୋଇଥିବା ପାରସ୍ପରିକ ଆଲୋଚନାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଏକ ମାସ ପୂର୍ବରୁ ବୀର ବାଲ ଦିବସ ପାଳନ କରିବାକୁ ଉଲ୍ଲେଖ କରିଥିଲେ ଯେଉଁଠାରେ ବୀର ସାହେବଜାଦାମାନଙ୍କ ବୀରତ୍ୱ ଏବଂ ସାହସ ସାରା ଦେଶରେ ପାଳନ କରାଯାଇଥିଲା । ସେ କର୍ଣ୍ଣାଟକରେ ଚାଲିଥିବା ଜାତୀୟ ଯୁବ ମହୋତ୍ସବ, ପ୍ରଥମ ବ୍ୟାଚ୍ ଅଗ୍ନିବୀରମାନଙ୍କ ସହିତ ତାଙ୍କର ଆଲୋଚନା, ଉତ୍ତରପ୍ରଦେଶର କ୍ରୀଡା ମହାକୁମ୍ଭର ଯୁବ କ୍ରୀଡ଼ାବିତ୍‍, ସଂସଦ ଏବଂ ତାଙ୍କ ବାସଭବନରେ ପିଲା ଏବଂ ବାଲ ପୁରସ୍କାର ପୁରସ୍କାର ବିଜେତାଙ୍କ ସହ ତାଙ୍କର ପାରସ୍ପରିକ ଆଲୋଚନା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଜାନୁଆରୀ ୨୭ ତାରିଖରେ ହେବାକୁ ଥିବା ଛାତ୍ରମାନଙ୍କ ସହିତ ପରୀକ୍ଷା ପେ ଚର୍ଚ୍ଚାର ପାରସ୍ପରିକ ଆଲୋଚନା ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଛନ୍ତି ।

ଯୁବ ପୀଢିଙ୍କ ସହ ଏହି କଥାବାର୍ତ୍ତାର ଗୁରୁତ୍ୱ ପାଇଁ ପ୍ରଧାନମନ୍ତ୍ରୀ ଦୁଇଟି କାରଣ ବର୍ଣ୍ଣନା କରିଛନ୍ତି । ପ୍ରଥମେ, ଶକ୍ତି, ସତେଜତା, ନୂତନତା, ଏବଂ ଯୌବନର ଉତ୍ସାହ ହେତୁ ସମସ୍ତ ସକରାତ୍ମକତା ତାଙ୍କୁ ଦିନରାତି କଠିନ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇଥାଏ । ଦ୍ୱିତୀୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣ ସମସ୍ତେ ଏହି ‘ଅମୃତ କାଳ' ରେ ସ୍ୱପ୍ନର ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ଆପଣ "ବିକଶିତ ଭାରତ” ର ସବୁଠାରୁ ବଡ ହିତାଧିକାରୀ ହେବାକୁ ଯାଉଛନ୍ତି ଏବଂ ଆପଣ ଏହାକୁ ର୍ନିମାଣ କରିବାର ସବୁଠାରୁ ବଡ ଦାୟିତ୍ୱ ତୁଲାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାଧାରଣ ଜୀବନର ବିଭିନ୍ନ କ୍ଷେତ୍ରରେ ଯୁବପୀଢିିଙ୍କ ଭୂମିକାକୁ ଦେଖିବା ଉତ୍ସାହଜନକ ଅଟେ । ସେ ପରାକ୍ରମ ଦିବସ ଏବଂ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଯୁବକମାନଙ୍କର ବ୍ୟାପକ ଅଂଶଗ୍ରହଣକୁ ମନେ ପକାଇଥିଲେ ଯାହା ଯୁବପୀଢିିଙ୍କ ସ୍ୱପ୍ନ ଏବଂ ଦେଶ ପ୍ରତି ଉତ୍ସର୍ଗୀକୃତତାର ପ୍ରତିଫଳନ ଅଟେ ।

କରୋନା ମହାମାରୀ ସମୟରେ ଏନସିସି ଏବଂ ଏନଏସଏସ ସ୍ୱେଚ୍ଛାସେବୀଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଏବଂ ଏଭଳି ସଂଗଠନକୁ ଉତ୍ସାହିତ କରିବାରେ ସରକାରଙ୍କ ଉଦ୍ୟମକୁ ଆଲୋକପାତ କରିଛନ୍ତି । ଦେଶର ସୀମା ତଥା ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ସମ୍ମୁଖୀନ ହେଉଥିବା ଆହ୍ୱାନ ପାଇଁ ଯୁବକମାନଙ୍କୁ ପ୍ରସ୍ତୁତ କରିବା ଲାଗି ସରକାରଙ୍କ ପ୍ରସ୍ତୁତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦେଶର ଏକାଧିକ ଜିଲ୍ଲାରେ ଯେଉଁଠାରେ ସ୍ୱତନ୍ତ୍ର ତାଲିମ ଦିଆଯାଉଛି ସେଠାରେ ସେନା, ନୌସେନା ଏବଂ ବାୟୁସେନା ସାହାଯ୍ୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଚାଲିଛି । ସେ କହିଛନ୍ତି ଯେ ଏହି ଅଭ୍ୟାସ କେବଳ ଯୁବକମାନଙ୍କୁ ଭବିଷ୍ୟତ-ପ୍ରସ୍ତୁତ କରିବ ନାହିଁ ବରଂ ଆବଶ୍ୟକତା ସମୟରେ ପ୍ରଥମ ସାମ୍ନାକାରୀ ଭାବରେ କାର୍ଯ୍ୟ କରିବାର କ୍ଷମତା ମଧ୍ୟ ପାଇବ । ପ୍ରଧାନମନ୍ତ୍ରୀ ମଧ୍ୟ ସୀମାନ୍ତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଛନ୍ତି ଯେଉଁଠାରେ ଦେଶର ସୀମା ନିକଟରେ ଥିବା ଗ୍ରାମଗୁଡିକର ବିକାଶ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ସୀମାନ୍ତ ଅଞ୍ଚଳରେ ଯୁବକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି ଯାହାଦ୍ୱାରା ପରିବାରଗୁଡିକ ଗାଁକୁ ଫେରିପାରିବେ ଯେଉଁଠାରେ ଶିକ୍ଷା ଏବଂ ରୋଜଗାର ପାଇଁ ଉତ୍ତମ ସୁଯୋଗ ସୃଷ୍ଟି ହୋଇଛି ।

ପ୍ରଧାନମନ୍ତ୍ରୀ କ୍ୟାଡେଟ ମାନଙ୍କୁ କହିଛନ୍ତି ଯେ ସେମାନଙ୍କର ସମସ୍ତ ସଫଳତାରେ ସେମାନଙ୍କ ପିତାମାତା ଏବଂ ପରିବାରର ଅବଦାନ ରହିଛି ଏବଂ ଏଥିପାଇଁ "ସବକା ସାଥ୍‌, ସବକା ବିଶ୍ୱାସ, ସବକା ପୟାସ’ ହିଁ ଦାୟୀ । ଯେତେବେଳେ ତୁମର ଲକ୍ଷ୍ୟ ଦେଶର ଲକ୍ଷ୍ୟ ସହିତ ଜଡିତ ହୁଏ ତୁମର ସଫଳତାର ପରିସର ବିସ୍ତାର ହୁଏ । ବିଶ୍ୱ ତୁମର ସଫଳତାକୁ ଭାରତର ସଫଳତା ଭାବରେ ଦେଖିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଡକ୍ଟର ଏପିଜେ ଅବଦୁଲ କଲାମ, ହୋମି ଜାହାଙ୍ଗୀର ଭାବା ଏବଂ ଡକ୍ଟର ସିଭି ରମଣଙ୍କ ପରି ବୈଜ୍ଞାନିକ ଏବଂ ମେଜର ଧ୍ୟାନଚାନ୍ଦଙ୍କ ପରି କ୍ରୀଡ଼ା ବ୍ୟକ୍ତିତ୍ୱଙ୍କର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱ ସେମାନଙ୍କର ଦକ୍ଷତାଣ୍ଟଏବଂ ସଫଳତାକୁ ଭାରତର ସଫଳତା ବୋଲି ବିବେଚନା କରେ । ସେ କହିଛନ୍ତି, ଭାରତର ସଫଳତାରେ ବିଶ୍ୱ ନିଜ ଲାଗି ଏକ ନୂଆ ଭବିଷ୍ୟତ ଦେଖୁଛି । ସବକା ପ୍ରୟାସର ଆବେଗର ଶକ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଐତିହାସିକ ସଫଳତା ହେଉଛି ସମଗ୍ର ମାନବିକତା ପାଇଁ ବିକାଶର ପଦକ୍ଷେପ ।

ପ୍ରଧାନମନ୍ତ୍ରୀ ବର୍ତ୍ତମାନର ସମୟସୀମାର ଆଉ ଏକ ସ୍ୱତନ୍ତ୍ରତା ଉପରେ ଆଲୋକପାତ କରିଥିଲେ, ଯାହାକି ଯୁବକମାନଙ୍କ ପାଇଁ ଅପ୍ରତ୍ୟାଶିତ ସୁଯୋଗ । ସେ ଷ୍ଟାର୍ଟଅପ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଭଳି ଅଭିଯାନ ଏବଂ ମାନବିକତାର ଭବିଷ୍ୟତ ଉପରେ ଭାରତର ଲକ୍ଷ୍ୟକୁ ନୂତନ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଏଆଇ, ମେସିନ୍ ଲର୍ଣ୍ଣିଂ ଏବଂ ଅନ୍ୟାନ୍ୟ ଭବିଷ୍ୟତୀୟ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶ ଆଗରେ ରହିଛି । କ୍ରୀଡା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ପାଇଁ ସେଠାରେ ଥିବା ଦୃଢ ବ୍ୟବସ୍ଥାକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ତୁମେ ଏସବୁର ଅଂଶ ହେବା ଆବଶ୍ୟକ । ସେ କହିଛନ୍ତି, ଆପଣଙ୍କୁ ଅଦୃଶ୍ୟ ସମ୍ଭାବ୍ୟତା ଖୋଜିବାକୁ ପଡ଼ିବ, ଅଦୃଶ୍ୟ ଅଞ୍ଚଳଗୁଡିକୁ ଅନୁସନ୍ଧାନ କରିବା ଏବଂ ଅପ୍ରତ୍ୟାଶିତ ସମାଧାନ ବାହାର କରିବାକୁ ପଡ଼ିବ ।

ଭବିଷ୍ୟତର ଲକ୍ଷ୍ୟ ଏବଂ ସଂକଳ୍ପ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନର ପ୍ରମୁଖ ପ୍ରାଥମିକ କ୍ଷେତ୍ର ଉପରେ ସମାନ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଦେଶରେ ଘଟୁଥିବା ପରିବର୍ତ୍ତନଗୁଡିକ ବିଷୟରେ ନିଜକୁ ସଚେତନ ରଖିବାକୁ ସେ ଯୁବକମାନଙ୍କୁ ଅନୁରୋଧ କରିଥିଲେ ଏବଂ ଚାଲିଥିବା ଅଭିଯାନରେ ଆଗ୍ରହ ପ୍ରକାଶ କରିବାକୁ କହିଥିଲେ । ସ୍ୱଚ୍ଛ ଭାରତ ଅଭିଯାନ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ପ୍ରତ୍ୟେକ ଯୁବକ ଏହାକୁ ଜୀବନର ମିଶନ ଭାବରେ ଗ୍ରହଣ କରିବା ଉଚିତ ଏବଂ ସେମାନଙ୍କ ଅଞ୍ଚଳ, ଗ୍ରାମ, ସହର ଏବଂ ସହରାଞ୍ଚଳଗୁଡ଼ିକୁ ପରିଷ୍କାର ରଖିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ସେହିଭଳି ସେ ଅମୃତ ମହୋତ୍ସବ ସମୟରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ଅତି କମରେ ଗୋଟିଏ ପୁସ୍ତକ ପଢିବାକୁ କହିଥିଲେ । ସେ ଆହୁରି ମଧ୍ୟ କିଛି ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ବନ୍ଧୀୟ କବିତା, କାହାଣୀ କିମ୍ବା ବ୍ଲଗିଂ ଭଳି କିଛି ସୃଜନଶୀଳ କାର୍ଯ୍ୟକଳାପ କରିବାକୁ ଏବଂ ସେମାନଙ୍କ ବିଦ୍ୟାଳୟଗୁଡ଼ିକୁ ଏହି କାର୍ଯ୍ୟକଳାପ ପାଇଁ ପ୍ରତିଯୋଗିତା ଆୟୋଜନ କରିବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯୁବକମାନେ ନିଜ ଜିଲ୍ଲାରେ ର୍ନିମାଣ ହେଉଥିବା ଅମୃତ ସରୋବର ନିକଟରେ ବୃକ୍ଷରୋପଣ କାର୍ଯ୍ୟ କରିବା ସହ ଏହାକୁ ଜାରି ରଖିବା ପାଇଁ ସଚେତନତା ସୃଷ୍ଟି କରନ୍ତୁ । ସେ ମଧ୍ୟ ଫିଟ୍ ଇଣ୍ଡିଆ ଆନ୍ଦୋଳନରେ ଭାଗ ନେବାକୁ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏଥିରେ ଭାଗ ନେବାକୁ ପ୍ରବର୍ତ୍ତାଇବାକୁ ସେ କହିଥିଲେ । ସେ ପ୍ରତ୍ୟେକ ଘରେ ଯୋଗର ସଂସ୍କୃତି ପ୍ରତିପାଦନ କରିବା ସଂକ୍ରାନ୍ତରେ ଉଲ୍ଲେଖ କରିଥିଲେ । ଜି -୨୦ ସମ୍ମିଳନୀ ବିଷୟରେ ନିଜକୁ ଅପଡେଟ୍‍ ରଖିବାକୁ ଏବଂ ଭାରତର ଅଧ୍ୟକ୍ଷତା ବିଷୟରେ ସକ୍ରିୟ ବାର୍ତ୍ତାଳାପରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଅନୁରୋଧ କରିଛନ୍ତି ।

"ଐତିହ୍ୟ ଆମର ଗର୍ବ” ଏବଂ "ଦାସତ୍ୱର ମାନସିକତାରୁ ମୁକ୍ତି” ର ସଂକଳ୍ପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହି ସଂକଳ୍ପରେ ଯୁବକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ସେ ପରାମର୍ଶ ଦେଇଛନ୍ତି ଯେ ସେମାନଙ୍କ ଭ୍ରମଣରେ ସେମାନେ ଐତିହ୍ୟ ସ୍ଥାନ ଅନ୍ତର୍ଭୂକ୍ତ କରିବା ଉଚିତ୍‍ । ତୁମେମାନେ ଯୁବକ, ତୁମର ଭବିଷ୍ୟତ ତିଆରି କରିବାର ସମୟ ଆସିଛି । ତୁମେ ନୂତନ ଚିନ୍ତାଧାରା ଏବଂ ନୂତନ ମାନଦଣ୍ଡର ସୃଷ୍ଟିକର୍ତ୍ତା । ତୁମେ ନୂତନ ଭାରତର ଅଗ୍ରଦୂତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜ ନାଥ ସିଂହ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ ଭଟ୍ଟ, ଶ୍ରୀମତୀ ରେଣୁକା ସିଂହ ସାରୁତା ଏବଂ ଶ୍ରୀ ନିଶିଥ ପରମାଣିକ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GIFT City scales new heights as India's 1st international finance and IT hub

Media Coverage

GIFT City scales new heights as India's 1st international finance and IT hub
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares address by Shri Amit Shah in Lok Sabha on India’s decisive fight against Naxalism
March 30, 2026

The Prime Minister, Shri Narendra Modi shared the outstanding speech delivered by Union Home Minister Shri Amit Shah ji, noting that it was filled with important facts, historical context, and a detailed account of the Government’s efforts over the past decade. Shri Modi highlighted that for decades, the retrograde Maoist ideology had an adverse impact on the development of several regions, with Left Wing Extremism severely affecting the future of countless youngsters.

He further underlined that over the last ten years, the Government has worked towards uprooting this menace, while simultaneously ensuring that the benefits of development reach areas affected by Naxalism. The Prime Minister reaffirmed that the Government will continue to focus on strengthening good governance and ensuring peace and prosperity for all.

The Prime Minister posted on X:

“This is an outstanding speech by the Home Minister, Shri Amit Shah Ji, filled with important facts, historical context and the efforts of our Government in the last decade.

For decades, the retrograde Maoist ideology had an adverse impact on the development of several regions. Left Wing Extremism has ruined the future of countless youngsters.

In the last decade, our Government has worked towards uprooting this menace and at the same time ensuring the fruits of development reach areas affected by Naxalism. We will keep focusing on furthering good governance and ensuring peace and prosperity for all.”