ମୁଁ ଜର୍ମାନ ଚାନସେଲର ମାନ୍ୟବର ଓଲାଫ ସ୍କୋଲେଜଙ୍କ ନିମନ୍ତ୍ରଣ କ୍ରମେ ମଇ ୨, ୨୦୨୨ ରେ ଜର୍ମାନୀର ବର୍ଲିନ୍ ଗସ୍ତ କରିବି, ଏହା ପରେ ଡେନମାର୍କର ପ୍ରଧାନମନ୍ତ୍ରୀ ସୁଶ୍ରୀ ମେଟେ ଫ୍ରେଡେରିକସେନ୍‌ଙ୍କ ଆମନ୍ତ୍ରଣ କ୍ରମେ ମୁଁ ମଇ ୩ ରୁ ୪, ୨୦୨୨ ପର୍ଯ୍ୟନ୍ତ ଡେନମାର୍କର କୋପେନହେଗେନ ଅଭିମୁଖେ ଯାତ୍ରା କରି ଦ୍ୱିପାକ୍ଷିକ ଆଲୋଚନାରେ ଯୋଗଦାନ କରିବି ଏବଂ ଦ୍ୱିତୀୟ ଭାରତ-ନର୍ଡିକ୍ ସମ୍ମିଳନୀରେ ଅଂଶଗ୍ରହଣ କରିବି । ଭାରତକୁ ଫେରିବା ବାଟରେ, ମୁଁ ଫ୍ରାନ୍ସ ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଇମାନୁଏଲ ମାକ୍ରନଙ୍କ ସହିତ ବୈଠକ ଲାଗି ପ୍ୟାରିସରେ ଅଟକିବି ।

ମୋର ବର୍ଲିନ ଗସ୍ତ ଚାନସେଲର ସ୍କୋଲଜଙ୍କ ସହ ବିସ୍ତୃତ ଦ୍ୱିପାକ୍ଷିକ ଆଲୋଚନା କରିବାର ଏକ ସୁଯୋଗ ଆଣିଦେବ, ଯାହାଙ୍କୁ ମୁଁ ଭାଇସ ଚାନସେଲର ତଥା ଅର୍ଥମନ୍ତ୍ରୀ ଭାବରେ ଗତ ବର୍ଷ ଜି୨୦ ରେ ଭେଟିଥିଲି । ଆମେ ଷଷ୍ଟ ଭାରତ-ଜର୍ମାନୀ ଆନ୍ତଃ - ସରକାରୀ ପରାମର୍ଶ (ଆଇଜିସି) ରେ ମିଳିତ ବୈଠକ କରିବୁ ଯାହା ଏକ ଅନନ୍ୟ ଦ୍ୱିବର୍ଷୀୟ ବ୍ୟବସ୍ଥା ଯାହା ଭାରତ କେବଳ ଜର୍ମାନୀ ସହିତ ପରିଚାଳିତ କରେ । ଅନେକ ଭାରତୀୟ ମନ୍ତ୍ରୀ ମଧ୍ୟ ଜର୍ମାନ ଯାତ୍ରା କରିବେ ଏବଂ ସେମାନଙ୍କର ଜର୍ମାନ ପ୍ରତିପକ୍ଷଙ୍କ ସହିତ ପରାମର୍ଶ କରିବେ ।

ମୁଁ ଏହାକୁ ଆଇଜିସି ଗଠନ ହେବାର ଛଅ ମାସ ମଧ୍ୟରେ ଜର୍ମାନୀର ନୂତନ ସରକାର ସହିତ ପ୍ରାରମ୍ଭିକ ଯୋଗଦାନ ଭାବରେ ଦେଖୁଛି, ଯାହା ମଧ୍ୟମ ଏବଂ ଦୀର୍ଘ ମିଆଦି ପାଇଁ ଆମର ପ୍ରାଥମିକତା ଚିହ୍ନଟ କରିବାରେ ସହାୟକ ହେବ ।

୨୦୨୧ ମସିହାରେ, ଭାରତ ଏବଂ ଜର୍ମାନୀ କୂଟନୈତିକ ସମ୍ପର୍କ ଗଠନର ୭୦ ବର୍ଷକୁ ସ୍ମରଣ କରିଥିଲେ ଏବଂ ୨୦୦୦ ମସିହାରୁ ରଣନୀତିକ ଭାଗିଦାରୀ ରହିଆସିଛି । ରଣନୀତି ସହିତ ଆଞ୍ଚଳିକ ଏବଂ ଆର୍ନ୍ତଜାତିକ ବିକାଶ କ୍ଷେତ୍ରରେ ଚାନସେଲର ସ୍କୋଲାଜଙ୍କ ସହିତ ମତ ବିନିମୟ ପାଇଁ ମୁଁ ଆଗ୍ରହର ସହ ଅପେକ୍ଷା କରିଛି ।

ଭାରତ ଏବଂ ଜର୍ମାନୀ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ବାଣିଜ୍ୟିକ ସମ୍ପର୍କ ଆମର ରଣନୈତିକ ସହଯୋଗର ଅନ୍ୟତମ ସ୍ତମ୍ଭ ଅଟେ ଏବଂ ଚାନସେଲର ସ୍କୋଲଜ୍ ଏବଂ ମୁଁ ମଧ୍ୟ ମିଳିତ ଭାବରେ ଏକ ବ୍ୟବସାୟିକ ବୈଠକ କରିବୁ ଯାହା ଆମର ଶିଳ୍ପକୁ ଶିଳ୍ପ ସହଯୋଗରେ ଶକ୍ତି ପ୍ରଦାନ କରିବା ଲକ୍ଷ୍ୟରେ ସମ୍ବୋଧିତ କରିବୁ, ଯାହାକି କୋଭିଡ୍ ପରବର୍ତ୍ତୀ ସମୟରେ ଉଭୟ ଦେଶରେ ଆର୍ଥିକ ପୁନରୁଦ୍ଧାର କ୍ଷେତ୍ରରେ ମଜବୁତ ହେବ ।

ୟୁରୋପରେ ଏକ ନିୟୁତରରୁ ଅଧିକ ଭାରତୀୟ ମୂଳ ବାସିନ୍ଦା ବସବାସ କରନ୍ତି ଏବଂ ଏହି ପ୍ରବାସରେ ଜର୍ମାନୀର ଏକ ମହତ୍ୱପୂର୍ଣ୍ଣ ଅଂଶ ଅଛି । ୟୁରୋପ ସହିତ ଆମର ସମ୍ପର୍କରେ ଭାରତୀୟ ପ୍ରବାସୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ସେଥିପାଇଁ ମୁଁ ଆମର ଭାଇ ଓ ଭଉଣୀମାନଙ୍କୁ ଭେଟିବା ପାଇଁ ଏହି ଗସ୍ତର ସୁଯୋଗ ନେବି ।

ବର୍ଲିନ୍ ଠାରୁ ମୁଁ କୋପେନହେଗେନ ଗସ୍ତରେ ଯିବି ଯେଉଁଠାରେ ମୋର ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନଙ୍କ ସହ ଦ୍ୱିପାକ୍ଷିକ ବୈଠକ ହେବ ଯାହା ଡେନମାର୍କ ସହିତ ଆମର ଅନନ୍ୟ " ସବୁଜ ରଣନୀତିକ ଭାଗିଦାରୀ” ର ଅଗ୍ରଗତିର ସମୀକ୍ଷା କରିବା ସହିତ ଆମର ଦ୍ୱିପାକ୍ଷିକ ସମ୍ପର୍କର ଅନ୍ୟାନ୍ୟ ଦିଗକୁ ସମୀକ୍ଷା କରିବାର ସୁଯୋଗ ଦେବ । ମୁଁ ମଧ୍ୟ ଭାରତ-ଡେନମାର୍କ ବ୍ୟବସାୟିକ ବୈଠକରେ ଅଂଶଗ୍ରହଣ କରିବା ସହିତ ଡେନମାର୍କରେ ଥିବା ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିବି ।

ଡେନମାର୍କ ସହିତ ଦ୍ୱିପାକ୍ଷିକ ଯୋଗାଯୋଗ ବ୍ୟତୀତ, ମୁଁ ଡେନମାର୍କ, ଆଇସଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ସ୍ୱିଡେନ ଏବଂ ନରୱେର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିତୀୟ ଭାରତ-ନର୍ଡିକ ସମ୍ମିଳନୀରେ ମଧ୍ୟ ଭାଗ ନେବି ଯେଉଁଠାରେ ୨୦୧୮ରେ ପ୍ରଥମ ଭାରତ-ନର୍ଡିକ ସମ୍ମିଳନୀ ପରଠାରୁ ଆମେ ଆମର ସହଯୋଗର ସମୀକ୍ଷା କରିବୁ । ଏହି ସମ୍ମିଳନୀରେ ମହାମାରୀ ପରବର୍ତ୍ତୀ ଅର୍ଥନୈତିକ ପୁନରୁଦ୍ଧାର, ଜଳବାୟୁ ପରିବର୍ତ୍ତନ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା, ଅକ୍ଷୟ ଶକ୍ତି, ବୃଦ୍ଧି ପାଉଥିବା ବିଶ୍ୱ ସୁରକ୍ଷା ଦୃଷ୍ଟିକୋଣ ଏବଂ ଉତ୍ତରମେରୁ ଅଞ୍ଚଳରେ ଭାରତ-ନର୍ଡିକ୍ ସହଯୋଗ ଭଳି ବିଷୟ ଉପରେ ଧ୍ୟାନ ଦିଆଯିବ ।

ସମ୍ମିଳନୀର ବାହାରେ, ମୁଁ ଅନ୍ୟ ଚାରିଟି ନର୍ଡିକ୍ ଦେଶର ନେତାଙ୍କୁ ମଧ୍ୟ ଭେଟିବି ଏବଂ ସେମାନଙ୍କ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିର ସମୀକ୍ଷା କରିବି । 

ସ୍ଥିରତା, ଅକ୍ଷୟ ଶକ୍ତି, ଡିଜିଟାଇଜେସନ୍ ଏବଂ ନବସୃଜନ କ୍ଷେତ୍ରରେ ନର୍ଡିକ୍ ଦେଶଗୁଡ଼ିକ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ଏହି ଗସ୍ତ ନର୍ଡିକ୍ ଅଞ୍ଚଳ ସହିତ ଆମର ବହୁମୁଖୀ ସହଯୋଗକୁ ବିସ୍ତାର କରିବାରେ ସାହାଯ୍ୟ କରିବ ।

ମୋର ପ୍ରତ୍ୟାବର୍ତ୍ତନ ଯାତ୍ରା ସମୟରେ, ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଭେଟିବା ପାଇଁ ପ୍ୟାରିସରେ ଅଟକିବି । ରାଷ୍ଟ୍ରପତି ମାକ୍ରୋନ୍ ସମ୍ପ୍ରତି ପୁନର୍ବାର ର୍ନିବାଚିତ ହୋଇଛନ୍ତି ଏବଂ ଫଳାଫଳର ଦଶ ଦିନ ପରେ ମୋର ଗସ୍ତ ମୋତେ କେବଳ ବ୍ୟକ୍ତିଗତ ଅଭିନନ୍ଦନ ଜଣାଇବାକୁ ଅନୁମତି ଦେବ ନାହିଁ, ବରଂ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ବନ୍ଧୁତାକୁ ମଧ୍ୟ ନିଶ୍ଚିତ କରିବ । ଏହା ମଧ୍ୟ ଆମକୁ ଭାରତ-ଫ୍ରାନ୍ସ ରଣନୈତିକ ସହଯୋଗର ପରବର୍ତ୍ତୀ ପର୍ଯ୍ୟାୟର କାର୍ଯ୍ୟପନ୍ଥା ସ୍ଥିର କରିବାର ସୁଯୋଗ ଦେବ ।

ରାଷ୍ଟ୍ରପତି ମାକ୍ରୋନ୍ ଏବଂ ମୁଁ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ଆକଳନ କରିବୁ ଏବଂ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗର ସ୍ଥିତି ପରଖିବୁ । ଏହା ମୋର ଦୃଢ ବିଶ୍ୱାସ ଯେ ବିଶ୍ୱର ବର୍ତ୍ତମାନର ସ୍ଥିତି ପାଇଁ ଏହିପରି ସମାନ ଦୃଷ୍ଟିକୋଣ ଏବଂ ମୂଲ୍ୟବୋଧ ସେୟାର କରୁଥିବା ଦୁଇ ଦେଶ ପରସ୍ପର ସହ ନିବିଡ଼ ସହଯୋଗରେ କାର୍ଯ୍ୟ କରିବା ଜରୁରୀ ।

ମୋର ୟୁରୋପ ଗସ୍ତ ଏଭଳି ଏକ ସମୟରେ ହେଉଛି ଯେତେବେଳେ ଏହି ଅଞ୍ଚଳ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି । ମୋର ଯୋଗଦାନ ମାଧ୍ୟମରେ, ମୁଁ ଆମର ୟୁରୋପୀୟ ସହଯୋଗୀମାନଙ୍କ ସହ ସହଯୋଗର ଆବେଗକୁ ଦୃଢ କରିବାକୁ ଇଚ୍ଛା କରେ, ଯେଉଁମାନେ ଶାନ୍ତି ଏବଂ ସମୃଦ୍ଧତା ପାଇଁ ଭାରତର ଅନୁସନ୍ଧାନରେ ଗୁରୁତ୍ୱପୂର୍ଣ୍ଣ ସାଥୀ ଅଟନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Proud Moment For Every Indian: PM Modi On Sarnath Being Inscribed On UNESCO World Heritage List

Media Coverage

Proud Moment For Every Indian: PM Modi On Sarnath Being Inscribed On UNESCO World Heritage List
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights noble character as the foundation of respect, trust, and effective leadership
July 27, 2026

Prime Minister Shri Narendra Modi shared a Sanskrit Subhashitam today, highlighting how a person of noble character earns respect in society and is regarded as worthy of every responsibility.

The Prime Minister wrote on X;

"शीलवान् पूजितो लोके शीलवान् साधुसम्मतः।

शीलवान् सर्वकर्मार्हः शीलवान् प्रियदर्शनः॥"

A person of noble character earns respect in society and the esteem of the virtuous. Through integrity, humility and disciplined conduct, such an individual is regarded as worthy of every responsibility. Their personality is admirable, inspiring and worthy of emulation. In truth, noble character is the true foundation of lasting success, effective leadership, and enduring trust.