Language of Laws Should be Simple and Accessible to People: PM
Discussion on One Nation One Election is Needed: PM
KYC- Know Your Constitution is a Big Safeguard: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେୱାଡିଆଠାରେ ଅନୁଷ୍ଠିତ 80ତମ ଅଖିଳ ଭାରତୀୟ ଅଧିଷ୍ଠାତା (ପ୍ରିଜାଇଡିଂ ଅଫିସର) ସମ୍ମିଳନୀର ଅନ୍ତିମ ଅଧିବେଶନରେ ଉଦ୍‌ବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଦ୍‌ବୋଧନ ହେଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ ଆଜି ଦିନଟି ଗାନ୍ଧୀଜୀଙ୍କ ପ୍ରେରଣା ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅଙ୍ଗୀକାରକୁ ମନେ ପକାଇବାର ଦିନ । ସେହିଭଳି 2008 ଆଜିର ଦିବସରେ ମୁମ୍ବାଇରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି । ଏହି ଘଟଣାରେ ସହିଦ ହୋଇଥିବା ଆମ ନିରାପତ୍ତାବାହିନୀର ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ଭାରତ ଏକ ନୂଆ ଉପାୟରେ ଆତଙ୍କବାଦର ମୁକାବିଲା କରୁଛି ।

ଜରୁରୀକାଳୀନ ଅବସ୍ଥା ସଂପର୍କରେ ଉଲ୍ଲେଖକରି ଶ୍ରୀ ମୋଦୀ କହିଛନ୍ତି ଯେ 1970 ଦଶକରେ କ୍ଷମତାର ପୃଥକୀକରଣ (ସେପାରେସନ ପାୱାର) ଘେନି ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଥିଲା ତାହାର ମର୍ଯ୍ୟାଦା ଓ ଗରିମାକୁ ଭୁଲୁଣ୍ଠିତ କରିବା ପାଇଁ ଉଦ୍ୟମ ହୋଇଥିଲା । ଏହି କ୍ଷମତାର ପୃଥକୀକରଣ ବ୍ୟବସ୍ଥାଟି ଆମ ସମ୍ବିଧାନରେ ଉଲ୍ଲେଖ ଅଛି ଏବଂ ଏହାର ମର୍ଯ୍ୟାଦା ରକ୍ଷା ସର୍ବଦା ଗୁରୁତ୍ୱ ରଖେ । ଜରୁରୀ ପରିସ୍ଥିତି ପରେ ନିୟନ୍ତ୍ରଣ ଓ ଭାରସାମ୍ୟ ରକ୍ଷା (ଚେକ୍‌ ଏଣ୍ଡ ବାଲାନ୍ସ) ବ୍ୟବସ୍ଥା ଅଧିକ ମଜଭୁତ ହୋଇଛି ଏବଂ ସେହି ସମୟର ଘଟଣାରୁ ଶିକ୍ଷାଲାଭ କରି ବ୍ୟବସ୍ଥାର ୩ଟିଯାକ ଅଙ୍ଗ ବିଧାନପାଳିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ନିଜ ନିଜ ସୀମାସରହଦ ମଧ୍ୟରେ ରହି କାର୍ଯ୍ୟ କରୁଛନ୍ତି । ସରକାରଙ୍କ 3ଟି ଅଙ୍ଗ ଉପରେ 130 କୋଟି ଭାରତୀୟଙ୍କର ଥିବା ବିଶ୍ୱାସ ଯୋଗୁଁ ଏହା ସଫଳ ହୋଇଛି । ସମୟକ୍ରମେ ଲୋକଙ୍କର ଏହି ବିଶ୍ୱାସ ମଧ୍ୟ ଅଧିକ ମଜଭୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ଆମ ସମ୍ବିଧାନର ଶକ୍ତି ଓ ସାମର୍ଥ୍ୟ ଅସୁବିଧା ସମୟରେ ଆମକୁ ସାହାଯ୍ୟ କରିଛି । ଭାରତୀୟ ନିର୍ବାଚନ ବ୍ୟବସ୍ଥାର ସ୍ଥିତିସ୍ଥାପକତା ଏବଂ କରୋନା ମହାମାରୀ ପ୍ରତି ଲୋକଙ୍କ ପ୍ରତିକ୍ରିୟାରୁ ଏହା ପ୍ରମାଣିତ ହୋଇଛି । ନିକଟ ଅତୀତରେ ପାର୍ଲାମେଣ୍ଟରେ ସଭ୍ୟମାନଙ୍କର ଆଲୋଚନା ଓ ସମୟର ଯଥାର୍ଥ ଉପଯୋଗ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ସାଂସଦମାନଙ୍କୁ ପ୍ରଶଂସା କରିଛନ୍ତି । କରୋନା ବିରୋଧୀ ଲଢେଇରେ ସାମିଲ ହେବାପାଇଁ ପାର୍ଲାମେଣ୍ଟ ସଦସ୍ୟମାନେ ବେତନ ନ ନେଇ କାମ କରୁଥିବାରୁ ସେ ଏଥିରେ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଛନ୍ତି ।

ଦୀର୍ଘକାଳ ଧରି ପ୍ରକଳ୍ପ କାର୍ଯ୍ୟକୁ ପକାଇ ରଖିବା ନୀତି ଓ ଧାରାକୁ ନାପସନ୍ଦ କରି ଏଥିପ୍ରତି ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ସର୍ଦ୍ଦାର ସରୋବର ଏଭଳି ଏକ ପ୍ରକଳ୍ପ ଯାହାକୁ ଦୀର୍ଘକାଳ ଧରି ପକାଇ ରଖାଯାଇଥିଲା । ଏହା ଫଳରେ ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ରାଜସ୍ଥାନର ଲୋକଙ୍କୁ ଏହି ପ୍ରକଳ୍ପର ଲାଭ ପାଇବାକୁ ବହୁକାଳ ଅପେକ୍ଷା କରିବାକୁ ପଡିଥିଲା ।  ଶେଷରେ ଡ୍ୟାମ କାର୍ଯ୍ୟ ଯେତେବେଳେ ଶେଷ ହେଲା ଏହିସବୁ ରାଜ୍ୟର ଲୋକଙ୍କୁ ବିପୁଳ ଲାଭ ମିଳିଲା ।

ଶ୍ରୀ ମୋଦୀ କର୍ତ୍ତବ୍ୟର ଗୁରୁତ୍ୱ ସଂପର୍କରେ ବିଶେଷ ଜୋର୍‌ ଦେଇଛନ୍ତି । ସେ କହିଛନ୍ତି ଯେ କର୍ତ୍ତବ୍ୟ- ଅଧିକାର, ମର୍ଯ୍ୟାଦା ଓ ଆତ୍ମବିଶ୍ୱାସର ଏକ ସୂତ୍ରଭାବେ ବିବେଚିତ ହେବା ଉଚିତ । ଆମ ସମ୍ବିଧାନରେ ବିଭିନ୍ନ ବିଷୟ ରହିଛି । ତେବେ ଏଥିରେ କର୍ତ୍ତବ୍ୟକୁ ଯେଉଁ ଗୁରୁତ୍ୱ ପ୍ରଦାନ କରାଯାଇଛି ତାହା ଏକ ସ୍ୱତନ୍ତ୍ର ବିଶେଷତ୍ୱ । ମହାତ୍ମା ଗାନ୍ଧୀ ମଧ୍ୟ କର୍ତ୍ତବ୍ୟ ବିଷୟରେ ଅତ୍ୟନ୍ତ ସଚେତନ ଥିଲେ । ସେ ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ନିବିଡ ସଂପର୍କ ଦେଖୁଥିଲେ । ତାଙ୍କ ବିଚାରରେ ଥରେ ଆମେ ଆମର ଦାୟିତ୍ୱ ନିର୍ବାହ କରିଦେଲେ ଆପଣାଛାଏଁ ଆମ ଅଧିକାର ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ସମ୍ବିଧାନର ମୂଲ୍ୟବୋଧର ବାର୍ତ୍ତାକୁ ପ୍ରସାର କରିବାର ବିଶେଷ ଆବଶ୍ୟକତା ରହିଛି । କେୱାଇସି ବା ନୋ ଇୟୋର କଷ୍ଟୋମର ବ୍ୟବସ୍ଥା ଯେପରି ଡିଜିଟାଲ ନିରାପତ୍ତାର ଏକ ଅତି ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ ; ସେହିଭଳି କେୱାଇସି ମଧ୍ୟ ନୋ ଇୟୋର କନଷ୍ଟିଚ୍ୟୁସନ (ନିଜ ସମ୍ବିଧାନକୁ ଜାଣ) ସେହିଭଳି ବିଶେଷ ମହତ୍ୱ ରଖେ । ଏହାଦ୍ୱାରା ସାମ୍ବିଧାନିକ ନିରାପତ୍ତା ସୁରକ୍ଷିତ ହୋଇପାରିବ । ସେ କହିଛନ୍ତି ଯେ ଆମ ଆଇନର ଭାଷା ଅତି ସରଳ ଏବଂ ସାଧାରଣ ଲୋକ ବୁଝିପାରିଲା ଭଳି ହେବା ଉଚିତ । ଏହାଦ୍ୱାରା ଲୋକେ ଆଇନ ସହିତ ସିଧାସଳଖ ସଂଯୁକ୍ତ ହେବାର ଭାବନା ଉପଲବ୍ଧି କରିବେ । ସେ ଆହୁରି କହିଛନ୍ତି ଯେ ପୁରୁଣାକାଳିଆ ଆଇନଗୁଡିକୁ ରଦ୍ଦ କରିବା ପ୍ରକ୍ରିୟା ସରଳ ହେବା ଉଚିତ । ପୁରୁଣାକାଳିଆ ଆଇନକୁ ଯେତେବେଳେ ଆମେ ସଂଶୋଧନ କରୁଛୁ ସେତେବେଳେ ଏସବୁ ପୁରୁଣା ଆଇନ ଆପଣାଛାଏଁ ରଦ୍ଦ ହୋଇଯିବାର ଏକ ସ୍ୱୟଂକ୍ରିୟ ବ୍ୟବସ୍ଥା ତିଆରି ହେବାର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟ ଏହି ଅବସରରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥା ସଂପର୍କରେ ଆଲୋଚନା ପାଇଁ ଆହ୍ୱାନ ଜଣାଇଛନ୍ତି । ଏକସଙ୍ଗରେ ଲୋକସଭା, ବିଧାନସଭା କିମ୍ବା ସ୍ଥାନୀୟ ପଞ୍ଚାୟତସ୍ତରରେ ନିର୍ବାଚନ କରାଇବା ସଂପର୍କରେ ବିଚାର ଆଲୋଚନା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ସାଧାରଣ ଭୋଟର ତାଲିକା ବ୍ୟବହାର କରାଯାଇପାରିବ । ବିଧାନସଭାଗୁଡିକରେ ଡିଜିଟାଲ ଇନୋଭେସନକୁ ଅଧିକ ଆଗ୍ରହର ସହିତ ପ୍ରବର୍ତ୍ତନ କରିବା ସପକ୍ଷରେ ମଧ୍ୟ ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷ୍ଟୁଡେଣ୍ଟ ପାର୍ଲାମେଣ୍ଟର ଆୟୋଜନ ହେବା ଉଚିତ । ବାଚସ୍ପତି ବା ଗୃହର ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ ଏସବୁ ପାର୍ଲାମେଣ୍ଟର ଆୟୋଜନ କରାଯିବା ଆବଶ୍ୟକ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi