ଏହି ଅବସରରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ
ଜାତୀୟ ବିକାଶର ‘ମହାଯଜ୍ଞ’ରେ ଏନଇପିର ଭୂମିକା ଗୁରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ
ନୂତନ ଶିକ୍ଷା ନୀତି ଆମ ଯୁବପିଢ଼ିଙ୍କୁ ଏହି ଆଶ୍ୱାସନା ଦେଇଛି ଯେ ସେମାନଙ୍କ ଆକାଂକ୍ଷା ପୂରଣ କରିବା ଲାଗି ଦେଶ ସେମାନଙ୍କ ସହିତ ସବୁବେଳେ ରହିଛି : ପ୍ରଧାନମନ୍ତ୍ରୀ
ନୂଆ ଶିକ୍ଷା ନୀତିର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଏହା ବେଶ ଉନ୍ମୁକ୍ତ ଏବଂ ଚାପବିହୀନ : ପ୍ରଧାନମନ୍ତ୍ରୀ
ଆଠଟି ରାଜ୍ୟର 14ଟି ଇଞ୍ଜିନିୟରିଂ କଲେଜ ପାଞ୍ଚଟି ଭାରତୀୟ ଭାଷାରେ ଶିକ୍ଷାଦାନ ଆରମ୍ଭ କରୁଛନ୍ତି : ପ୍ରଧାନମନ୍ତ୍ରୀ
ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ଗରିବ, ଗ୍ରାମୀଣ ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିକ୍ଷା ନୀତି 2020 ଅନ୍ତର୍ଗତ ଆସିଥିବା ସଂସ୍କାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶର ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରର ନୀତି ନିର୍ଦ୍ଧାରକ, ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି। ସେ ମଧ୍ୟ ଶିକ୍ଷାକ୍ଷେତ୍ର ପାଇଁ ବହୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଜାତୀୟ ଶିକ୍ଷା ନୀତିକୁ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ କୋଭିଡ-19ର କଷ୍ଟକର ସମୟରେ ମଧ୍ୟ ଭୂମିଗତ ସ୍ତରରେ ନୂତନ ଶିକ୍ଷା ନୀତିକୁ ବାସ୍ତବ ରୂପ ଦେବା ଲାଗି କଠିନ ପରିଶ୍ରମ କରିଥିବା ଶିକ୍ଷକ, ପ୍ରାଧ୍ୟାପକ, ନୀତିନିର୍ମାତାମାନଙ୍କ କଠିନ ପରିଶ୍ରମକୁ ଉଚ୍ଚପ୍ରଶଂସା କରିଥିଲେ। ‘ଆଜାଦୀ କା ଅମୃତ ମହୋତ୍ସବ’ ବର୍ଷର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଶିକ୍ଷା ନୀତି ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଆମର ଯୁବକମାନଙ୍କୁ ଦିଆଯାଉଥିବା ଶିକ୍ଷା ଓ ମାର୍ଗଦର୍ଶନର ସ୍ତର ଉପରେ ଆମ ଭବିଷ୍ୟତର ପ୍ରଗତି ଏବଂ ଅଭିବୃଦ୍ଧି ନିର୍ଭରଶୀଳ। “ମୁଁ ବିଶ୍ୱାସ କରେ ଏହା ହେଉଛି ଜାତୀୟ ବିକାଶ ପାଇଁ ‘ମହାଯଜ୍ଞ’ର ଏକ ପ୍ରମୁଖ ଦିଗ”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମହାମାରୀ କାରଣରୁ ଶିକ୍ଷାଦାନରେ ପରିବର୍ତ୍ତନ ଆସିଛି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଶିକ୍ଷାଦାନ ଏକ ସାଧାରଣ ବ୍ୟବସ୍ଥା ହୋଇପାରିଛି। ଦୀକ୍ଷା ପୋର୍ଟାଲକୁ 23ଶହ କୋଟି ହିଟ୍ ମିଳିବା ଦୀକ୍ଷା ଓ ସ୍ୱୟମ ଭଳି ପୋର୍ଟାଲର ବ୍ୟାପକ ଉପଯୋଗିତାର ଉଦାହରଣ।

ଛୋଟ ସହରରୁ ଆସିଥିବା ଯୁବକ ଯୁବତୀଙ୍କ ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏପରି ସହରରୁ ଆସିଥିବା ଯୁବତାରକା ଏବେ ଟୋକିଓ ଅଲିମ୍ପିକ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ସେ ଉଦାହରଣ ଦେଇଥିଲେ। ରୋବୋଟିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଷ୍ଟାର୍ଟ-ଅପ୍ସ କ୍ଷେତ୍ରରେ ଯୁବକମାନଙ୍କର ପ୍ରୟାସ ଏବଂ ଇଣ୍ଡଷ୍ଟ୍ରୀ 4.0ରେ ସେମାନଙ୍କର ନେତୃତ୍ୱକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କହିଥିଲେ, ଯୁବପିଢ଼ିଙ୍କୁ ସେମାନଙ୍କର ସ୍ୱପ୍ନ ପୂରଣ କରିବା ଲାଗି ଆବଶ୍ୟକ ସୁବିଧା ଦିଆଗଲେ ସେମାନେ ଅପାର ସଫଳତା ହାସଲ କରିପାରିବେ। ସେ ଜୋର ଦେଇ କହିଥିଲେ ଯେ ବର୍ତ୍ତମାନର ଯୁବପିଢ଼ି ନିଜ ପାଇଁ ନିଜେ ବ୍ୟବସ୍ଥା କରିବା ଏବଂ ନିଜ ହିସାବରେ ନିଜର ଦୁନିଆ ବିକଶିତ କରିବା ଲାଗି ଚାହାନ୍ତି। ବନ୍ଧନ ଓ ପ୍ରତିବନ୍ଧକ ମୁକ୍ତ ହୋଇ ସେମାନେ ସୁଯୋଗ ଓ ସ୍ୱାଧୀନତା ଚାହାନ୍ତି। ନୂତନ ଶିକ୍ଷା ନୀତି ଆମର ଯୁବପିଢ଼ିଙ୍କୁ ଏହି ଆଶ୍ୱାସନା ଦେଇଛି ଯେ ସେମାନଙ୍କ ଆକାଂକ୍ଷା ପୂରଣ କରିବା ଲାଗି ଦେଶ ସେମାନଙ୍କ ସହିତ ସବୁବେଳେ ରହିଛି। ଆଜି ଆରମ୍ଭ ହୋଇଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଉନ୍ମୁଖୀ କରିବ ଏବଂ ଏକ ଏଆଇ-ପରିଚାଳିତ ଅର୍ଥବ୍ୟବସ୍ଥା ପାଇଁ ମାର୍ଗପ୍ରଶସ୍ତ କରିବ। ସେହିପରି, ଜାତୀୟ ଡିଜିଟାଲ ଶିକ୍ଷା ନୀତି ଢାଞ୍ଚା (ଏନଡିଇଏଆର) ଏବଂ ଜାତୀୟ ଶିକ୍ଷା ପ୍ରଯୁକ୍ତି ମଞ୍ଚ (ଏନଇଏଫଟି) ସାରା ଦେଶରେ ଡିଜିଟାଲ ଏବଂ ବୈଷୟିକ ବ୍ୟବସ୍ଥା ପ୍ରଦାନ କରିବା କ୍ଷେତ୍ରରେ ଦୀର୍ଘକାଳୀନ କ୍ଷେତ୍ରରେ ବେଶ ଉପଯୋଗୀ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ନୂଆ ଜାତୀୟ ଶିକ୍ଷା ନୀତି ଉନ୍ମୁକ୍ତ ଏବଂ ଚାପବିହୀନ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ନୀତିଗତ ସ୍ତରରେ ଖୋଲାପଣ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ବିକଳ୍ପ ଦୃଷ୍ଟିରୁ ମଧ୍ୟ ଏହାର ଖୋଲାପଣ ବେଶ ବାରି ହୋଇପଡ଼ିଥାଏ। ଏକାଧିକ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ବିକଳ୍ପ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଶ୍ରେଣୀ ଏବଂ ଗୋଟିଏ ପାଠ୍ୟକ୍ରମରେ ବାନ୍ଧି ହୋଇ ରହିବାର ବୋଝରୁ ମୁକ୍ତ କରିଥାଏ। ସେହିପରି, ଆଧୁନିକ ପ୍ରଯୁକ୍ତି ଆଧାରିତ ଏକାଡେମିକ ବ୍ୟାଙ୍କ ଅଫ କ୍ରେଡିଟ୍ ସିଷ୍ଟମ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏହା ଛାତ୍ରଛାତ୍ରୀଙ୍କୁ ବିଷୟବସ୍ତୁ ଏବଂ ବିଭାଗ ଚୟନ କରିବା ଲାଗି ବିଶ୍ୱାସ ଦେବ। ‘ଷ୍ଟ୍ରକ୍ଚର୍ଡ ଆସେସମେଣ୍ଟ ଫର ଆନାଲାଇଜିଂ ଲର୍ଣ୍ଣିଂ ଲେଭଲ’ (ପାଠପଢ଼ାର ସ୍ତର ବିଶ୍ଳେଷଣ କରିବା ଲାଗି ଢାଞ୍ଚାଗତ ଆକଳନ) ବା ସଫଲ ପରୀକ୍ଷାର ଭୟ ଦୂର କରିବ। ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ନୂତନ କାର୍ଯ୍ୟକ୍ରମଗୁଡ଼ିକରେ ଭାରତର ଭାଗ୍ୟ ବଦଳାଇବାର ସାମର୍ଥ୍ୟ ରହିଛି। ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ ଆଞ୍ଚଳିକ ଭାଷାରେ ଶିକ୍ଷାଦାନର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ 8ଟି ରାଜ୍ୟର 14ଟି ଇଞ୍ଜିନିୟରିଂ କଲେଜ 5ଟି ଭାରତୀୟ ଭାଷା ହିନ୍ଦୀ, ତାମିଲ, ତେଲୁଗୁ, ମରାଠୀ ଓ ବଙ୍ଗଳାରେ ଶିକ୍ଷାଦାନ ଆରମ୍ଭ କରୁଛନ୍ତି। 11ଟି ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଅନୁବାଦ କରିବା ଲାଗି ଏକ ଟୁଲ୍ ବିକଶିତ କରାଯାଇଛି। ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯିବା ଫଳରେ ଗରିବ, ଗ୍ରାମୀଣ ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି ପାଇବ। ଏପରିକି ମାତୃଭାଷାରେ ପ୍ରାଥମିକ ଶିକ୍ଷାକୁ ପ୍ରୋତ୍ସାହିତ କରାଯାଉଛି ଏବଂ ଆଜି ଆରମ୍ଭ ହୋଇଥିବା ବିଦ୍ୟା ପ୍ରବେଶ କାର୍ଯ୍ୟକ୍ରମ ଏ କ୍ଷେତ୍ରରେ ବଡ଼ ଭୂମିକା ନିର୍ବାହ କରିବ। ସେ ମଧ୍ୟ ସୂଚନା ଦେଇଥିଲେ ଯେ  ଭାରତୀୟ ସାଙ୍କେତିକ ଭାଷାକୁ ପ୍ରଥମ ଥର ପାଇଁ ଭାଷାଭିତ୍ତିକ ବିଷୟ ମାନ୍ୟତା ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀ ଏହାକୁ ଏକ ଭାଷା ଭାବେ ପଢ଼ିବା ଲାଗି ସକ୍ଷମ ହୋଇପାରିବେ। ନିଜର ପାଠପଢ଼ା ପାଇଁ ସାଙ୍କେତିକ ଭାଷା ଉପରେ ନିର୍ଭର କରୁଥିବା 3 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି। ଏହା ଭାରତୀୟ ସାଙ୍କେତିକ ଭାଷାକୁ ପ୍ରୋତ୍ସାହନ ଦେବ ଏବଂ ଦିବ୍ୟାଙ୍ଗ ଜନଙ୍କୁ ସହାୟତା କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷରେ ରେଖାପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତି କରିବା ଠାରୁ କାର୍ଯ୍ୟକାରୀ କରିବା ସ୍ତର ପର୍ଯ୍ୟନ୍ତ ଶିକ୍ଷକମାନେ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଆଜି ଆରମ୍ଭ କରାଯାଇଥିବା ନିଷ୍ଠା 2.0 କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ପ୍ରଶିକ୍ଷଣ ପ୍ରଦାନ କରିବ ଏବଂ ସେମାନେ ବିଭାଗକୁ ସେମାନଙ୍କର ପରାମର୍ଶ ପଠାଇବା ଲାଗି ସକ୍ଷମ ହୋଇପାରିବେ।

ପ୍ରଧାନମନ୍ତ୍ରୀ ଏକାଡେମିକ ବ୍ୟାଙ୍କ ଅଫ କ୍ରେଡିଟର ଶୁଭାରମ୍ଭ କରିଥିଲେ ଯାହା ଉଚ୍ଚ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଏକାଧିକ ପ୍ରବେଶ ଏବଂ ପ୍ରସ୍ଥାନ ବିକଳ୍ପ ପ୍ରଦାନ କରିବ। ଆଞ୍ଚଳିକ ଭାଷାରେ ପ୍ରଥମ ବର୍ଷ ଇଞ୍ଜିନିୟରିଂ ଶିକ୍ଷାଦାନ ଏବଂ ଉଚ୍ଚ ଶିକ୍ଷାର ଅନ୍ତର୍ଜାତୀୟକରଣ ପାଇଁ ମାର୍ଗଦର୍ଶିକାର ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ତିନି ମାସିଆ ଖେଳ ଆଧାରିତ ବିଦ୍ୟାଳୟ ପ୍ରସ୍ତୁତି ମଡ୍ୟୁଲ୍ – ବିଦ୍ୟା ପ୍ରବେଶ, ମାଧ୍ୟମିକ ସ୍ତରରେ ଭାରତୀୟ ସାଙ୍କେତିକ ଭାଷାକୁ ଏକ ବିଷୟ ଭାବେ ଗ୍ରହଣ କରାଯିବା, ଏନସିଇଆରଟି ଦ୍ୱାରା ଡିଜାଇନ କରାଯାଇଥିବା ଏକ ସମନ୍ୱିତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ- ନିଷ୍ଠା 2.0, ସିବିଏସଇ ବିଦ୍ୟାଳୟଗୁଡ଼ିକରେ ତୃତୀୟ, ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରତିଯୋଗିତା ଆଧାରିତ ଆକଳନ ବ୍ୟବସ୍ଥା- ‘ଷ୍ଟ୍ରକ୍ଚର୍ଡ ଆସେସମେଣ୍ଟ ଫର ଆନାଲାଇଜିଂ ଲର୍ଣ୍ଣିଂ ଲେଭଲ’ (ପାଠପଢ଼ାର ସ୍ତର ବିଶ୍ଳେଷଣ କରିବା ଲାଗି ଢାଞ୍ଚାଗତ ଆକଳନ) ବା ସଫଲ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ସମର୍ପିତ ଏକ ୱେବସାଇଟ୍ ମଧ୍ୟ ଏହି ଅବସରରେ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ଜାତୀୟ ଡିଜିଟାଲ ଶିକ୍ଷା ନୀତି ଢାଞ୍ଚା (ଏନଡିଇଏଆର) ଏବଂ ଜାତୀୟ ଶିକ୍ଷା ପ୍ରଯୁକ୍ତି ମଞ୍ଚ (ଏନଇଏଫଟି)ର ମଧ୍ୟ ଉନ୍ମୋଚନ କରାଯାଇଥିଲା।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Small towns emerge big growth driver for connected TV in India

Media Coverage

Small towns emerge big growth driver for connected TV in India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates H.E. President Hakainde Hichilema on re-election as President of Zambia
August 20, 2026

The Prime Minister, Shri Narendra Modi, has extended his heartiest congratulations to President H.E. Hakainde Hichilema on his re-election as the President of Zambia.

The Prime Minister said that India greatly values its multifaceted partnership with Zambia.

Shri Modi expressed his desire to work together with President Hakainde Hichilema to further strengthen the relations between India and Zambia under his leadership.

The Prime Minister said in a X post;

“Heartiest Congratulations to President Hakainde Hichilema on being re-elected as the President of Zambia.

India greatly values its multifaceted partnership with Zambia and I look forward to working together to further strengthen our relations under his leadership.

@HHichilema”