“ସିଏଜି ବନାମ ସରକାର ମାନସିକତା ବଦଳିଛି । ଏବେ ଅଡିଟ୍ ମୂଲ୍ୟ ମିଶ୍ରଣର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଭାବେ ବିବେଚିତ ହେଉଛି”
“ଆମେ ପୂର୍ବ ସରକାରର ସତ୍ୟାସତ୍ୟ ଦେଶ ଆଗରେ ଅତ୍ୟନ୍ତ ସଚ୍ଚୋଟତାର ସହ ଉପସ୍ଥାପନ କରିଛୁ । ସମସ୍ୟାବଳୀକୁ ଚିହ୍ନଟ କରିବା ପରେ ଆମେ ସେସବୁର ସମାଧାନ ପନ୍ଥା ବାହାର କରିବୁ”
“କଣ୍ଟାକ୍ଟଲେସ କଷ୍ଟମସ୍‌, ଅଟୋମେଟିକ ରିନିୱାଲସ୍‌, ଫେସ୍‌ଲେସ୍ ଆସେସମେଣ୍ଟସ୍‌, ଅନଲାଇନ୍ ଆପ୍ଲିକେସନ୍ସ ଆଦି ବ୍ୟବସ୍ଥା ସେବା ଯୋଗାଣରେ ଉପଯୋଗ ହେଉଛି । ଏସବୁ ସଂସ୍କାର ଅନାବଶ୍ୟକ ସରକାରୀ ହସ୍ତକ୍ଷେପର ଅବସାନ ଘଟାଇଛି”
“ଆଧୁନିକ ପଦ୍ଧତି ଓ ବ୍ୟବସ୍ଥା ଅବଲମ୍ବନ କରି ସିଏଜି ଦ୍ରୁତଗତିରେ ବଦଳିଛି । ଆଜି ଆପଣ ଅତ୍ୟାଧୁନିକ ଆନାଲିଟିକ୍ସ ଟୁଲ୍ସ ଭୂସ୍ଥାନିକ ତଥ୍ୟାବଳୀ ଓ ଉପଗ୍ରହଚିତ୍ର ଆଦିକୁ ବ୍ୟବହାର କରୁଛନ୍ତି”
“ଏକ ବିଂଶ ଶତାବ୍ଦୀରେ, ଡାଟା ହିଁ ସୂଚନା, ଆଗାମୀ ଦିନରେ ଆମ ଇତିହାସ ଡାଟା ମାଧ୍ୟମରେ ଦେଖାଯିବ ଓ ବୁଝିହେବ । ଭବିଷ୍ୟତରେ ଡାଟା ହିଁ ଇତିହାସକୁ ନିର୍ଦ୍ଧାରଣ କରିବ”

ଆଜି ପ୍ରଥମ ଅଡିଟ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଦେଇଛନ୍ତି । ଏହି ଅବସରରେ ସେ ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି । ଏହି  କାର୍ଯ୍ୟକ୍ରମରେ ଭାରତର କମ୍ପଟ୍ରୋଲର ଓ ଅଡିଟର ଜେନେରାଲ (ସିଏଜି) ଶ୍ରୀ ଗିରିଶଚନ୍ଦ୍ର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ କହିଛନ୍ତି ଯେ ସିଏଜି କେବଳ ଦେଶର ହିସାବପତ୍ର ରଖୁନାହିଁ, ରାଷ୍ଟ୍ରର ଉତ୍ପାଦକତା ଓ ଦକ୍ଷତା ବୃଦ୍ଧିରେ ମୂଲ୍ୟ ମିଶ୍ରଣ କରି ଏହାକୁ ଅଧିକ ଋଦ୍ଧିମନ୍ତ କରୁଛି । ଅତଏବ ଅଡିଟ୍ ଦିବସରେ ବିଚାର ଆଲୋଚନା ଓ ତତ୍‌ସଂକ୍ରାନ୍ତ କାର୍ଯ୍ୟକ୍ରମ ଆମ ଉନ୍ନତି ଓ ଦକ୍ଷତା ବୃଦ୍ଧିର ଏକ ଅଂଶବିଶେଷ । ସିଏଜି ଏକ ଅନୁଷ୍ଠାନ ଓ ଏହାର ଗୁରୁତ୍ୱ ଯଥେଷ୍ଟ ବଢିଛି । ସମୟକ୍ରମେ ଏହା ନିଜ ଅଧିକାର ଓ ଦାୟିତ୍ୱ କ୍ଷେତ୍ରରେ ଏକ ଉଚ୍ଚ ପରମ୍ପରା ଓ ଉତ୍ତରଦାୟିତ୍ୱତ୍ତରସୃଷ୍ଟି କରିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ ଓ ବାବାସାହେବ ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଏହି ମହାନ୍ ନେତାଗଣ ଆମକୁ ବୃହତ୍ ଲକ୍ଷ୍ୟ ନିର୍ଦ୍ଧାରଣ କରି ତାହାକୁ ହାସଲ କରିବାର କୌଶଳ ଶିଖାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକଦା ସମୟ ଥିଲା, ଯେତେବେଳେ ଦେଶରେ ସରକାରୀ ଖର୍ଚ୍ଚର ହିସାବପତ୍ର (ଅଡିଟିଂ) କରିବା କାମକୁ ଆଶଙ୍କା ଓ ଭୟ ମଧ୍ୟରେ ଦେଖାଯାଉଥିଲା । ଆମ ବ୍ୟବସ୍ଥାର ସାଧାରଣ ମନୋଭାବ ଓ ବିଚାର ଥିଲା, “ସିଏଜି ବନାମ ସରକାର ।” ଆଜି କିନ୍ତୁ ସେହି ମନୋଭାବ ବଦଳି ଯାଇଛି । ଏବେ ଅଡିଟକୁ ମୂଲ୍ୟ ମିଶ୍ରଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶଭାବେ ବିଚାର କରାଯାଉଛି ।

ପ୍ରଧାମମନ୍ତ୍ରୀ କହିଥିଲେ, ପୂର୍ବରୁ ବ୍ୟାଙ୍କ ବ୍ୟବସ୍ଥାରେ ସ୍ୱଚ୍ଛତାର ଅଭାବରୁ ବିଭିନ୍ନ ପ୍ରକାର ତ୍ରୁଟିପୂର୍ଣ୍ଣ ନୀତିକୁ ପାଳନ କରାଯାଉଥିଲା । ଏହାଫଳରେ ବ୍ୟାଙ୍କଗୁଡିକର ଏନ୍‌ପିଏ ବଢିବାକୁ ଲାଗିଲା । “ଆପଣମାନେ ଭଲଭାବେ ଜାଣନ୍ତି, ଅତୀତରେ ବ୍ୟାଙ୍କ ସମୂହଙ୍କ ଅଚଳ ସମ୍ପତ୍ତି (ଏନ୍‌ପିଏ) ଜନିତ ତଥ୍ୟକୁ ଗୁପ୍ତ ରଖାଯାଉଥିଲା । ଏ ସମ୍ପର୍କରେ ପୂର୍ବ ସରକାରର ସବୁ କର୍ମ ଅପକର୍ମ ବାବଦ ସତ୍ୟାସତ୍ୟକୁ ଆମେ ଅତ୍ୟନ୍ତ ସଚ୍ଚୋଟତାର ସହ ଦେଶ ଆଗରେ ଉପସ୍ଥାପନ କରିଛୁ । ଯେତେବେଳେ ସମସ୍ୟାବଳୀକୁ ଆମେ ଚିହ୍ନଟ କରିବୁ, ସେତେବେଳେ ଆମେ ସମାଧାନର ସୂତ୍ର ବାହାର କରିବୁ ।”

ଅଡିଟରମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି କହିଥିଲେ ଯେ “ ଆମେ ଆଜି ଏପରି ଏକ ବ୍ୟବସ୍ଥା କରୁଛୁ ଯେଉଁଥିରେ ‘ସରକାର ସର୍ବମ୍‌’ବିଚାର ଗୁରୁତ୍ୱ ହରାଉଛି । ଏହାର ଅର୍ଥ ସବୁକଥାରେ ସରକାରଙ୍କ ହସ୍ତକ୍ଷେପ କ୍ରମଶଃ କମୁଛି ଏବଂ ଆପଣଙ୍କ କାମ ସହଜ ହେଉଛି । ଏହା ସର୍ବନିମ୍ନ ସରକାର, ସର୍ବାଧିକ ଶାସନ ନୀତିରେ କରାଯାଉଛି । କଣ୍ଟାକ୍ଟଲେସ କଷ୍ଟମ୍ସ, ଅଟୋମେଟିକ୍ ରିନ୍ୟୁଆଲ୍ସ, ଫେସଲେସ୍ ଆସେସମେଣ୍ଟ, ଅନ୍‌ଲାଇନ୍ ଆପ୍ଲିକେସନ୍ସ ଆଦି ସେବା ଯୋଗାଣ ପାଇଁ ପ୍ରବର୍ତ୍ତିତ ହୋଇଛି । ଏସବୁ ସଂସ୍କାର ସବୁ କଥାରେ ଅନାବଶ୍ୟକ ସରକାରୀ ହସ୍ତକ୍ଷେପର ଅବସାନ ଘଟାଇଛି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଫାଇଲ ବୋଝରେ ଗଡବଡିଆ ସିଏଜିର ଯେଉଁ ହସ୍ତକ୍ଷେପବାଦୀ, ବ୍ୟସ୍ତବହୁଳ ଭାବମୂର୍ତ୍ତି ଥିଲା ତାହାର ଅବସାନ ଘଟିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆଧୁନିକ ପଦ୍ଧତି ଓ ସାଧନକୁ ଉପଯୋଗ କରି ସିଏଜି ଦପ୍ତର ନିଜକୁ ଖୁବ୍ ଶୀଘ୍ର ବଦଳାଇପାରିଛି । ଆଜି ଆପଣମାନେ ଉନ୍ନତ ଆନାଲିଟିକ୍ସ ଟୁଲ୍ସ, ଜିଓ ସ୍ପେସିଆଲ(ଭୂ-ସ୍ଥାନିକ) ଡାଟା ଓ ଉପଗ୍ରହ ଚିତ୍ରମାନ ବ୍ୟବହାର କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଅଡିଟର୍ସମାନଙ୍କୁ କହିଥିଲେ ।

ଭାରତ ସମ୍ମୁଖୀନ ହୋଇଥିବା ଶତାବ୍ଦୀର ସବୁଠୁ ବଡ ମହାମାରୀ ସମ୍ପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାର ମୁକାବିଲାରେ ଦେଶର ପ୍ରଦର୍ଶନ ଅସାଧାରଣ ରହିଛି । ଏବେ ଭାରତରେ ବିଶ୍ୱର ସର୍ବବୃହତ୍ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । ଅଳ୍ପ କେଇ ସପ୍ତାହ ପୂର୍ବରୁ ଏକଶହ କୋଟିରୁ ଅଧିକ କରୋନା ଟିକା ଡୋଜ୍ ପ୍ରଦାନ କରି ଦେଶ ଏକ ନୂଆ ସଫଳତା ହାସଲ କରିଛି । ଏହି ମହାନ୍ ଲଢେଇ ସମୟରେ ସରକାର ଗ୍ରହଣ କରିଥିବା ନୀତି ଓ ଅଭ୍ୟାସକୁ ସିଏଜି ଅନୁଧ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ  ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ପୁରୁଣା କାଳରେ ସୂଚନା ସବୁ କାହାଣୀ ଆକାରରେ ପ୍ରସାରିତ ହେଉଥିଲା । କାହାଣୀ ମାଧ୍ୟମରେ ଇତିହାସ ରଚନା କରାଯାଉଥିଲା । ଏବେ କିନ୍ତୁ ଏକବିଂଶ ଶତାବ୍ଦୀରେ ଡାଟା ହିଁ ସୂଚନା ଏବଂ ଆଗାମୀ ଦିନରେ ଆମର ଇତିହାସ ଡାଟା ମାଧ୍ୟମରେ ଦେଖାଯିବ ଓ ବୁଝିହେବ । ଭବିଷ୍ୟତରେ ଡାଟା ହିଁ ଇତିହାସକୁ ନିର୍ଦ୍ଧାରଣ କରିବ ବୋଲି ସେ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership