କତା ରକ୍ଷା ଓ ସମ୍ମିଳିତ ଉଦ୍ୟମ ପାଇଁ ପ୍ରଦେଶବାସୀଙ୍କୁ ପ୍ରଶଂସା
“ଡବଲ ଇଞ୍ଜିନ ସରକାରର ମିଳିତ ପ୍ରୟାସରେ ତ୍ରିପୁରା ଏବେ ସୁଯୋଗର ଭୂମିରେ ପରିଣତ ହୋଇଛି”
“ସଂଯୋଗ ଭିତ୍ତିଭୂମି ନିର୍ମାଣ ଫଳରେ ତ୍ରିପୁରା ରାଜ୍ୟ ଏବେ ବାଣିଜ୍ୟ କରିଡର ହବ୍ ହେବାକୁ ଦ୍ରୁତିଗତିରେ ଆଗେଇ ଚାଲିଛି”

ତ୍ରିପୁରା ରାଜ୍ୟର ପ୍ରତିଷ୍ଠା ଓ ବିକାଶରେ ଯେଉଁମାନଙ୍କର ଅବଦାନ ରହିଛି ସେମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମାଣିକ୍ୟ ରାଜବଂଶର ଶାସନ କାଳରୁ ଏହି ରାଜ୍ୟର ମର୍ଯ୍ୟାଦା ଓ ଅବଦାନକୁ ସେ ସ୍ୱୀକାର କରିବା ସହିତ ପ୍ରଦେଶର ଏକତା ରକ୍ଷା ଓ ସାମୁହିକ ଉଦ୍ୟମକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ଆଜି ତ୍ରିପୁରା ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣା ପ୍ରସଙ୍ଗରେ ରାଜ୍ୟ ଗତ ତିନିବର୍ଷର ଅର୍ଥପୂର୍ଣ୍ଣ ବିକାଶ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ସେ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାରର ନିରନ୍ତର ଉଦ୍ୟମ ଫଳରେ ତ୍ରିପୁରା ଆଜି ଏକ ସୁଯୋଗର ଭୂମିରେ ପରିଣତ ହୋଇଛି । ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଚମତ୍କାର ପ୍ରଦର୍ଶନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଂଯୋଗ ଭିତ୍ତିଭୂମି ନିର୍ମାଣ ଫଳରେ ତ୍ରିପୁରା ଦ୍ରୁତଗତିରେ ବାଣିଜ୍ୟ କରିଡର ହବ୍‌ରେ ପରିଣତ ହେବାକୁ ଯାଉଛି । ଆଜି ତ୍ରିପୁରା ସଡକ, ରେଳ ଓ ଆକାଶ ପଥରେ ଅବଶିଷ୍ଟ ବିଶ୍ୱ ସହିତ ଯୋଡି ହୋଇପାରିଛି । ତ୍ରିପୁରାର ବହୁଦିନର ଦାବିଗୁଡିକୁ ଡବଲ ଇଞ୍ଜିନ ସରକାର ପୂରଣ କରିବାରେ ସଫଳ ହୋଇଛି । ବାଂଲାଦେଶର ଚଟ୍ଟୋଗ୍ରାମ ବନ୍ଦର ସହିତ ସଂଯୋଗ ସୁବିଧା ତ୍ରିପୁରାକୁ ମିଳିଛି । ୨୦୨୦ରେ ତ୍ରିପୁରାକୁ ଚଟ୍ଟୋଗ୍ରାମ ବନ୍ଦରରୁ ପ୍ରଥମ ପଣ୍ୟଦ୍ରବ୍ୟ ଅତୌରା ଇଣ୍ଟ୍ରିଗ୍ରେଟେଡ୍ ଚେକ୍ ପୋଷ୍ଟ ମାଧ୍ୟମରେ ଆସି ପହଂଚିଥିଲା । ନିକଟରେ ରାଜ୍ୟର ମହାରାଜ ବୀର ବିକ୍ରମ ବିମାନ ବନ୍ଦରର ସମ୍ପ୍ରସାରଣ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା କେତେକ ଭଲ କାମ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି । ଏଥିରେ ସେ ଗରିବଙ୍କୁ ପକ୍କାଘର ଯୋଗାଣ, ଗୃହ ନିର୍ମାଣରେ ନୂତନ ଟେକ୍‌ନୋଲୋଜିର ପ୍ରୟୋଗ କଥା ମଧ୍ୟ କହିଛନ୍ତି ।ଏସବୁ ଭଲ କାମ ଲାଇଟ୍ ହାଇସ୍ ପ୍ରୋଜେକ୍ଟ (ଏଲଏଚ୍‌ପି) ଅଧୀନରେ ତ୍ରିପୁରା ସମେତ ସାତଟି ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ସେ କହିଛନ୍ତି ଯେ ବିଗତ ତିନିବର୍ଷ ମଧ୍ୟରେ ତ୍ରିପୁରାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଯେପରି ଭାବେ କାର୍ଯ୍ୟକାରୀ ହେଉଛି ତାହା ରାଜ୍ୟର ପ୍ରକୃତ ଦକ୍ଷତାକୁ ପ୍ରତିପ୍ରାଦନ କରୁଛି ।ଶାସନ ଓ କାର୍ଯ୍ୟରେ ସ୍ୱଚ୍ଛତା ରକ୍ଷାଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ ପର୍ଯ୍ୟନ୍ତ ଯାହାସବୁ ଚାଲିଛି ତାହା ତ୍ରିପୁରାର ନବନିର୍ମାଣର ଭିତ୍ତି ପକାଇଛି । ଏହା ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ ରାଜ୍ୟକୁ ପ୍ରସ୍ତୁତ କରିଛି । ଲୋକଙ୍କୁ ସରକାରୀ ସୁବିଧା ଯୋଗାଣ ଓ ମୌଳିକ ସେବା ଯୋଗାଣରେ ଭିତ୍ତିଭୂମି ବିକାଶ ଫଳରେ ତ୍ରିପୁରାବାସୀଙ୍କ ଜୀବନ କ୍ରମଶଃ ସହଜ ହେଉଛି । ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆସୁଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାହାର ଭାରତ ସ୍ୱାଧୀନତାର ଏକଶତ ବର୍ଷ ପୂର୍ତ୍ତି ପାଳନ କରିବା ବେଳକୁ ତ୍ରିପୁରା ତାହାର ରାଜ୍ୟ ପ୍ରତିଷ୍ଠାର ୭୫ବର୍ଷ ପାଳନ କରିବ । ଏହି ସମୟ ନୂଆ ସଂକଳ୍ପ ଓ ନୂତନ ସୁଯୋଗର ଏକ ମହାନ୍ କାଳଖଣ୍ଡ ହେବ ବୋଲି ସେ କହିଛନ୍ତି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
MSME exports touch Rs 9.52 lakh crore in April–September FY26: Govt tells Parliament

Media Coverage

MSME exports touch Rs 9.52 lakh crore in April–September FY26: Govt tells Parliament
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 21, 2025
December 21, 2025

Assam Rising, Bharat Shining: PM Modi’s Vision Unlocks North East’s Golden Era