ମହାମାନ୍ୟଗଣ,
- ‘ଅଦମ୍ୟ ଦ୍ୱୀପ ଦେଶଗୁଡିକ ପାଇଁ ମୌଳିକ ଢାଂଚା’ ଆଇଆରଆଇଏସର ଶୁଭାରମ୍ଭ ଏକ ନୂତନ ଆଶା ଜାଗ୍ରତ କରୁଛି, ନୂଆ ବିଶ୍ୱାସ ପ୍ରଦାନ କରୁଛି । ଏହା ସବୁଠାରୁ ସହଜଭେଦ୍ୟ ଦେଶଗୁଡିକ ପାଇଁ କିଛି କରିବାର ସନ୍ତୋଷ ଦେଉଛି ।
- ମୁଁ ଏଥିପାଇଁ ବିପର୍ଯ୍ୟୟ ସହନଶୀଳ ମୌଳିକ ଢାଂଚା ପାଇଁ ମେଂଟ (ସିଡିଆରଆଇ)କୁ ଅଭିନନ୍ଦନ ଜଣାଉଛି ।
- ଏହି ମହତ୍ୱପୂର୍ଣ୍ଣ ମଂଚ ଉପରେ, ମୁଁ ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ସମେତ ସମସ୍ତ ସହଯୋଗୀ ଦେଶ ଏବଂ ବିଶେଷକରି ମରିସସ୍ ଓ ଜାମାଇକା ସହ ଛୋଟ ଛୋଟ ଦ୍ୱୀପସମୁହର ନେତାମାନଙ୍କର ସ୍ୱାଗତ କରୁଛି, ସେମାନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି ।
- ମୁଁ ଜାତିସଂଘ ମହାସଚିବଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି ଯେ ସେ ଏହି ଶୁଭାରମ୍ଭ ପାଇଁ ନିଜର ବହୁମୂଲ୍ୟ ସମୟ ଦେଇଛନ୍ତି ।
ମହାମାନ୍ୟଗଣ,
- ଗତ କିଛି ଦଶନ୍ଧି ସାବ୍ୟସ୍ତ କରିଛି ଯେ ଜଳବାୟୁ ପରିବର୍ତନର ପ୍ରକୋପରୁ କେହି ବି ବର୍ତି ନାହାନ୍ତି । ହୁଏତ ସେସବୁ ବିକଶିତ ଦେଶ ହୁଅନ୍ତୁ ବା ପ୍ରାକୃତିକ ସମ୍ବଳରେ ସମୃଦ୍ଧ ଦେଶ ହୁଅନ୍ତୁ, ସମସ୍ତଙ୍କ ପାଇଁ ଏହା ବହୁତ ବଡ ବିପଦ ଅଟେ ।
- କିନ୍ତୁ ଏଥିରେ ମଧ୍ୟ ଜଳବାୟୁ ପରିବର୍ତନ ଦ୍ୱାରା ସବୁଠାରୁ ଅଧିକ ବିପଦ କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଷ୍ଟ୍ରଗୁଡିକ (ଏସଆଇଡିଏସ୍) ପ୍ରତି ରହିଛି । ଏହା ସେହିସବୁ ରାଷ୍ଟ୍ର ପାଇଁ ଜୀବନ-ମରଣର କଥା, ଏହା ସେମାନଙ୍କ ଅସ୍ତିତ୍ୱ ପାଇଁ ଆହ୍ୱାନ ଅଟେ । ଜଳବାୟୁ ପରିବର୍ତନ କାରଣରୁ ଦେଖା ଦେଉଥିବା ବିପଦସବୁ, ସେମାନଙ୍କ ପାଇଁ ସମ୍ପୁର୍ଣ୍ଣ ମହାପ୍ରଳୟର ରୂପ ନେଇପାରେ ।
- ଏଭଳି ଦେଶଗୁଡିକରେ, ଜଳବାୟୁ ପରିବର୍ତନ କେବଳ ସେମାନଙ୍କ ଜୀବନ ସୁରକ୍ଷା ପାଇଁ ନୁହେଁ ବରଂ ସେମାନଙ୍କ ଅର୍ଥ ବ୍ୟବସ୍ଥା ପାଇଁ ମଧ୍ୟ ବିରାଟ ଆହ୍ୱାନ ଅଟେ ।
- ଏହିଭଳି ଦେଶସବୁ ପର୍ଯ୍ୟଟନ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ, କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପର୍ଯ୍ୟଟକମାନେ ସେମାନଙ୍କ ନିକଟକୁ ଆସିବା ପାଇଁ ଭୟ କରିଥାଆନ୍ତି ।
ବନ୍ଧୁଗଣ,
- ଏମିତି ତ ଏସଆଇଡିଏସ୍ ଦେଶଗୁଡିକ ଯୁଗଯୁଗରୁ ପ୍ରକୃତି ସହିତ ସମନ୍ୱୟ ରକ୍ଷା କରି ତିଷ୍ଠି ରହିଛନ୍ତି, ସେମାନେ ପ୍ରକୃତିର ସ୍ୱାଭାବିକ ଚକ୍ର ସହିତ ନିଜକୁ ଖାପଖୁଆଇବା ମଧ୍ୟ ଜାଣିଛନ୍ତି ।
- କିନ୍ତୁ ଗତ କିିଛି ଦଶନ୍ଧିରେ ହୋଇଥିବା ସ୍ୱାର୍ଥନ୍ୱେଷୀ ବ୍ୟବହାର କାରଣରୁ ପ୍ରକୃତିର ଯେଉଁ ଅସ୍ୱାଭାବିକ ରୂପ ସମ୍ମୁଖକୁ ଆସିଛି, ତାହାର ପରିଣାମ ଆଜି ନିର୍ଦ୍ଦୋଷ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରଗୁଡିକ ଭୋଗୁଛନ୍ତି ।
- ଏବଂ ଏହି କାରଣରୁ, ମୋ ପାଇଁ ସିଡିଆରଆଇ ତଥା ଆଇଆରଆଇଏସ୍ କେବଳ ଏକ ମୌଳିକ ଢାଂଚାର କଥା ନୁହେଁ ବରଂ ଏହା ମାନବ କଲ୍ୟାଣର ଅତ୍ୟନ୍ତ ସମ୍ବେଦନଶୀଳ ଦାୟିତ୍ୱର ଅଂଶ ଅଟେ ।
- ଏହା ମାନବଜାତି ପ୍ରତି ଆମ ସମସ୍ତଙ୍କର ସାମୁହିକ ଦାୟିତ୍ୱ ଅଟେ ।
- ଏହା ଏକପ୍ରକାର ଆମମାନଙ୍କ ପାପର ସମ୍ମିଳିତ ପ୍ରାୟଶ୍ଚିତ ମଧ୍ୟ ଅଟେ ।
ବନ୍ଧୁଗଣ,
- ସିଡିଆରଆଇ କୌଣସି ଆଲୋଚନାଚକ୍ରରୁ ବାହାରିଥିବା କଳ୍ପନା ନୁହେଁ ବରଂ ସିଡିଆରଆଇର ଜନ୍ମ ବର୍ଷ ବର୍ଷର ମନ୍ଥନ ଏବଂ ଅନୁଭବର ଫଳ ଅଟେ ।
- କ୍ଷୁଦ୍ର ଦ୍ୱୀପ ଦେଶଗୁଡିକ ଉପରେ ଘୋଟି ରହିଥିବା ଜଳବାୟୁ ପରିବର୍ତନର ବିପଦର ଆକଳନ ପୂର୍ବକ ଭାରତ ପ୍ରଶାନ୍ତ ଦ୍ୱୀପପୁଞ୍ଜ ଏବଂ କାରିକମ ରାଷ୍ଟ୍ରସମୂହ ସହିତ ସହଯୋଗ ପାଇଁ ବିଶେଷ ବ୍ୟବସ୍ଥାମାନ ପ୍ରସ୍ତୁତ କରିଛି ।
- ଆମେ ସେହିସବୁ ଦେଶର ନାଗରିକମାନଙ୍କୁ ସୌର ପ୍ରଯୁକ୍ତି କ୍ଷେତ୍ରରେ ତାଲିମ ପ୍ରଦାନ କରିଛୁ, ସେଠାରେ ଭିତିଭୂମୀ ବିକାଶ ପାଇଁ ନିରନ୍ତର ଯୋଗଦାନ କରିଛୁ ।
- ଏହି କ୍ରମରେ, ଆଜି ଏହି ମଂଚରେ ମୁଁ ଭାରତ ପକ୍ଷରୁ ଆଉ ଏକ ନୂଆ ପଦକ୍ଷେପର ଘୋଷଣା କରୁଛି ।
- ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ, ଏସଆଇଡିଏସ ପାଇଁ ଏକ ସ୍ୱତନ୍ତ୍ର ଡାଟା ୱିଣ୍ଡୋର ନିର୍ମାଣ କରିବ ।
- ଏହା ଦ୍ୱାରା ଏସଆଇଡିଏସକୁ ଉପଗ୍ରହ ମାଧ୍ୟମରେ ବାତ୍ୟା, ପ୍ରବାଳ ଦ୍ୱାରା ସୃଷ୍ଟ ପ୍ରସ୍ତରର ଅନୁଧ୍ୟାନ, ତଟୀୟ-ରେଖା ତଦାରଖ ଆଦି ବିଷୟରେ ସମୟାନୁବର୍ତୀ ସୂଚନା ମିଳିପାରିବ ।
ବନ୍ଧୁଗଣ,
- ଆଇଆରଆଇଏସକୁ ସଫଳ କରିବା ଦିଗରେ ସିଡିଆରଆଇ ଏବଂ ଏସଆଇଡିଏସ୍ ଉଭୟ ମିଳିତ ଭାବେ କାର୍ଯ୍ୟ କରିଛନ୍ତି – ଏହା ସହ-ନିର୍ମାଣ ଏବଂ ସହ-ସୁଫଳର ସୁନ୍ଦର ଉଦାହରଣ ଅଟେ ।
- ଏଥିପାଇଁ ମୁଁ ଆଜି ଆଇଆରଆଇଏସର ଶୁଭାରମ୍ଭକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମନେ କରୁଛି ।
- ଆଇଆରଆଇଏସ ମାଧ୍ୟମରେ, ଏସଆଇଡିଏସକୁ ପ୍ରଯୁକ୍ତି, ଅର୍ଥ, ଜରୁରୀ ସୂଚନା ଦୃତଭାବେ ଗତିଶୀଳ କରାଇବାରେ ସହଜ ହେବ । କ୍ଷୁଦ୍ର ଦ୍ୱୀପଦେଶଗୁଡିକରେ ଉତ୍କୃଷ୍ଟ ଭିତିୂମୀକୁ ପ୍ରୋତ୍ସାହନ ମିଳିବା ଦ୍ୱାରା ସେଠାରେ ଜୀବନ ଏବଂ ଜୀବିକା ଉଭୟକୁ ଲାଭ ମିଳିବ ।
- ମୁଁ ପୂର୍ବରୁ ମଧ୍ୟ କହିଥିଲି ଯେ ବିଶ୍ୱ ଏହିସବୁ ଦେଶକୁ ସ୍ୱଳ୍ପ ଜନସଂଖ୍ୟା ବିଶିଷ୍ଟ କ୍ଷୁଦ୍ର ଦ୍ୱୀପ ଭାବରେ ବିବେଚନା କରିଥାଏ, କିନ୍ତୁ ମୁଁ ଏହିସବୁ ଦେଶକୁ ବେଶ ସାମର୍ଥ୍ୟବାନ୍ ବୃହତ ସାମୁଦ୍ରିକ ରାଷ୍ଟ୍ର ରୂପରେ ଦେଖୁଛି । ଯେମିତି ସମୁଦ୍ରରୁ ବାହାରୁଥିବା ମୋତିର ମାଳା ସମସ୍ତଙ୍କ ଶୋଭା ବର୍ଦ୍ଧନ କରିଥାଏ, ସେମିତି ହିଁ ସମୁଦ୍ର ଘେରି ରହିଥିବା ଏସଆଇଡିଏସ ବିଶ୍ୱକୁ ଶୋଭାମଣ୍ଡିତ କରିଥାଏ ।
- ମୁଁ ଆପଣଙ୍କୁ ଭରସା ଦେଉଛି ଯେ ଭାରତ ଏହି ନୂଆ ପ୍ରକଳ୍ପକୁ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବ, ଏବଂ ଏହାର ସଫଳତା ପାଇଁ ସିଡିଆରଆଇ, ଅନ୍ୟ ଅଂଶୀଦାର ଦେଶ ଏବଂ ଜାତିସଂଘ ସହ ମିଶି କାର୍ଯ୍ୟ କରିବ ।
- ସିଡିଆରଆଇ ଏବଂ ସମସ୍ତ କ୍ଷୁଦ୍ର ଦ୍ୱୀପ ସମୂହକୁ ଏହି ନୂଆ ପଦକ୍ଷେପ ନିମନ୍ତେ ପୁଣି ଥରେ ଅଭିନନ୍ଦନ ଓ ଶୁଭକାମନା ।
ଅନେକ ଅନେକ ଧନ୍ୟବାଦ ।
Global Respect and Self-Reliant Strides: The Modi Effect in Jordan and Beyond
दूर रहकर भी दिल भारत के साथ धड़कता है।।❤️🇮🇳
— Zahid Patka (Modi Ka Parivar) (@zahidpatka) December 16, 2025
जॉर्डन दौरे के दौरान प्रधानमंत्री @narendramodi से मुलाकात पर कई प्रवासी भारतीयों ने साझा किए अपने अनुभव।
Cultural rhythms set the stage for PM Modi's visit to Jordanhttps://t.co/Jy7jeyyd4J@PMOIndia pic.twitter.com/UYX5hvNUik
What a beautiful gesture! Jordan Crown Prince personally escorts PM @narendramodi
— Amit prajapati (@amitwork9999) December 16, 2025
ji by driving, a symbol of deep mutual respect. Thanks to Modi ji's statesmanship, India enjoys such warm ties globally. Nation beams with pride! #IndiaJordanFriendship pic.twitter.com/tzva0r1h57
PM Modi initiative #AtmanirbharBharat has a smooth take off, in the #MadeInIndia aviation tech. From indigenous navigation system to MRO hubs, India is on d positive run-way of bright aviation future. India is now d 3rd largest domestic aviation market.! #GharGharSwadeshi pic.twitter.com/atvUSgxJ5K
— Rukmani Varma 🇮🇳 (@pointponder) December 16, 2025
Bound by culture,united by pride&progress-Bharat’s diaspora truly represent its global strength.
— 🇮🇳 Sangitha Varier 🚩 (@VarierSangitha) December 16, 2025
The love of Indians abroad for Hon #PM @narendramodi Ji speaks loud.
Huge crowds that welcome him, reflect the success&global respect that he’s achieved.A 1st-of-its-kind phenomenon. pic.twitter.com/zdkwPZgl3n
Thank you PM @narendramodi
— rajiv pillai (@rganddhi396) December 16, 2025
ji for meaningful Jordan partnerships! Renewables for clean growth, water conservation, Petra-Ellora link & extended cultural programme inspire. Your leadership expands India's horizons ,nation truly grateful! #ViksitBharat pic.twitter.com/9efwkYVdZO
Historic moment! PM @narendramodi ji addresses India-Jordan Business Forum in Amman, aiming to 2x trade to $5B in 5 years. Focus on fertilizers, UPI linkage, renewables & healthcare shows his global vision. Deepening ties with ancient friend Jordan, proud of Modi ji's diplomacy!
— Naman Tambe (@Naman_prakas) December 16, 2025
PM @narendramodi ji's magic: Indian stocks now top global hedge vs AI risks! Low correlation, attractive valuations & 8.2% growth draw funds. Labour reforms, liquidity & supportive policies your vision builds resilient economy! Proud Indians! https://t.co/18wL57zeI9
— JeeT (@SubhojeetD999) December 16, 2025
PM @narendramodi ji's vision shines!
— Vamika (@Vamika379789) December 16, 2025
Railways' 11.7% fertilizer loading growth (from 15,369 to 17,168 rakes) guarantees seamless supply. Green logistics for stronger agriculture. Thanks Modi ji #AtmanirbharBharat https://t.co/qQUEi330go
Bold reform by PM @narendramodi
— shruti verma (@vshruti58) December 16, 2025
ji! Viksit Bharat Shiksha Adhishthan Bill creates single regulator replacing UGC/AICTE/NCTE. Streamlined governance, transparency & autonomy for world-class education! https://t.co/MAvX1c8PbQ


