ମହାମାନ୍ୟଗଣ,
-    ‘ଅଦମ୍ୟ ଦ୍ୱୀପ ଦେଶଗୁଡିକ ପାଇଁ ମୌଳିକ ଢାଂଚା’ ଆଇଆରଆଇଏସର  ଶୁଭାରମ୍ଭ ଏକ ନୂତନ ଆଶା ଜାଗ୍ରତ କରୁଛି, ନୂଆ ବିଶ୍ୱାସ ପ୍ରଦାନ କରୁଛି । ଏହା ସବୁଠାରୁ ସହଜଭେଦ୍ୟ ଦେଶଗୁଡିକ ପାଇଁ କିଛି କରିବାର ସନ୍ତୋଷ ଦେଉଛି ।
-    ମୁଁ ଏଥିପାଇଁ ବିପର୍ଯ୍ୟୟ ସହନଶୀଳ ମୌଳିକ ଢାଂଚା ପାଇଁ ମେଂଟ (ସିଡିଆରଆଇ)କୁ ଅଭିନନ୍ଦନ ଜଣାଉଛି । 
-    ଏହି ମହତ୍ୱପୂର୍ଣ୍ଣ ମଂଚ ଉପରେ, ମୁଁ ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ସମେତ ସମସ୍ତ ସହଯୋଗୀ ଦେଶ ଏବଂ ବିଶେଷକରି ମରିସସ୍ ଓ ଜାମାଇକା ସହ ଛୋଟ ଛୋଟ ଦ୍ୱୀପସମୁହର ନେତାମାନଙ୍କର ସ୍ୱାଗତ କରୁଛି, ସେମାନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି ।
-    ମୁଁ ଜାତିସଂଘ ମହାସଚିବଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି ଯେ ସେ ଏହି ଶୁଭାରମ୍ଭ ପାଇଁ ନିଜର ବହୁମୂଲ୍ୟ ସମୟ ଦେଇଛନ୍ତି ।
ମହାମାନ୍ୟଗଣ,
-    ଗତ କିଛି ଦଶନ୍ଧି ସାବ୍ୟସ୍ତ କରିଛି ଯେ ଜଳବାୟୁ ପରିବର୍ତନର ପ୍ରକୋପରୁ କେହି ବି ବର୍ତି ନାହାନ୍ତି । ହୁଏତ ସେସବୁ ବିକଶିତ ଦେଶ ହୁଅନ୍ତୁ ବା ପ୍ରାକୃତିକ ସମ୍ବଳରେ ସମୃଦ୍ଧ ଦେଶ ହୁଅନ୍ତୁ, ସମସ୍ତଙ୍କ ପାଇଁ ଏହା ବହୁତ ବଡ ବିପଦ ଅଟେ ।
-    କିନ୍ତୁ ଏଥିରେ ମଧ୍ୟ ଜଳବାୟୁ ପରିବର୍ତନ ଦ୍ୱାରା ସବୁଠାରୁ ଅଧିକ ବିପଦ କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଷ୍ଟ୍ରଗୁଡିକ (ଏସଆଇଡିଏସ୍‌) ପ୍ରତି ରହିଛି । ଏହା ସେହିସବୁ ରାଷ୍ଟ୍ର ପାଇଁ ଜୀବନ-ମରଣର କଥା, ଏହା ସେମାନଙ୍କ ଅସ୍ତିତ୍ୱ ପାଇଁ ଆହ୍ୱାନ ଅଟେ । ଜଳବାୟୁ ପରିବର୍ତନ କାରଣରୁ ଦେଖା ଦେଉଥିବା ବିପଦସବୁ, ସେମାନଙ୍କ ପାଇଁ ସମ୍ପୁର୍ଣ୍ଣ ମହାପ୍ରଳୟର ରୂପ ନେଇପାରେ । 
-    ଏଭଳି ଦେଶଗୁଡିକରେ, ଜଳବାୟୁ ପରିବର୍ତନ କେବଳ ସେମାନଙ୍କ ଜୀବନ ସୁରକ୍ଷା ପାଇଁ ନୁହେଁ ବରଂ ସେମାନଙ୍କ ଅର୍ଥ ବ୍ୟବସ୍ଥା ପାଇଁ ମଧ୍ୟ ବିରାଟ ଆହ୍ୱାନ ଅଟେ । 
-    ଏହିଭଳି ଦେଶସବୁ ପର୍ଯ୍ୟଟନ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ, କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପର୍ଯ୍ୟଟକମାନେ ସେମାନଙ୍କ ନିକଟକୁ ଆସିବା ପାଇଁ ଭୟ କରିଥାଆନ୍ତି ।
ବନ୍ଧୁଗଣ,
-    ଏମିତି ତ ଏସଆଇଡିଏସ୍ ଦେଶଗୁଡିକ ଯୁଗଯୁଗରୁ ପ୍ରକୃତି ସହିତ ସମନ୍ୱୟ ରକ୍ଷା କରି ତିଷ୍ଠି ରହିଛନ୍ତି, ସେମାନେ ପ୍ରକୃତିର ସ୍ୱାଭାବିକ ଚକ୍ର ସହିତ ନିଜକୁ ଖାପଖୁଆଇବା ମଧ୍ୟ ଜାଣିଛନ୍ତି ।
-    କିନ୍ତୁ ଗତ କିିଛି ଦଶନ୍ଧିରେ ହୋଇଥିବା ସ୍ୱାର୍ଥନ୍ୱେଷୀ ବ୍ୟବହାର କାରଣରୁ ପ୍ରକୃତିର ଯେଉଁ ଅସ୍ୱାଭାବିକ ରୂପ ସମ୍ମୁଖକୁ ଆସିଛି, ତାହାର ପରିଣାମ ଆଜି ନିର୍ଦ୍ଦୋଷ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରଗୁଡିକ ଭୋଗୁଛନ୍ତି ।
-    ଏବଂ ଏହି କାରଣରୁ, ମୋ ପାଇଁ ସିଡିଆରଆଇ ତଥା ଆଇଆରଆଇଏସ୍ କେବଳ ଏକ ମୌଳିକ ଢାଂଚାର କଥା ନୁହେଁ ବରଂ ଏହା ମାନବ କଲ୍ୟାଣର ଅତ୍ୟନ୍ତ ସମ୍ବେଦନଶୀଳ ଦାୟିତ୍ୱର ଅଂଶ ଅଟେ । 
-    ଏହା ମାନବଜାତି ପ୍ରତି ଆମ ସମସ୍ତଙ୍କର ସାମୁହିକ ଦାୟିତ୍ୱ ଅଟେ ।
-    ଏହା ଏକପ୍ରକାର ଆମମାନଙ୍କ ପାପର ସମ୍ମିଳିତ ପ୍ରାୟଶ୍ଚିତ ମଧ୍ୟ ଅଟେ ।
ବନ୍ଧୁଗଣ,
-    ସିଡିଆରଆଇ କୌଣସି ଆଲୋଚନାଚକ୍ରରୁ ବାହାରିଥିବା କଳ୍ପନା ନୁହେଁ ବରଂ ସିଡିଆରଆଇର ଜନ୍ମ  ବର୍ଷ ବର୍ଷର ମନ୍ଥନ ଏବଂ ଅନୁଭବର ଫଳ ଅଟେ ।
-    କ୍ଷୁଦ୍ର ଦ୍ୱୀପ ଦେଶଗୁଡିକ ଉପରେ ଘୋଟି ରହିଥିବା ଜଳବାୟୁ ପରିବର୍ତନର ବିପଦର ଆକଳନ ପୂର୍ବକ ଭାରତ ପ୍ରଶାନ୍ତ ଦ୍ୱୀପପୁଞ୍ଜ ଏବଂ କାରିକମ ରାଷ୍ଟ୍ରସମୂହ ସହିତ ସହଯୋଗ ପାଇଁ ବିଶେଷ ବ୍ୟବସ୍ଥାମାନ ପ୍ରସ୍ତୁତ କରିଛି ।
-    ଆମେ ସେହିସବୁ ଦେଶର ନାଗରିକମାନଙ୍କୁ ସୌର ପ୍ରଯୁକ୍ତି କ୍ଷେତ୍ରରେ ତାଲିମ ପ୍ରଦାନ କରିଛୁ, ସେଠାରେ ଭିତିଭୂମୀ ବିକାଶ ପାଇଁ ନିରନ୍ତର ଯୋଗଦାନ କରିଛୁ ।
-    ଏହି କ୍ରମରେ, ଆଜି ଏହି ମଂଚରେ ମୁଁ ଭାରତ ପକ୍ଷରୁ ଆଉ ଏକ ନୂଆ ପଦକ୍ଷେପର ଘୋଷଣା କରୁଛି ।
-    ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ, ଏସଆଇଡିଏସ ପାଇଁ ଏକ ସ୍ୱତନ୍ତ୍ର ଡାଟା ୱିଣ୍ଡୋର ନିର୍ମାଣ କରିବ ।
-    ଏହା ଦ୍ୱାରା ଏସଆଇଡିଏସକୁ ଉପଗ୍ରହ ମାଧ୍ୟମରେ ବାତ୍ୟା, ପ୍ରବାଳ ଦ୍ୱାରା ସୃଷ୍ଟ ପ୍ରସ୍ତରର ଅନୁଧ୍ୟାନ, ତଟୀୟ-ରେଖା ତଦାରଖ ଆଦି ବିଷୟରେ ସମୟାନୁବର୍ତୀ  ସୂଚନା ମିଳିପାରିବ ।
ବନ୍ଧୁଗଣ,
-    ଆଇଆରଆଇଏସକୁ ସଫଳ କରିବା ଦିଗରେ ସିଡିଆରଆଇ ଏବଂ ଏସଆଇଡିଏସ୍ ଉଭୟ ମିଳିତ ଭାବେ କାର୍ଯ୍ୟ କରିଛନ୍ତି – ଏହା ସହ-ନିର୍ମାଣ ଏବଂ ସହ-ସୁଫଳର ସୁନ୍ଦର ଉଦାହରଣ ଅଟେ ।
-    ଏଥିପାଇଁ ମୁଁ ଆଜି ଆଇଆରଆଇଏସର ଶୁଭାରମ୍ଭକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମନେ କରୁଛି । 
-    ଆଇଆରଆଇଏସ ମାଧ୍ୟମରେ, ଏସଆଇଡିଏସକୁ ପ୍ରଯୁକ୍ତି, ଅର୍ଥ, ଜରୁରୀ ସୂଚନା ଦୃତଭାବେ ଗତିଶୀଳ କରାଇବାରେ ସହଜ ହେବ । କ୍ଷୁଦ୍ର ଦ୍ୱୀପଦେଶଗୁଡିକରେ ଉତ୍କୃଷ୍ଟ ଭିତିୂମୀକୁ ପ୍ରୋତ୍ସାହନ ମିଳିବା ଦ୍ୱାରା ସେଠାରେ ଜୀବନ ଏବଂ ଜୀବିକା ଉଭୟକୁ ଲାଭ ମିଳିବ ।
-    ମୁଁ ପୂର୍ବରୁ ମଧ୍ୟ କହିଥିଲି ଯେ ବିଶ୍ୱ ଏହିସବୁ ଦେଶକୁ ସ୍ୱଳ୍ପ ଜନସଂଖ୍ୟା ବିଶିଷ୍ଟ କ୍ଷୁଦ୍ର ଦ୍ୱୀପ ଭାବରେ ବିବେଚନା କରିଥାଏ, କିନ୍ତୁ ମୁଁ ଏହିସବୁ ଦେଶକୁ ବେଶ ସାମର୍ଥ୍ୟବାନ୍ ବୃହତ ସାମୁଦ୍ରିକ ରାଷ୍ଟ୍ର ରୂପରେ ଦେଖୁଛି । ଯେମିତି ସମୁଦ୍ରରୁ ବାହାରୁଥିବା ମୋତିର ମାଳା ସମସ୍ତଙ୍କ ଶୋଭା ବର୍ଦ୍ଧନ କରିଥାଏ, ସେମିତି ହିଁ ସମୁଦ୍ର ଘେରି ରହିଥିବା ଏସଆଇଡିଏସ ବିଶ୍ୱକୁ ଶୋଭାମଣ୍ଡିତ କରିଥାଏ ।
-    ମୁଁ ଆପଣଙ୍କୁ ଭରସା ଦେଉଛି ଯେ ଭାରତ ଏହି ନୂଆ ପ୍ରକଳ୍ପକୁ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବ, ଏବଂ ଏହାର ସଫଳତା ପାଇଁ ସିଡିଆରଆଇ, ଅନ୍ୟ ଅଂଶୀଦାର ଦେଶ ଏବଂ ଜାତିସଂଘ ସହ ମିଶି କାର୍ଯ୍ୟ କରିବ ।
-    ସିଡିଆରଆଇ ଏବଂ ସମସ୍ତ କ୍ଷୁଦ୍ର ଦ୍ୱୀପ ସମୂହକୁ ଏହି ନୂଆ ପଦକ୍ଷେପ ନିମନ୍ତେ ପୁଣି ଥରେ ଅଭିନନ୍ଦନ ଓ ଶୁଭକାମନା ।
ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"