ନମସ୍କାର,

ଏକ ଆହ୍ୱାନମୂଳକ ବୈଶ୍ୱିକ ବାତାବରଣ ମଧ୍ୟରେ ଜି-୨୦ର ଦୃଢ ନେତୃତ୍ୱ ନେଇଥିବା ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଜଳବାୟୁ ପରିବର୍ତ୍ତନ, କୋଭିଡ ବୈଶ୍ୱିକ ମହାମାରୀ, ୟୁକ୍ରେନ ଘଟଣାକ୍ରମ ଓ ବିଶ୍ୱର ଅନ୍ୟାନ୍ୟ ଘଟଣାବଳୀ ବିଶ୍ୱରେ ଧ୍ୱଂସ ଲୀଳା ରଚିଛି । ବିଶ୍ୱ ଯୋଗାଣ ବ୍ୟବସ୍ଥା ଧ୍ୱଂସ ହୋଇଯାଇଛି । ସମଗ୍ର ବିଶ୍ୱରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତା ନେଇ ଜଟିଳ ପରିସ୍ଥିତି ଉପୁଜିଛି । ପ୍ରତ୍ୟେକ ଦେଶର ଗରିବ ନାଗରିକମାନଙ୍କ ନିମନ୍ତେ ପରିସ୍ଥିତି ଖୁବ୍ କଠିନ । ଦୈନନ୍ଦିନ  ଜୀବନ  ସେମାନଙ୍କ ପାଇଁ ଏକ ସଂଗ୍ରାମ ଭଳି । ଦିପଟୁ ମାଡ ସହିବା ପାଇଁ ସେମାନଙ୍କ ପାଖରେ ଆର୍ଥିକ ସାମର୍ଥ୍ୟ ନାହିଁ । ଦିପଟୁ ଅସୁବିଧାର ମୁକାବିଲା କରିବା ପାଇଁ ସେମାନଙ୍କର ଆର୍ଥିକ ସାମର୍ଥ୍ୟର ଅଭାବ ରହିଛି । ଆମେ ଏକଥା ମଧ୍ୟ ଅସ୍ୱୀକାର କରିପାରିବା ନାହିଁ ଯେ ଜାତିସଂଘ ଭଳି ବହୁଦେଶୀୟ ଅନୁଷ୍ଠାନ ଏହାର ମୁକାବିଲା କରିବାରେ ଅସଫଳ ହୋଇଛି । ଏଥିରେ ସକାରାତ୍ମକ ସଂସ୍କାର ଆଣିବାରେ ଆମେ ସମସ୍ତେ ବିଫଳ ହୋଇଛୁ । ସେଥିପାଇଁ ଆଜି ବିଶ୍ୱ ଜି-୨୦ ଠାରୁ ଅନେକ ଆଶା ରଖିଛି ।

ମହାମହିମ ଗଣ,

ମୁଁ ବାରମ୍ବାର କହିଛି ଯେ ଆମକୁ ୟୁକ୍ରେନରେ ଯୁଦ୍ଧ ବିରତି ଓ କୂଟନୀତିକ କଥାବାର୍ତ୍ତାର ରାସ୍ତା ବାହାର କରିବାକୁ ହେବ । ଗତ ଶତାବ୍ଦୀରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବିଶ୍ୱକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲା । ତତ୍କାଳୀନ ନେତୃବୃନ୍ଦ ସେତେବେଳେ ଶାନ୍ତିର ପଥ ଖୋଜିବା ଦିଗରେ ଅକ୍ଳାନ୍ତ ଉଦ୍ୟମ କରିଥିଲେ । ଏବେ ଆମ ବେଳ କିଛି କରିବା ପାଇଁ । କୋଭିଡ ପରେ ବିଶ୍ୱସ୍ଥିତି ସଜାଡିବା ପାଇଁ ଦାୟିତ୍ୱ ଆମ ଉପରେ ନ୍ୟସ୍ତ ହୋଇଛି । ବିଶ୍ୱରେ ଶାନ୍ତି, ସଦ୍‌ଭାବ ଓ ନିରାପତ୍ତା ପାଇଁ ସମ୍ବଳିତ ସଂକଳ୍ପ ଓ ସମୁଚିତ ପଦକ୍ଷେପ ହେଉଛି ବର୍ତ୍ତମାନର ଆବଶ୍ୟକତା। ମୋ ଦୃଢ ବିଶ୍ୱାସ ଯେ ଆସନ୍ତାବର୍ଷ ଯେତେବେଳେ ଜି-୨୦ ଶିଖର ସମ୍ମିଳନୀ ବୁୁଦ୍ଧ ଓ ଗାନ୍ଧୀଙ୍କ ପବିତ୍ର ମାଟିରେ ହେବ, ଆମେ ବିଶ୍ୱକୁ ଶାନ୍ତିର ଏକ ମଜବୁତ ବାର୍ତ୍ତା ଦେଇପାରିବା ।

 ମହାମହିମ ଗଣ,

ବୈଶ୍ୱିକ ମହାମାରୀ କାଳରେ ଭାରତ ଏହାର ୧୩୦କୋଟି ନାଗରିକଙ୍କ ନିମନ୍ତେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଥିଲା । ତା’ ସହ ଆବଶ୍ୟକ କରୁଥିବା ଅନେକ ଦେଶକୁ ମଧ୍ୟ ଖାଦ୍ୟଶସ୍ୟ ଯୋଗାଇଥିଲା । ଖାଦ୍ୟ ସୁରକ୍ଷା ପାଇଁ ବର୍ତ୍ତମାନ ସାରର ଅଭାବ ମଧ୍ୟ ଏକ ବିରାଟ ସମସ୍ୟା । ଆଜିର ସାର ସମସ୍ୟା ଆସନ୍ତାକାଲିର ଖାଦ୍ୟ ଜଟିଳତା ଯେଉଁଥିପାଇଁ ଆଜି ବିଶ୍ୱ ନିକଟରେ କୌଣସି ସମାଧାନ ନାହିଁ । ଆମକୁ ଏକ ସହଯୋଗଭିତ୍ତିକ ରାଜିନାମା ବଳରେ ଉଭୟ ସାର ଓ ଖାଦ୍ୟଶସ୍ୟ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନେବା ଉଚିତ । ଭାରତରେ ସ୍ଥାୟୀ ଓ ନିରନ୍ତର ଖାଦ୍ୟ ସୁରକ୍ଷା ନିମନ୍ତେ ଆମେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେଉଛୁ ଓ ମିଲେଟ ଭଳି ପୁଷ୍ଟିକର ଓ ପାରମ୍ପରିକ ଖାଦ୍ୟଶସ୍ୟ ପୁନଃ ଲୋକପ୍ରିୟ କରାଉଛୁ  । ମିଲେଟ ବା ବାଜରା ଜାତୀୟ ଶସ୍ୟ ବୈଶ୍ୱିକ ପୁଷ୍ଟିହୀନତା ଓ କ୍ଷୁଧା ସମସ୍ୟାର ସମାଧାନ କରିପାରିବ । ଆସନ୍ତାବର୍ଷ ଆମେ ସମସ୍ତେ ନିଶ୍ଚିତ ଭାବେ ଆନ୍ତର୍ଜାତିକ ମିଲେଟ ବର୍ଷକୁ ଖୁବ୍ ଧୂମଧାମରେ ପାଳନ କରିବା ।

ମହାମହିମଗଣ

ଭାରତ ବିଶ୍ୱର ଦ୍ରୁତତମ ଆର୍ଥିକ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଥିବାରୁ ଭାରତର ଶକ୍ତି ସୁରକ୍ଷା ମଧ୍ୟ ବୈଶ୍ୱିକ ଅଭିବୃଦ୍ଧି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ । ଆମେ ନିଶ୍ଚିତଭାବେ ଶକ୍ତିର ଯୋଗାଣ ଉପରେ କୌଣସି କଟକଣା ଲଗାଇବା ଅନୁଚିତ ଓ ଶକ୍ତି ବଜାରକୁ ମଜବୁତ କରି ରଖିବା ନିତ୍ୟାନ୍ତ ଆବଶ୍ୟକ । ଭାରତ ସ୍ୱଚ୍ଛ ଶକ୍ତି ଓ ପରିବେଶ ପାଇଁ ଅଙ୍ଗୀକାରବଦ୍ଧ । ୨୦୩୦ ସୁଦ୍ଧା ଆମର ବିଦ୍ୟୁତ ଉତ୍ପାଦନର ଅର୍ଦ୍ଦେକ ଅକ୍ଷୟ ଶକ୍ତି ଉତ୍ସରୁ ହେବ । ସାମଗ୍ରିକ ଶକ୍ତିର ଅବସ୍ଥାନ୍ତର ନିମନ୍ତେ ସମୟପଯୋଗୀ ଓ କମ୍ ବ୍ୟୟସାପେକ୍ଷ ଆର୍ଥିକ ସହାୟତା   ଓ ନିରନ୍ତର ପ୍ରଯୁକ୍ତି ବିଦ୍ୟା ପ୍ରଦାନ ବିକାଶଶୀଳ ରାଷ୍ଟ୍ରଗୁଡିକୁ କରାଯିବା ଆବଶ୍ୟକ ।

ମହାମହିମଗଣ,

ଜି-୨୦ରେ ଭାରତରେ ସଭାପତିତ୍ୱ କାଳରେ ଆମେ ଏହି ସମସ୍ତ ସମସ୍ୟା ନେଇ ବୈଶ୍ୱିକ ସହମତିରେ କାର୍ଯ୍ୟ କରିବୁ ।

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains among best-performing major economies: S&P Global

Media Coverage

India remains among best-performing major economies: S&P Global
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 19, 2026
April 19, 2026

Building a Stronger Bharat: Infrastructure Revolution, Economic Resilience & Inclusive Welfare Under PM Modi