ପ୍ରଭାବିତ ରାଜ୍ୟଗୁଡ଼ିକ ଉପରେ ବାତ୍ୟାର ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ପ୍ରଭାବିତ ରାଜ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ ସହାୟତା ଜାରି ରଖିବେ
ଆବଶ୍ୟକତା ଅନୁଯାୟୀ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି। ଟିମ୍ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ଏୟାରଲିଫ୍ଟିଂ ଏବଂ ସଡ଼କ ସଫା କରିବା କାର୍ଯ୍ୟ କରିଥିଲେ
ପୁନରୁଦ୍ଧାର ପାଇଁ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୃହ ମନ୍ତ୍ରଣାଳୟକୁ ପରିସ୍ଥିତି ଉପରେ ନଜର ରଖିବା ଏବଂ ମାମଲାର ନିୟମିତ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ପ୍ରଧାନମନ୍ତ୍ରୀ ଆଜି ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ବାତ୍ୟା 'ରେମାଲ'ର ପ୍ରଭାବ ର ସମୀକ୍ଷା କରିଛନ୍ତି।

ଏହି ବୈଠକରେ ପ୍ରଭାବିତ ରାଜ୍ୟଗୁଡ଼ିକ ଉପରେ ବାତ୍ୟାର ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ମିଜୋରାମ, ଆସାମ, ମଣିପୁର, ମେଘାଳୟ ଓ ତ୍ରିପୁରାରେ ଭୂସ୍ଖଳନ ଓ ବନ୍ୟା ଯୋଗୁଁ ଜୀବନ ହାନି ଓ ଘର ଏବଂ ସମ୍ପତ୍ତି କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଆବଶ୍ୟକତା ଅନୁଯାୟୀ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି । ଏହି ଟିମ୍ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ଏୟାରଲିଫ୍ଟିଂ ଏବଂ ସଡ଼କ ସଫା କରିବା କାର୍ଯ୍ୟ ଚଳାଇଛନ୍ତି। ବୈଠକରେ ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି ବୋଲି ଉଲ୍ଲେଖ କରାଯାଇଥିଲା।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ସରକାର ବାତ୍ୟା ଦ୍ୱାରା ପ୍ରଭାବିତ ରାଜ୍ୟକୁ ସମ୍ପୂର୍ଣ୍ଣ ସହାୟତା ଜାରି ରଖିବେ । ପୁନରୁଦ୍ଧାର ପାଇଁ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୃହ ମନ୍ତ୍ରଣାଳୟକୁ ପରିସ୍ଥିତି ଉପରେ ନଜର ରଖିବା ଏବଂ ମାମଲାର ନିୟମିତ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ୍ ସଚିବ, ଗୃହ ସଚିବ, ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ, ଏନଡିଆରଏଫ ଡିଜି ଏବଂ ଏନଡିଏମଏର ସଦସ୍ୟ ସଚିବଙ୍କ ସମେତ ପିଏମଓ ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Amazon, Microsoft, Google are pouring $57 billion to build AI infrastructure in India

Media Coverage

Why Amazon, Microsoft, Google are pouring $57 billion to build AI infrastructure in India
NM on the go

Nm on the go

Always be the first to hear from the PM. Get the App Now!
...
Governor of Gujarat meets the Prime Minister
June 25, 2026

Governor of Gujarat, Shri Acharya Devvrat met with the Prime Minister Shri Narendra Modi, today.

The Prime Minister posted on X;

Governor of Gujarat, Shri @ADevvrat met Prime Minister @narendramodi today.