ଆଜି ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଆରକେଏସ୍‌ ଭଦୋରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

କୋଭିଡ–19 ସଂକ୍ରାନ୍ତ ପରିସ୍ଥିତିରେ ସହାୟତା କରିବା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।

ଦେଶବ୍ୟାପୀ ଏବଂ ବିଦେଶରେ କୋଭିଡ ସଂକ୍ରାନ୍ତ ସମସ୍ତ କାର୍ଯ୍ୟକୁ ଦ୍ରୁତ ଗତିରେ ସମ୍ପାଦନ କରିବା ଲାଗି ହବ ଆଣ୍ଡ ସ୍ପୋକ ମଡେଲରେ ସମସ୍ତ ଭାରୀ ବିମାନ ଏବଂ ଯଥେଷ୍ଟ ସଂଖ୍ୟକ ମଧ୍ୟମ ବିମାନଗୁଡ଼ିକୁ ଉଡ଼ାଣ ନିମନ୍ତେ 24 ଘଣ୍ଟା ପ୍ରସ୍ତୁତ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଦିନରାତି ସକ୍ରିୟ ଭାବେ କାର୍ଯ୍ୟ ଜାରି ରଖିବା ନିମନ୍ତେ ସମସ୍ତ ବିମାନରେ ନିୟୋଜିତ ବାୟୁସେନା କର୍ମଚାରୀମାନଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି ।

ଅକ୍ସିଜେନ ଟ୍ୟାଙ୍କର ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଲାଗି ଦ୍ରୁତଗତିରେ, ବ୍ୟାପକତାର ସହ ଏବଂ ନିରାପଦ ଭାବେ ଅପରେସନଗୁଡ଼ିକୁ ବଢ଼ାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । କୋଭିଡ ସଂକ୍ରାନ୍ତ କାର୍ଯ୍ୟରେ ନିୟୋଜିତ ଭାରତୀୟ ବାୟୁସେନାର କର୍ମଚାରୀମାନେ ସଂକ୍ରମଣ ଠାରୁ ଦୂରରେ ରହିବା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ । ସମସ୍ତ କୋଭିଡ ସଂକ୍ରାନ୍ତ କାର୍ଯ୍ୟକଳାପରେ ନିରାପତ୍ତା ସୁନିଶ୍ଚିତ କରିବା ନିମନ୍ତେ ସେ ଆଲୋଚନା କରିଥିଲେ ।

ସମସ୍ତ ଅଞ୍ଚଳରେ ପହଞ୍ଚିବା ଲାଗି ଭାରତୀୟ ବାୟୁ ସେନା ପକ୍ଷରୁ ବଡ଼ ଓ ମଧ୍ୟମ ଆକାରର ବିମାନଗୁଡ଼ିକୁ ନିୟୋଜିତ କରାଯାଇଥିବା ଏୟାର ଚିଫ ମାର୍ଶାଲ ଆରକେଏସ ଭଦୋରିଆ ସୂଚନା ଦେଇଥିଲେ। କୋଭିଡ ସଂକ୍ରାନ୍ତ ଦାୟିତ୍ବ ନିର୍ବାହ ନିମନ୍ତେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ଏଜେନ୍ସିଗୁଡ଼ିକ ସହିତ ଦ୍ରୁତ ସମନ୍ବୟ ସୁନିଶ୍ଚିତ କରିବା ସକାଶେ ଆଇଏଏଫ ପକ୍ଷରୁ ସ୍ଥାପନ କରାଯାଇଥିବା ସମର୍ପିତ କୋଭିଡ ଏୟାର ସପୋର୍ଟ ସେଲ୍‌ ବିଷୟରେ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।

ଭାରତୀୟ ବାୟୁ ସେନାର କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ସ୍ୱାସ୍ଥ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ । ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲର ନିକଟତର ହୋଇଥିବା ସମ୍ପର୍କରେ ଏୟାର ଚିଫ ମାର୍ଶାଲ ଆରକେଏସ ଭଦୋରିଆ ତାଙ୍କୁ ଅବଗତ କରାଇଥିଲେ ।

ସେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ ଭାରତୀୟ ବାୟୁସେନା ଅଧୀନରେ ଥିବା ଡାକ୍ତରଖାନା ଗୁଡ଼ିକରେ କୋଭିଡ ଚିକିତ୍ସା ସୁବିଧା ବୃଦ୍ଧି କରାଯାଇଛି ଏବଂ ଯେଉଁଠି ସମ୍ଭବ ନାଗରିକମାନଙ୍କୁ ଚିକିତ୍ସା ପାଇଁ ସୁବିଧା ଦିଆଯାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
7 hyper local foods that PM Modi made popular via speeches, social media and Mann ki Baat

Media Coverage

7 hyper local foods that PM Modi made popular via speeches, social media and Mann ki Baat
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 9, 2026
March 09, 2026

Transformative India: From Record Pharma & Auto Growth to Lakhpati Didis and Viksit Bharat Under the Leadership of PM Modi