Naval Hospitals being opened for use of civilians in various cities
Navy is boosting oxygen availability in Lakshadweep and Andaman & Nicobar islands.
Navy transporting Oxygen Containers as well as other supplies from abroad to India
Medical personnel in the Navy have been redeployed at various locations in the country to manage Covid duties

ନୌସେନାଧ୍ୟକ୍ଷ ଆଡମିରାଲ କରମବୀର ସିଂହ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ନୌସେନା ପକ୍ଷରୁ କୋଭିଡ଼ ପରିଚାଳନା ପରିପ୍ରେକ୍ଷୀରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଇଛନ୍ତି ।

ଏହି ଅବସରରେ ଆଡମିରାଲ ଶ୍ରୀ ସିଂହ କରୋନା ମହାମାରୀର ମୁକାବିଲା ସକାଶେ ଭାରତୀୟ ନୌସେନା ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସେ ଏହି ପରିପ୍ରେକ୍ଷୀରେ ଅବଗତ କରାଇଥିଲେ ଯେ ଭାରତୀୟ ନୌସେନା ଇତି ମଧ୍ୟରେ ରାଜ୍ୟ ପ୍ରଶାସନଙ୍କ ନିକଟରେ ପହଞ୍ଚିଛି ଏବଂ ହସପିଟାଲ ବେଡ଼୍‍, ପରିବହନ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସହାୟତାର ହାତ ବଢ଼ାଇଛି । ଆଡମିରାଲ ଶ୍ରୀ ସିଂହ ସୂଚାଇଥିଲେ ଯେ ଏବେ ଦେଶର ବିଭିନ୍ନ ସହରମାନଙ୍କରେ ନୌସେନା ପକ୍ଷରୁ ହସପିଟାଲମାନ ଖୋଲାଯାଉଛି ଯାହାକି ସାଧାରଣ ନାଗରିକମାନଙ୍କ ଚିକିତ୍ସା ନିମନ୍ତେ ବ୍ୟବହୃତ ହୋଇପାରିବ ।

ଆଡମିରାଲ ଶ୍ରୀ ସିଂହ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ନୌସନାର ମେଡ଼ିକାଲ କର୍ମଚାରୀମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ କୋଭିଡ଼ ଡ୍ୟୁଟିରେ ପୁନଃ ଅବସ୍ଥାପିତ କରାଯାଇଛି । ସେହିଭଳି ଅନ୍ୟାନ୍ୟ ନୌସେନା କର୍ମଚାରୀମାନଙ୍କୁ ଯୁଦ୍ଧକ୍ଷେତ୍ରୀୟ ନର୍ସିଂ ସହାୟତା ଯୋଗାଣ ତାଲିମ ପ୍ରଦାନ କରାଯାଉଛି ଯଦ୍ୱାରାକି ସେମାନଙ୍କୁ କୋଭିଡ଼ ପରିଚାଳନା କାର୍ଯ୍ୟରେ ନିଯୁକ୍ତ କରାଯାଇପାରିବ ।

ନୌସେନାଧ୍ୟକ୍ଷ ଆଡମିରାଲ କରମବୀର ସିଂହ ପ୍ରଧାନମନ୍ତ୍ରୀଙ୍କୁ ଆହୁରି ଅବଗତ କରାଇଥିଲେ ଯେ ଲାକ୍ଷାଦ୍ୱୀପ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଏବେ ନୌସେନା ପକ୍ଷରୁ ଅକ୍ସିଜେନ୍‍ ଉପଲବ୍ଧ କରାଯାଉଛି । ସେହିଭଳି ଭାରତୀୟ ନୌସେନା ବିଦେଶରୁ ଅକ୍ସିଜେନ୍‍ କଣ୍ଟେନର ତଥା ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ପରିବହନ କରି ଦେଶକୁ ଆଣିବା କାର୍ଯ୍ୟରେ ନିୟୋଜିତ ରହିଛି ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚାଇଥିଲେ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi