“ଶ୍ରୀ ଏମ୍ ଭେଙ୍କେୟା ନାଇଡୁ ଗାରୁଙ୍କ ବୁଦ୍ଧିମତା ଓ ଦେଶର ପ୍ରଗତି ପାଇଁ ଉତ୍ସାହକୁ ବ୍ୟାପକ ରୂପରେ ପ୍ରଶଂସା କରାଯାଇଥାଏ”
“ଭେଙ୍କେୟା ନାଇଡୁଙ୍କ ଜୀବନ ହେଉଛି ଚିନ୍ତାଧାରା, ଦୂରଦୃଷ୍ଟି ଏବଂ ବ୍ୟକ୍ତିତ୍ୱର ମିଶ୍ରଣର ଏକ ଉତ୍କୃଷ୍ଟ ଝଲକ”
“ନାଇଡୁଙ୍କ ବୁଦ୍ଧି, ସ୍ୱତଃସ୍ପୃର୍ତ୍ତତା, ଉପସ୍ଥିତ ବୁଦ୍ଧି ଓ ସଂକ୍ଷିପ୍ତରେ ଉତ୍ତର ଦେବାର ସ୍ତରକୁ କେହି ସମକକ୍ଷ ହୋଇ ପାରିବେ ନାହିଁ”
“ନାଇଡୁ ଜୀ ଗାଁ, ଗରିବ ଓ କୃଷକଙ୍କ ସେବା କରିବାକୁ ଚାହୁଁଥିଲେ”
"ଭେଙ୍କେୟାଜୀଙ୍କ ଜୀବନଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ"
ଭାରତର ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ୍‌. ଭେଙ୍କେୟା ନାଇଡୁଙ୍କ ୭୫ତମ ଜନ୍ମଦିନ ଅବସରର ପୂର୍ବ ଦିନ ଅର୍ଥାତ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ଜୀବନ ଓ ଯାତ୍ରା ଉପରେ ତିନୋଟି ପୁସ୍ତକ ଉନ୍ମୋଚନ କରିଛନ୍ତି ।

ଭାରତର ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ୍‌. ଭେଙ୍କେୟା ନାଇଡୁଙ୍କ ୭୫ତମ ଜନ୍ମଦିନ ଅବସରର ପୂର୍ବ ଦିନ ଅର୍ଥାତ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ଜୀବନ ଓ ଯାତ୍ରା ଉପରେ ତିନୋଟି ପୁସ୍ତକ ଉନ୍ମୋଚନ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ପୁସ୍ତକଗୁଡ଼ିକ ମଧ୍ୟରେ (୧) ଦି ହିନ୍ଦୁର ହାଇଦ୍ରାବାଦ ସଂସ୍କରଣର ପୂର୍ବତନ ଆବାସିକ ସମ୍ପାଦକ ଶ୍ରୀ ଏସ୍ ନାଗେଶ କୁମାରଙ୍କ ଦ୍ୱାରା ଲିଖିତ "ଭେଙ୍କେୟା ନାଇଡୁ - ଲାଇଫ୍ ଇନ୍ ସର୍ଭିସ" ଶୀର୍ଷକ ପୁସ୍ତକ , ଯାହା ପୂର୍ବତନ ଉପରାଷ୍ଟ୍ରପତିଙ୍କ ଜୀବନୀ ଉପରେ ଆଧାରିତ ; (୨) ଭାରତର ଉପରାଷ୍ଟ୍ରପତିଙ୍କ ପୂର୍ବତନ ସଚିବ ଡ. ଆଇ ଭି ସୁବ୍‌ବା ରାଓଙ୍କ ଦ୍ୱାରା ସଂକଳିତ ଏକ ଫଟୋ କ୍ରୋନିକଲ୍ "ସେଲିବ୍ରେଟିଂ ଭାରତ - ଦ ମିଶନ ଆଣ୍ଡ ମେସେଜ୍ ଅଫ୍ ଶ୍ରୀ ଏମ୍ ଭେଙ୍କେୟା ନାଇଡୁ ଆଜ୍ ୧୩ଶ ଭାଇସ୍ – ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ"; ଏବଂ (୩) ଶ୍ରୀ ସଞ୍ଜୟ କିଶୋରଙ୍କ ଦ୍ୱାରା ତେଲୁଗୁ ଭାଷାରେ ଲିଖିତ ସଚିତ୍ର ଜୀବନୀ , "ମହାନେତା – ଲାଇଫ୍ ଆଣ୍ଡ ଜର୍ଣ୍ଣିଂ ଅଫ୍ ଶ୍ରୀ ଏମ୍ ଭେଙ୍କେୟା ନାଇଡୁ ରହିଛି ।

 

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ଏମ୍ ଭେଙ୍କେୟା ନାଇଡୁ ଆସନ୍ତାକାଲି ଜୁଲାଇ ପହିଲାରେ ୭୫ ବର୍ଷ ପୂରଣ କରିବେ ଏବଂ "ଏହି ୭୫ ବର୍ଷ ଅସାଧାରଣ ଥିଲା ଏବଂ ଏଥିରେ ଚମତ୍କାର ଅନୁଭୂତି ରହିଛି । ଶ୍ରୀ ଏମ୍ ଭେଙ୍କେୟା ନାଇଡୁଙ୍କ ଜୀବନୀ ଏବଂ ତାଙ୍କ ଜୀବନ ଉପରେ ଆଧାରିତ ଅନ୍ୟ ଦୁଇଟି ପୁସ୍ତକ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ । ଏହି ପୁସ୍ତକ ଗୁଡ଼ିକ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ସହ ଦେଶ ସେବାର ସଠିକ ମାର୍ଗକୁ ଆଲୋକିତ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ପୂର୍ବତନ ଉପରାଷ୍ଟ୍ରପତିଙ୍କ ସହ ତାଙ୍କର ଦୀର୍ଘ ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ଭେଙ୍କେୟାଜୀଙ୍କ ସହ ଦୀର୍ଘ ଦିନ ଧରି କାମ କରିବା ପାଇଁ ସେ ସୁଯୋଗ ପାଇଥିଲେ । ଭେଙ୍କେୟା ଜୀ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ସଭାପତି ଭାବରେ କାର୍ଯ୍ୟ କରିବା ପରେ କ୍ୟାବିନେଟରେ ତାଙ୍କର ବରିଷ୍ଠ ଭୂମିକା, ଦେଶର ଉପରାଷ୍ଟ୍ରପତି ଭାବରେ ତାଙ୍କର କାର୍ଯ୍ୟକାଳ ଏବଂ ପରେ ରାଜ୍ୟସଭା ବାଚସ୍ପତି ଭାବରେ ତାଙ୍କ କାର୍ଯ୍ୟକାଳ ସମୟରେ ଏହି ସହଯୋଗ ଜାରି ରହିଥିଲା । ଏତେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ବେଳେ ଛୋଟ ଗାଁର ଜଣେ ବ୍ୟକ୍ତି କେତେ ଅଭିଜ୍ଞତା ହାସଲ କରିଥିବେ ତାହା କେହି କଳ୍ପନା କରିପାରିବେ ନାହିଁ । ଏପରିକି ମୁଁ ଭେଙ୍କେୟାଜୀଙ୍କ ଠାରୁ ବହୁତ କିଛି ଶିଖିଛି ବୋଲି ସେ କହିଥିଲେ ।

ଭେଙ୍କେୟା ନାଇଡୁଙ୍କ ଜୀବନ ଚିନ୍ତାଧାରା, ଦୂରଦୃଷ୍ଟି ଏବଂ ବ୍ୟକ୍ତିତ୍ୱର ମିଶ୍ରଣର ଏକ ଉତ୍କୃଷ୍ଟ ଝଲକ ବୋଲି ଶ୍ରୀ ମୋଦୀ ପ୍ରକାଶ କରିଥିଲେ । ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ବିଜେପି ଏବଂ ଜନସଂଘର ବର୍ତ୍ତମାନର ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ, ଯାହା କି ଦଶନ୍ଧି ପୂର୍ବେ କୌଣସି ମଜଭୁତ ଭିତ୍ତିଭୂମି ବିନା ରହିଥିଲା ବୋଲି ସେ ଉଲ୍ଲେଖ କରିଥିଲେ । ଏତେ ଅଭାବନୀୟ ପରିସ୍ଥିତି ସତ୍ତ୍ୱେ , ଶ୍ରୀ ନାଇଡୁ ଏବିଭିପି କର୍ମକର୍ତ୍ତା ଭାବରେ ‘ରାଷ୍ଟ୍ର ପ୍ରଥମ’ ବିଚାରଧାରା ସହିତ ପ୍ରୟାସ କରିଥିଲେ ଏବଂ ଦେଶ ପାଇଁ କିଛି ହାସଲ କରିବାକୁ ମନ ସ୍ଥିର କରିଥିଲେ । ପ୍ରାୟ ୧୭ ମାସ ଜେଲରେ ରହିବା ସତ୍ତ୍ୱେ ଦେଶରେ ୫୦ ବର୍ଷ ପୂର୍ବେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଦୃଢତାର ସହ ଲଢ଼ିବା ପାଇଁ ଶ୍ରୀ ନାଇଡୁଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଶ୍ରୀ ନାଇଡୁ ଏପରି ଜଣେ ସାହସୀ ବ୍ୟକ୍ତି ଥିଲେ, ଯାହାଙ୍କୁ ଜରୁରୀକାଳୀନ ପରିସ୍ଥିତି ସମୟରେ ପରଖା ଯାଇଥିଲା ଏବଂ ସେଥିପାଇଁ ସେ ନାଇଡୁଜୀଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବରେ ବିବେଚନା କରନ୍ତି ।

 

କ୍ଷମତା ଜୀବନର ସୁଖସୁବିଧାକୁ ଦର୍ଶାଇ ନଥାଏ, ବରଂ ଏହା ସେବା ମାଧ୍ୟମରେ ସଂକଳ୍ପଗୁଡ଼ିକୁ ପୂରଣ କରିବାର ମାଧ୍ୟମ ହୋଇଥାଏ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ନାଇଡୁ ନିଜକୁ ସେହିଭଳି ପ୍ରମାଣିତ କରିଥିଲେ , ବାଜପେୟୀ ସରକାରର ଅଂଶ ହେବାର ସୁଯୋଗ ପାଇ ସେ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ହେବାକୁ ପସନ୍ଦ କରିଥିଲେ । ନାଇଡୁ ଜୀ ଗାଁ, ଗରିବ ଓ କୃଷକଙ୍କ ସେବା କରିବାକୁ ଚାହୁଁଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଶ୍ରୀ ନାଇଡୁ ମୋଦୀ ସରକାରରେ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଆଧୁନିକ ଭାରତୀୟ ସହରଗୁଡିକ ପାଇଁ ତାଙ୍କର ପ୍ରତିବଦ୍ଧତା ଏବଂ ଦୃଷ୍ଟିକୋଣକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । ସେ ଶ୍ରୀ ଭେଙ୍କେୟା ନାଇଡୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ, ସ୍ମାର୍ଟ ସିଟି ମିଶନ ଏବଂ ଅମୃତ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ ।

ପୂର୍ବତନ ଉପରାଷ୍ଟ୍ରପତିଙ୍କ ନମ୍ର ସରଳ ଆଚରଣ, ବାକ୍‌ପଟୁତା ଏବଂ ବୁଦ୍ଧିମତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ ଭେଙ୍କେୟା ନାଇଡୁଙ୍କ ବୁଦ୍ଧିମତା, ସ୍ୱତଃସ୍ପୃର୍ତ୍ତତା, ଉପସ୍ଥିତ ବୁଦ୍ଧି ଏବଂ ସଂକ୍ଷିପ୍ତରେ ଉତ୍ତର ଦେବାର ସ୍ତରର କେହି ସମକକ୍ଷ ହୋଇପାରିବେ ନାହିଁ । ଅଟଳ ବିହାରୀ ବାଜପେୟୀଙ୍କ ମେଣ୍ଟ ସରକାର ଗଠନ ସମୟରେ ନାଇଡୁ ଯେଉଁ ସ୍ଲୋଗାନ ଦେଇଥିଲେ, "ଏକ ହାତ ମେଁ ବିଜେପି କା ଝଣ୍ଡା, ଅର୍ ଦୁସରେ ହାତ ମେଁ ଏନଡିଏ କା ଏଜେଣ୍ଡା", ଯାହାର ଅର୍ଥ ହେଉଛି ଗୋଟିଏ ହାତରେ ଦଳର ପତାକା ଏବଂ ଅନ୍ୟ ପଟେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ଏଜେଣ୍ଡା ବୋଲି ଶ୍ରୀ ମୋଦୀ ମନେ ପକାଇଥିଲେ । ୨୦୧୪ ମସିହାରେ ସେ ଏମ.ଓ.ଡି.ଆଇ.ର ସଂକ୍ଷିପ୍ତ ନାମ 'ମେକିଂ ଅଫ୍ ଡେଭଲପ୍‌ଡ ଇଣ୍ଡିଆ' ( ବିକଶିତ ଭାରତର ନିର୍ମାଣ) ପ୍ରଚଳନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଭେଙ୍କେୟାଜୀଙ୍କ ମନ୍ତବ୍ୟରେ ଆଶ୍ଚର୍ଯ୍ୟ ହୋଇଥିଲେ, ଯାହା ତାଙ୍କୁ ଥରେ ରାଜ୍ୟସଭାରେ ତାଙ୍କ ଶୈଳୀର ପ୍ରଶଂସା କରିବାକୁ ବାଧ୍ୟ କରିଥିଲା ଯେଉଁଠାରେ ସେ କହିଥିଲେ ଯେ ପୂର୍ବତନ ଉପରାଷ୍ଟ୍ରପତିଙ୍କ ଶବ୍ଦରେ ଗଭୀରତା, ଗମ୍ଭୀରତା, ଦୂରଦୃଷ୍ଟି, ସ୍ପନ୍ଦନ, ବିହ୍ୱଳତା ଏବଂ ଜ୍ଞାନ ଅଛି ।

ଶ୍ରୀ ନାଇଡୁ ରାଜ୍ୟସଭା ବାଚସ୍ପତି ଥିବା ସମୟରେ ସୃଷ୍ଟି କରିଥିବା ସକାରାତ୍ମକ ବାତାବରଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଗୃହ ଦ୍ୱାରା ନିଆଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଆଲୋକପାତ କରିଥିଲେ । ଲୋକସଭାରେ ଉପସ୍ଥାପିତ ହେବା ପୂର୍ବରୁ ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ବିଲ୍ ଆଗତ ହୋଇଥିବା କଥା ମନେ ପକାଇ ପ୍ରଧାନମନ୍ତ୍ରୀ ଗୃହର ଶୃଙ୍ଖଳା ବଜାୟ ରଖି ଏଭଳି ଏକ ସମ୍ବେଦନଶୀଳ ବିଲ୍ ପାରିତ କରିବାରେ ଶ୍ରୀ ନାଇଡୁଙ୍କ ଅଭିଜ୍ଞ ନେତୃତ୍ୱକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନାଇଡୁଙ୍କ ଦୀର୍ଘ, ସକ୍ରିୟ ଏବଂ ସୁସ୍ଥ ଜୀବନ କାମନା କରିଥିଲେ ।

 

ଶ୍ରୀ ମୋଦୀ ଭେଙ୍କେୟାଜୀଙ୍କ ସ୍ୱଭାବର ଭାବନାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ ସୂଚନା ଦେଇଥିଲେ ଯେ ସେ କେବେ ବି ପ୍ରତିକୂଳ ପରିସ୍ଥିତିକୁ ତାଙ୍କ ନିଷ୍ପତ୍ତି ନେବାକୁ ପ୍ରଭାବିତ ହେବାକୁ ଦିଅନ୍ତି ନାହିଁ । ସେ ତାଙ୍କ ସରଳ ଜୀବନଶୈଳୀ ଏବଂ ଲୋକଙ୍କ ସହ ଯୋଗାଯୋଗରେ ରହିବାର ତାଙ୍କର ବିଶେଷ କଳା ଉପରେ ମଧ୍ୟ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉତ୍ସବ ସମୟରେ ଭେଙ୍କେୟାଜୀଙ୍କ ବାସଭବନରେ ସମୟ ବିତାଇବା କଥାକୁ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ ଭାରତୀୟ ରାଜନୀତି ପ୍ରତି ଶ୍ରୀ ନାଇଡୁଙ୍କ ପରି ବ୍ୟକ୍ତିତ୍ୱଙ୍କ ଅବଦାନକୁ ଉଲ୍ଲେଖ କରିଥିଲେ । ଆଜି ଉନ୍ମୋଚିତ ହୋଇଥିବା ତିନୋଟି ପୁସ୍ତକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେଗୁଡିକ ଭେଙ୍କେୟା ଜୀଙ୍କ ଜୀବନର ଯାତ୍ରାକୁ ଉପସ୍ଥାପନ କରନ୍ତି, ଯାହା କି ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ।

ଥରେ ରାଜ୍ୟସଭାରେ ଶ୍ରୀ ନାଇଡୁଙ୍କୁ ଉତ୍ସର୍ଗ କରିଥିବା ଏକ କବିତାର କିଛି ଧାଡ଼ିକୁ ମନେ ପକାଇ ଓ ପାଠ କରି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ । ଶ୍ରୀ ମୋଦୀ ପୁଣି ଥରେ ଶ୍ରୀ ଭେଙ୍କେୟା ନାଇଡୁଜୀଙ୍କୁ ତାଙ୍କ ଜୀବନ ଯାତ୍ରାର ୭୫ ବର୍ଷ ପୂର୍ତ୍ତି ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ, ୨୦୪୭ରେ ବିକଶିତ ଭାରତ ସ୍ୱାଧୀନତାର ଶତାବ୍ଦୀ ପାଳନ କରିବା ବେଳେ ନାଇଡୁ ଜୀ ତାଙ୍କର ଜନ୍ମ ଶତବାର୍ଷିକୀ ପାଳନ କରିବେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride