ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମଧ୍ୟ ଥିଲେ ଭାରତର ମହାନ୍ ଭକ୍ତ: ପ୍ରଧାନମନ୍ତ୍ରୀ
ପୃଥିବୀ ଆମଠାରୁ ଯୋଗ ଓ ଆୟୁବୈଦ ଉପରେ ଜ୍ଞାନ ଲାଭ କରୁ ଏହା ହେଉ ଆମ ସଂକଳ୍ପ: ପ୍ରଧାନମନ୍ତ୍ରୀ
ଭକ୍ତିକାଳର ସାମାଜିକ ବିପ୍ଳବ ବିନା ଭାରତର ସ୍ଥିତି ଓ ସ୍ୱରୂପ କଳନା କରିବା କଷ୍ଟକର: ପ୍ରଧାନମନ୍ତ୍ରୀ
ଶ୍ରୀଲ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ଭକ୍ତି ବେଦାନ୍ତକୁ ବିଶ୍ୱ ଚେତନା ସହ ସଂଯୋଗ କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଆଜି ଏକ ସ୍ମାରକୀ ମୁଦ୍ରା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉନ୍ମୋଚନ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବାଞ୍ଚଳ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପବିତ୍ର ଜନ୍ମାଷ୍ଟମୀ ସାଙ୍ଗକୁ ଶ୍ରୀଲ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଏକ ଅପୂର୍ବ ସଂଯୋଗ । ଏହା ସତ୍ତ୍ୱେ ଯେପରି ସାଧନାରେ ଖୁସି ଓ ସନ୍ତୋଷପ୍ରାପ୍ତି ଉଭୟ ହୋଇଛି । ଆଜାଦୀ କା ଅମୃତ ମହୋତ୍ସବ କାଳରେ ହିଁ ଏହା ହେଉଛି ବୋଲି ସେ କହିଥିଲେ । ସେଥିପାଇଁ ଆଜି ଶ୍ରୀଲ ପ୍ରଭୁପାଦ ସ୍ୱାମୀଙ୍କ ଲକ୍ଷ ଲକ୍ଷ ଅନୁଗାମୀ ଓ କୋଟି କୋଟି କୃଷ୍ଣ ପ୍ରେମୀ ବିଶ୍ୱବାସୀ ଏହି ଅଭିଜ୍ଞତା ସାଉଁଟୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଭୁପାଦ ସ୍ୱାମୀ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ପ୍ରଗାଢ ନିଷ୍ଠାର ଅବତାରଣା କରି ପ୍ରଧାନମନ୍ତ୍ରୀ ତାଙ୍କୁ ଭାରତରେ ଜଣେ ମହାନ ଭକ୍ତଭାବେ ବିବେଚନା କରିଥିଲେ । ସେ ଦେଶର ସ୍ୱାଧୀନତା ସଂଗ୍ରାମରେ ଲଢିଥିଲେ । ଅସହଯୋଗ ଆନ୍ଦୋଳନକୁ ସମର୍ଥନ ଜଣାଇ ସେ ସ୍କଟିଶ କଲେଜରୁ ଡିପ୍ଲୋମା ଗ୍ରହଣ କରିବାକୁ ମନା କରିଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଯୋଗ ଓ ସିଧାସାଧା ଜୀବନ ଧାରଣ ପ୍ରଣାଳୀ ସମଗ୍ର ବିଶ୍ୱକୁ ପ୍ରସାରିତ ହୋଇଥିବାବେଳେ, ଆୟୁର୍ବେଦ ଭଳି ବିଜ୍ଞାନ ମଧ୍ୟ ବିଶ୍ୱବ୍ୟାପୀ ବେଶ୍ ଜନାଦୃତ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମେ ଯେତେବେଳେ ଅନ୍ୟ ଦେଶକୁ ଯାଇଥାଏଁ ଓ ସେଠାକାର କେହି ସାକ୍ଷାତ କାଳରେ ହରେ କୃଷ୍ଣ ବୋଲି ଉଚ୍ଚାରଣ କରେ ଆମକୁ ଗର୍ବିତ ଓ ଆପଣାର ଭଳି ଲାଗେ । ଯେତେବେଳେ ମେକ ଇନ୍ ଇଣ୍ଡିଆ ସାମଗ୍ରୀ ପାଇଁ  ସେହିଭଳି ସନ୍ତୋଷ ମିଳିବ ଓ ଆମେ ଇସ୍କନଠାରୁ ଅନେକ ଶିଖି ପାରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦାସତ୍ୱ ସମୟରେ ଭକ୍ତି ଆନ୍ଦୋଳନ ହିଁ ଭାରତୀୟ ଚେତନାକୁ ବଂଚାଇ ରଖିଥିଲା । ଆଜି ବିଦ୍ୱାନମାନେ କଳନା କରିଛନ୍ତି ଯେ ଭକ୍ତି ଯୁଗରେ ସାମାଜିକ ବିପ୍ଳବ ସଂଗଠିତ ହୋଇ ନ ଥିଲେ ଦେଶର ସ୍ଥିତି ଯେ କ’ଣ ହୋଇଥାନ୍ତା ତାହା ଅନୁମାନ ମଧ୍ୟ କରିବା ମୁସ୍କିଲ ବୋଲି କହିଥିଲେ । ପ୍ରତି ପ୍ରାଣୀକୁ ବିଶ୍ୱାସ, ସାମାଜିକ ଉଚ୍ଚନୀଚ ଭାବନା ଓ ସୁବିଧା ଅସୁବିଧାର ଉର୍ଦ୍ଧ୍ୱକୁ ନେଇ ଯୋଡିଥାଏ । ସେଭଳି କଠିନ ସମୟରେ ମଧ୍ୟ ଚୈତନ୍ୟ ମହାପ୍ରଭୁଙ୍କ ଭଳି ମହାନ୍ ସନ୍ଥ ସମାଜକୁ ଭକ୍ତିଭାବ, ବିଶ୍ୱାସ ଓ ଆତ୍ମବିଶ୍ୱାସ ଦ୍ୱାରା ଏକତାର ସୂତ୍ରରେ ବାନ୍ଧି ପାରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକା ନନ୍ଦ ଯେତେବେଳେ ବେଦାନ୍ତକୁ ପାଶ୍ଚାତ୍ୟକୁ ନେଇଯାଇଥିଲେ, ସେତେବେଳେ ଶ୍ରୀଲ ପ୍ରଭୁପାଦ ଏବଂ ଇସ୍କନ ଭକ୍ତିଯୋଗକୁ ବିଶ୍ୱାଭିମୁଖୀ କରାଇପାରିଥିଲେ । ସେ ଭକ୍ତି ବେଦାନ୍ତକୁ ବିଶ୍ୱ ଚେତନା ସହ ଯୋଡିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱର ବିଭିନ୍ନ ଦେଶରେ ଶହ ଶହ ଇସ୍କନ ମନ୍ଦିର ଓ ଗୁରୁକୁଳ ଭାରତୀୟ ସଂସ୍କୃତିକୁ ଉଦ୍‌ଜୀବିତ ରଖିଛନ୍ତି । ଇସ୍କନ ପୃଥିବୀକୁ ଭାରତମାନେ ବିଶ୍ୱାସ, ଉତ୍ସାହ, ଆନନ୍ଦ ଓ ମାନବିକତାରେ ବିଶ୍ୱାସୀ ବୋଲି ବାର୍ତ୍ତା ଦେଇଛି । କଚ୍ଛର ଭୂମିକମ୍ପ ଓ ଉତ୍ତରାଖଣ୍ଡର ବର୍ଷାବିତ୍ପାତ ଓଡିଶା ଓ ବଙ୍ଗଳାରେ ବାତ୍ୟା ବେଳେ ଇସ୍କନର ସେବାଭାବ  ଉପରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ବୈଶ୍ୱିକ ମହାମାରୀ କାଳରେ ମଧ୍ୟ ଇସ୍କନ୍‌ର କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's new FTA playbook looks beyond trade and tariffs to investment ties

Media Coverage

India's new FTA playbook looks beyond trade and tariffs to investment ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 14, 2026
January 14, 2026

Viksit Bharat Rising: Economic Boom, Tech Dominance, and Cultural Renaissance in 2025 Under the Leadership of PM Modi